Biblia Todo Logo
Bib sou entènèt

- Piblisite -




ଯିଶାଇୟ 40:6 - ପବିତ୍ର ବାଇବଲ

6 ପୁଣି ଏକ ସ୍ୱର ଶୁଣାଗଲା, “ପ୍ରଗ୍ଭର କର।” ଜଣେ ବ୍ୟକ୍ତି କହିଲା, “କ’ଣ ପ୍ରଗ୍ଭର କରିବା?” ସେ ସ୍ୱରଟି କହିଲା, “ମନୁଷ୍ୟ ଚିରଦିନ ପାଇଁ ବଞ୍ଚିବ ନାହିଁ। ସେମାନେ ତୃଣତୁଲ୍ୟ ଓ ସେମାନଙ୍କର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପ ତୁଲ୍ୟ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଏକ ଜଣର ରବ କହେ, ପ୍ରଚାର କର, ତହିଁରେ ଜଣେ କହିଲା, କଅଣ ପ୍ରଚାର କରିବା? ମର୍ତ୍ତ୍ୟ ମାତ୍ର ତୃଣ ସ୍ଵରୂପ ଓ ତାହାର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପର ତୁଲ୍ୟ;

Gade chapit la Kopi

ଓଡିଆ ବାଇବେଲ

6 ଏକ ଜଣର ରବ କହେ, “ପ୍ରଚାର କର,” ତହିଁରେ ଜଣେ କହିଲା, “କଅଣ ପ୍ରଚାର କରିବା ?” “ମର୍ତ୍ତ୍ୟ ମାତ୍ର ତୃଣ ସ୍ୱରୂପ ଓ ତାହାର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପର ତୁଲ୍ୟ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଏକ ଜଣର ରବ କହେ, “ପ୍ରଚାର କର,” ତହିଁରେ ଜଣେ କହିଲା, “କଅଣ ପ୍ରଚାର କରିବା?” ମର୍ତ୍ତ୍ୟ ମାତ୍ର ତୃଣ ସ୍ୱରୂପ ଓ ତାହାର ସମସ୍ତ ଶୋଭା କ୍ଷେତ୍ରସ୍ଥ ପୁଷ୍ପର ତୁଲ୍ୟ;

Gade chapit la Kopi




ଯିଶାଇୟ 40:6
17 Referans Kwoze  

ମୋର ଜୀବନ ପ୍ରାୟ ଶେଷ ହୋଇଅଛି। ମୁଁ ବର୍ତ୍ତମାନ ଏକ ଶୁଷ୍କ ଏବଂ ମଲା ଘାସ ପରି, ଶେଷ ଦିନର ଛାଇ ତୁଲ୍ୟ।


ମଣିଷର ଜୀବନ ଫୁଲ ସଦୃଶ, ସେ ଖୁବ୍ ଶୀଘ୍ର ବଢ଼ିଯାଏ ଓ ଶେଷରେ ମରିଯାଏ। ମଣିଷର ଜୀବନ ଛାୟା ତୁଲ୍ୟ ଏଠାରେ ଖୁବ୍ କମ ସମୟ ପାଇଁ, ଘଡ଼ିକେ ଦେଖାଯାଏ ପୁଣି ଅଦୃଶ୍ୟ ହୋଇଯାଏ।


ଉଚ୍ଚସ୍ୱରରେ ଘୋଷଣା କର, ସ୍ୱର କ୍ଷୀଣ କର ନାହିଁ। ତୂରୀପରି ଚିତ୍କାର କର। ଆମ୍ଭ ଲୋକମାନଙ୍କୁ ସେମାନଙ୍କର ଅଧର୍ମ ବିଷୟରେ ଓ ଯାକୁବ ବଂଶକୁ ସେମାନଙ୍କ ପାପ ସମ୍ବନ୍ଧରେ ଜଣାଅ।


ଯେତେବେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି ଓ ଅଧର୍ମାଗ୍ଭରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହୋଇପାରନ୍ତି। ସେତେବେଳେ ସେମାନେ କରୁଥିବା ମୂଲ୍ୟହୀନ କାର୍ଯ୍ୟ ଚିରଦିନ ପାଇଁ ନଷ୍ଟ ହେବ।


ଏପରି ଏକ ସମୟ ଆସିବ ଯେତେବେଳେ ପ୍ରହରୀମାନେ ଇଫ୍ରୟିମ ପର୍ବତରେ ଘୋଷଣା କରି କହିବେ, ‘ଆସ, ଆମ୍ଭେମାନେ ସିୟୋନକୁ ଯିବା ଓ ଆମ୍ଭର ସଦାପ୍ରଭୁ’ ପରମେଶ୍ୱରଙ୍କୁ ପୂଜା କରିବା।”


