Biblia Todo Logo
Bib sou entènèt

- Piblisite -




ଯିଶାଇୟ 41:29 - ପବିତ୍ର ବାଇବଲ

29 ସେମାନେ ସମସ୍ତେ ଅସାର ଓ ସେମାନଙ୍କର କର୍ମସବୁ ତୁଚ୍ଛ। ସେମାନେ ଛାଞ୍ଚରେ ଢଳା ବାୟୁଶୂନ୍ୟ ପ୍ରତିମାଗଣ ମାତ୍ର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

29 ଦେଖ, ସେସମସ୍ତେ, ସେମାନଙ୍କର କର୍ମସବୁ ଅସାର ଓ ଅବସ୍ତୁ ମାତ୍ର; ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର।

Gade chapit la Kopi

ଓଡିଆ ବାଇବେଲ

29 ଦେଖ, ସେସମସ୍ତେ, ସେମାନଙ୍କର କର୍ମସବୁ ଅସାର ଓ ଅବସ୍ତୁ ମାତ୍ର; ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

29 ଦେଖ, ସେସମସ୍ତେ, ସେମାନଙ୍କର କର୍ମସବୁ ଅସାର ଓ ଅବସ୍ତୁ ମାତ୍ର; ସେମାନଙ୍କର ଛାଞ୍ଚରେ ଢଳା ପ୍ରତିମାଗଣ ବାୟୁ ଓ ଶୂନ୍ୟ ମାତ୍ର।

Gade chapit la Kopi




ଯିଶାଇୟ 41:29
16 Referans Kwoze  

ଆଉ ଭବିଷ୍ୟ‌ଦ୍‌ବକ୍ତାମାନେ ବାୟୁତୁଲ୍ୟ ହେବେ। ସେମାନଙ୍କ ଅନ୍ତରରେ ପ୍ରଭୁଙ୍କର ବାକ୍ୟ ନାହିଁ। ସେମାନଙ୍କ ପ୍ରତି ଅମଙ୍ଗଳ ଘଟିବ।”


“ଦେଖ, ତୁମ୍ଭେମାନେ ଭଣ୍ଡ ଦେବତା ଓ ତୁମ୍ଭେମାନେ କୌଣସି କାର୍ଯ୍ୟର ନୁହଁ। ଯେଉଁମାନେ ତୁମ୍ଭମାନଙ୍କୁ ପୂଜା କରନ୍ତି ସେମାନେ ଘୃଣାର ପାତ୍ର।”


ଖୋଦିତ ପ୍ରତିମାରେ କି ଲାଭ ଯେ, ଏହା ଜଣେ ଲୋକ ନିର୍ମାଣ କଲା ଏବଂ ଏହାକୁ ଖୋଦନ କଲା। ଧାତୁର ମୂର୍ତ୍ତିରେ କ’ଣ ଲାଭ ଅଛି? ଏହା ମିଥ୍ୟା ଶିକ୍ଷା ଦିଏ। ତେଣୁ ନିର୍ମାଣକାରୀ କାହିଁକି ଏଥିରେ ବିଶ୍ୱାସ କରିବ? ଏପରିକି ସେ ମୂର୍ତ୍ତି କଥା କହିପାରିବ ନାହିଁ।


ଦେଶାନୁସନ୍ଧାନ ନିମିତ୍ତ ଯାଇଥିବା ସେହି ପାଞ୍ଚ ଜଣ ଉପରକୁ ଗଲେ। ତା'ପରେ ସେମାନେ ଭିତରକୁ ପ୍ରବେଶ କରି ଏଫୋଦକୁ, ଗୃହ ଦେବତାଙ୍କୁ ଓ ଖୋଦିତ ପ୍ରତିମାକୁ ନେଇଗଲେ। ସେହି ସମୟରେ ଯାଜକ ଫାଟକ ନିକଟରେ ଅସ୍ତ୍ରରେ ସଜ୍ଜିତ ହୋଇ ସେହି 600 ଲୋକ ସହିତ ଛିଡ଼ା ହୋଇଗଲେ। ଯାଜକ ଘରେ ପ୍ରବେଶ କରିଥିବା ପାଞ୍ଚ ଜଣଙ୍କୁ ପଗ୍ଭରିଲେ, “ତୁମ୍ଭେମାନ କ’ଣ କରୁଅଛ?”


