Biblia Todo Logo
Bib sou entènèt

- Piblisite -




ଯିଶାଇୟ 41:2 - ପବିତ୍ର ବାଇବଲ

2 ସେ ଧର୍ମରେ ଯାହାକୁ ନିଜ ଚରଣ ନିକଟକୁ ଡାକନ୍ତି ଏପରି ଏକ ବ୍ୟକ୍ତି ଯେକି ପୂର୍ବ ଦିଗରୁ ଆସିଛନ୍ତି, ତାଙ୍କୁ କିଏ ଉତ୍ପନ୍ନ କରିଛି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାମାନଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି। ସେ ‌‌ଖ‌ଡ଼୍‌ଗ ଦ୍ୱାରା ସେହି ଦେଶ ସମୂହକୁ ଧୂଳି ତୁଲ୍ୟ କରନ୍ତି ଓ ଧନୁ ସାହାଯ୍ୟରେ କୁଟାପରି ଉଡ଼ାଇ ଦିଅନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ସେ ଧର୍ମରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ଵ କରାନ୍ତି; ସେ ତାହାର ଖଡ଼୍‍ଗ ସମ୍ମୁଖରେ ସେମାନଙ୍କୁ ଧୂଳି ତୁଲ୍ୟ ଓ ତାହାର ଧନୁକର ଅଗ୍ରରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି।

Gade chapit la Kopi

ଓଡିଆ ବାଇବେଲ

2 ସେ ଧାର୍ମିକତାରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି ? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି; ସେ ତାହାର ଖଡ୍ଗ ସମ୍ମୁଖରେ ସେମାନଙ୍କୁ ଧୂଳି ତୁଲ୍ୟ ଓ ତାହାର ଧନୁକର ଆଗରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ସେ ଧାର୍ମିକତାରେ ଯାହାକୁ ଆପଣା ଚରଣ ନିକଟକୁ ଡାକନ୍ତି, ଏପରି ଏକ ଜଣକୁ ପୂର୍ବ ଦିଗରୁ କିଏ ଉତ୍ପନ୍ନ କରିଅଛନ୍ତି? ସେ ନାନା ଦେଶସ୍ଥ ଲୋକଙ୍କୁ ତାହା ସମ୍ମୁଖରେ ସମର୍ପି ଦିଅନ୍ତି ଓ ରାଜାଗଣଙ୍କ ଉପରେ ତାହାକୁ କର୍ତ୍ତୃତ୍ୱ କରାନ୍ତି; ସେ ତାହାର ଖଡ୍ଗ ସମ୍ମୁଖରେ ସେମାନଙ୍କୁ ଧୂଳି ତୁଲ୍ୟ ଓ ତାହାର ଧନୁକର ଆଗରେ ଚାଳିତ କୁଟା ପରି ସମର୍ପି ଦିଅନ୍ତି।

Gade chapit la Kopi




ଯିଶାଇୟ 41:2
22 Referans Kwoze  

ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ୟକ୍ତିର ଅର୍ଥାତ୍ କୋରସ୍ ବିଷୟରେ ଏହିକଥା କୁହନ୍ତି, “ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାର ସବୁ ବନ୍ଦ ରହିବ ନାହିଁ।


ମୁଁ ପୃଥିବୀର ଧୂଳି ପରି ସେମାନଙ୍କୁ ଦଳିଲି, ମୁଁ ସଡ଼କରେ କାଦୁଅ ପରି ସେମାନଙ୍କୁ ଦଳିଲି। ସେମାନଙ୍କୁ ଛତରାଇ ଦେଲି।


ଆମ୍ଭେ ପୂର୍ବଦିଗସ୍ଥ ଦୂରଦେଶରୁ ଏକ ମନୁଷ୍ୟକୁ ଆହ୍ୱାନ କରୁ। ସେହି ମନୁଷ୍ୟଟି ଉତ୍କ୍ରୋଶପକ୍ଷୀ ସଦୃଶ। ଆମ୍ଭେ ଯାହା ମନ୍ତ୍ରଣା କରୁ ସେ ତାହା ହିଁ କରିବ। ଆମ୍ଭେ କଳ୍ପନା କରିଅଛୁ ଓ ଆମ୍ଭେ ତାହା ସଫଳ କରିବା।


“ଆମ୍ଭେ ଉତ୍ତର ଦିଗରୁ ଜଣକୁ ଉତ୍ପନ୍ନ କରିଅଛୁ ଓ ସେ ଉପସ୍ଥିତ। ସେ ପୂର୍ବ ଦିଗରୁ ଆମ୍ଭର ଆହ୍ୱାନ କରେ। ସେ ଗାନ୍ଥନୀର ମସଲା ଓ କୁମ୍ଭକର ପାତ୍ର ନିର୍ମାଣ ପାଇଁ ବ୍ୟବହୃତ ମର୍ଦ୍ଦିତ ମୃତ୍ତିକା ପରି ପ୍ରତ୍ୟେକ ଶାସକକୁ ଦଳିତ କରିବ।


