Biblia Todo Logo
Bib sou entènèt

- Piblisite -




ଯିଶାଇୟ 43:10 - ପବିତ୍ର ବାଇବଲ

10 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ତୁମ୍ଭେମାନେ ମୋର ମନୋନୀତ ଦାସ। କାରଣ ତୁମ୍ଭେମାନେ ମୋ'ଠାରେ ବିଶ୍ୱାସ ରଖନ୍ତୁ ବୋଲି ପ୍ରଗ୍ଭର କରିବ ଓ ‘ଆମ୍ଭେ ସେହି ଅଟୁ’ ବୋଲି ସେମାନେ ଯେପରି ବୁଝିବେ। ଆମ୍ଭେ ପ୍ରକୃତ ପରମେଶ୍ୱର, ପୂର୍ବରୁ କେହି ପରମେଶ୍ୱର ନ ଥିଲେ କି ପରେ କେହି ଈଶ୍ୱର ହେବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

10 ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ଵାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ; ଆମ୍ଭ ପୂର୍ବରେ କୌଣସି ଈଶ୍ଵର ନିର୍ମିତ ନୋହିଲା, କିଅବା ଆମ୍ଭ ଉତ୍ତାରେ ନୋହିବ।

Gade chapit la Kopi

ଓଡିଆ ବାଇବେଲ

10 ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ,” ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

10 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଯେପରି ଜାଣି ଆମ୍ଭଠାରେ ବିଶ୍ୱାସ କରିବ ଓ ଆମ୍ଭେ ସେହି ଅଟୁ ବୋଲି ବୁଝିବ, ଏଥିପାଇଁ ତୁମ୍ଭେମାନେ ଆମ୍ଭର ସାକ୍ଷୀ ଓ ଆମ୍ଭର ମନୋନୀତ ଦାସ ଅଟ, ଆମ୍ଭ ପୂର୍ବରେ କୌଣସି ଈଶ୍ୱର ନିର୍ମିତ ହେଲା ନାହିଁ, କିଅବା ଆମ୍ଭ ଉତ୍ତାରେ ହେବ ନାହିଁ।

Gade chapit la Kopi




ଯିଶାଇୟ 43:10
29 Referans Kwoze  

କିଏ ଆଦ୍ୟରୁ ପୁରୁଷକୁ ପୁରୁଷ ଧରି ଏକ କାର୍ଯ୍ୟ ସାଧନ କରିଅଛି? ଆମ୍ଭେ ସଦାପ୍ରଭୁ, ଆଦି ଓ ଶେଷକାଳ ପର୍ଯ୍ୟନ୍ତ ସଙ୍ଗରେ ଥାଉ, ଆମ୍ଭେ ସେହି ଅଟୁ।


ସୂର୍ଯ୍ୟୋଦୟର ସ୍ଥାନରୁ ପଶ୍ଚିମ ଦିଗ ପର୍ଯ୍ୟନ୍ତ ସମସ୍ତ ଲୋକେ ଜାଣିବେ ଯେ ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭେ ସଦାପ୍ରଭୁ ଓ ଅଦ୍ୱିତୀୟ ଆଉ କେହି ନାହିଁ।


ଆମ୍ଭେ ତାକୁ ପ୍ରକାଶ କରିଅଛୁ ଏବଂ ଆମ୍ଭେ ପରିତ୍ରାଣ କରିଅଛୁ, ତୁମ୍ଭମାନଙ୍କ ମଧ୍ୟରେ କେହି ବିଦେଶୀୟ ଦେବତା ନ ଥିଲେ, ଆମ୍ଭେ ଦେଖାଇଅଛୁ। ଏଣୁ ସଦାପ୍ରଭୁ କୁହନ୍ତି, ତୁମ୍ଭେମାନେ ଆମ୍ଭର ସାକ୍ଷୀ ଅଟ ଓ ଆମ୍ଭେ ପରମେଶ୍ୱର ଅଟୁ।”


