Biblia Todo Logo
Bib sou entènèt

- Piblisite -




ଯିଶାଇୟ 42:14 - ପବିତ୍ର ବାଇବଲ

14 “ଦୀର୍ଘକାଳ ଧରି ମୁଁ ନୀରବ ରହି ଆସୁଅଛି। ମୁଁ ତଥାପି ନୀରବ ଅଛି। ମାତ୍ର ବର୍ତ୍ତମାନ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଚିତ୍କାର କରିବୁ। ଆମ୍ଭେ ଦୀର୍ଘ ନିଃଶ୍ୱାସ ଏବଂ ଆକାଂକ୍ଷା ହେବୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷା; କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ଵାସ ଟାଣି ବ୍ୟଗ୍ରଚିତ୍ତ ହେବା।

Gade chapit la Kopi

ଓଡିଆ ବାଇବେଲ

14 ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷାନ୍ତ କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ୱାସ ଟାଣି ବ୍ୟଗ୍ରଚିତ୍ତ ହେବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଆମ୍ଭେ ଦୀର୍ଘ କାଳ ନୀରବ ହୋଇଅଛୁ; ଆମ୍ଭେ ସ୍ଥିର ହୋଇ ଆପଣାକୁ କ୍ଷାନ୍ତ କରିଅଛୁ; ଏବେ ଆମ୍ଭେ ପ୍ରସବକାରିଣୀ ସ୍ତ୍ରୀ ପରି ଡାକ ଛାଡ଼ିବା; ଆମ୍ଭେ ଏକାବେଳେ ଦୀର୍ଘ ନିଶ୍ୱାସ ଟାଣି ବ୍ୟଗ୍ରଚିତ୍ତ ହେବା।

Gade chapit la Kopi




ଯିଶାଇୟ 42:14
16 Referans Kwoze  

ପ୍ରଭୁ ଧୈର୍ଯ୍ୟବାନ ବୋଲି ଆମ୍ଭେ ରକ୍ଷା ପାଇଛୁ, ଏହା ମନେରଖ। ପରମେଶ୍ୱରଙ୍କ ପ୍ରଦତ୍ତ ଜ୍ଞାନ ବଳରେ ଆମ୍ଭର ପ୍ରିୟ ଭାଇ ପାଉଲ ତୁମ୍ଭକୁ ଲେଖିଲା ବେଳେ ସେ ସେହି କଥା କହିଥିଲେ।


ପରମେଶ୍ୱରଙ୍କ ଦ୍ୱାରା ମନୋନୀତ ଲୋକମାନେ ଦିନରାତି ତାହାଙ୍କୁ ପାଟି କରି ଡାକୁଥା’ନ୍ତି। ଯାହା ଠିକ୍, ତାହା ପରମେଶ୍ୱର ତାହାଙ୍କ ଲୋକଙ୍କୁ ସଦାବେଳେ ଦେଇଥା’ନ୍ତି। ନିଜ ଲୋକଙ୍କୁ ଉତ୍ତର ଦେବାରେ ପରମେଶ୍ୱର ଆଦୌ ବିଳମ୍ବ କରିବେ ନାହିଁ।


ତା'ପରେ ତୁମ୍ଭମାନଙ୍କର ଦୁଷ୍କର୍ମ କୃତ ଘୃଣ୍ୟକର୍ମ ଯୋଗୁଁ ସଦାପ୍ରଭୁ ଆଉ ସହ୍ୟ କରି ପାରିଲେ ନାହିଁ, ତେଣୁ ତୁମ୍ଭମାନଙ୍କର ଦେଶ ନିବାସ ବିହୀନ ହୋଇ ଶୂନ୍ୟ ମରୁରେ ପରିଣତ ହୋଇଅଛି। ଲୋକମାନେ ଏହାକୁ ଅଭିଶାପ ରୂପେ ବ୍ୟବହାର କରନ୍ତି।


ସଦାପ୍ରଭୁ କହନ୍ତି, “ହେ ଯିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ। ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ। ଆମ୍ଭେ କ୍ଷମା କରି କ୍ଳାନ୍ତ ହୋଇଅଛୁ।


ପରମ ସୌନ୍ଦର୍ଯ୍ୟମୟୀ ପରମେଶ୍ୱର, ବାକ୍ୟସବୁ ସିୟୋନ ପର୍ବତରେ ଥିବା ମନ୍ଦିରରେ କୁହାଯାଏ। ସେହି ମନ୍ଦିର ପର୍ବତକୁ ଶୋଭା ମଣ୍ଡିତ କରିଥାଏ।


