Biblia Todo Logo
Bib sou entènèt

- Piblisite -




ଯିଶାଇୟ 41:1 - ପବିତ୍ର ବାଇବଲ

1 ସଦାପ୍ରଭୁ କୁହନ୍ତି, “ହେ ଦ୍ୱୀପ ସମୂହ, ନୀରବ ହୁଅ। ମୋ’ ନିକଟକୁ ଆସ, ଲୋକମାନେ ବଳପ୍ରାପ୍ତ ହୁଅନ୍ତୁ, କଥା କୁହନ୍ତୁ। ଆମ୍ଭେମାନେ ଏକତ୍ରିତ ବିଗ୍ଭର କରୁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

1 ହେ ଦ୍ଵୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।

Gade chapit la Kopi

ଓଡିଆ ବାଇବେଲ

1 “ହେ ଦ୍ୱୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଶୁଣ; ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

1 ହେ ଦ୍ୱୀପଗଣ, ଆମ୍ଭ ସାକ୍ଷାତରେ ନୀରବ ହୁଅ ଓ ଶୁଣ; ଲୋକମାନେ ନୂଆ ନୂଆ ବଳ ପ୍ରାପ୍ତ ହେଉନ୍ତୁ; ସେମାନେ ନିକଟକୁ ଆସନ୍ତୁ; ତେବେ କଥା କୁହନ୍ତୁ; ଆମ୍ଭେମାନେ ଏକତ୍ର ହୋଇ ବିଚାର କରୁ।

Gade chapit la Kopi




ଯିଶାଇୟ 41:1
22 Referans Kwoze  

ସଦାପ୍ରଭୁ ପୁଣି କୁହନ୍ତି, “ଆସ, ମୋ’ ସହିତ ଆଳାପ କର। ତୁମ୍ଭମାନଙ୍କର ପାପ ସିନ୍ଦୁରବର୍ଣ୍ଣ ପରି ଲାଲ ହେଲେ ହେଁ ବରଫ ସଦୃଶ ଶୁଭ୍ର ହେବ। ଆଉ ତୁମ୍ଭମାନଙ୍କର ପାପ ଉଜ୍ଜ୍ୱଳ ଲୋହିତ ବର୍ଣ୍ଣ ପରି ହେଲେ ହେଁ ମେଷଲୋମ ସଦୃଶ ଶୁଭ୍ର ହେବ।


ସଦାପ୍ରଭୁ ତାଙ୍କର ପବିତ୍ର ମନ୍ଦିରରେ ଅଛନ୍ତି। ତେଣୁ ସମଗ୍ର ପୃଥିବୀ ନୀରବ ହେବ ଓ ସଦାପ୍ରଭୁଙ୍କୁ ସମ୍ମାନ ଜଣାଇବ।


ସମସ୍ତ ଲୋକମାନେ, ନୀରବ ହୁଅ। ସଦାପ୍ରଭୁ ତାଙ୍କର ପବିତ୍ର ଗୃହରୁ ଆସୁଛନ୍ତି।


ପରମେଶ୍ୱର କହନ୍ତି, “ଯୁଦ୍ଧ ବନ୍ଦ କର, ମନେରଖ ମୁଁ ହେଉଛି ପରମେଶ୍ୱର। ମୁଁ ରାଜ୍ୟମାନଙ୍କୁ ପରାସ୍ତ କରିଛି। ପୃଥିବୀକୁ ମୁଁ ନିୟନ୍ତ୍ରଣ କରେ।”


ହେ ସମସ୍ତ ଦେଶୀୟଗଣ, ନିକଟକୁ ଆସି ଶ୍ରବଣ କର। ହେ ଗୋଷ୍ଠୀସମୂହ, ତୁମ୍ଭେମାନେ ଧ୍ୟାନର ସହିତ ଶୁଣ। ପୃଥିବୀ ଓ ତଦୁପରି ସମସ୍ତ ଶ୍ରବଣ କରନ୍ତୁ, ଜଗତ ଓ ସେଥିରୁ ସୃଷ୍ଟି ସମସ୍ତ ପଦାର୍ଥ ଶ୍ରବଣ କରୁ।


ସେହି ସମୟରେ ମୋର ପ୍ରିୟ ପ୍ରଭୁ ପୁନର୍ବାର ଆସିବେ ଓ ଅବଶିଷ୍ଟାଂଶ ଲୋକଙ୍କୁ ନେବେ। ଏହା ଦ୍ୱିତୀୟ ଥର ଆପଣା ହସ୍ତ ସ୍ଥାପନ କରିବେ। ଏହି ପରମେଶ୍ୱରଙ୍କ ଲୋକମାନେ ଅଶୂର, ଉତ୍ତର ମିଶର, ଦକ୍ଷିଣ ମିଶର, ଇଥିଓପିଆ, ଏଲମ୍, ବାବିଲନୀୟ, ହମାଥରୁ ଏବଂ ପୃଥିବୀର ସମସ୍ତ ଦୂର ଦେଶରୁ ଆସିବେ।