ସେହି ଶାସକଗଣ ରୋପିତ ବୃକ୍ଷ ସଦୃଶ। ସେମାନଙ୍କର ଚେର ମାଟିକୁ ଯିବା ପୂର୍ବରୁ ପରମେଶ୍ୱର “ଗ୍ଭରାକୁ” ଫୁଙ୍କି ଦିଅନ୍ତି। ସେଥିରେ ସେ ମରିଯାଇ ଶୁଷ୍କ ହୋଇଯାଏ। ଓ ଘୂର୍ଣ୍ଣିବାୟୁ ତାକୁ ନଡ଼ାପରି ଉଡ଼ାଇ ନିଏ।


“ପାରସ୍ୟର ରାଜା କୋରସ୍ ଏହିପରି କହିଛନ୍ତି: ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ପୃଥିବୀର ସମସ୍ତ ରାଜ୍ୟ ମୋତେ ପ୍ରଦାନ କରିଛନ୍ତି। ଏବଂ ସଦାପ୍ରଭୁ ମୋତେ ଯିହୁଦା ରାଜ୍ୟର ଯିରୁଶାଲମଠାରେ ତାହାଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବା ପାଇଁ ନିରୂପଣ କରିଛନ୍ତି।


ଆମ୍ଭେ ତାଙ୍କୁ ଭଲ କାର୍ଯ୍ୟ ଉଦ୍ଦେଶ୍ୟରେ ଜାଗରିତ କରୁ, ସେ ଆମ୍ଭର ନଗର ନିର୍ମାଣ କରିବ। ସେ ଆମ୍ଭର ନିର୍ବାସିତ ଲୋକମାନଙ୍କୁ ମୁକ୍ତ କରିବ। ସେଥିପାଇଁ ସେ କୌଣସି ମୂଲ୍ୟ ବା ପୁରସ୍କାର ଆମ୍ଭଠାରୁ ନେବ ନାହିଁ।” ସର୍ବଶକ୍ତିମାନ ସଦାପ୍ରଭୁ ଏହି କଥା କୁହନ୍ତି।


ପାରସ୍ୟର ରାଜା କୋରସ୍ କହନ୍ତି, ସଦାପ୍ରଭୁ, ସ୍ୱର୍ଗର ପରମେଶ୍ୱର, ମୋତେ ସାରା ପୃଥିବୀ ଉପରେ ରାଜା କରିଛନ୍ତି। ସେ ମୋତେ ଯିହୁଦାସ୍ଥିତ ଯିରୁଶାଲମ ନିମନ୍ତେ ଏକ ମନ୍ଦିର ନିର୍ମାଣ କରିବାର ଦାୟିତ୍ୱ ଦେଇଅଛନ୍ତି। ବର୍ତ୍ତମାନ, ତୁମ୍ଭେ ଯେଉଁମାନେ ପରମେଶ୍ୱରଙ୍କ ଲୋକ ଅଟ, ଯିରୁଶାଲମକୁ ଫେରି ଯିବା ନିମନ୍ତେ ସ୍ୱାଧୀନ ଅଟ ଏବଂ ସଦାପ୍ରଭୁ ପରମେଶ୍ୱର ତୁମ୍ଭ ପ୍ରତ୍ୟେକଙ୍କ ସହିତରେ ରୁହନ୍ତୁ।


ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଶାଲେମର ରାଜା ଥିଲେ, ଓ ସର୍ବୋଚ୍ଚ ପରମେଶ୍ୱରଙ୍କ ଯାଜକ ଥିଲେ। ଅବ୍ରହାମ ରାଜାମାନଙ୍କୁ ପରାଜିତ କରି ଫେରିଲା ବେଳେ ମ‌‌‌‌‌‌‌‌ଲ୍‌‌‌‌‌‌‌କୀଷେଦକ ଅବ୍ରହାମଙ୍କୁ ଦେଖାକଲେ। ସେ ଅବ୍ରହାମଙ୍କୁ ଆଶୀର୍ବାଦ କଲେ।


