Biblia Todo Logo
Bib sou entènèt

- Piblisite -




ଯିଶାଇୟ 44:19 - ପବିତ୍ର ବାଇବଲ

19 ସେହି ଲୋକମାନେ ଭାବି ନ ଥା’ନ୍ତି। ସେମାନେ ଏହା କରିବା ପାଇଁ ବୁଦ୍ଧି ଜ୍ଞାନ ହରାଇ ଥା’ନ୍ତି। ସେମାନେ ବୁଝନ୍ତି ନାହିଁ ଯେ, “ଅଧା କାଠ ପୋଡ଼ି ଆମ୍ଭେ ଉଷୁମ ପାଇଲୁ, ଉତ୍ତପ୍ତ ଅଙ୍ଗାରରେ ରୋଟୀ ସେକି ଓ ମାଂସ ରାନ୍ଧି ଖାଇଲୁ ଓ ଅବଶିଷ୍ଟାଂଶରେ ପ୍ରତିମା ଗଢ଼ିଲୁ ଯାହାକି ଅସାର ଓ ଘୃଣାଯୋଗ୍ୟ। ପୁଣି ସେ କାଠ ଆଗରେ ଦଣ୍ଡବତ ହେଲୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 କେହି ମନେ କରେ ନାହିଁ, କିଅବା ଏହା କହିବା ପାଇଁ କାହାରି ଜ୍ଞାନ କି ବୁଦ୍ଧି ନାହିଁ ଯେ, ଯହିଁର ଏକ ଅଂଶ ନେଇ ଆମ୍ଭେ ଅଗ୍ନିରେ ଦଗ୍ଧ କରିଅଛୁ ଓ ଯହିଁର ଜ୍ଵଳ; ଅଙ୍ଗାର ନେଇ ରୋଟୀ ପାକ କରିଅଛୁ ଓ ମାଂସ ପାକ କରି ଭୋଜନ କରିଅଛୁ, ତହିଁର ଅବଶିଷ୍ଟାଂଶ ନେଇ କି ଘୃଣାଯୋଗ୍ୟ ବସ୍ତୁ ନିର୍ମାଣ କରିବା? ଆମ୍ଭେ କି ଖଣ୍ତେ କାଷ୍ଠ ଆଗରେ ଦଣ୍ତବତ କରିବା?

Gade chapit la Kopi

ଓଡିଆ ବାଇବେଲ

19 କେହି ମନେ କରେ ନାହିଁ, କିଅବା ଏହା କହିବା ପାଇଁ କାହାରି ଜ୍ଞାନ କି ବୁଦ୍ଧି ନାହିଁ ଯେ, “ଯହିଁର ଏକ ଅଂଶ ନେଇ ଆମ୍ଭେ ଅଗ୍ନିରେ ଦଗ୍ଧ କରିଅଛୁ ଓ ଯହିଁର ଜ୍ୱଳ; ଅଙ୍ଗାର ନେଇ ରୁଟି ପାକ କରିଅଛୁ ଓ ମାଂସ ପାକ କରି ଭୋଜନ କରିଅଛୁ, ତହିଁର ଅବଶିଷ୍ଟାଂଶ ନେଇ କି ଘୃଣାଯୋଗ୍ୟ ବସ୍ତୁ ନିର୍ମାଣ କରିବା ? ଆମ୍ଭେ କି ଖଣ୍ଡେ କାଷ୍ଠ ଆଗରେ ଦଣ୍ଡବତ କରିବା ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 କେହି ମନେ କରେ ନାହିଁ, କିଅବା ଏହା କହିବା ପାଇଁ କାହାରି ଜ୍ଞାନ କି ବୁଦ୍ଧି ନାହିଁ ଯେ, “ଯହିଁର ଏକ ଅଂଶ ନେଇ ଆମ୍ଭେ ଅଗ୍ନିରେ ଦଗ୍ଧ କରିଅଛୁ ଓ ଯହିଁର ଜ୍ୱଳ; ଅଙ୍ଗାର ନେଇ ରୁଟି ପାକ କରିଅଛୁ ଓ ମାଂସ ପାକ କରି ଭୋଜନ କରିଅଛୁ, ତହିଁର ଅବଶିଷ୍ଟାଂଶ ନେଇ କି ଘୃଣାଯୋଗ୍ୟ ବସ୍ତୁ ନିର୍ମାଣ କରିବା? ଆମ୍ଭେ କି ଖଣ୍ଡେ କାଷ୍ଠ ଆଗରେ ଦଣ୍ଡବତ କରିବା?”