କିନ୍ତୁ ପବିତ୍ରଆତ୍ମା ତୁମ୍ଭମାନଙ୍କ ଉପରେ ଅବତୀର୍ଣ୍ଣ ହେଲେ। ତୁମ୍ଭେମାନେ ଶକ୍ତି ପାଇ ତୁମ୍ଭେମାନେ ମୋର ସାକ୍ଷୀ ହେବ। ପ୍ରଥମେ ଯିରୁଶାଲମର ଲୋକମାନଙ୍କୁ, ତା'ପରେ ତୁମ୍ଭେମାନେ ସମଗ୍ର ଯିହୂଦା ପ୍ରଦେଶ, ଶମିରୋଣ ଓ ପୃଥିବୀର ସମସ୍ତ ଅଞ୍ଚଳରେ।”


ସେ ପରମେଶ୍ୱରଙ୍କ ସହିତ ଥିବା ନିଜ ସ୍ଥାନକୁ ଛାଡ଼ି ଦାସ ରୂପ ଗ୍ରହଣ କରିଥିଲେ। ସେ ମାନବ ରୂପରେ ଜନ୍ମ ଗ୍ରହଣ କରି ଦାସ ଭଳି ହେଲେ। ମନୁଷ୍ୟ ଭାବରେ ଜୀବନଯାପନ କଲାବେଳେ,


“ମୋର ଦାସକୁ ଦେଖ। ମୁଁ ତାକୁ ମନୋନୀତ କରିଅଛି। ମୋର ଚିତ୍ତ ତାହାଠାରେ ସନ୍ତୁଷ୍ଟ। ମୁଁ ତାହା ଉପରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ୟଦେଶ ପ୍ରତି ନ୍ୟାୟ ବିଗ୍ଭର କରିବ।


ଲୋକମାନେ ଏହା ଦେଖି ବୁଝିବେ ଓ ଜାଣିବେ ଏବଂ ବିବେଚନା କରିବେ ଯେ ସଦାପ୍ରଭୁଙ୍କ ହସ୍ତ ଏହିକାର୍ଯ୍ୟ କରିଅଛି ଓ ଇସ୍ରାଏଲର ପରମେଶ୍ୱର ଧର୍ମସ୍ୱରୂପ ଏହା ସୃଷ୍ଟି କରିଅଛନ୍ତି।”


ଯୋହନ ଯାହାସବୁ ଦେଖିଲେ, ତାହାର ସାକ୍ଷ୍ୟ ସେ ଦେଲେ ଓ ପରମେଶ୍ୱରଙ୍କର ଏହି ସତ୍ୟ ବାକ୍ୟ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଯୋହନଙ୍କୁ କୁହାଗଲା।


କିନ୍ତୁ ଏହି ପୁସ୍ତକରେ ଏହିସବୁ ଲେଖା ହୋଇଛି ଯେପରି ତୁମ୍ଭେ ବିଶ୍ୱାସ କରିବ ଯେ ଯୀଶୁ ହେଉଛନ୍ତି ଖ୍ରୀଷ୍ଟ ଓ ପରମେଶ୍ୱରଙ୍କର ପୁତ୍ର ଅଟନ୍ତି ଓ ବିଶ୍ୱାସ କରି, ତୁମ୍ଭେମାନେ ତାହାଙ୍କ ନାମ ଦ୍ୱାରା ଜୀବନ ପ୍ରାପ୍ତ ହେବ, ଏଥିନିମନ୍ତେ ଏ ସମସ୍ତ ଲେଖାଯାଇଛି।


ତୁମ୍ଭେ ମୋ’ ବିଷୟରେ ଲୋକମାନଙ୍କୁ ମଧ୍ୟ କହିବ, କାରଣ ତୁମ୍ଭେମାନେ ପ୍ରଥମରୁ ମୋ’ ସହିତ ରହିଛ।


“ହେ ମୋର ଦାସ ଇସ୍ରାଏଲ, ମୋର ମନୋନୀତ ଯାକୁବ ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ।


