Biblia Todo Logo
Bib sou entènèt

- Piblisite -




ଯିଶାଇୟ 41:21 - ପବିତ୍ର ବାଇବଲ

21 ସଦାପ୍ରଭୁ କୁହନ୍ତି, “ତୁମ୍ଭେମାନେ ନିଜ ନିଜ ବିବାଦ ଉପସ୍ଥିତ କର; ଯାକୁବର ରାଜା କୁହନ୍ତି, ତୁମ୍ଭେମାନେ ନିଜର ଦୃଢ଼ ପ୍ରମାଣ ଉପସ୍ଥାପନ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

21 ସଦାପ୍ରଭୁ କହନ୍ତି, ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର; ଯାକୁବର ରାଜା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ଦୃଢ଼ ପ୍ରମାଣସବୁ ବାହାର କର।

Gade chapit la Kopi

ଓଡିଆ ବାଇବେଲ

21 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର,” ଯାକୁବର ରାଜା କହନ୍ତି, ତୁମ୍ଭେମାନେ ଆପଣାମାନଙ୍କର ଦୃଢ଼ ପ୍ରମାଣସବୁ ବାହାର କର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

21 ସଦାପ୍ରଭୁ କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କ ବିବାଦ ଉପସ୍ଥିତ କର,” ଯାକୁବର ରାଜା କହନ୍ତି, “ତୁମ୍ଭେମାନେ ଆପଣାମାନଙ୍କର ଦୃଢ଼ ପ୍ରମାଣସବୁ ବାହାର କର।”

Gade chapit la Kopi




ଯିଶାଇୟ 41:21
12 Referans Kwoze  

ଆୟୁବ, ଜଣେ ମଣିଷ ପରି ଛିଡ଼ା ହୋଇଯାଅ, ଯାହା ଫଳରେ ମୁଁ ତୁମ୍ଭକୁ ପ୍ରଶ୍ନ ପଗ୍ଭରି ପାରିବି ଏବଂ ତୁମ୍ଭେ ମୋତେ ଉତ୍ତର ଦେଇ ପାରିବ।


ଯଦି ପରମେଶ୍ୱର ତାହା କରନ୍ତି, ତେବେ ମୁଁ ଯାହା କରିଛି ସବୁକିଛି ବୁଝାଇ ଦେବି। ଜଣେ ନେତାଭଳି ମୋର ମୁଣ୍ଡ ଟେକି ମୁଁ ପରମେଶ୍ୱରଙ୍କ ପାଖକୁ ଆସିବି।


ସଦାପ୍ରଭୁ ପୁଣି କୁହନ୍ତି, “ଆସ, ମୋ’ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁରବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହେବ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ୱଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମେଷଲୋମ ସଦୃଶ ଶୁଭ୍ର ହେବ।


ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।


ସଦାପ୍ରଭୁ କୁହନ୍ତି, “ହେ ଦ୍ୱୀପ ସମୂହ, ନୀରବ ହୁଅ। ମୋ’ ନିକଟକୁ ଆସ, ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ। ଆମ୍ଭେମାନେ ଏକତ୍ରିତ ବିଗ୍ଭର କରୁ।


ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”


ଆମ୍ଭେ ସଦାପ୍ରଭୁ, ତୁମ୍ଭମାନଙ୍କର ଧର୍ମସ୍ୱରୂପ, ଇସ୍ରାଏଲର ସୃଷ୍ଟିକର୍ତ୍ତା, ତୁମ୍ଭମାନଙ୍କର ରାଜା ଅଟୁ।”


“ଶେଷରେ କ’ଣ ଘଟିବ ଆମ୍ଭେ ଆଦ୍ୟରୁ କହିଥାଉ। ପୁଣି ଯାହା ଘଟି ନାହିଁ ତାହା ଆମ୍ଭେ ପ୍ରାଚୀନ କାଳରୁ ଜଣାଇଥାଉ ଓ କହୁ। ଆମ୍ଭର ଉଦ୍ଦେଶ୍ୟ ସାଧିତ ହେବ ଓ ଆମ୍ଭେ ନିଜର ସକଳ ମନୋରଥ ସିଦ୍ଧ କରିବୁ।


Swiv nou:

Piblisite


Piblisite