Gade chapit la Kopi




ଯିଶାଇୟ 44:19
16 Referans Kwoze  

“‘ଯେଉଁ ମନୁଷ୍ୟ କୌଣସି ଖୋଦିତ କିଅବା ଛାଞ୍ଚ ଢଳା ମୂର୍ତ୍ତି ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକୁ ଏକ ଗୋପନ ସ୍ଥାନରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହେବା ଉଚିତ୍।’ “ତହିଁରେ ସମସ୍ତ ଲୋକ ଉତ୍ତର ଦେଇ କହିବେ, ‘ଆମେନ୍’।


ଶଲୋମନ ଯିରୁଶାଲମର ପରବର୍ତ୍ତୀ ପର୍ବତରେ ମୋୟାବର ଘୃଣାଯୋଗ୍ୟ କମୋଶ୍ ମୂର୍ତ୍ତି ଓ ଅମ୍ମୋନ-ସନ୍ତାନଗଣର ଘୃଣାଯୋଗ୍ୟ ମୋଲକର ଉପାସନା ନିମନ୍ତେ ଉଚ୍ଚସ୍ଥଳୀ ନିର୍ମାଣ କଲେ।


ଶଲୋମନ ସୀଦୋନୀୟମାନଙ୍କ ଦେବତା ଅଷ୍ଟାରୋତକୁ ଓ ଅମ୍ମୋନୀୟମାନଙ୍କ ଭୟଙ୍କର ମୂର୍ତ୍ତି ମି‌ଲ୍‌‌‌କମର ଉପାସନା କଲେ।


ସେମାନଙ୍କର ଦୋଷକୁ ଆମ୍ଭେ ସ୍ମରଣ କରିବା ସେହି ଲୋକମାନେ ବିଶ୍ୱାସ କରନ୍ତି ନାହିଁ। ସେମାନେ ଯେଉଁ ମନ୍ଦକାର୍ଯ୍ୟସବୁ ଗ୍ଭରିଆଡ଼େ କରିଥିଲେ ଆମ୍ଭେ ସ୍ପଷ୍ଟ ଭାବରେ ଦେଖି ପାରୁଛୁ।


ସେ ଲୋକଟି ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ତୁମ୍ଭର ଆଖି ଓ କାନ ଖୋଲା ରଖିଛ ଓ ଧ୍ୟାନ ଦେଇଛ, ଯାହା ମୁଁ ତୁମ୍ଭକୁ ଦେଖାଇବା ପାଇଁ ଯାଉଛି, ଏଥିପାଇଁ ତୁମ୍ଭକୁ ଏଠାକୁ ଅଣାଗଲା। ତୁମ୍ଭେ ଯାହାସବୁ ଦେଖିବ ସେଗୁଡ଼ିକ ଇସ୍ରାଏଲର ଲୋକମାନଙ୍କୁ ଜଣାଅ।”


“ହେ ନାନା ଦେଶୀୟ ରକ୍ଷାପ୍ରାପ୍ତ ଲୋକମାନେ, ତୁମ୍ଭେମାନେ ଏକତ୍ରିତ ହୋଇ ଆସ। ଏକ ସଙ୍ଗେ ନିକଟକୁ ଆସ। ଯେଉଁମାନେ ନିଜର ଖୋଦିତ ପ୍ରତିମାର କାଠ ବହନ କରି ବୁଲନ୍ତି ଓ ପରିତ୍ରାଣ କରିବାକୁ ଅସମର୍ଥ ଦେବତା ନିକଟରେ ପ୍ରାର୍ଥନା କରନ୍ତି, ସେମାନଙ୍କର କିଛି ଜ୍ଞାନ ନାହିଁ।


ସଦାପ୍ରଭୁ କୁହନ୍ତି, “ମୋର ଲୋକମାନେ ନିର୍ବାସିତ ହୁଅନ୍ତି। କାରଣ ସେମାନେ ମୋତେ ଜାଣୁ ନାହାନ୍ତି। ଇସ୍ରାଏଲର କେତେକ ବ୍ୟକ୍ତି ବର୍ତ୍ତମାନ ସମ୍ଭ୍ରାନ୍ତ ବୋଲି ବିବେଚିତ ହୁଅନ୍ତି। ମାତ୍ର, ସେହି ସମ୍ଭ୍ରାନ୍ତ ବ୍ୟକ୍ତିମାନେ ଭୋକିଲା ଥିବେ ଏବଂ ଯେଉଁମାନେ ସାଧାରଣ ଜୀବନରେ ବସବାସ କରନ୍ତି, ଅତ୍ୟନ୍ତ ତୃଷାର୍ତ୍ତ ହେବେ।