ଯୀଶୁ ହେଉଛନ୍ତି ବିଶ୍ୱସ୍ତ ସାକ୍ଷୀ। ମୃତ୍ୟୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା। ସେହି ଯୀଶୁ ଆମ୍ଭମାନଙ୍କୁ ପ୍ରେମ କରନ୍ତି। ସେହି ଯୀଶୁ ତାହାଙ୍କ ରକ୍ତ ଦେଇ ଆମ୍ଭମାନଙ୍କୁ ପାପରୁ ମୁକ୍ତ କରିଛନ୍ତି।


ଆମ୍ଭେ ମଧ୍ୟ ପରମେଶ୍ୱରଙ୍କ ବିଷୟରେ ମିଛ କହିଥିବା ଅପରାଧରେ ଅପରାଧୀ। କାରଣ ଆମ୍ଭେ ପରମେଶ୍ୱରଙ୍କ ବିଷୟରେ ପ୍ରଗ୍ଭର କରିଛୁ ଯେ, ସେ ଯୀଶୁଙ୍କୁ ମୃତ୍ୟୁରୁ ଉଠାଇଛନ୍ତି। ଯଦି ମୃତମାନେ ଉ‌ତ୍‌‌ଥିତ ନ ହୁଅନ୍ତି, ତା'ହେଲେ ପରମେଶ୍ୱର ମଧ୍ୟ ଖ୍ରୀଷ୍ଟଙ୍କୁ ମୃତ୍ୟୁରୁ ଉଠାଇ ନାହାନ୍ତି।


“ଲାଅଦିକୀଆ ମଣ୍ଡଳୀର ଦୂତଙ୍କ ପାଖକୁ ଏହା ଲେଖ: “ଯେ ଏହିସବୁ ତୁମ୍ଭକୁ କହୁଛନ୍ତି, ସେ ଆମେନ୍ ବିଶ୍ୱସ୍ତ ଓ ସତ୍ୟ ସାକ୍ଷୀ ଅଟନ୍ତି। ପରମେଶ୍ୱର ସୃଷ୍ଟି କରିଥିବା ସମସ୍ତ ବିଷୟର ଶାସକ। ସେ ଏହି କଥା କହନ୍ତି:


ତୁମ୍ଭେମାନେ ପରମେଶ୍ୱରଙ୍କ ଅନୁଗ୍ରହ ବିଷୟରେ ଏପାଫ୍ରାଙ୍କଠାରୁ ଜାଣିଲ। ଏପାଫ୍ରା ଆମ୍ଭ ସହିତ କାମ କରନ୍ତି ଓ ଆମ୍ଭେମାନେ ତାହାଙ୍କୁ ଭଲ ପାଉ। ସେ ଖ୍ରୀଷ୍ଟଙ୍କର ଜଣେ ବିଶ୍ୱାସୀ ସେବକ।


ଦେଖ, ଆମ୍ଭେ ତାଙ୍କୁ ଗୋଷ୍ଠୀବର୍ଗର ସାକ୍ଷୀରୂପେ, ଗୋଷ୍ଠୀବର୍ଗରେ ଶାସକ ଓ ଆଜ୍ଞାଦାତା ରୂପେ ନିଯୁକ୍ତ କରିଅଛୁ।”


ଏହିସବୁ ତୁମ୍ଭ ପ୍ରତି ପ୍ରକାଶିତ ହେଲା, ଯେପରି ତୁମ୍ଭେମାନେ ଜାଣି ପାରିବ, ଯେ ସଦାପ୍ରଭୁ ପରମେଶ୍ୱର ଅଟନ୍ତି, ତାଙ୍କ ଭିନ୍ନ ଆଉ କେହି ନାହିଁ।


“‘ଏବେ ଦେଖ ଆମ୍ଭେ କେବଳ ପରମେଶ୍ୱର ଅଟୁ। ଆଉ କୌଣସି ଅନ୍ୟ ଦେବତା ନାହିଁ। ଆମ୍ଭେ ମରଣ ଦେଉ, ଆମ୍ଭେ ଜୀବନ ଦାନ କରୁ। ଆମ୍ଭେ ଲୋକମାନଙ୍କୁ ଆରୋଗ୍ୟ କରିପାରୁ। କୌଣସି ବ୍ୟକ୍ତି ଆମ୍ଭ ଶକ୍ତିଠାରୁ ରକ୍ଷା କରି ପାରିବ ନାହିଁ


