Biblia Todo Logo
Bib sou entènèt

- Piblisite -




ଯିଶାଇୟ 41:23 - ପବିତ୍ର ବାଇବଲ

23 “ଏହା ପରେ କ’ଣ ଘଟିବ ତୁମ୍ଭେମାନେ ପ୍ରକାଶ କର। ତାହାହେଲେ ଆମ୍ଭେ ଜାଣିବୁ ତୁମ୍ଭେମାନେ ପ୍ରକୃତରେ ଦେବତାଗଣ। କେଉଁଠି ଯଦି ଆମ୍ଭେମାନେ ପ୍ରକୃତରେ ଭୟ କିମ୍ବା ଭୟଭୀତ ହେବା ଯେବେ ତୁମ୍ଭେ ଉତ୍ତମ କିମ୍ବା ମନ୍ଦ ବିଷୟ ଆମ୍ଭକୁ କହିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

23 ଏଥି ଉତ୍ତାରେ ଯାହା ଯାହା ଘଟିବ, ତାହା ପ୍ରକାଶ କର, ତହିଁରେ ତୁମ୍ଭେମାନେ ଯେ ଈଶ୍ଵରଗଣ, ଏହା ଆମ୍ଭେମାନେ ଜାଣିବା; ହଁ, ମଙ୍ଗଳ କର, ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା।

Gade chapit la Kopi

ଓଡିଆ ବାଇବେଲ

23 ଏଥିଉତ୍ତାରେ ଯାହା ଯାହା ଘଟିବ, ତାହା ପ୍ରକାଶ କର, ତହିଁରେ ତୁମ୍ଭେମାନେ ଯେ ଈଶ୍ୱରଗଣ, ଏହା ଆମ୍ଭେମାନେ ଜାଣିବା; ହଁ, ମଙ୍ଗଳ କର, ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

23 ଏଥିଉତ୍ତାରେ ଯାହା ଯାହା ଘଟିବ, ତାହା ପ୍ରକାଶ କର, ତହିଁରେ ତୁମ୍ଭେମାନେ ଯେ ଈଶ୍ୱରଗଣ, ଏହା ଆମ୍ଭେମାନେ ଜାଣିବା; ହଁ, ମଙ୍ଗଳ କର, ଅବା ଅମଙ୍ଗଳ କର, ତହିଁରେ ଆମ୍ଭେମାନେ ନିରାଶ ହୋଇ ଏକତ୍ର ତାହା ଦେଖିବା।

Gade chapit la Kopi




ଯିଶାଇୟ 41:23
13 Referans Kwoze  

ବର୍ତ୍ତମାନ ଏହା ନ ଘଟିବା ପୂର୍ବରୁ ମୁଁ ତୁମ୍ଭକୁ ଏ କଥା କହୁଛି। ତେଣୁ ଯେତେବେଳେ ଏହା ଘଟିବ, ତୁମ୍ଭେ ବିଶ୍ୱାସ କରିବ, ମୁଁ ସେହି ଅଟେ।


ଦେଖ, ଆଦ୍ୟ ବିଷୟ ସିଦ୍ଧ ହେଲା। ଆଉ ଆମ୍ଭେ ନୂତନ ବିଷୟମାନ ପ୍ରକାଶ କରୁ। ଭବିଷ୍ୟତରେ କ’ଣ କ’ଣ ଘଟିବ, ତାହା ତୁମ୍ଭକୁ ଜଣାଉ।”


ସେସବୁ ତାଳଗଛ ତୁଲ୍ୟ, କୁନ୍ଦା ଓ କଥା କହନ୍ତି ନାହିଁ। ସେମାନଙ୍କୁ ବହନ କରିବାକୁ ହୁଏ କାରଣ ସେମାନେ ଗ୍ଭଲିପାରନ୍ତି ନାହିଁ। ତେଣୁ ସେମାନଙ୍କୁ ଭୟ କର ନାହିଁ, କାରଣ ସେମାନେ ଅମଙ୍ଗଳ କରି ପାରିବେ ନାହିଁ କିଅବା ମଙ୍ଗଳ କରିବାକୁ ସେମାନଙ୍କର ଶକ୍ତି ନାହିଁ।”