ରାଜା ଉଚ୍ଚସ୍ଥଳୀଗୁଡ଼ିକ ଅଶୁଚି କଲେ, ଯେଉଁସବୁ ଯିରୁଶାଲମର ପୂର୍ବରେ ବିନାଶ ପର୍ବତ ଉପରେ ଶଲୋମନଙ୍କ ଦ୍ୱାରା ଗଢ଼ା ହୋଇଥିଲା। ଇସ୍ରାଏଲର ରାଜା ଅଷ୍ଟାରୋତ ସମ୍ମାନାର୍ଥେ ସୀଦୋନୀୟମାନଙ୍କର ଭଣ୍ତ ଦେବୀଗଣ, କମୋଶ ପାଇଁ ମୋୟାବର ଭଣ୍ତ ଦେବତା ଏବଂ ମି‌ଲ୍‌‌‌କମ ପାଇଁ ଅମୋନୀୟମାନଙ୍କର ଭଣ୍ତ ଦେବତା ପାଇଁ ତିଆରି ହୋଇଥିଲା।


ସେ ସେମାନଙ୍କୁ କହିଲେ, “ମୁଁ ଆଜି ତୁମ୍ଭମାନଙ୍କୁ ଯେଉଁସବୁ କଥା କହିଲି, ତୁମ୍ଭେମାନେ ସେଥିପ୍ରତି ଧ୍ୟାନ ଦିଅ। ଏବଂ ତୁମ୍ଭେମାନେ ତୁମ୍ଭମାନଙ୍କର ସନ୍ତାନମାନଙ୍କୁ ଏହା ଶିକ୍ଷା ଦେଇ ସେହି ବିଧି ଅନୁସାରେ ଚଳିବାକୁ ନିର୍ଦ୍ଦେଶ ଦିଅ।


ଫାରୋ ମୋଶା ଏବଂ ହାରୋଣଙ୍କର କାର୍ଯ୍ୟରେ ଧ୍ୟାନ ନ ଦେଇ ଗୃହକୁ ଫେରିଗଲେ।


ବର୍ତ୍ତମାନ ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ‘କ’ଣ ଘଟୁଛି ଚିନ୍ତା କର।


“ତୁମ୍ଭେମାନେ ଏହା ସ୍ମରଣ କର ଓ ଶକ୍ତିଶାଳୀ ହୁଅ। ହେ ତୁମ୍ଭେମାନେ ଯେଉଁମାନେ ଅପରାଧ କର, ଏବିଷୟରେ ଚିନ୍ତା କର।


ଆଉ ମଧ୍ୟ ସେ ସମସ୍ତ ସ୍ମୃତିସ୍ତମ୍ଭ ଓ ଆଶେରା ମୂର୍ତ୍ତି ଭାଙ୍ଗି ପକାଇଲେ ଓ ସେହି ସ୍ଥାନଗୁଡ଼ିକ ମନୁଷ୍ୟର ଅସ୍ଥିରେ ପୂର୍ଣ୍ଣ କଲେ।


ସେହି ଲୋକମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ କି ବିଗ୍ଭର କରନ୍ତି ନାହିଁ। ସେମାନେ ଯେପରି ଦେଖି ନ ପାରିବେ ଏଥିପାଇଁ ସେମାନଙ୍କର ଚକ୍ଷୁ ଓ ସେମାନେ ଯେପରି ବୁଝି ନ ପାରିବେ, ଏଥିପାଇଁ ସେମାନଙ୍କର ଚିତ୍ତ ସେ ମୁଦ୍ରିତ କରିଛନ୍ତି।


ଯେ ଗୋବଧ କରେ ସେ ନରହତ୍ୟାକାରୀ ପରି ହୁଏ, ଯେ ମେଷଶାବକ ବଳିଦାନ କରେ ଯେ କୁକୁରର ବେକ କାଟିଲା ଲୋକପରି ହୁଏ, ଯେ ନୈବେଦ୍ୟ ଉତ୍ସର୍ଗ କରେ, ସେ ଶୂକର ରକ୍ତ ଉତ୍ସର୍ଗ କରିବା ଲୋକପରି ହୁଏ, ଯେ ସୁବାସିତ ଧୂପ ଜଳାଏ, ସେ ଦେବତାର ଧନ୍ୟବାଦ କରିବା ଲୋକପରି ହୁଏ। ସେମାନେ ନିଜ ନିଜ ପଥ ମନୋନୀତ କରିଅଛନ୍ତି। ସେମାନଙ୍କର ଆତ୍ମା ନିଜର ଘୃଣାଯୋଗ୍ୟ ବିଷୟରେ ସନ୍ତୁଷ୍ଟ ହୁଏ।


ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସେମାନେ ଭାବନ୍ତି ସେହି କାଠଖଣ୍ତଗୁଡ଼ିକ ସେମାନଙ୍କୁ ଉତ୍ତର ଦେବ। କାରଣ, ସେମାନେ ଗଣିକାମାନଙ୍କପରି ମିଥ୍ୟାପ୍ରତିମାର ପଛରେ ଅନୁଧାବନ କରିଛନ୍ତି। ସେମାନେ ପରମେଶ୍ୱରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହୋଇଯାଇଥିଲେ।


Swiv nou:

Piblisite


Piblisite