“ହେ ଯିରିମିୟ, ଯାଅ, ଯିରୁଶାଲମର କର୍ଣ୍ଣଗୋଚର ହେଲାଭଳି ପ୍ରଗ୍ଭର କରି ଏହିକଥା କୁହ, ସଦାପ୍ରଭୁ ଏହିକଥା କହିଲେ: “‘ତୁମ୍ଭେମାନେ ଯୌବନ କାଳରେ ଅତ୍ୟନ୍ତ ବିଶ୍ୱସ୍ତ ଥିଲ, ବିବାହ ସମୟରେ ପ୍ରେମ କଲ, ମୋ’ ପଛେ ପଛେ ଧାଉଁଥିଲ ଏବଂ ତୁମ୍ଭେମାନେ ମୋତେ ପ୍ରାନ୍ତରରେ ଅନୁସରଣ କଲ, ଯେଉଁ ଭୂମିରେ କିଛି ଜନ୍ମେ ନାହିଁ।


ଏକ ବ୍ୟକ୍ତିର ଉଚ୍ଚସ୍ୱର ଶୁଣ, “ତୁମ୍ଭେମାନେ ପ୍ରାନ୍ତରରେ ସଦାପ୍ରଭୁଙ୍କ ପାଇଁ ପଥ ପ୍ରସ୍ତୁତ କର। ମରୁଭୂମିରେ ଆମ୍ଭମାନଙ୍କ ପରମେଶ୍ୱରଙ୍କ ଉଦ୍ଦେଶ୍ୟରେ ଏକ ରାଜପଥ ସଳଖ ଓ ଚି‌କ୍‌କଣ କର।


ଏଣୁ ସେହି ନଗର ବାସିନ୍ଦା ଅଳ୍ପଶକ୍ତି ବିଶିଷ୍ଟ ହେଲେ। ସେମାନେ ହତାଶ ଓ ବିଭ୍ରାନ୍ତ ହେଲେ। ସେମାନେ କ୍ଷେତ୍ରର ଘାସ ଓ ନବୀନ ତୃଣ କର୍ତ୍ତନ ସଦୃଶ, ଗୃହ ଛାତର ଉପରିସ୍ଥ ଘାସ ଓ ଅପକ୍ୱ ଶସ୍ୟକ୍ଷେତ୍ର ତୁଲ୍ୟ ହେଲେ।


ହେ ସିୟୋନ ନିବାସୀଗଣ, ଉଚ୍ଚସ୍ୱରରେ ତାଙ୍କର ପ୍ରଶଂସା କର। ଇସ୍ରାଏଲ ସେହି ପବିତ୍ର ଧର୍ମସ୍ୱରୂପ ତୁମ୍ଭମାନଙ୍କ ମଧ୍ୟରେ ଅଛନ୍ତି, ତେଣୁ ଆନନ୍ଦ କର।


“ଗିବିୟାରେ ତୂରୀ ବଜାଅ। ରାମାରେ ତୂରୀ ବଜାଅ। ବୈଥ-ଆବନରେ ସତର୍କ କରିଦିଅ। ହେ ବିନ୍ୟାମୀନ, ତୁମ୍ଭର ପଛରେ ଶତ୍ରୁଗଣ ଅଛନ୍ତି।


ସଦାପ୍ରଭୁ କୁହନ୍ତି, “ଆମ୍ଭେ ହେଉଛୁ ସେହି ଯେ ତୁମ୍ଭମାନଙ୍କୁ ସାନ୍ତ୍ୱନା ଦିଅନ୍ତି, ତେବେ ତୁମ୍ଭେ କାହିଁକି ମରଣଶୀଳ ମାନବ ଯେ କି ତୃଣତୁଲ୍ୟ ଏପରି ମାନବର ସନ୍ତାନକୁ ଭୟ କରୁଅଛ?”


ତା'ପରେ ସ୍ୱର୍ଗଦୂତ ଯିଏ ମୋ’ ସଙ୍ଗରେ କଥା କହୁଥିଲେ, କହିଲେ, ମୋର ଏହି ବାକ୍ୟ ଘୋଷଣା କର। ସର୍ବଶକ୍ତିମାନ ସଦାପ୍ରଭୁ ପୁଣି କୁହନ୍ତି; “ଆମ୍ଭର ଯିରୁଶାଲମ ଓ ସିୟୋନ ପ୍ରତି ପ୍ରଗାଢ଼ ଅନୁରାଗ ଅଛି।


Swiv nou:

Piblisite


Piblisite