Biblia Todo Logo
Bib sou entènèt

- Piblisite -




ଯିଶାଇୟ 41:9 - ପବିତ୍ର ବାଇବଲ

9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତାହାଙ୍କୁ ‘ଆମ୍ଭର ଦାସ ବୋଲି ଆହ୍ୱାନ କରି କହିଅଛୁ।’ ଆମ୍ଭେ ତୁମ୍ଭକୁ ଦୂରେଇ ନ ଦେଇ ମନୋନୀତ କରିଅଛୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ଵାନ କରି କହିଅଛୁ, ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;

Gade chapit la Kopi

ଓଡିଆ ବାଇବେଲ

9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ୱାନ କରି କହିଅଛୁ, ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ଆମ୍ଭେ ତୁମ୍ଭକୁ ଧରି ପୃଥିବୀର ପ୍ରାନ୍ତକୁ ଆଣିଅଛୁ ଓ ପୃଥିବୀର ସୀମାରୁ ତୁମ୍ଭକୁ ଆହ୍ୱାନ କରି କହିଅଛୁ, “ତୁମ୍ଭେ ଆମ୍ଭର ଦାସ, ଆମ୍ଭେ ତୁମ୍ଭକୁ ମନୋନୀତ କରିଅଛୁ ଓ ଦୂର କରି ନାହୁଁ;”

Gade chapit la Kopi




ଯିଶାଇୟ 41:9
23 Referans Kwoze  

“ସଦାପ୍ରଭୁ ଆପଣା ମହାନ ନାମ ସକାଶେ ଆପଣା ଲୋକମାନଙ୍କୁ ତ୍ୟାଗ କରିବେ ନାହିଁ। କାରଣ ତୁମ୍ଭମାନଙ୍କୁ ଆପଣା ଲୋକ କରିବା ପାଇଁ ସଦାପ୍ରଭୁ ସନ୍ତୁଷ୍ଟ ହୋଇ ଅଛନ୍ତି।


ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ। ସେ ନିଜର ପ୍ରାଧାନ୍ୟତ୍ୱକୁ ପରିତ୍ୟାଗ କରିବେ ନାହିଁ।


ମୋ’ ପ୍ରିୟ ଭାଇ ଓ ଭଉଣୀମାନେ, ଶୁଣ! ପରମେଶ୍ୱର ବିଶ୍ୱାସରେ ଧନୀ ହେବା ପାଇଁ ପୃଥିବୀର ଗରିବ ଲୋକମାନଙ୍କୁ ବାଛିଛନ୍ତି। ଯେଉଁମାନେ ପରମେଶ୍ୱରଙ୍କୁ ପ୍ରେମ କରନ୍ତି, ସେମାନଙ୍କୁ ସେ ଯେଉଁ ରାଜ୍ୟ ଦେବା ପାଇଁ ପ୍ରତିଜ୍ଞା କରିଥଇଲେ, ସେଥିପାଇଁ ସେମାନଙ୍କୁ ବାଛିଛନ୍ତି।


ସେମାନେ ମେଷଶାବକଙ୍କ ପାଇଁ ଗୋଟିଏ ନୂତନ ଗୀତ ଗାନ କଲେ: “ତୁମ୍ଭେ ଚର୍ମପତ୍ର ଗ୍ରହଣ କରିବାକୁ ଏବଂ ମୁଦ୍ରା ଖୋଲିବାକୁ ଯୋଗ୍ୟ ଅଟ, କାରଣ ତୁମ୍ଭେ ହତ ହୋଇଥିଲ; ଏବଂ ତୁମ୍ଭର ରକ୍ତରେ ପ୍ରତ୍ୟେକ ଗୋଷ୍ଠୀ, ଭାଷା, ବଂଶ ଓ ଜାତି ମଧ୍ୟରୁ ପରମେଶ୍ୱରଙ୍କ ପାଇଁ ଲୋକମାନଙ୍କୁ କିଣିଥିଲ


ଲୋକମାନେ ପୂର୍ବ, ପଶ୍ଚିମ। ଉତ୍ତର ଓ ଦକ୍ଷିଣ ଦିଗରୁ ଆସିବେ। ସେମାନେ ପରମେଶ୍ୱରଙ୍କ ରାଜ୍ୟରେ ଖାଇବାକୁ ବସିବେ।