ଆୟୁବ, ଜଣେ ମଣିଷ ପରି ଛିଡ଼ା ହୋଇଯାଅ, ଯାହା ଫଳରେ ମୁଁ ତୁମ୍ଭକୁ ପ୍ରଶ୍ନ ପଗ୍ଭରି ପାରିବି ଏବଂ ତୁମ୍ଭେ ମୋତେ ଉତ୍ତର ଦେଇ ପାରିବ।


ଯେ ମୋତେ ଧର୍ମାଗ୍ଭରୀ କରନ୍ତି ସେ ମୋ’ ନିକଟବର୍ତ୍ତୀ। ତେଣୁ ମୋତେ କିଏ ବିରୋଧ କରିବ? ଆସ ଆମ୍ଭେମାନେ ଏକତ୍ର ଛିଡ଼ା ହେବା, କିଏ ମୋର ବିପକ୍ଷରେ ଯିବ ସେ ମୋ’ ନିକଟକୁ ଆସୁ।


ହେ ଦ୍ୱୀପ ସମୂହର ଲୋକମାନେ, ମୋ’ କଥା ଶୁଣ। ହେ ଦୂରସ୍ଥ ଗୋଷ୍ଠୀ ସମୂହର ଲୋକମାନେ, ମୋ’ କଥାକୁ ଅବଧାନ କର। ମୁଁ ମାତୃ ଗର୍ଭରୁ ଭୂମିଷ୍ଠ ହେବା ପୂର୍ବରୁ ସଦାପ୍ରଭୁ ତାଙ୍କର ସେବା ପାଇଁ ମୋତେ ଆହ୍ୱାନ କରିଛନ୍ତି। ମୁଁ ମାତୃଗର୍ଭରେ ଥିବା କାଳରୁ ସେ ମୋର ନାମ ଉଲ୍ଲେଖ କରିଛନ୍ତି।


ତୁମ୍ଭେମାନେ ଆମ୍ଭ ନିକଟକୁ ଆସି ଏହିକଥା ଶୁଣ। ଆଦ୍ୟରୁ ଆମ୍ଭେ ଗୋପନରେ କିଛି କହି ନାହୁଁ। ବହୁ କାଳରୁ ଆମ୍ଭେ ସେଠାରେ ଅଛୁ।” ପୁଣି “ଏବେ ମୋର ପ୍ରଭୁ ସଦାପ୍ରଭୁ ମୋତେ ଓ ତାଙ୍କର ଆତ୍ମାକୁ ପ୍ରେରଣ କରିଛନ୍ତି।


ମାତ୍ର ଯେଉଁମାନେ ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖନ୍ତି, ସେମାନେ ନୂତନ ବଳ ପାଆନ୍ତି। ସେମାନେ ଚିଲ ପକ୍ଷୀ ପରି ଆକାଶରେ ଉଡ଼ନ୍ତି। ସେମାନେ କ୍ଳାନ୍ତ ନ ହୋଇ ସେମାନେ ଗମନ କରିବେ।


ଦ୍ୱୀପ ସମୂହ ଦେଖି ଭୟଭୀତ ହେଲେ, ପୃଥିବୀର ପ୍ରାନ୍ତ ସକଳ କମ୍ପିତ ହେଲେ, ସେମାନେ ନିକଟବର୍ତ୍ତୀ ହୋଇ ଆସିଲେ।’


ସବୁ ଦେଶର ଓ ସବୁ ଗୋଷ୍ଠୀର ଲୋକମାନେ ଏକତ୍ରିତ ହୁଅନ୍ତୁ। ସେମାନଙ୍କ ମଧ୍ୟରୁ କିଏ ଏହା ପ୍ରକାଶ କରିପାରେ ଓ ଆଦ୍ୟ ବିଷୟମାନ ଦେଖାଇ ଦେଇପାରେ? ସେମାନେ ଦୋଷମୁକ୍ତ ହେବାକୁ ନିଜ ନିଜର ସାକ୍ଷୀ ଆଣନ୍ତୁ ଓ ସେମାନେ ପୁଣି ଏହା ସତ୍ୟ ବୋଲି କୁହନ୍ତୁ।”


ମୋ’ ବିରୁଦ୍ଧରେ ତୁମ୍ଭର ମକଦ୍ଦମା କର। ଆସ ଏକାଠି ତୁମ୍ଭକୁ ଯଥାର୍ଥ ପ୍ରଣାମ କରିବା ପାଇଁ ଯାହା ଜାଣ କୁହ।


Swiv nou:

Piblisite


Piblisite