କିନ୍ତୁ ତୁମ୍ଭେ ପରମେଶ୍ୱର, କେବେ ପରିବର୍ତ୍ତନ ହେବ ନାହିଁ। ତୁମ୍ଭେ ଚିରକାଳ ରହିବ।


ଆମ୍ଭେ ସଦାପ୍ରଭୁ, ଆମ୍ଭେ ଅଦ୍ୱିତୀୟ। ଆମ୍ଭ ବ୍ୟତୀତ ପରମେଶ୍ୱର କେହି ନାହାନ୍ତି। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସୁଦୃଢ଼ କରିବା।


“ହେ ଯାକୁବ, ଆମ୍ଭ ଆହୂତ ଇସ୍ରାଏଲ, ତୁମ୍ଭେମାନେ ଆମ୍ଭ କଥାକୁ ଶ୍ରବଣ କର। ଆମ୍ଭେ ହେଉଛୁ ଆଦ୍ୟ ଓ ଅନ୍ତ।


ପୁଣି ରାଜାମାନେ ତୁମ୍ଭର ପାଳିତ ପିତା ହେବେ ଓ ସେମାନଙ୍କର ରାଣୀମାନେ ତୁମ୍ଭର ପାଳିତା ମାତା ହେବେ, ସେମାନେ ନତମୁଖ ହୋଇ ତୁମ୍ଭକୁ ପ୍ରଣାମ କରିବେ ଓ ତୁମ୍ଭର ପାଦର ଧୂଳି ଗ୍ଭଟିବେ; ତେଣୁ ଆମ୍ଭେ ଯେ ସଦାପ୍ରଭୁ ଓ ଯେ ଆମ୍ଭ ଉପରେ ବିଶ୍ୱାସ ରଖନ୍ତି, ସେ ଲଜ୍ଜିତ ହେବେ ନାହିଁ, ଏହା ତୁମ୍ଭେ ଜାଣିବ।”


ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କହୁଛନ୍ତି। “ଶ‌‌ଲ୍‌‌ଟିୟେଲଙ୍କ ପୁତ୍ର ଯିରୁବ୍ବାବିଲ, ତୁମ୍ଭେ ଆମ୍ଭର ଭୃତ୍ୟ। ଆମ୍ଭେ ତୁମ୍ଭକୁ ବାଛିଅଛୁ, ସେହି ସମୟରେ ଆମ୍ଭେ ତୁମ୍ଭକୁ ଏକ ମୋହର ଥିବା ମୁଦି କରିବା। ଆମ୍ଭେ ଏସବୁ କରିଛୁ ବୋଲି ତୁମ୍ଭେ ଏହାର ପ୍ରମାଣ ହେବ।” ସର୍ବଶକ୍ତିମାନ ସଦାପ୍ରଭୁ ଏହିସବୁ ବାକ୍ୟ କହିଲେ।


ତେଣୁ ହାରୋଣ ମିଶରର ସମସ୍ତ ଜଳଭାଗ ଉପରେ ତାଙ୍କର ହସ୍ତ ପ୍ରସାରଣ କଲେ। ଏଥିରେ ବେଙ୍ଗମାନେ ଜଳଭାଗରୁ ବାହାରି ମିଶରର ଭୂମିରେ ପରିପୂର୍ଣ୍ଣ ହୋଇଗଲେ।


“ଏଥିପାଇଁ ତୁମ୍ଭେମାନେ ଆଜି ଏହା ଚିନ୍ତା ଓ ହୃଦୟଙ୍ଗମ କରିବା ଉଚିତ୍ ଯେ, ସଦାପ୍ରଭୁ ପରମେଶ୍ୱର ହିଁ ସ୍ୱର୍ଗର ଉପରେ ଓ ପୃଥିବୀ ତଳେ ଅଛନ୍ତି, ଅନ୍ୟ କେହି ନୁହେଁ।


Swiv nou:

Piblisite


Piblisite