Biblia Todo Logo
Bib sou entènèt

- Piblisite -




ଯିଶାଇୟ 45:18 - ପବିତ୍ର ବାଇବଲ

18 ସଦାପ୍ରଭୁ ହିଁ ପରମେଶ୍ୱର, ସେ ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା, ସେ ପୃଥିବୀର ମଧ୍ୟ ନିର୍ମାଣକାରୀ, ସେ ଏହାକୁ ସ୍ଥାପନ କଲେ, ସେ ତାକୁ ଶୂନ୍ୟପରି ସୃଷ୍ଟି କଲେ ନାହିଁ। ସେ ତାକୁ ବସତି ପାଇଁ ସ୍ଥାପନ କଲେ। “ତେଣୁ ତାଙ୍କ ବିନା ଅନ୍ୟ ପରମେଶ୍ୱର କେହି ନାହାନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 କାରଣ ଆକାଶମଣ୍ତଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏରୂପ କହନ୍ତି; ସେ ପରମେଶ୍ଵର ଅଟନ୍ତି; ସେ ପୃଥିବୀକି ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ଵିତୀୟ କେହି ନାହିଁ।

Gade chapit la Kopi

ଓଡିଆ ବାଇବେଲ

18 କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 କାରଣ, ଆକାଶମଣ୍ଡଳର ସୃଷ୍ଟିକର୍ତ୍ତା ସଦାପ୍ରଭୁ ଏହିପରି କହନ୍ତି; “ସେ ପରମେଶ୍ୱର ଅଟନ୍ତି; ସେ ପୃଥିବୀକୁ ନିର୍ମାଣ କରି ପ୍ରସ୍ତୁତ କଲେ; ସେ ତାହା ସ୍ଥାପନ କଲେ, ସେ ତାହା ଶୂନ୍ୟ କରି ସୃଷ୍ଟି ନ କରି ବସତି ସ୍ଥାନ ହେବା ପାଇଁ ନିର୍ମାଣ କଲେ, ଆମ୍ଭେ ସଦାପ୍ରଭୁ, ଆଉ ଦ୍ୱିତୀୟ କେହି ନାହିଁ।

Gade chapit la Kopi




ଯିଶାଇୟ 45:18
16 Referans Kwoze  

ସ୍ୱର୍ଗ ସଦାପ୍ରଭୁଙ୍କର କିନ୍ତୁ ସେ ମନୁଷ୍ୟ ସନ୍ତାନଗଣଙ୍କୁ ପୃଥିବୀ ଦେଇଛନ୍ତି।


ପରମେଶ୍ୱର ସ୍ୱପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ନିଜର ଜ୍ଞାନଦ୍ୱାରା ଜଗତ ସ୍ଥାପନ କରିଅଛନ୍ତି ଓ ନିଜ ବୁଦ୍ଧି ବଳରେ ପୃଥିବୀ ଉପରେ ଆକାଶମଣ୍ଡଳକୁ ବିସ୍ତାର କରିଅଛନ୍ତି।


ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ପୃଥିବୀସ୍ଥ ସମସ୍ତ ବାସିନ୍ଦାଙ୍କୁ ସୃଷ୍ଟି କରିଅଛୁ। ଆମ୍ଭେ ସ୍ୱହସ୍ତ ନିର୍ମିତ ଆକାଶମଣ୍ଡଳକୁ ବିସ୍ତାର କରିଅଛୁ ଓ ତହିଁରେ ସକଳ ସୈନ୍ୟସାମନ୍ତଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ।


ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ଦିଅନ୍ତି ଓ ସକଳ ଆତୟାତ ବ୍ୟକ୍ତିମାନଙ୍କୁ ଜୀବନ ଦିଅନ୍ତି, ସେହି ସଦାପ୍ରଭୁ ପ୍ରକୃତ ପରମେଶ୍ୱର ଏହି କଥା କୁହନ୍ତି।


ପୃଥିବୀ ସେତେବେଳେ ସମ୍ପୂର୍ଣ୍ଣଭାବେ ଶୂନ୍ୟ ଓ କିଛି ନ ଥିଲା। ଜଳଭାଗ ଉପରେ ଅନ୍ଧକାର ଘୋଡ଼େଇ ରଖିଥିଲା ଏବଂ ପରମେଶ୍ୱରଙ୍କର ଆତ୍ମା ଜଳଭାଗ ଉପରେ ବ୍ୟାପ୍ତ ଥିଲେ।


ଏହା ପରେ ପରମେଶ୍ୱର କହିଲେ, “ଆମ୍ଭେମାନେ ଆପଣା ପ୍ରତିମୂର୍ତ୍ତିରେ ଓ ଆପଣା ସାଦୃଶ୍ୟରେ ମନୁଷ୍ୟର ନିର୍ମାଣ କରୁ। ସେମାନେ ଜଳଚର ମତ୍ସ୍ୟଗଣ ଓ ଆକାଶର ପକ୍ଷୀଗଣ, ପଶୁଗଣ ଓ ସମସ୍ତ ପୃଥିବୀ ଓ ଭୂମିରେ ଗମନଶୀଳ ସବୁ ଉରୋଗାମୀ ଜନ୍ତୁ ଉପରେ କର୍ତ୍ତୃତ୍ୱ କରିବେ ଏବଂ ପ୍ରତ୍ୟେକ ଭୂଚର ପ୍ରାଣୀ ପୃଥିବୀ ଉପରେ ଗମନ କରୁଥିଲା।”


