Biblia Todo Logo
Bib sou entènèt

- Piblisite -




ଯିଶାଇୟ 39:6 - ପବିତ୍ର ବାଇବଲ

6 ଦେଖ, ‘ଏକ ସମୟ ଆସୁଛି ଯେତେବେଳେ ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ସଞ୍ଚିତ ତୁମ୍ଭ ପୂର୍ବପୁରୁଷଙ୍କ ଦ୍ରବ୍ୟ ବାବିଲକୁ ନିଆଯିବ। ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି କୌଣସି ଦ୍ରବ୍ୟ ଛଡ଼ାଯିବ ନାହିଁ।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି; ସଦାପ୍ରଭୁ କହନ୍ତି, କିଛି ଛଡ଼ା ଯିବ ନାହିଁ।

Gade chapit la Kopi

ଓଡିଆ ବାଇବେଲ

6 ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି; ସଦାପ୍ରଭୁ କହନ୍ତି, କିଛି ଛଡ଼ା ଯିବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଦେଖ, ତୁମ୍ଭ ଗୃହସ୍ଥିତ ସମସ୍ତ ଦ୍ରବ୍ୟ ଓ ଆଜି ପର୍ଯ୍ୟନ୍ତ ତୁମ୍ଭ ପୂର୍ବପୁରୁଷମାନଙ୍କ ସଞ୍ଚିତ ସମସ୍ତ ଦ୍ରବ୍ୟ ବାବିଲକୁ ନିଆଯିବାର ସମୟ ଆସୁଅଛି; ସଦାପ୍ରଭୁ କହନ୍ତି, କିଛି ଛଡ଼ାଯିବ ନାହିଁ।

Gade chapit la Kopi




ଯିଶାଇୟ 39:6
11 Referans Kwoze  

ନବୂଖ‌ଦ୍‌ନିତ୍ସର ରାଜପ୍ରାସାଦରୁ ଏବଂ ଯିରୁଶାଲମର ସଦାପ୍ରଭୁଙ୍କ ମନ୍ଦିରରୁ ସମସ୍ତ ଧନ ନେଇଗଲେ। ସେ ରାଜା ଶଲୋମନଙ୍କ ଦ୍ୱାରା ତିଆରି ସଦାପ୍ରଭୁଙ୍କ ମନ୍ଦିରର ସ୍ୱର୍ଣ୍ଣମୟ ପାତ୍ରଗୁଡ଼ିକୁ ଖଣ୍ତ ଖଣ୍ତ କରି କାଟି ପକାଇଲେ। ଏସବୁ ସଦାପ୍ରଭୁଙ୍କ ବାକ୍ୟାନୁସାରେ ଘଟିଲା।


ଯିରୁଶାଲମ ଅର୍ଜିତ ସକଳ ସମ୍ପତ୍ତି, ତହିଁର ଅର୍ଜିତ ସକଳ ଧନ ଓ ତହିଁର ସକଳ ବହୁମୂଲ୍ୟ ପଦାର୍ଥ ସେମାନଙ୍କ ଶତ୍ରୁଗଣଙ୍କ ହସ୍ତରେ ଦେବା, ଆଉ ଯିହୁଦାର ରାଜଗଣର ସକଳ ଧନଭଣ୍ଡାର ଶତ୍ରୁର ହସ୍ତଗତ କରାଇବା। ସେମାନେ ସେ ସମସ୍ତ ଲୁଟିନେଇ ବାବିଲକୁ ଘେନିଯିବେ।


ବର୍ତ୍ତମାନ ସଦାପ୍ରଭୁ ଯିହୋୟାକୀମ୍‌‌‌କୁ ପରାସ୍ତ କରିବା ପାଇଁ ନବୂଖ‌ଦ୍‌ନିତ୍ସରଙ୍କୁ ଅନୁମତି ଦେଲେ ଏବଂ ସେ କିଛି ପାତ୍ର ପରମେଶ୍ୱରଙ୍କ ମନ୍ଦିରରୁ ନେଇଗଲେ। ସେ ଶିନିୟର ଭୂମିକୁ ସବୁଗୁଡ଼ିକୁ ବହନ କରି ନେଲେ ଏବଂ ଆରଣା ଦେବତାମାନଙ୍କ ମନ୍ଦିର ଭଣ୍ତାରଗୃହରେ ସେସବୁ ରଖି ଦେଲେ।


ନବୂଖ‌ଦ୍‌ନିତ୍ସର ପରମେଶ୍ୱରଙ୍କ ମନ୍ଦିରରୁ ସବୁ ପଦାର୍ଥ ବାବିଲକୁ ବୋହି ନେଇଗଲେ। ସେ ମନ୍ଦିରରୁ, ରାଜାଙ୍କ ନିକଟରୁ ଓ ରାଜାଙ୍କ ପଦାଧିକାରୀମାନଙ୍କଠାରୁ ବହୁମୂଲ୍ୟ ବସ୍ତୁ ସବୁ ନେଇଗଲେ।


ବସନ୍ତ ଋତୁରେ, ରାଜା ନବୂଖ‌ଦ୍‌ନିତ୍ସର ଯିହୋୟାଖୀ‌ନଙ୍କୁ ଆଣିବା ନିମନ୍ତେ କେତେକ ଭୃତ୍ୟଙ୍କୁ ପଠାଇଲେ। ସେମାନେ ଯିହୋୟାଖୀନ୍ ଓ ସଦାପ୍ରଭୁଙ୍କ ମନ୍ଦିରରୁ ବହୁମୂଲ୍ୟ ଧନ ସମ୍ପତ୍ତିରୁ କିଛି ବାବିଲକୁ ନେଇଗଲେ। ନବୂଖ‌ଦ୍‌ନିତ୍ସରର ସିଦିକିୟଙ୍କୁ ଯିହୁଦା ଓ ଯିରୁଶାଲମର ନୂତନ ରାଜା ରୂପେ ମନୋନୀତ କଲେ। ସିଦିକିୟ ଯିହୋୟାଖୀ‌ନଙ୍କର ଜଣେ ଆତ୍ମୀୟ ଥିଲେ।


ସେମାନେ ତୁମ୍ଭକୁ ବିବସ୍ତ୍ରା କରି ତୁମ୍ଭର ସୁନ୍ଦର ଅଳଙ୍କାର ସବୁ ନେଇଯିବେ।


ତା'ପରେ ରାଜା ନବୂଖ‌ଦ୍‌ନିତ୍ସର ଅସ୍ପନ‌‌ସ୍‌‌କୁ ଏକ ଆଦେଶ ଦେଲେ। ଅସ୍ପନସ୍ ସେବାରେ ଜଣେ ନପୁଂସକାଧିପତି ଥିଲେ। ରାଜା କେତେକ ଇସ୍ରାଏଲର ସନ୍ତାନମାନଙ୍କୁ ରାଜପ୍ରାସାଦକୁ ଆଣିବା ପାଇଁ କହିଲେ। ନବୂଖ‌ଦ୍‌ନିତ୍ସର କେବଳ ମହତ୍ତ୍ୱପୂର୍ଣ୍ଣ ପରିବାରରୁ ଯିହୁଦୀ ଲୋକମାନଙ୍କୁ ଓ ଇସ୍ରାଏଲ ବଂଶରୁ ରାଜାମାନଙ୍କୁ ଗ୍ଭହିଁଲେ।


Swiv nou:

Piblisite


Piblisite