Biblia Todo Logo
Bib sou entènèt

- Piblisite -




ଯିଶାଇୟ 40:13 - ପବିତ୍ର ବାଇବଲ

13 କେହି ସଦାପ୍ରଭୁଙ୍କ ଆତ୍ମାକୁ ଆଦେଶ ଦେଇଅଛି କି? ପୁଣି ମନ୍ତ୍ରୀ ହୋଇ କେହି ତାଙ୍କୁ ନିର୍ଦ୍ଦେଶ ଦେଇଅଛି କି?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ସଦାପ୍ରଭୁଙ୍କର ଆତ୍ମାକୁ କିଏ ଆଦେଶ ଦେଇଅଛି, ଅବା ମନ୍ତ୍ରୀ ହୋଇ କିଏ ତାହାଙ୍କୁ ଶିକ୍ଷା ଦେଇଅଛି?

Gade chapit la Kopi

ଓଡିଆ ବାଇବେଲ

13 ସଦାପ୍ରଭୁଙ୍କର ଆତ୍ମାକୁ କିଏ ଆଦେଶ ଦେଇଅଛି, ଅବା ମନ୍ତ୍ରୀ ହୋଇ କିଏ ତାହାଙ୍କୁ ଶିକ୍ଷା ଦେଇଅଛି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ସଦାପ୍ରଭୁଙ୍କର ଆତ୍ମାକୁ କିଏ ଆଦେଶ ଦେଇଅଛି, ଅବା ମନ୍ତ୍ରୀ ହୋଇ କିଏ ତାହାଙ୍କୁ ଶିକ୍ଷା ଦେଇଅଛି?

Gade chapit la Kopi




ଯିଶାଇୟ 40:13
10 Referans Kwoze  

ଶାସ୍ତ୍ର କୁହେ: “ପ୍ରଭୁଙ୍କ ମନ କିଏ ଜାଣି ଅଛି? କ’ଣ କରିବାକୁ ହେବ ବୋଲି ପ୍ରଭୁଙ୍କୁ କିଏ କହିବ?” କିନ୍ତୁ ଆମ୍ଭେ ଯୀଶୁ ଖ୍ରୀଷ୍ଟଙ୍କର ମନ ପାଇଅଛୁ।


କେହିହେଲେ ପରମେଶ୍ୱରଙ୍କ ପଥ ସବୁ ବୁଝି ପାରିବେ ନାହିଁ। ଶାସ୍ତ୍ର କୁହେ: “ପ୍ରଭୁଙ୍କର ମନକୁ କିଏ ଜାଣିଛି? କିଏ ପରମେଶ୍ୱରଙ୍କୁ ପରାମର୍ଶ ଦେଇ ପାରିବ କି?”


“କେହି ପରମେଶ୍ୱରଙ୍କୁ ଜ୍ଞାନ ବିଷୟରେ ଶିକ୍ଷା ଦେଇ ପାରିବ କି? ପରମେଶ୍ୱର ମଧ୍ୟ ଅତି ଉଚ୍ଚ ସ୍ଥାନରେ ବାସ କରୁଥିବା ଲୋକମାନଙ୍କ କଥା ବିଗ୍ଭର କରନ୍ତି।


“ମୋର ପରମପିତା ମୋତେ ସବୁକିଛି ଦେଇଛନ୍ତି। ପୁତ୍ର କିଏ ଏହା ପରମପିତାଙ୍କ ବ୍ୟତୀତ ଅନ୍ୟ କେହି ଜାଣନ୍ତି ନାହିଁ। ଏବଂ ପରମପିତା କିଏ ଏହା ପୁତ୍ରଙ୍କ ଛଡ଼ା କେହି ଜାଣନ୍ତି ନାହିଁ। କେବଳ ସେହିମାନେ ପରମପିତାଙ୍କ ବିଷୟରେ ଜାଣି ପାରିବେ, ଯେଉଁମାନଙ୍କୁ ତାହା ଜଣାଇବା ନିମନ୍ତେ ପୁତ୍ର ସ୍ୱୟଂ ବାଛିବେ।”


ପରମେଶ୍ୱର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରୁଥିବା ହେତୁ ପରମେଶ୍ୱର ଆମ୍ଭକୁ ତାହାଙ୍କର ଲୋକ ହେବା ପାଇଁ ବାଛିଲେ। ଏ କଥା ସେ ନିଜ ଇଚ୍ଛାନୁସାରେ ଅନାଦି କାଳରୁ ଠିକ୍ କରି ରଖିଥିଲେ।


ହଁ, ସେମାନେ ପରମେଶ୍ୱରଙ୍କ ସନ୍ତାନ ହେଲେ। ସେହି ସନ୍ତାନମାନେ ଅନ୍ୟ ଶିଶୁ ପିଲାମାନଙ୍କ ପରି ଶାରୀରିକ ଭାବେ ଜନ୍ମ ହେଲେ ନାହିଁ କିମ୍ବା ପିତା-ମାତାଙ୍କର ଇଚ୍ଛା ଏବଂ ଯୋଜନା ଅନୁସାରେ ଜନ୍ମ ଗ୍ରହଣ କରି ନ ଥିଲେ, କିନ୍ତୁ ପରମେଶ୍ୱରଙ୍କ ନିଜେ ସେମାନଙ୍କୁ ଆପଣା ସନ୍ତାନ କଲେ।


ପୃଥିବୀ ସେତେବେଳେ ସମ୍ପୂର୍ଣ୍ଣଭାବେ ଶୂନ୍ୟ ଓ କିଛି ନ ଥିଲା। ଜଳଭାଗ ଉପରେ ଅନ୍ଧକାର ଘୋଡ଼େଇ ରଖିଥିଲା ଏବଂ ପରମେଶ୍ୱରଙ୍କର ଆତ୍ମା ଜଳଭାଗ ଉପରେ ବ୍ୟାପ୍ତ ଥିଲେ।


ଆମ୍ଭେ ଅନାଇଲା ବେଳେ କେହି ନାହିଁ। ପୁଣି ପ୍ରଶ୍ନ କଲାବେଳେ ସେମାନଙ୍କ ମଧ୍ୟରେ କେହି ଜଣେ ମନ୍ତ୍ରଣା ଦାତା ସୁଦ୍ଧା ଉତ୍ତର ଦେବାକୁ ନାହିଁ।


ମାତ୍ର କୌଣସି ଭବିଷ୍ୟ‌ଦ୍‌ବକ୍ତା ସ୍ୱର୍ଗୀୟ ସଭାରେ ସଦାପ୍ରଭୁଙ୍କର ବାକ୍ୟ ପ୍ରତ୍ୟକ୍ଷ ଭାବରେ ଶୁଣିବାକୁ ତାଙ୍କ ସମ୍ମୁଖରେ ଠିଆ ହୋଇ ନାହିଁ। କେହି ତାଙ୍କର ବାକ୍ୟ ମନୋଯୋଗ ସହକାରେ ଶୁଣି ନାହିଁ।


Swiv nou:

Piblisite


Piblisite