ମୂର୍ତ୍ତିଗୁଡ଼ିକୁ ଅନୁସରଣ କରିବା ପାଇଁ ପରମେଶ୍ୱରଙ୍କଠାରୁ ଦୌଡ଼ି ପଳାଅ ନାହିଁ! ସେମାନେ ଅସାର, ସେମାନେ ମଙ୍ଗଳ କରିବା ପାଇଁ କିମ୍ବା ତୁମ୍ଭମାନଙ୍କୁ ରକ୍ଷା କରିବା ପାଇଁ ଅକ୍ଷମ ଅଟନ୍ତି।


ଆଉମଧ୍ୟ ତୁମ୍ଭମାନଙ୍କର ଦେଶ ଲୋକମାନଙ୍କ ଦ୍ୱାରା ପୂଜିତ ପ୍ରତିମାରେ ପରିପୂର୍ଣ୍ଣ। ସେହି ପ୍ରତିମାଗୁଡ଼ିକ ଲୋକମାନଙ୍କ ସ୍ୱହସ୍ତ ନିର୍ମିତ ଓ ସେମାନେ ସେଗୁଡ଼ିକୁ ପୂଜା କରୁଛନ୍ତି।


ସେମାନେ ଆପଣା ହସ୍ତକୃତ ଯଜ୍ଞବେଦି ପ୍ରତି ଦୃଷ୍ଟି ପକାଇବେ ନାହିଁ। ପୁଣି ଆପଣା ଅଙ୍ଗୁଳିକୃତ ଆଶେରା ମୂର୍ତ୍ତି ଅବା ସୂର୍ଯ୍ୟ ଦେବତାଗଣଗୁଡ଼ିକ ପ୍ରତି ଅନାଇବେ ନାହିଁ।


ଆଉ ମଧ୍ୟ ସେମାନେ ସେହି ଦେଶର ଦେବତାମାନଙ୍କୁ ଅଗ୍ନିରେ ନିକ୍ଷେପ କରିଛନ୍ତି। କାରଣ ସେମାନେ ପ୍ରକୃତ ଦେବତା ନୁହନ୍ତି। ମନୁଷ୍ୟ ହସ୍ତ ନିର୍ମିତ କାଷ୍ଠ ଓ ପାଷାଣ ପ୍ରତିମା। ତେଣୁ ସେମାନେ ସେଗୁଡ଼ିକୁ ବିନାଶ କରିଛନ୍ତି।


ମିଥ୍ୟା ଦେବତାଗଣଙ୍କର ବୃଷ୍ଟି କରାଇବାର କ୍ଷମତା ନାହିଁ। ଆକାଶମଣ୍ଡଳ ବୃଷ୍ଟିପାତ କରାଇପାରିବ କି? ହେ ସଦାପ୍ରଭୁ, ଆମ୍ଭମାନଙ୍କ ପରମେଶ୍ୱର, ତୁମ୍ଭେ ହିଁ ସେ ସବୁର ସୃଷ୍ଟିକର୍ତ୍ତା। ଆମ୍ଭେ ତୁମ୍ଭର ଅପେକ୍ଷାରେ ରହିବୁ। କାରଣ ତୁମ୍ଭେ ଏହା ହିଁ ସବୁ ତିଆରି କରିଛ।”


ଅନ୍ୟ ସମସ୍ତ ଗୋଷ୍ଠୀୟମାନଙ୍କର “ଦେବଗଣ” କେବଳ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।


ସେମାନେ ତାହାକୁ ସ୍କନ୍ଧରେ ବହନ କରି ନିଅନ୍ତି। ତାକୁ ନେଇ ତା'ର ସ୍ଥାନରେ ରଖନ୍ତି। ସେ ସ୍ଥାନରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦେବ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।


କାରଣ ମୂର୍ତ୍ତିଗୁଡ଼ିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ୟ କହିଥିଲେ ଏବଂ ଭବିଷ୍ୟ‌ଦ୍‌ବକ୍ତାମାନେ ମିଥ୍ୟା ଦର୍ଶନ ଦେଖିଥିଲେ। ସେମାନେ ମୂଲ୍ୟହୀନ ସ୍ୱପ୍ନ ଏବଂ ସେମାନେ ମିଥ୍ୟା ସାନ୍ତ୍ୱନା ଦେଲେ। ସେଥିପାଇଁ ସେମାନେ ମେଷ ତୁଲ୍ୟ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସେମାନଙ୍କର କୌଣସି ମେଷପାଳକ ନାହାନ୍ତି।


Swiv nou:

Piblisite


Piblisite