Biblia Todo Logo
Bib sou entènèt

- Piblisite -




ଯିଶାଇୟ 42:20 - ପବିତ୍ର ବାଇବଲ

20 ମୋର ଦାସ ଯଦିଓ ସବୁ ଦେଖୁଅଛି, ତଥାପି ସେ ମନୋଯୋଗ କରୁ ନାହିଁ। ତା'ର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

20 ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁନ୍ତ ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।

Gade chapit la Kopi

ଓଡିଆ ବାଇବେଲ

20 ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁ; ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

20 ତୁମ୍ଭେ ଅନେକ ବିଷୟ ଦେଖୁଅଛ, ମାତ୍ର ମନୋଯୋଗ କରୁ ନାହଁ; ତାହାର କର୍ଣ୍ଣ ମୁକ୍ତ ଅଛି, ମାତ୍ର ସେ ଶୁଣୁ ନାହିଁ।

Gade chapit la Kopi




ଯିଶାଇୟ 42:20
20 Referans Kwoze  

ତୁମ୍ଭେ ଅନ୍ୟ ଲୋକଙ୍କୁ ଶିକ୍ଷା ଦେଉଛ। ସେ ଦୃଷ୍ଟିରୁ ତୁମ୍ଭେ ନିଜକୁ ଶିକ୍ଷା କାହିଁକି ଦେଉ ନାହଁ? ତୁମ୍ଭେ ଲୋକଙ୍କୁ କହୁଛ ଗ୍ଭେରି କର ନାହିଁ। କିନ୍ତୁ ତୁମ୍ଭେ ନିଜେ ଗ୍ଭେରି କରୁଛ।


ଏବଂ ସେମାନେ ମୋ’ ଲୋକପରି ତୁମ୍ଭ ନିକଟକୁ ଆସନ୍ତି। ମୋ’ ଲୋକପରି ସେମାନେ ତୁମ୍ଭ ସମ୍ମୁଖରେ ବସନ୍ତି ଓ ତୁମ୍ଭ କଥା ଶୁଣନ୍ତି। କିନ୍ତୁ ସେମାନେ ମୋ’ କଥା ମାନନ୍ତି ନାହିଁ। କାରଣ ସେମାନେ କେବଳ ତାହା କରନ୍ତି, ଯାହା ସେମାନେ କରିବାକୁ ଗ୍ଭହାନ୍ତି। ଏବଂ ସେମାନଙ୍କ ହୃଦୟ ଅସାଧୁ ଲାଭ ପାଇଁ ଲୋଭି ଅଟେ।


ମୁଁ କାହାକୁ କହିବି? କାହାକୁ ମୁଁ ସତର୍କ କରିବି? କିଏ ବା ମୋ’ କଥା ଶୁଣିବ? ଇସ୍ରାଏଲର ଲୋକମାନେ ସେମାନଙ୍କର କର୍ଣ୍ଣ ବନ୍ଦ କରିଛନ୍ତି, ତେଣୁ ସେମାନେ ମୋ’ କଥା ଶୁଣି ପାରନ୍ତି ନାହିଁ। ସେମାନେ ସଦାପ୍ରଭୁଙ୍କ ବାକ୍ୟ ଶୁଣିବାକୁ ଆଗ୍ରହ କରନ୍ତି ନାହିଁ। ତାଙ୍କର ବାର୍ତ୍ତା ଶୁଣିବାକୁ ଇଚ୍ଛା କରନ୍ତି ନାହିଁ।


ତାହାହେଲେ ସେମାନେ ପ୍ରତିଦିନ ଆମ୍ଭର ଅନ୍ୱେଷଣ କରିବେ ଓ ମୋର ପଥ ବିଷୟରେ ଜାଣିବାକୁ ଚେଷ୍ଟା କରିବେ। ଯେଉଁ ଗୋଷ୍ଠୀୟ ଲୋକେ ପୂଜା କର୍ମ କରିଛନ୍ତି ଓ ନିଜର ପରମେଶ୍ୱରଙ୍କର ବିଧାନ ତ୍ୟାଗ କରି ନାହାନ୍ତି, ସେମାନଙ୍କ ପରି ସେମାନେ ପୂଜାବିଧାନ ବିଷୟ ଆମ୍ଭକୁ ପଗ୍ଭରନ୍ତି ଓ ପରମେଶ୍ୱରଙ୍କ ନିକଟକୁ ଆସିବାକୁ ସନ୍ତୁଷ୍ଟ ହୁଅନ୍ତି।