ସଦାପ୍ରଭୁ ଆପଣା ପରାକ୍ରମରେ ପୃଥିବୀ ନିର୍ମାଣ କରିଅଛନ୍ତି। ସେ ଆପଣା ଜ୍ଞାନରେ ଜଗତ ସ୍ଥାପନ କରିଅଛନ୍ତି ଓ ଆପଣା ବୁଦ୍ଧିରେ ସେ ଗଗନ ମଣ୍ଡଳ ବିସ୍ତାର କରିଅଛନ୍ତି।


ପରମେଶ୍ୱର ନୋହ ଏବଂ ତାଙ୍କର ପୁତ୍ରମାନଙ୍କୁ ଆଶୀର୍ବାଦ କଲେ। ପରମେଶ୍ୱର ସେମାନଙ୍କୁ କହିଲେ, “ବହୁ ସନ୍ତାନ ଜନ୍ମ କର, ଲୋକ ଦ୍ୱାରା ପୃଥିବୀକୁ ପୂର୍ଣ୍ଣ କର।


ସେଥିପାଇଁ ପରମେଶ୍ୱର ସେମାନଙ୍କୁ ଆଶୀର୍ବାଦ କଲେ ଏବଂ କହିଲେ, “ବହୁତ ସନ୍ତାନ-ସନ୍ତତି ସହ ଆଶୀର୍ବାଦ ପ୍ରାପ୍ତ ହୁଅ। ପୃଥିବୀରେ ଶାସନ କରି, ପୃଥିବୀକୁ ପରିପୂର୍ଣ୍ଣ କର। ଆଉ ଜଳରେ ଥିବା ମତ୍ସ୍ୟଗଣ ଉପରେ ଏବଂ ବୃହତ୍ ପ୍ରାଣୀଗଣ ଉପରେ ଏବଂ ପୃଥିବୀ ଉପରେ ଗମନକାରୀ ଭୂଚର ପ୍ରାଣୀଗଣ ଉପରେ ଶାସନ କର।”


ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।


କିଏ କେବେ ସ୍ୱର୍ଗକୁ ଯାଇଛି ଏବଂ ତଳକୁ ଫେରି ଆସିଛି? କୌଣସି ଲୋକ ତା'ର ମୁଷ୍ଟିରେ ବାୟୁକୁ ଏକତ୍ର କରି ନାହିଁ। କୌଣସି ଲୋକ କପଡ଼ାରେ ସମସ୍ତ ଜଳକୁ ବାନ୍ଧି ନାହିଁ। କୌଣସି ଲୋକ ପୃଥିବୀର ସବୁ ସୀମା ନିରୂପଣ କରି ନାହିଁ। ଯଦି କୌଣସି ଲୋକ ଏହା କରିଛି, ସେ କିଏ? ତାଙ୍କର ପୁତ୍ରର ନାମ କ’ଣ?


ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢ଼ିଛନ୍ତି। ସେ ଏହା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଭେ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତ କେହି ନାହିଁ।”


ଆମ୍ଭର ହସ୍ତ ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛି ଓ ଆମ୍ଭର ଦକ୍ଷିଣ ହସ୍ତ ଆକାଶମଣ୍ଡଳ ବିସ୍ତାର କରିଅଛି। ତେଣୁ ଆମ୍ଭେ ସେମାନଙ୍କୁ ଡାକିଲେ ସେମାନେ ଏକତ୍ର ଆମ୍ଭ ସମ୍ମୁଖରେ ଛିଡ଼ା ହୁଅନ୍ତି।


ସଦାପ୍ରଭୁ ଯେ ଏହି ଆକାଶମଣ୍ଡଳ ବିସ୍ତାର କରିଅଛନ୍ତି, ପୃଥିବୀର ଭିତ୍ତିମୂଳ ସ୍ଥାପନ କରିଅଛନ୍ତି ଓ ତୁମ୍ଭର ନିର୍ମାଣକର୍ତ୍ତା, ତୁମ୍ଭେ ତାଙ୍କୁ ଭୁଲିଅଛ। ତେଣୁ ତୁମ୍ଭେ ଦିନଯାକ ନିରନ୍ତର ସେମାନଙ୍କୁ ଭୟ କରୁଅଛ ଯେ ତୁମ୍ଭକୁ ବିନାଶ କରିବାକୁ ଉଦ୍ୟତ ହୋଇ କୋପ କରିଛନ୍ତି। ମାତ୍ର ସେହି ଉପଦ୍ରବକାରୀ ଏବେ କାହାନ୍ତି ଓ ତାଙ୍କର କୋପ କାହିଁ?


Swiv nou:

Piblisite


Piblisite