Biblia Todo Logo
Bib sou entènèt

- Piblisite -




ଯିଶାଇୟ 42:19 - ପବିତ୍ର ବାଇବଲ

19 ଏ ଜଗତରେ ମୋର ଦାସଠାରୁ ଅନ୍ଧ କିଏ? ପୁଣି ମୋ’ ପ୍ରେରିତ ଦୂତଠାରୁ ବଧିର କିଏ? ସଦାପ୍ରଭୁଙ୍କଠାରେ ମିଳିତ ହୋଇଥିବା ଦାସ ସବୁଠାରୁ ଅଧିକ ଅନ୍ଧ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ?

Gade chapit la Kopi

ଓଡିଆ ବାଇବେଲ

19 ଆମ୍ଭର ଦାସ ଛଡ଼ା ଅନ୍ଧ କିଏ ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଆମ୍ଭର ଦାସ ଛଡ଼ା ଅନ୍ଧ କିଏ? ଅବା ଆମ୍ଭ ପ୍ରେରିତ ଦୂତ ପରି ବଧିର କିଏ? ଆମ୍ଭ ସଙ୍ଗେ ମିଳନରେ ଥିବା ଲୋକ ପରି ଅନ୍ଧ ଓ ସଦାପ୍ରଭୁଙ୍କର ଦାସ ପରି ଅନ୍ଧ କିଏ?

Gade chapit la Kopi




ଯିଶାଇୟ 42:19
26 Referans Kwoze  

ଅବିଶ୍ୱାସୀମାନଙ୍କ ମନକୁ ଜଗତପତି ଶୟତାନ ଅନ୍ଧ କରି ଦେଇଛି। ତେଣୁ ସେମାନେ ଖ୍ରୀଷ୍ଟଙ୍କର ସୁସମାଗ୍ଭରର ଆଲୋକ ଦେଖି ପାରନ୍ତି ନାହିଁ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ବିଦ୍ରୋହୀ ବଂଶ ମଧ୍ୟରେ ବାସ କରୁଅଛ। ସେମାନଙ୍କର ଦେଖିବା ପାଇଁ ଚକ୍ଷୁ ଅଛି, ମାତ୍ର ଯାହା ଆମ୍ଭେ ସେମାନଙ୍କ ପାଇଁ କରିଛୁ, ସେମାନେ ଦେଖି ପାରନ୍ତି ନାହିଁ। ସେମାନଙ୍କର ଶୁଣିବା ପାଇଁ କର୍ଣ୍ଣ ଅଛି, ମାତ୍ର ଆମ୍ଭର ଆଜ୍ଞାପ୍ରତି ସେମାନେ କର୍ଣ୍ଣପାତ କରନ୍ତି ନାହିଁ। କାରଣ ସେମାନେ ବିଦ୍ରୋହୀ ବଂଶ।


‘ହେ ଅଜ୍ଞାନ ଓ ବୁଦ୍ଧିହୀନ ଲୋକେ, ତୁମ୍ଭେମାନେ ଚକ୍ଷୁ ଥାଉ ଥାଉ ଦେଖୁ ନାହଁ, କର୍ଣ୍ଣ ଥାଉ ଥାଉ ଶୁଣୁ ନାହଁ। ଏବେ ଏହି କଥା ତୁମ୍ଭେମାନେ ଶୁଣ।