ତେଣୁ ମୁଁ ନିଶ୍ଚୟ କହିବି। ତା'ପରେ ମୁଁ ବିଶ୍ୱାସ ଅନୁଭବ କରିବି। ଆୟୁବର ଯୁକ୍ତିର ମୁଁ ଉତ୍ତର ଦେବି ଓ ନିଶ୍ଚୟ କହିବି।


ମୋର ବହୁତ କିଛି କହିବାର ଅଛି ଯେ, ମୁଁ ପ୍ରାୟତଃ ବିସ୍ଫୋରଣ କରିଯିବି।


ଅତୀତରେ, ତୁମ୍ଭେ ମନ୍ଦକାର୍ଯ୍ୟ କଲ ମୁଁ ଚୁପ୍ ରହିଲି। ତୁମ୍ଭେ ଭାବି ନେଇଛ ମୁଁ ମଧ୍ୟ ତୁମ୍ଭମାନଙ୍କ ପରି। ମୁଁ ଆଉ ନୀରବରେ ରହି ପାରିବି ନାହିଁ। ମୁଁ ତୁମ୍ଭକୁ ପରିଷ୍କାର କରି କହିଦେଉଛି, ମୁଁ ତୁମ୍ଭକୁ ତିରସ୍କାର କରିବି।


ସେଥି ସକାଶେ ସଦାପ୍ରଭୁ ତୁମ୍ଭମାନଙ୍କୁ ଅନୁଗ୍ରହ କରିବା ପାଇଁ ଅପେକ୍ଷା କରିବେ। ସେ ମଧ୍ୟ ତୁମ୍ଭମାନଙ୍କୁ ଦୟା କରିବାକୁ ଉନ୍ନତ ହେବେ। କାରଣ ସଦାପ୍ରଭୁ ନ୍ୟାୟ ବିଗ୍ଭରକାରୀ ପରମେଶ୍ୱର ଅଟନ୍ତି। ଯେଉଁମାନେ ତାଙ୍କୁ ଅପେକ୍ଷା କରନ୍ତି ସେ ସମସ୍ତେ ଧନ୍ୟ।


ତାହାର ସକାଶୁ ଏପରି କ୍ଳେଶ ଓ ଭୀତା ଯେ, ତୁମ୍ଭେ ମିଥ୍ୟା କହୁଅଛ ଓ ଆମ୍ଭକୁ ଭୁଲି ଯାଇଅଛ? ତୁମ୍ଭେ ସେଥିରେ ନିଜର ମନୋଯୋଗ କରୁ ନାହଁ। ଆମ୍ଭେ କ’ଣ ଦୀର୍ଘକାଳ ପାଇଁ ନୀରବ ରହି ନାହୁଁ? ତୁମ୍ଭେ କ’ଣ ଆମ୍ଭକୁ ଭୟ କରୁ ନାହଁ?


ହେ ସଦାପ୍ରଭୁ, ଏସବୁ ହେଲା ପରେ ମଧ୍ୟ ତୁମ୍ଭେ କ’ଣ ନିଜକୁ ଆମ୍ଭଠାରୁ କ୍ଷାନ୍ତ କରି ରଖିବ? ତୁମ୍ଭେ କ’ଣ ନୀରବ ରହି ଆମ୍ଭମାନଙ୍କୁ କ୍ଳେଶ ଦେଇ ଗ୍ଭଲିବ?


“ଦେଖ, ଆମ୍ଭ ସମ୍ମୁଖରେ ଏହା ଲିଖିତ ଅଛି, ଆମ୍ଭେ ନୀରବ ରହିବା ନାହିଁ, ମାତ୍ର ପ୍ରତିଫଳ ଦେବା, ହଁ ଆମ୍ଭେ ସେମାନଙ୍କ କୋଳରେ ପ୍ରତିଫଳ ଦେବା।”


ପ୍ରସବକାରିଣୀ ସ୍ତ୍ରୀର ରବପରି ଓ ପ୍ରଥମ ସନ୍ତାନ ପ୍ରସବକାଳୀନ ବେଦନା ପରି ସିୟୋନ କନ୍ୟାର ରବ ଆମ୍ଭେ ଶୁଣିଅଛୁ। ସେ ଦୀର୍ଘନିଶ୍ୱାସ ଛାଡ଼ି ଓ ଆପଣା ହସ୍ତ ପ୍ରସାରଣ କରି କହୁଅଛି, “ହାୟ, ହାୟ! ହତ୍ୟାକାରୀମାନଙ୍କ ଆଗରେ ମୋର ପ୍ରାଣ ମୂର୍ଚ୍ଛିତ ହେଲା।”


Swiv nou:

Piblisite


Piblisite