ଗାଈ ତା'ର ମୁନିବକୁ ଜାଣେ, ଗଧ ନିଜର ମୁନିବର ସଂଗ୍ଭଳକଙ୍କୁ ଜାଣେ, ମାତ୍ର ଇସ୍ରାଏଲ ଲୋକମାନେ ମୋତେ ଚିହ୍ନି ପାରିଲେ ନାହିଁ। ମୋର ଲୋକମାନେ ମୋତେ ବୁଝୁ ନାହାନ୍ତି।”


ଯେ ଜ୍ଞାନବାନ୍, ସେ ଏହିସବୁ ବିଷୟରେ ମନୋଯୋଗ କରିବ। ପୁଣି ସେ ପରମେଶ୍ୱରଙ୍କର ପ୍ରକୃତ କରୁଣା ପ୍ରେମକୁ ସେ ବୁଝିବା ଉଚିତ୍।


କିନ୍ତୁ ସାବଧାନ ହୁଅ। ନିଶ୍ଚିତ ରୂପେ ତୁମ୍ଭେମାନେ ବଞ୍ଚିଥିବା ପର୍ଯ୍ୟନ୍ତ ତୁମ୍ଭେମାନେ ଦେଖିଥିବା କାର୍ଯ୍ୟଗୁଡ଼ିକ କଦାପି ଭୁଲିବ ନାହିଁ। ତୁମ୍ଭେମାନେ ତୁମ୍ଭର ସନ୍ତାନମାନଙ୍କୁ ଓ ତୁମ୍ଭର ନାତୀନାତୁଣୀମାନଙ୍କୁ ସେଗୁଡ଼ିକ ଶିକ୍ଷା ଦିଅ।


ଏମାନଙ୍କ ମଧ୍ୟରୁ ଏହି ଲୋକ ମୋର ମହିମା ଦେଖିଲେ, ପୁଣି ଯେଉଁମାନେ ମିଶରରେ ଓ ମରୁଭୂମିରେ ଚିହ୍ନସ୍ୱରୂପ ମୋର କୃତ କର୍ମ ଦେଖାଇଛନ୍ତି ଏବଂ ଯେଉଁମାନେ ମୋତେ ବହୁତ ଥର ପରୀକ୍ଷା କରିଛନ୍ତି ଓ ଯେଉଁମାନେ ମୋ’ ବାକ୍ୟ ରବରେ ଅମନୋଯୋଗୀ ହୋଇଅଛନ୍ତି,


ସେଇଥିପାଇଁ ମୁଁ ସେମାନଙ୍କୁ କାହାଣୀ ମାଧ୍ୟମରେ ଉପଦେଶ ଦେଉଛି। କାରଣ ସେମାନେ ଚେଷ୍ଟା କଲେ ମଧ୍ୟ ପ୍ରକୃତରେ କିଛି ବୁଝିପାରନ୍ତି ନାହିଁ।


ତା'ପରେ ସଦାପ୍ରଭୁ କହିଲେ, “ଯାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ‘ଯଦିଓ ତୁମ୍ଭେମାନେ ଶୁଣୁଛ, କିନ୍ତୁ ତୁମ୍ଭେମାନେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।’


“‘ତୁମ୍ଭେ ସେମାନଙ୍କ ନିକଟରେ ମଧୁର ସଙ୍ଗୀତ ଗାନ କରୁଥିବା ଗାୟକ ସଦୃଶ ଅଟ। ତୁମ୍ଭର ମଧୁର ସ୍ୱର ଅଛି, ତୁମ୍ଭେ ଉତ୍ତମ ରୂପେ ବାଦ୍ୟଯନ୍ତ୍ର ବଜାଇ ପାର। ତେଣୁ ସେମାନେ ତୁମ୍ଭର କଥା ଶୁଣନ୍ତି, କିନ୍ତୁ ତୁମ୍ଭେ ଯାହା କୁହ ତାହା କରନ୍ତି ନାହିଁ।


Swiv nou:

Piblisite


Piblisite