ଭାଇ ଓ ଭଉଣୀମାନେ, ଏହି ନିଗୂଢ଼ ସତ୍ୟ ବିଷୟରେ ତୁମ୍ଭେମାନେ ଯେ ପରି ଅଜଣା ରହି ଯାଅ; ଏ କଥା ମୁଁ ଗ୍ଭହେଁ ନାହିଁ। ଏହି ସତ୍ୟ ତୁମ୍ଭମାନଙ୍କୁ ଜାଣିବାରେ ସାହାଯ୍ୟ କରିବ ଯେ, ତୁମ୍ଭେମାନେ ସର୍ବଜ୍ଞ ନୁହଁ। ଏହି କଥା ସତ୍ୟ ଯେ, ଇସ୍ରାଏଲର ଗୋଟିଏ ଅଂଶର ଲୋକଙ୍କୁ ଅବାଧ୍ୟ କରାଯାଇଛି। ଯେତେବେଳେ ପୂର୍ଣ୍ଣ ସଂଖ୍ୟକ ଅଣଯିହୂଦୀ ପରମେଶ୍ୱରଙ୍କ ନିଜ ଲୋକ ହୋଇ ଯିବେ, ତା'ହେଲେ ଏହି ସ୍ଥିତିରେ ପରିବର୍ତ୍ତନ ଘଟିବ।


“ପରମେଶ୍ୱର ଲୋକମାନଙ୍କୁ ଅନ୍ଧ କରିଛନ୍ତି। ସେ ସେମାନଙ୍କର ହୃଦୟ କଠିନ କରି ଦେଇଛନ୍ତି। ସେମାନେ ଯେପରି ଆଖିରେ ଦେଖି ପାରିବେ ନାହିଁ ଓ ବୁଦ୍ଧିରେ ବୁଝିପାରିବେ ନାହିଁ ସେଥି ନିମନ୍ତେ ପରମେଶ୍ୱର ଏହା କରିଅଛନ୍ତି। ତା'ପରେ ମୁଁ ସେମାନଙ୍କୁ ସୁସ୍ଥ କରିବି।”


ଯୀଶୁ କହିଲେ, “ତୁମ୍ଭେ ଯଦି ପ୍ରକୃତରେ ଅନ୍ଧ ହୋଇଥା'ନ୍ତ, ତେବେ ଦୋଷୀ ବିବେଚିତ ହୁଅନ୍ତ ନାହିଁ। କିନ୍ତୁ ତୁମ୍ଭେ କହୁଛ ଯେ ତୁମ୍ଭେ ଦେଖି ପାରୁଛ, ତେଣୁ ତୁମ୍ଭେ ଦୋଷୀ।”


ଯୀଶୁ କହିଲେ, “ମୁଁ ଜଗତକୁ ଆସିଛି, ଯେପରି ଏ ଜଗତ ବିଗ୍ଭରିତ ହେବ। ମୁଁ ଆସଛି ଯେପରି ଅନ୍ଧ ଲୋକମାନେ ଦେଖି ପାରିବେ। ଏବଂ ଯେଉଁମାନେ ଦେଖି ପାରୁଛନ୍ତି ବୋଲି ମନେ ମନେ ଭାବୁଛନ୍ତି, ସେମାନେ ଅନ୍ଧ ହେବେ।”


ପରମେଶ୍ୱର କହିଲେ, “ମୋର ଲୋକମାନେ ନିର୍ବୋଧ ଏବଂ ସେମାନେ ମୋତେ ଜାଣନ୍ତି ନାହିଁ। ସେମାନେ ନିର୍ବୋଧ ସନ୍ତାନ ତୁଲ୍ୟ, ସେମାନଙ୍କର ଅର୍ନ୍ତଦୃଷ୍ଟି ନାହିଁ। ସେମାନେ କୁକର୍ମ କରିବାରେ ଧୂରନ୍ଧର। ମାତ୍ର ସୁକର୍ମ କିପରି କରିବାକୁ ହୁଏ ସେମାନେ ଜାଣନ୍ତି ନାହିଁ।”


ତାହାର ପ୍ରହରୀଗଣ ଅନ୍ଧ, ସେ ସମସ୍ତ ଜ୍ଞାନହୀନ, ସେମାନେ ନିର୍ବାକ ଶ୍ୱାନ, ସେମାନେ ଭୁକିପାରନ୍ତି ନାହିଁ। ସେମାନେ ସ୍ୱପ୍ନଦର୍ଶୀ, ନିଦ୍ରାଳୁ ଓ ଶୋଇ ରହିବାକୁ ଭଲ ପାଆନ୍ତି।


