Biblia Todo Logo
Bib sou entènèt

- Piblisite -




ଯିଶାଇୟ 41:7 - ପବିତ୍ର ବାଇବଲ

7 ଏହିପରି ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଛି ବୋଲି କହି ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା, ‘ପୁଣି ପ୍ରତିମାଟି ଯେପରି ଟଳମଳ ନ ହୁଏ,’ ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

7 ଏହିରୂପେ ସୂତ୍ରଧର ସ୍ଵର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଅଛି ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ଵାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ , ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।

Gade chapit la Kopi

ଓଡିଆ ବାଇବେଲ

7 ଏହିରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ ଯୋଡ଼ କର୍ମ ଉତ୍ତମ ହୋଇଅଛି ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ, ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

7 ଏହିରୂପେ ସୂତ୍ରଧର ସ୍ୱର୍ଣ୍ଣକାରକୁ ସାହସ ଦେଲା ଓ ହାତୁଡ଼ିରେ ସମାନ କରିବା ଲୋକ “ଯୋଡ଼ କର୍ମ ଉତ୍ତମ ହୋଇଅଛି” ବୋଲି କହି, ନେହାଇରେ ପିଟିବା ଲୋକକୁ ଆଶ୍ୱାସ ଦେଲା; ପୁଣି, ପ୍ରତିମାଟି ଯେପରି ଟଳଟଳ ନ ହୁଏ, ଏଥିପାଇଁ ସେ କଣ୍ଟାରେ ତାହା ଦୃଢ଼ କଲା।

Gade chapit la Kopi




ଯିଶାଇୟ 41:7
9 Referans Kwoze  

ସେମାନେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଆଣି କାରିଗର ଓ ସ୍ୱର୍ଣ୍ଣକାର ହସ୍ତରେ “ପ୍ରତିମାମାନ” ନିର୍ମାଣ କରାନ୍ତି। ସେଗୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ଆଚ୍ଛାଦନ କରନ୍ତି। ସେଗୁଡ଼ିକ “ନିପୁଣ ଶିଳ୍ପୀମାନଙ୍କର” କୃତ କର୍ମ।


ସେ ଉତ୍ତରରେ କହିଲେ, “ମୋର ହାତରେ ତିଆରି କରିଥିବା ପ୍ରତିମାମାନଙ୍କୁ ଓ ମୋର ଯାଜକକୁ ତୁମ୍ଭେମାନେ ନେଇ ଯାଇଛ। ମୋର ଆଉ କ’ଣ ବାକି ଅଛି? ତଥାପି ତୁମ୍ଭେ ପଗ୍ଭରୁଛ, ‘ସମସ୍ୟା କ’ଣ?’”


“ସେମାନେ ପରସ୍ପରକୁ ସାହାଯ୍ୟ କଲେ ଓ ସାହସୀ ହେବାକୁ ପରସ୍ପରକୁ ଉତ୍ସାହିତ କଲେ।


Swiv nou:

Piblisite


Piblisite