ଅରାମର ରାଜା ଯିହୋୟାହସଙ୍କ ସୈନ୍ୟବାହିନୀକୁ ପରାସ୍ତ କରି ତାଙ୍କର ମାତ୍ର ପଗ୍ଭଶ୍ ଅଶ୍ୱାରୋହୀ, ଦଶ ଗୋଟି ରଥ ଓ 10,000 ପଦାତିକଙ୍କୁ ଛାଡ଼ି ଅନ୍ୟ ସମସ୍ତଙ୍କୁ ବଧ କଲେ। ଯିହୋୟାହସଙ୍କ ସୈନ୍ୟମାନେ ଶସ୍ୟଅମଳ ସମୟରେ ଅଗାଡ଼ି ତୁଲ୍ୟ ପବନରେ ଗ୍ଭଲିଗଲେ।


ଯେତେବେଳେ ଅବ୍ରାମଙ୍କୁ ଅନେଶ୍ୱତ ବର୍ଷ ସେତେବେଳେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଲେ ଏବଂ କହିଲେ, “ମୁଁ ସର୍ବଶକ୍ତିମାନ ପରମେଶ୍ୱର। ଉତ୍ତମ କାର୍ଯ୍ୟମାନ କର। ମୋତେ ମାନ ଏବଂ ନିଷ୍ଠାପର ଜୀବନଯାପନ କର।


ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଙ୍ଗରେ ନେଲା। ଏବଂ ସେ ସମସ୍ତେ କଲଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ବସତି ସ୍ଥାପନ କଲେ।


ତା'ପରେ ମୁଁ ଅନ୍ୟ ଜଣେ ସ୍ୱର୍ଗଦୂତଙ୍କୁ ପୂର୍ବଦିଗରୁ ଆସିବାର ଦେଖିଲି। ଏହି ଦୂତଙ୍କ ପାଖରେ ଜୀବିତ ପରମେଶ୍ୱରଙ୍କର ମୁଦ୍ରା ଥିଲା। ସେ ଉଚ୍ଚ ସ୍ୱରରେ ଗ୍ଭରି ଜଣ ସ୍ୱର୍ଗଦୂତଙ୍କୁ ଡାକିଲେ, ଯେଉଁମାନଙ୍କୁ ପରମେଶ୍ୱର ପୃଥିବୀ ଓ ସମୁଦ୍ରର କ୍ଷତି କରିବାକୁ କ୍ଷମତା ଦେଇଥିଲେ।


ଷଷ୍ଠ ଦୂତ ତାହାଙ୍କ ପାତ୍ର ଫରାତ ମହାନଦୀର ଉପରେ ଢାଳିଲେ। ଏହା ଦ୍ୱାରା ନଦୀ ଜଳ ଶୁଖିଗଲା ଓ ପୂର୍ବ ଦିଗରୁ ଆସିବାକୁ ରାଜାମାନଙ୍କ ପାଇଁ ବାଟ ତିଆରି କଲା।


ସେ ସେମାନଙ୍କ ପଶ୍ଚା‌‌‌ତ୍‌‌‌ଧାବନ କରେ ଓ ନିରାପଦରେ ଅଗ୍ରସର ହୁଏ। ସେ କେବେ ନ ଯାଇଥିବା ପଥରେ ବିଭିନ୍ନ ସ୍ଥାନକୁ ଯାଏ।


“ମୁଁ ସଦାପ୍ରଭୁ, ତୁମ୍ଭକୁ ଧାର୍ମିକରେ ଆହ୍ୱାନ କରୁଅଛି। ତୁମ୍ଭର ହସ୍ତ ଧରି ମୁଁ ତୁମ୍ଭକୁ ପଥପ୍ରଦର୍ଶନ କରିବି। ଜାତିଗଣଙ୍କୁ ଗୋଟିଏ ଆଲୋକପରି ମୁଁ ତୁମ୍ଭକୁ ଗୋଟିଏ ନିଯୁକ୍ତ ଚିହ୍ନ ଦେବି, ଯାହା ଲୋକମାନଙ୍କ ସହିତ ଗୋଟିଏ ଚୁକ୍ତି ଅଛି।


“ଆମ୍ଭେ ନିଜେ ତାଙ୍କୁ କହିଅଛୁ, ନିଜେ ତାଙ୍କୁ ଆହ୍ୱାନ କରିଅଛୁ, ନିଜେ ତାଙ୍କୁ ଆଣିଅଛୁ; ସେ ନିଜ ପଥରେ କୃତକାର୍ଯ୍ୟ ହେବ।


“ସଦାପ୍ରଭୁ ମଝିରେ ଛିଡ଼ା ହୋଇଥିବା ଯୋଦ୍ଧାମାନଙ୍କୁ ପଠେଇ ଦେଇଛନ୍ତି। ସଦାପ୍ରଭୁ ମୋର ଯୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପେଷଣ କରିଅଛନ୍ତି।


Swiv nou:

Piblisite


Piblisite