ଯିଶାଇୟ 43:20 - ପବିତ୍ର ବାଇବଲ20 ଏପରିକି କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ ଗାନ କରିବେ। କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ଜଳପାନ ପାଇଁ ପ୍ରାନ୍ତର ଓ ମରୁଭୂମିରେ ନଦନଦୀ କରୁଥିବାରୁ ସେମାନେ ଆମ୍ଭର ଗୌରବ କରିବେ। Gade chapit laପବିତ୍ର ବାଇବଲ (Re-edited) - (BSI)20 କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଉଷ୍ଟ୍ର ପକ୍ଷୀଗଣ ଆମ୍ଭର ଗୌରବ କରିବେ; କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ପାନାର୍ଥେ ପ୍ରାନ୍ତର ମଧ୍ୟରେ ଜଳ ଓ ମରୁଭୂମିରେ ନଦନଦୀ ଯୋଗାଉ; Gade chapit laଓଡିଆ ବାଇବେଲ20 କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଓଟପକ୍ଷୀଗଣ ଆମ୍ଭର ଗୌରବ କରିବେ; କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ପାନାର୍ଥେ ପ୍ରାନ୍ତର ମଧ୍ୟରେ ଜଳ ଓ ମରୁଭୂମିରେ ନଦନଦୀ ଯୋଗାଉ; Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT20 କ୍ଷେତ୍ରର ପଶୁଗଣ, ଶୃଗାଳ ଓ ଓଟପକ୍ଷୀଗଣ ଆମ୍ଭର ଗୌରବ କରିବେ; କାରଣ ଆମ୍ଭେ ଆପଣା ମନୋନୀତ ଲୋକମାନଙ୍କର ପାନାର୍ଥେ ପ୍ରାନ୍ତର ମଧ୍ୟରେ ଜଳ ଓ ମରୁଭୂମିରେ ନଦ-ନଦୀ ଯୋଗାଉ; Gade chapit la |
କାହିଁକି ଏସବୁ ହେବ? କାରଣ ପ୍ରବଳ ଶକ୍ତିମାନ ସଦାପ୍ରଭୁ ଆମ୍ଭମାନଙ୍କର ସହାୟକ ହେବେ। ସେ ସ୍ଥାନ ପ୍ରଶସ୍ତ ନଦନଦୀ ଓ ସ୍ରୋତ ସମୂହର ସ୍ଥାନ ହେବ। କିନ୍ତୁ ସେହି ନଦୀମାନଙ୍କରେ ଆହୁଲା ଯୁକ୍ତ କୌଣସି ନୌକା ଗତି କରିବ ନାହିଁ କି ଭୟଙ୍କର ଜାହାଜ ତାହାକୁ ଅତିକ୍ରମ କରିବ ନାହିଁ। ତୁମ୍ଭେମାନେ ସେହି ପୋତର ରଜ୍ଜୁ ଛାଡ଼ି ଦେବ। ତୁମ୍ଭେମାନେ ଜାହାଜର ମାସ୍ତୁଲକୁ ଶକ୍ତ କରିବ ନାହିଁ। ତୁମ୍ଭେମାନେ ତୁମ୍ଭର ଜାହାଜକୁ ଖୋଲିବାକୁ କ୍ଷମ ହେବ ନାହିଁ। କାରଣ ସଦାପ୍ରଭୁ ଆମ୍ଭମାନଙ୍କର ବିଗ୍ଭରକର୍ତ୍ତା, ସଦାପ୍ରଭୁ ଆମ୍ଭମାନଙ୍କର ବ୍ୟବସ୍ଥାପକ, ସଦାପ୍ରଭୁ ଆମ୍ଭମାନଙ୍କର ରାଜା, ସେ ଆମ୍ଭମାନଙ୍କୁ ପରିତ୍ରାଣ କରିବେ। ତେଣୁ ସଦାପ୍ରଭୁ ଆମ୍ଭମାନଙ୍କୁ ବିପୁଳ ସମ୍ପଦ ଦେବେ। ଏପରିକି ଛୋଟ ଲୋକ ମଧ୍ୟ ଲୁଟିତ ସମ୍ପଦ ପାଇବ।