Biblia Todo Logo
Bib sou entènèt

- Piblisite -




ଯିଶାଇୟ 41:13 - ପବିତ୍ର ବାଇବଲ

13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭର ଦକ୍ଷିଣ ହସ୍ତ ଧରି କହିବା ‘ଭୟ କର ନାହିଁ। ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ଵର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।

Gade chapit la Kopi

ଓଡିଆ ବାଇବେଲ

13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ୱର, ତୁମ୍ଭ ଦକ୍ଷିଣ ହସ୍ତ ଧରି ତୁମ୍ଭକୁ କହିବା, “ଭୟ କର ନାହିଁ; ଆମ୍ଭେ ତୁମ୍ଭର ସାହାଯ୍ୟ କରିବା।”

Gade chapit la Kopi




ଯିଶାଇୟ 41:13
16 Referans Kwoze  

ତୁମ୍ଭେ ଭୟ କର ନାହିଁ, କାରଣ ଆମ୍ଭେ ତୁମ୍ଭ ସଙ୍ଗରେ ଅଛୁ। ନିରାଶ ହୁଅ ନାହିଁ, କାରଣ ଆମ୍ଭେ ତୁମ୍ଭର ପରମେଶ୍ୱର। ଆମ୍ଭେ ତୁମ୍ଭକୁ ସବଳ କରିବା, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବା। ପୁଣି ଆମ୍ଭେ ଆପଣା ଧର୍ମସ୍ୱରୂପ ଦକ୍ଷିଣ ହସ୍ତରେ ତୁମ୍ଭକୁ ଧରି ରଖିବା।


ମୁଁ ସର୍ବଦା ତୁମ୍ଭ ପାଖରେ ଅଛି। ହେ ପରମେଶ୍ୱର, ତୁମ୍ଭେ ମୋର ଦକ୍ଷିଣ ହସ୍ତ ଧରି ସାହାରା ଦେଇଅଛ।


ମୁଁ ତୁମ୍ଭଠାରେ ଲାଗିରହେ। ତୁମ୍ଭର ଡାହାଣ ହସ୍ତ ମୋତେ ସମର୍ଥନ କରେ।


କାରଣ ସଦାପ୍ରଭୁ ନିଃସହାୟ ଲୋକମାନଙ୍କ ସପକ୍ଷରେ ଠିଆ ହୁଅନ୍ତି, ଏବଂ ପରମେଶ୍ୱର ସେମାନଙ୍କୁ ଅନ୍ୟମାନଙ୍କଠାରୁ ରକ୍ଷା କରନ୍ତି, ଯେଉଁମାନେ ତାଙ୍କୁ ନିନ୍ଦା କରନ୍ତି।


“ମୁଁ ସଦାପ୍ରଭୁ, ତୁମ୍ଭକୁ ଧାର୍ମିକରେ ଆହ୍ୱାନ କରୁଅଛି। ତୁମ୍ଭର ହସ୍ତ ଧରି ମୁଁ ତୁମ୍ଭକୁ ପଥପ୍ରଦର୍ଶନ କରିବି। ଜାତିଗଣଙ୍କୁ ଗୋଟିଏ ଆଲୋକପରି ମୁଁ ତୁମ୍ଭକୁ ଗୋଟିଏ ନିଯୁକ୍ତ ଚିହ୍ନ ଦେବି, ଯାହା ଲୋକମାନଙ୍କ ସହିତ ଗୋଟିଏ ଚୁକ୍ତି ଅଛି।


ଅଣଯିହୂଦୀମାନଙ୍କୁ ସୁସମାଗ୍ଭର ପୂର୍ଣ୍ଣ ଭାବରେ ପ୍ରଗ୍ଭର କରିବା ବେଳେ ପ୍ରଭୁ ମୋତେ ଶକ୍ତି ପ୍ରଦାନ କଲେ। ସମସ୍ତ ଅଣଯିହୂଦୀ ଲୋକେ ସୁସମାଗ୍ଭର ଶୁଣନ୍ତୁ ବୋଲି ପ୍ରଭୁ ଗ୍ଭହିଁଥିଲେ। ମୁଁ ସିଂହ ମୁଖରୁ ରକ୍ଷା ପାଇଲି।


ସଦାପ୍ରଭୁ ନିଜ ଅଭିଷିକ୍ତ ବ୍ୟକ୍ତିର ଅର୍ଥାତ୍ କୋରସ୍ ବିଷୟରେ ଏହିକଥା କୁହନ୍ତି, “ଆମ୍ଭେ ତାହା ସମ୍ମୁଖରେ ନାନା ଗୋଷ୍ଠୀକୁ ପରାସ୍ତ କରିବା ପାଇଁ ତାହାର ଦକ୍ଷିଣ ହସ୍ତ ଧରିଅଛୁ ଓ ଆମ୍ଭେ ରାଜାମାନଙ୍କର କଟିବନ୍ଧନ ଫିଟାଇବା। ପୁଣି ତାହା ସମ୍ମୁଖରେ କବାଟସବୁ ମୁକ୍ତ କରିବା ଓ ନଗରଦ୍ୱାର ସବୁ ବନ୍ଦ ରହିବ ନାହିଁ।