ଆମ୍ଭେ ଆମ୍ଭ ଦାସର ବାକ୍ୟ ଦୃଢ଼ କରୁ ଓ ଆମ୍ଭ ଦୂତମାନଙ୍କର ମନ୍ତ୍ରଣା ସିଦ୍ଧ କରୁ। ପୁଣି ସଦାପ୍ରଭୁଙ୍କର ବାକ୍ୟ ଉତ୍ତମ ବୋଲି ଆମ୍ଭେ ଦେଖାଇ ଦେଉ। ସଦାପ୍ରଭୁ ଯିରୁଶାଲମ ବିଷୟରେ କୁହନ୍ତି, “ତାହା ପୁଣି ବସତି ବିଶିଷ୍ଟ ହେବ ଓ ଯିହୁଦାର ନଗର ବିଷୟରେ ସେ କୁହନ୍ତି, ସେ ସବୁ ପୁନଃନିର୍ମିତ ହେବ। ପୁଣି ଧ୍ୱଂସପ୍ରାପ୍ତ ନଗରଗୁଡ଼ିକ ପୁଣି ଗଢ଼ି ଉଠିବ।”


“ହେ ମୋର ଦାସ ଇସ୍ରାଏଲ, ମୋର ମନୋନୀତ ଯାକୁବ ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ।


ହେ ସଦାପ୍ରଭୁ, ଯେଉଁମାନେ ତୁମ୍ଭ ଉପରେ ନିର୍ଭର କରନ୍ତି ଓ ବିଶ୍ରାମ କରନ୍ତି, ତାହାକୁ ତୁମ୍ଭେ ସମ୍ପୂର୍ଣ୍ଣ ଶାନ୍ତିରେ ରଖିବ।


ତା'ପରେ ସଦାପ୍ରଭୁ କହିଲେ, “ଯାଅ ଏବଂ ଏହି ବାର୍ତ୍ତା ଲୋକମାନଙ୍କୁ ଜଣାଅ, ‘ଯଦିଓ ତୁମ୍ଭେମାନେ ଶୁଣୁଛ, କିନ୍ତୁ ତୁମ୍ଭେମାନେ କିଛି ବୁଝୁ ନାହଁ। ଯଦିଓ ଦେଖୁଛ, କିଛି ଶିଖୁ ନାହଁ।’


ସେଇଥିପାଇଁ ମୁଁ ସେମାନଙ୍କୁ କାହାଣୀ ମାଧ୍ୟମରେ ଉପଦେଶ ଦେଉଛି। କାରଣ ସେମାନେ ଚେଷ୍ଟା କଲେ ମଧ୍ୟ ପ୍ରକୃତରେ କିଛି ବୁଝିପାରନ୍ତି ନାହିଁ।


ମାତ୍ର ଯଦି କେହି ନିରାପତ୍ତା ପାଇଁ ମୋ’ ସହିତ ଶାନ୍ତି ସ୍ଥାପନ କରେ, ତେବେ ସେ ଶାନ୍ତି ସ୍ଥାପନ କରୁ।


ପୁଣି ସେହି ଦିନରେ ବଧିର ପୁସ୍ତକର ବାକ୍ୟ ଶୁଣିବ ଓ ଅନ୍ଧକାର ଏବଂ କୁହୁଡ଼ି ମଧ୍ୟରେ ଅନ୍ଧ ଦେଖିବ।


ପରମେଶ୍ୱର କୁହନ୍ତି, “ଚକ୍ଷୁଥାଇ ଅନ୍ଧ ଓ କର୍ଣ୍ଣ ଥାଇ ବଧିର ସେହି ଲୋକଙ୍କୁ ବାହାର କରି ଆଣ।


Swiv nou:

Piblisite


Piblisite