Biblia Todo Logo
Bib sou entènèt

- Piblisite -




ଯିଶାଇୟ 40:19 - ପବିତ୍ର ବାଇବଲ

19 କେତେକ ବ୍ୟକ୍ତି କାଠ ଓ ପଥରରେ ମୂର୍ତ୍ତି ଗଢ଼ନ୍ତି ଓ ସେଗୁଡ଼ିକ ଦେବତା ବୋଲି କୁହନ୍ତି। କେତେଜଣ ଏହାକୁ ଉର୍ବର ମୂର୍ତ୍ତିକାରେ ଏବଂ ବଣିଆ ତାହା ସୂତାରେ ଛାଉଣି କରେ ଆଉ ତା’ ପାଇଁ ରୂପା ଜଞ୍ଜିର ପ୍ରସ୍ତୁତ କରେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

19 ଶିଳ୍ପକର ପ୍ରତିମା ଛାଞ୍ଚରେ ଢାଳେ ଓ ସ୍ଵର୍ଣ୍ଣକାର ସୁବର୍ଣ୍ଣରେ ତାହା ମଣ୍ତନ କରେ, ଆଉ ତହିଁ ନିମନ୍ତେ ରୂପା ଜଞ୍ଜିର ପ୍ରସ୍ତୁତ କରେ।

Gade chapit la Kopi

ଓଡିଆ ବାଇବେଲ

19 ଶିଳ୍ପକର ପ୍ରତିମା ଛାଞ୍ଚରେ ଢାଳେ ଓ ସ୍ୱର୍ଣ୍ଣକାର ସୁବର୍ଣ୍ଣରେ ତାହା ମଣ୍ଡନ କରେ, ଆଉ ତହିଁ ନିମନ୍ତେ ରୂପା ଜଞ୍ଜିର ପ୍ରସ୍ତୁତ କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

19 ଶିଳ୍ପକର ପ୍ରତିମା ଛାଞ୍ଚରେ ଢାଳେ ଓ ସ୍ୱର୍ଣ୍ଣକାର ସୁବର୍ଣ୍ଣରେ ତାହା ମଣ୍ଡନ କରେ, ଆଉ ତହିଁ ନିମନ୍ତେ ରୂପା ଜଞ୍ଜିର ପ୍ରସ୍ତୁତ କରେ।

Gade chapit la Kopi




ଯିଶାଇୟ 40:19
17 Referans Kwoze  

ସେମାନେ ତର୍ଶୀଶରୁ ପିଟା ରୂପାପାତ୍ର ଓ ଉଫସରୁ ସୁନା ଆଣି କାରିଗର ଓ ସ୍ୱର୍ଣ୍ଣକାର ହସ୍ତରେ “ପ୍ରତିମାମାନ” ନିର୍ମାଣ କରାନ୍ତି। ସେଗୁଡ଼ିକ ନୀଳ ଓ ଧୂମ୍ରବର୍ଣ୍ଣ ବସ୍ତ୍ରରେ ଆଚ୍ଛାଦନ କରନ୍ତି। ସେଗୁଡ଼ିକ “ନିପୁଣ ଶିଳ୍ପୀମାନଙ୍କର” କୃତ କର୍ମ।


କିନ୍ତୁ ମୀଖା ସେହି ରୂପା ଖଣ୍ଡକୁ ତା'ର ମାକୁ ଫେରାଇ ଦେଲା। ତା'ର ମା ଦୁଇଶହ ଖଣ୍ତ ରୂପା ସୁନାରିକୁ ଦିଅନ୍ତେ ସେ ଗୋଟିଏ ଢଳା ପ୍ରତିମା ବନାଇଲା ଓ ତାହା ମୀଖାର ଗୃହରେ ରହିଲା।


ସେତେବେଳେ ଲୋକମାନେ ସେମାନଙ୍କ ଦ୍ୱାରା ନିର୍ମାଣ କରିଥିବା ଓ ପୂଜା କରୁଥିବା ସୁନା ଓ ରୂପାର ପ୍ରତିମାଗୁଡ଼ିକୁ ଫିଙ୍ଗି ଦେବେ। ସେମାନେ ସେହି ପ୍ରତିମାଗୁଡ଼ିକୁ ମୂଷିକ ଓ ବାଦୁଡ଼ିମାନଙ୍କର ଗହ୍ୱର ଭିତରରେ ଫିଙ୍ଗି ଦେବେ।


ଯେଉଁମାନେ ମୂର୍ତ୍ତି ତିଆରି କରନ୍ତି ଏବଂ ସେମାନଙ୍କଠାରେ ବିଶ୍ୱାସ ରଖନ୍ତି, ସେମାନେ ସେମାନଙ୍କ ତୁଲ୍ୟ ହେବେ।


ଅନ୍ୟ ଦେଶୀୟମାନଙ୍କ ମୂର୍ତ୍ତିସବୁ ରୂପା ଓ ସୁନା ଥିଲା। ସେଗୁଡ଼ିକ ମନୁଷ୍ୟର ହସ୍ତ ଦ୍ୱାରା ନିର୍ମିତ ହେଉଥିଲା।


ଆଉମଧ୍ୟ ତୁମ୍ଭମାନଙ୍କର ଦେଶ ଲୋକମାନଙ୍କ ଦ୍ୱାରା ପୂଜିତ ପ୍ରତିମାରେ ପରିପୂର୍ଣ୍ଣ। ସେହି ପ୍ରତିମାଗୁଡ଼ିକ ଲୋକମାନଙ୍କ ସ୍ୱହସ୍ତ ନିର୍ମିତ ଓ ସେମାନେ ସେଗୁଡ଼ିକୁ ପୂଜା କରୁଛନ୍ତି।


ତୁମ୍ଭମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦେଇଛନ୍ତି। ମାତ୍ର ତୁମ୍ଭେମାନେ ସେହି ମିଥ୍ୟା ପ୍ରଭୁଙ୍କୁ ଆଉ ସେବା କରିବ ନାହିଁ। ଆଉ ତୁମ୍ଭେମାନେ ସେଗୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ୟ ଫିଙ୍ଗି ଦେବ ଏବଂ କହିବ “ଏଠାରୁ ବାହାରି ଯାଅ।”


ସେମାନେ ଦ୍ରାକ୍ଷାରସ ପାନ କରୁଥିବା ବେଳେ ସୁନା, ରୂପା, ପିତ୍ତଳ, ଲୁହା, କାଠ ଓ ପ୍ରସ୍ତର ନିର୍ମିତ ମୂର୍ତ୍ତିରୂପକ ଦେବଗଣର ପ୍ରଶଂସା କଲେ।


Swiv nou:

Piblisite


Piblisite