ଆମ୍ଭେ ଉତ୍ତର ଦିଗକୁ କହିବା ଛାଡ଼ିଦିଅ ଓ ଦକ୍ଷିଣ ଦିଗକୁ କହିବା ସେମାନଙ୍କୁ ଅଟକାଅ ନାହିଁ। ଆମ୍ଭର ପୁତ୍ରଗଣଙ୍କୁ ଦୂରରୁ ଓ କନ୍ୟାଗଣଙ୍କୁ ପୃଥିବୀର ପ୍ରାନ୍ତରୁ ଆଣି ଦିଅ।


ଯିରୁଶାଲମ ଅନେକ ସନ୍ତାନ ଜନ୍ମ ଦେଇଛି, ମାତ୍ର ସେମାନଙ୍କ ମଧ୍ୟରେ ତାକୁ ବାଟ କଢ଼ାଇ ନେବାକୁ କେହି ନାହାନ୍ତି। ପୁଣି ସେ ଯେଉଁ ସନ୍ତାନଗଣଙ୍କୁ ପାଳନ କରିଅଛି, ସେମାନଙ୍କ ମଧ୍ୟରେ କେହି ତାହା ହାତଧରି ନେବା ପାଇଁ ନାହାନ୍ତି।


କିନ୍ତୁ ମୋଶା ସେମାନଙ୍କୁ କହିଲେ, “ଭୟ କର ନାହିଁ। ଦୌଡ଼ି ପଳାଇବାର ଆବଶ୍ୟକ ନାହିଁ। ଏହିଠାରେ ଧିରସ୍ଥିର ହୋଇ ଛିଡ଼ା ହୁଅ। ସଦାପ୍ରଭୁ ତୁମ୍ଭମାନଙ୍କୁ ଆଜି ରକ୍ଷା କରିବେ। ତୁମ୍ଭେମାନେ ମିଶରବାସୀମାନଙ୍କୁ ଆଉ ପୁନରାୟ ଦେଖିବ ନାହିଁ।


ତହିଁରେ ମୋଶା ଲୋକମାନଙ୍କୁ କହିଲେ, “ଭୟ କର ନାହିଁ। କାରଣ ତୁମ୍ଭମାନଙ୍କୁ ପରୀକ୍ଷା କରିବାକୁ ଓ ତୁମ୍ଭେମାନେ ଯେମନ୍ତ ପାପ ନ କରିବ, ଏଥିପାଇଁ ଆପଣାର ଭୟାନକତା ତୁମ୍ଭମାନଙ୍କର ଚକ୍ଷୁ ଗୋଚର କରିବାକୁ ସଦାପ୍ରଭୁ ଆସି ଅଛନ୍ତି।”


ଏଣୁ ସଦାପ୍ରଭୁ କହନ୍ତି, “ହେ ଯାକୁବ, ତୁମ୍ଭେ ଆମ୍ଭର ଦାସ, ତୁମ୍ଭେ ଭୟ କର ନାହିଁ। ଆଉ ହେ ଇସ୍ରାଏଲ, ତୁମ୍ଭେ ନିରାଶ ହୁଅ ନାହିଁ। କାରଣ ଆମ୍ଭେ ବହୁ ଦୂର ଦେଶରୁ ଓ ତୁମ୍ଭକୁ ବନ୍ଦୀତ୍ୱ ଦେଶରୁ ଉଦ୍ଧାର କରିଅଛୁ। ପୁଣି ଯାକୁବ ଫେରି ଆସି ଶାନ୍ତିରେ ଓ ନିରାପଦରେ ରହିବ। କେହି ତାହାକୁ ଭୟ ଦେଖାଇବେ ନାହିଁ।”


“ହେ ଆମ୍ଭର ଦାସ ଯାକୁବ, ତୁମ୍ଭେ ଭୟ କର ନାହିଁ କିଅବା ହେ ଇସ୍ରାଏଲ ତୁମ୍ଭେ ନିରାଶ ହୁଅ ନାହିଁ। ଆମ୍ଭେ ଦୂର ଦେଶରୁ ତୁମ୍ଭକୁ ଓ ବନ୍ଦୀ ଅବସ୍ଥାରୁ ତୁମ୍ଭ ବଂଶକୁ ଉଦ୍ଧାର କରିବା। ତହିଁରେ ଯାକୁବ ଫେରି ଆସି ନିର୍ଭୟ ଓ ନିଶ୍ଚିତରେ ରହିଲା। ଆଉ କେହି ତାହାକୁ ଭୟ ଦେଖାଇଲେ ନାହିଁ।”


ସଦାପ୍ରଭୁ କୁହନ୍ତି, “‘ତୁମ୍ଭେମାନେ ମିଶର ପରିତ୍ୟାଗ କଲାବେଳେ ଆମ୍ଭେ ତୁମ୍ଭମାନଙ୍କ ସହିତ ଏକ ଚୁକ୍ତି କରିଥିଲୁ। ଆମ୍ଭେ ଆପଣା ପ୍ରତିଜ୍ଞା ରକ୍ଷା କରିଅଛୁ। ଆମ୍ଭର ଆତ୍ମା ତୁମ୍ଭମାନଙ୍କ ମଧ୍ୟରେ ଅଛି। ତେଣୁ ଭୟ କର ନାହିଁ।’


ସଦାପ୍ରଭୁ ମୋର ସାହାଯ୍ୟକାରୀ। ମୁଁ ମୋର ଶତ୍ରୁମାନଙ୍କର ପରାସ୍ତ ଦେଖିବି।


Swiv nou:

Piblisite


Piblisite