Biblia Todo Logo
Bib sou entènèt

- Piblisite -




ଯିଶାଇୟ 44:27 - ପବିତ୍ର ବାଇବଲ

27 “ଆମ୍ଭେ ଗଭୀର ଜଳକୁ ଶୁଷ୍କ ହେବାକୁ କହୁ ଓ ତୁମ୍ଭର ନଦନଦୀଗୁଡ଼ିକ ଶୁଷ୍କ କରିଦେଉ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

27 ଆମ୍ଭେ ଅଗାଧ ଜଳକୁ କହୁ, ଶୁଷ୍କ ହୁଅ; ପୁଣି, ଆମ୍ଭେ ତୁମ୍ଭର ନଦନଦୀସବୁ ଶୁଷ୍କ କରିବାନ୍ତ

Gade chapit la Kopi

ଓଡିଆ ବାଇବେଲ

27 ଆମ୍ଭେ ଅଗାଧ ଜଳକୁ କହୁ, ଶୁଷ୍କ ହୁଅ; ପୁଣି ଆମ୍ଭେ ତୁମ୍ଭର ନଦନଦୀସବୁ ଶୁଷ୍କ କରିବା;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

27 ଆମ୍ଭେ ଅଗାଧ ଜଳକୁ କହୁ, ‘ଶୁଷ୍କ ହୁଅ; ପୁଣି ଆମ୍ଭେ ତୁମ୍ଭର ନଦ-ନଦୀସବୁ ଶୁଷ୍କ କରିବା;’

Gade chapit la Kopi




ଯିଶାଇୟ 44:27
14 Referans Kwoze  

ତେଣୁ ସଦାପ୍ରଭୁ କହନ୍ତି, “ଦେଖ, ଆମ୍ଭେ ତୁମ୍ଭକୁ ସୁରକ୍ଷା ଦେବା ଓ ତୁମ୍ଭ ପାଇଁ ପ୍ରତିଶୋଧ ନେବା। ପୁଣି ଆମ୍ଭେ ବାବିଲର ସମୁଦ୍ରକୁ ଶୁଖାଇ ଦେବା ଓ ତାହାର ନିର୍ଝରକୁ ଶୁଖାଇ ଦେବା।


ତାହାର ଜଳାଶୟଗୁଡ଼ିକ ‌‌ ଖ‌ଡ଼୍‌ଗର ଆଘାତରେ ଜଳଶୂନ୍ୟ ହେବ। ଆଉ ତା'ର ଖୋଦିତ ପ୍ରତିମାଗଣ ଯୋଗୁଁ ତା'ର ଲୋକମାନେ ନିର୍ବୋଧ ହୋଇଅଛନ୍ତି ଓ ସେମାନଙ୍କ ପାଇଁ ମନ୍ଦଫଳ ଘଟିବ।


ଆମ୍ଭେ ପର୍ବତ ଓ ଉପପର୍ବତଗୁଡ଼ିକୁ ଧ୍ୱଂସ କରିବୁ ଓ ତହିଁରେ ଥିବା ସମସ୍ତ ଗୁଳ୍ମଲତାକୁ ଶୁଷ୍କ କରିବୁ। ନଦନଦୀକୁ ଦ୍ୱୀପରେ ପରିଣତ କରିବୁ ଓ ଜଳାଶୟକୁ ଶୁଷ୍କ କରିବୁ।


ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢାଳିଲେ। ଏହା ଦ୍ୱାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।


ପୁଣି ତା'ର ନଦୀପାର ଘାଟସବୁ ଅଧିକୃତ ହୋଇଅଛି ଓ ନଳବଣ ସବୁ ଅଗ୍ନିରେ ଦ‌ଗ୍‌ଧିଭୂତ ହୋଇଅଛି। ଆଉ ତା'ର ଯୋଦ୍ଧାଗଣ ଭୟଭୀତ ହୋଇଅଛନ୍ତି।”


“ତରଙ୍ଗଗୁଡ଼ିକୁ ଗର୍ଜନ କରିବାକୁ ଯେ ସମୁଦ୍ରକୁ ଆଲୋଡ଼ିତ କରନ୍ତି। ଆମ୍ଭେ ସେହି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଅଟୁ।” ତାଙ୍କର ନାମ ସର୍ବଶକ୍ତିମାନ ସଦାପ୍ରଭୁ।


