Biblia Todo Logo
Bib sou entènèt

- Piblisite -




ଯିଶାଇୟ 43:9 - ପବିତ୍ର ବାଇବଲ

9 ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେଣ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ।

Gade chapit la Kopi

ଓଡିଆ ବାଇବେଲ

9 ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେ ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ସର୍ବଦେଶୀୟମାନେ ସଂଗୃହୀତ ହେଉନ୍ତୁ ଓ ଗୋଷ୍ଠୀସମୂହ ଏକତ୍ରୀକୃତ ହେଉନ୍ତୁ; ସେମାନଙ୍କ ମଧ୍ୟରେ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଆମ୍ଭମାନଙ୍କୁ ଦେଖାଇ ପାରେ? ସେମାନେ ନିର୍ଦ୍ଦୋଷୀକୃତ ହେବା ନିମନ୍ତେ ଆପଣା ଆପଣା ସାକ୍ଷୀଗଣକୁ ଆଣନ୍ତୁ; ଅଥବା ସେମାନେ ଶୁଣି ଏହା ସତ୍ୟ ବୋଲି କୁହନ୍ତୁ।

Gade chapit la Kopi




ଯିଶାଇୟ 43:9
17 Referans Kwoze  

“ଶେଷରେ କ’ଣ ଘଟିବ ଆମ୍ଭେ ଆଦ୍ୟରୁ କହିଥାଉ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ୟ ସାଧିତ ହେବ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।


ହେ ସବୁ ରାଜ୍ୟ! ଚଞ୍ଚଳ ହୁଅ। ଗୋଟିଏ ସ୍ଥାନରେ ଏକତ୍ରିତ ହୁଅ। ହେ! ପରମେଶ୍ୱର! ଆପଣଙ୍କର ଶକ୍ତିଶାଳୀ ବୀରମାନଙ୍କୁ ନେଇ ଆସନ୍ତୁ।


ମୋ’ ବିରୁଦ୍ଧରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ।


ସଦାପ୍ରଭୁ କୁହନ୍ତି, “ହେ ଦ୍ୱୀପ ସମୂହ, ନୀରବ ହୁଅ। ମୋ’ ନିକଟକୁ ଆସ, ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ। ଆମ୍ଭେମାନେ ଏକତ୍ରିତ ବିଗ୍ଭର କରୁ।


ସଦାପ୍ରଭୁ ପରମେଶ୍ୱର କହିଛନ୍ତି। ସେ ପୃଥିବୀର ସମସ୍ତ ଲୋକମାନଙ୍କୁ ଏକତ୍ରିତ କରନ୍ତି ଏବଂ ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ସେମାନଙ୍କୁ କହନ୍ତି।


“ତୁମ୍ଭେମାନେ ସମସ୍ତେ ଏକତ୍ରିତ ହୋଇ ଆମ୍ଭ କଥା ଶ୍ରବଣ କର; ସେମାନଙ୍କ ମଧ୍ୟରେ କିଏ ଏହିସବୁ କଥା କରିଅଛନ୍ତି?” ସଦାପ୍ରଭୁ ତାହାକୁ ପ୍ରେମ କରିଅଛନ୍ତି। ସେ ବାବିଲ ଉପରେ ତାଙ୍କର ଉଦ୍ଦେଶ୍ୟ ସଫଳ କରିବେ ଓ କ‌‌ଲ୍‌‌ଦୀୟମାନଙ୍କ ଉପରେ ତାଙ୍କର ବାହୁ ରହିବ।


ହେ ସମସ୍ତ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଧ୍ୟାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଶ୍ରବଣ କରନ୍ତୁ, ଜଗତ ଓ ସେଥିରୁ ସୃଷ୍ଟି ସମସ୍ତ ପଦାର୍ଥ ଶ୍ରବଣ କରୁ।


“ପୂର୍ବକାଳରେ ଯାହା ଘଟିଲା ଆମ୍ଭେ ତାହା ବହୁ ପ୍ରାଚୀନ କାଳରୁ ପ୍ରକାଶ କରିଅଛୁ। ତାହା ଆମ୍ଭ ମୁଖରୁ ନିର୍ଗତ ହେଲା ଓ ତାହା ଆମ୍ଭେ ପ୍ରକାଶ କଲୁ। ଆମ୍ଭେ ତାହା କଲୁ ଓ ଅକସ୍ମାତ୍ ତାହା ସବୁ ଘଟିଲା।


ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।


Swiv nou:

Piblisite


Piblisite