ସେମାନେ ତାହାକୁ ସ୍କନ୍ଧରେ ବହନ କରି ନିଅନ୍ତି। ତାକୁ ନେଇ ତା'ର ସ୍ଥାନରେ ରଖନ୍ତି। ସେ ସ୍ଥାନରେ ଛିଡ଼ା ହୁଏ ମାତ୍ର ନିଜେ ନିଜ ସ୍ଥାନରୁ ଘୁଞ୍ଚେ ନାହିଁ। ଡାକିଲେ ସେ ଉତ୍ତର ଦେବ ନାହିଁ କିମ୍ବା କାହାରିକୁ ଉଦ୍ଧାର କରିବ ନାହିଁ।


ପୁଣି ଆମ୍ଭେ ଅନ୍ଧକାରାବୃତ ଧନଭଣ୍ଡାର ଓ ଗୁପ୍ତ ସ୍ଥାନରେ ସଞ୍ଚିତ ସମ୍ପତ୍ତିସବୁ ତୁମ୍ଭକୁ ଦେବା। ତାହାହେଲେ ତୁମ୍ଭେ ଜାଣିବ ଯେ ଆମ୍ଭେ ତୁମ୍ଭର ସଦାପ୍ରଭୁ ଓ ଆମ୍ଭେ ତୁମ୍ଭର ନାମ ଧରି ଆହ୍ୱାନ କରୁଥିଲୁ। ଆମ୍ଭେ ଇସ୍ରାଏଲର ପରମେଶ୍ୱର ଏହା ମଧ୍ୟ ତୁମ୍ଭେ ଜାଣି ପାରିବ।


ଏହା ଯୁଗ ଆରମ୍ଭରୁ ଜଣାଅଛି।’


ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”


ତୁମ୍ଭେମାନେ ଆସ ଓ ତାହା ଉପସ୍ଥିତ କର; ସେମାନେ ପରସ୍ପର ମନ୍ତ୍ରଣା କରନ୍ତୁ। ବହୁକାଳରୁ “କିଏ ଏହା ଜଣାଇ ଅଛି? ପୁରାତନ କାଳରୁ କିଏ ଏହା ପ୍ରକାଶ କରିଅଛି? ଆମ୍ଭେ ସଦାପ୍ରଭୁ କ’ଣ ଏହା କରି ନାହୁଁ? ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହାନ୍ତି। ଆମ୍ଭେ ଧର୍ମଗୀତ ପରମେଶ୍ୱର ଓ ତ୍ରାଣକର୍ତ୍ତା, ଆମ୍ଭ ଛଡ଼ା ଆଉ କେହି ନାହିଁ।


ମାତ୍ର ତୁମ୍ଭେମାନେ ଯଦି ମୋତେ ସେହି ସ୍ୱପ୍ନ ବିଷୟରେ ନ ଜଣାଅ ତେବେ ତୁମ୍ଭେମାନେ ନିଶ୍ଚିତ ଦଣ୍ତ ପାଇବ। କାରଣ ସମୟ ଗଡ଼ାଇବା ପାଇଁ ତୁମ୍ଭେମାନେ ମୋ’ ସମ୍ମୁଖରେ ମିଥ୍ୟା ଓ ପ୍ରବଞ୍ଚନା ବାକ୍ୟ କହିବା ପାଇଁ ପ୍ରସ୍ତୁତ ହୋଇଅଛ। ଏଣୁ ତୁମ୍ଭେମାନେ ସ୍ୱପ୍ନଟି ମୋତେ କୁହ, ତାହାହେଲେ ତୁମ୍ଭେମାନେ ଯେ ତହିଁର ଅର୍ଥ ମୋ’ ନିକଟରେ ପ୍ରକାଶ କରି ପାରିବ, ଏହା ମୁଁ ଜାଣିବି।”


ହେ ମିଶର, ତୁମ୍ଭର ଜ୍ଞାନୀ ବ୍ୟକ୍ତିଗଣ କେଉଁଠାରେ? ସେହି ଜ୍ଞାନୀ ବ୍ୟକ୍ତିଗଣଙ୍କୁ ଜଣାନ୍ତୁ ସର୍ବଶକ୍ତିମାନ ସଦାପ୍ରଭୁ ମିଶର ବିଷୟରେ କି ମନ୍ତ୍ରଣା କରିଛନ୍ତି। ସେମାନଙ୍କୁ କ’ଣ ଘଟିବ କୁହନ୍ତୁ।


Swiv nou:

Piblisite


Piblisite