“ହେ ମୋର ଦାସ ଇସ୍ରାଏଲ, ମୋର ମନୋନୀତ ଯାକୁବ ଓ ମୋର ବନ୍ଧୁ ଅବ୍ରହାମଙ୍କର ପରିବାରବର୍ଗ।


ସେ ଧର୍ମରେ ଯାହାକୁ ନିଜ ଚରଣ ନିକଟକୁ ଡାକନ୍ତି ଏପରି ଏକ ବ୍ୟକ୍ତି ଯେକି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି। ସେ ‌‌ଖ‌ଡ଼୍‌ଗ ଦ୍ୱାରା ସେହି ଦେଶ ସମୂହକୁ ଧୂଳି ତୁଲ୍ୟ କରନ୍ତି ଓ ଧନୁ ସାହାଯ୍ୟରେ କୁଟାପରି ଉଡ଼ାଇ ଦିଅନ୍ତି।


କାହିଁକି ଜାଣ, କାରଣ ତୁମ୍ଭେମାନେ ଅନ୍ୟ ଲୋକମାନଙ୍କଠାରୁ ଭିନ୍ନ। ତୁମ୍ଭେମାନେ ସଦାପ୍ରଭୁଙ୍କର ପବିତ୍ର ଲୋକ। ପୃଥିବୀର ସମସ୍ତ ଲୋକମାନଙ୍କ ମଧ୍ୟରୁ ସେ ତୁମ୍ଭକୁ ପସନ୍ଦ କରିଛନ୍ତି।


ସଦାପ୍ରଭୁ ଆପଣା ନିମନ୍ତେ ଯାକୁବକୁ ମନୋନୀତ କଲେ। ସେ ନିଜର ଅତି ଆପଣା ଲୋକ ହେବା ପାଇଁ ସେ ଇସ୍ରାଏଲକୁ ମନୋନୀତ କଲେ।


ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ।


ଭବିଷ୍ୟତରେ ସଦାପ୍ରଭୁ ପୁନର୍ବାର ଯାକୁବକୁ ପ୍ରେମ କରିବେ। ସେ ପୁଣି ଇସ୍ରାଏଲ ଲୋକଙ୍କୁ ମନୋନୀତ କରିବେ। ସେହି ସମୟରେ ସେମାନଙ୍କୁ ସେମାନଙ୍କ ଦେଇ ଫେରାଇ ଦେବେ। ତା'ପରେ ବିଦେଶୀମାନେ ସେମାନଙ୍କ ସହିତ ସଂଯୁକ୍ତ ହେବେ। ଉଭୟେ ଯାକୁବଙ୍କ ପ୍ରତି ଆକୃଷ୍ଟ ହେବେ।


“ମୋର ଦାସକୁ ଦେଖ। ମୁଁ ତାକୁ ମନୋନୀତ କରିଅଛି। ମୋର ଚିତ୍ତ ତାହାଠାରେ ସନ୍ତୁଷ୍ଟ। ମୁଁ ତାହା ଉପରେ ନିଜର ଆତ୍ମାକୁ ସ୍ଥାପନ କରିଅଛି। ସେ ଅନ୍ୟଦେଶ ପ୍ରତି ନ୍ୟାୟ ବିଗ୍ଭର କରିବ।


“ହେ ଆମ୍ଭର ଦାସ ଯାକୁବ ଓ ଆମ୍ଭର ମନୋନୀତ ଇସ୍ରାଏଲ ଆମ୍ଭର ଯାହା କଥିତ ଶୁଣ।


ଆମ୍ଭେ ଆମ୍ଭର ଦାସ ଯାକୁବ ନିମନ୍ତେ ଓ ଆମ୍ଭ ମନୋନୀତ ଇସ୍ରାଏଲ ନିମନ୍ତେ ଏହିକାର୍ଯ୍ୟ କରୁଅଛୁ। ତେଣୁ ଆମ୍ଭେ କୋରସ୍ ନାମଧରି ଡାକୁଅଛୁ। ତୁମ୍ଭେ ଆମ୍ଭକୁ ନ ଜାଣିଲେ ମଧ୍ୟ ଆମ୍ଭେ ତୁମ୍ଭକୁ ସେହି ଉପାଧି ଦେଇଅଛୁ।


ସଦାପ୍ରଭୁ କହିଲେ, “ଆମ୍ଭେ ତୁମ୍ଭ ସମସ୍ତଙ୍କୁ ପ୍ରେମ କରିଅଛୁ।” ମାତ୍ର ତୁମ୍ଭେମାନେ କହିଲ, “ତୁମ୍ଭେ କିପରି ଆମ୍ଭଙ୍କୁ ତୁମ୍ଭର ପ୍ରେମ ଦେଖାଇଛ?” ସଦାପ୍ରଭୁ କହିଲେ, “ଏଷୌ କ’ଣ ଯାକୁବର ଭାଇ ନୁହେଁ? ତଥାପି ଆମ୍ଭେ ଯାକୁବକୁ ପ୍ରେମ କଲୁ।


Swiv nou:

Piblisite


Piblisite