ସଦାପ୍ରଭୁ ସମୁଦ୍ରରେ ପଥ ନିର୍ମାଣ କରିବେ। ଏପରିକି ତାଙ୍କ ଲୋକମାନଙ୍କ ପାଇଁ ଅଶାନ୍ତ ଜଳରାଶି ମଧ୍ୟରେ ମାର୍ଗ ତିଆରି କରିବେ। ପୁଣି ସଦାପ୍ରଭୁ କୁହନ୍ତି,


ତୁମ୍ଭେ ନଦୀ ଓ ଝରଣା ସୃଷ୍ଟିକରି ସେଥିରୁ ପାଣି ବୁହାଇଲ ଏବଂ ତୁମ୍ଭେ ନଦୀସବୁକୁ ଶୁଷ୍କ କରାଇଲ।


ପରମେଶ୍ୱର ନୋହ ଏବଂ ତାଙ୍କ ସହିତ ଜାହାଜରେ ଥିବା ସମସ୍ତ ଜୀବିତ ପ୍ରାଣୀକୁ ମନେ ପକାଇଲେ। ପରମେଶ୍ୱର ପୃଥିବୀ ଉପରେ ପବନ ବୁହାଇଲେ ଏବଂ ବନ୍ୟା ଜଳ କମିଗଲା।


ଆମ୍ଭେ ଆସିଲା ବେଳେ କାହିଁକି କେହି ଉପସ୍ଥିତ ନ ଥିଲ? ଆମ୍ଭେ ଡାକିଲା ବେଳେ କେହି ଉତ୍ତର ଦେବାକୁ କାହିଁକି ନ ଥିଲ? ଆମ୍ଭର ହସ୍ତ କ’ଣ ଛୋଟ ଯେ ତାହା ମୁକ୍ତ କରି ପାରିବ ନାହିଁ? କିମ୍ବା ଉଦ୍ଧାର କରିବା ପାଇଁ ଆମ୍ଭର କ’ଣ ପରାକ୍ରମ ନାହିଁ? ଦେଖ, ଆମ୍ଭର ଆଦେଶରେ ସମୁଦ୍ର ଶୁଖିଯାଇପାରେ ଓ ନଦନଦୀକୁ ପ୍ରାନ୍ତର କରିଦେଇ ପାରୁ। ସେଥିରେ ଥିବା ମତ୍ସ୍ୟ ଜଳ ଅଭାବରୁ ତୃଷାର୍ତ୍ତ ହୋଇ ମରିଯିବେ ଓ ଦୁର୍ଗନ୍ଧ ହେବ।


ମୋଶା ତାଙ୍କର ଆଶାବାଡ଼ି ସୂଫସମୁଦ୍ର ଉପରେ ବୁଲାଇବାରୁ ସଦାପ୍ରଭୁ ପୂର୍ବଦିଗରୁ ରାତିସାରା ପ୍ରଚଣ୍ଡ ବେଗରେ ପବନ ସମୁଦ୍ର ଉପରେ ବୁହାଇଲେ। ପାଣି ଦୁଇ ଭାଗ ହୋଇଗଲା ଏବଂ ସମୁଦ୍ର ମଧ୍ୟ ଶୁଷ୍କ ଭୂମିରେ ପରିଣତ ହୋଇଗଲା।


ଯେ ନିଜର ଅ‌‌ଦ୍‌‌ଭୂତ ଶକ୍ତି ବଳରେ ନିଜର ଦକ୍ଷିଣ ହସ୍ତ ସାହାଯ୍ୟରେ ମୋଶାଙ୍କୁ ପରିଗ୍ଭଳିତ କଲେ ଓ ନିଜ ପାଇଁ ଅନନ୍ତକାଳସ୍ଥାୟୀ ନାମ ସ୍ଥାପନ ଉଦ୍ଦେଶ୍ୟରେ ସେମାନଙ୍କ ସମ୍ମୁଖରେ ଜଳକୁ ଦୁଇଭାଗ କଲେ, ସେ କାହାନ୍ତି?


ସେମାନେ ଦାରୁଣ ବ୍ୟଥାର ସମୁଦ୍ର ମଧ୍ୟଦେଇ ପାର ହେବେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିଯିବ। ଅଶୂରର ଗର୍ବ ନତ ହେବ ଏବଂ ମିଶରର ରାଜଦଣ୍ତ ଗ୍ଭଲିଯିବ।


Swiv nou:

Piblisite


Piblisite