Biblia Todo Logo
Bib sou entènèt

- Piblisite -




ଯିଶାଇୟ 38:5 - ପବିତ୍ର ବାଇବଲ

5 “ତୁମ୍ଭେ ହିଜକିୟ ନିକଟକୁ ଯାଅ ଓ ଏହିକଥା କୁହ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ସଦାପ୍ରଭୁ ଏହିକଥା କୁହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ ଓ ତୁମ୍ଭର ଲୋତକ ଦେଖିଅଛୁ। ଆମ୍ଭେ ତୁମ୍ଭର ଆୟୁ ପନ୍ଦରବର୍ଷ ବଢ଼ାଇବା।’

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବ-ପୁରୁଷ ଦାଉଦଙ୍କ ପରମେଶ୍ଵର ଏହି କଥା କହନ୍ତି, ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା।

Gade chapit la Kopi

ଓଡିଆ ବାଇବେଲ

5 ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ଏହି କଥା କହନ୍ତି, “ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 “ତୁମ୍ଭେ ଯାଇ ହିଜକୀୟକୁ କୁହ, ସଦାପ୍ରଭୁ, ତୁମ୍ଭ ପୂର୍ବପୁରୁଷ ଦାଉଦଙ୍କ ପରମେଶ୍ୱର ଏହି କଥା କହନ୍ତି, ‘ଆମ୍ଭେ ତୁମ୍ଭର ପ୍ରାର୍ଥନା ଶୁଣିଅଛୁ, ତୁମ୍ଭର ଲୋତକ ଦେଖିଅଛୁ, ଦେଖ, ଆମ୍ଭେ ତୁମ୍ଭର ଆୟୁ ପନ୍ଦର ବର୍ଷ ବୃଦ୍ଧି କରିବା।

Gade chapit la Kopi




ଯିଶାଇୟ 38:5
29 Referans Kwoze  

ସିଂହାସନର ମଧ୍ୟରେ ଥିବା ମେଷଶାବକ ସେମାନଙ୍କର ମେଷପାଳକ ହେବେ। ସେ ସେମାନଙ୍କୁ ଜୀବନ ପ୍ରଦାନକାରୀ ଜଳର ନିର୍ଝର ପାଖକୁ କଢ଼େଇ ନେଇଯିବେ। ପରମେଶ୍ୱର ସେମାନଙ୍କର ଆଖିରୁ ସବୁ ଲୁହ ପୋଛି ଦେବେ।’’


ତୁମ୍ଭେ ନିଶ୍ଚୟ ମୋର ଦୁଃଖର ହିସାବ ରଖିଥିବ। ତୁମ୍ଭେ ନିଶ୍ଚିତଭାବରେ ଜାଣିଥିବ ଯେ, ମୁଁ କେତେ କ୍ରନ୍ଦନ କଲି। ନିଶ୍ଚିତରେ ତୁମ୍ଭେ ମୋର ସମସ୍ତ ଅଶ୍ରୁଜଳରେ ହିସାବ ରଖିଛ।


କିନ୍ତୁ ସ୍ୱର୍ଗଦୁତ ତାହାଙ୍କୁ କହିଲେ, “ଜିଖରିୟ! ଭୟ କର ନାହିଁ, ତୁମ୍ଭର ପ୍ରାର୍ଥନା ପରମେଶ୍ୱର ଶୁଣୁଛନ୍ତି। ତୁମ୍ଭର ପତ୍ନୀ ଏଲୀଶାବେଥ ଗୋଟିଏ ପୁତ୍ର ସନ୍ତାନ ଜନ୍ମ କରିବେ। ତୁମ୍ଭେମାନେ ତାହାର ନାମ ଯୋହନ ରଖିବ।


ସେ ସେମାନଙ୍କର ଭଗ୍ନ ହୃଦୟକୁ ସୁସ୍ଥ କରନ୍ତି ଓ ସେମାନଙ୍କ କ୍ଷତରେ ପଟି ବାନ୍ଧନ୍ତି।


ସଦାପ୍ରଭୁଙ୍କର ଅନୁସରଣକାରୀ ମଧ୍ୟରୁ ସ‌ଦ୍‌ଭକ୍ତମାନଙ୍କ ମୃତ୍ୟୁ ବହୁମୂଲ୍ୟ ଅଟେ।


କିନ୍ତୁ ଯେଉଁ ପରମେଶ୍ୱର ଭାଙ୍ଗି ପଡ଼ିଥିବା ଲୋକକୁ ସାନ୍ତ୍ୱନା ଦିଅନ୍ତି, ସେ ତୀତସଙ୍କର ଆଗମନ ଦ୍ୱାରା ଆମ୍ଭମାନଙ୍କୁ ମଧ୍ୟ ସାନ୍ତ୍ୱନା ପ୍ରଦାନ କଲେ।


ଏହା ପରେ ଆମୋସର ପୁତ୍ର ଯିଶାଇୟ ହିଜକିୟଙ୍କ ନିକଟକୁ କହି ପଠାଇଲେ। “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହି କଥା କହନ୍ତି, ତୁମ୍ଭେ ଅଶୂରର ରାଜା ସ‌ନ୍‌ହେରୀବ୍ ବିରୁଦ୍ଧରେ ଆମ୍ଭ ନିକଟରେ ଯେଉଁ ପ୍ରାର୍ଥନା କଲ, ତାହା ଆମ୍ଭେ ଶୁଣିଲୁ।


ପରମେଶ୍ୱର କହିଛନ୍ତି, ‘ମୁଁ ଅବ୍ରହାମଙ୍କ ପରମେଶ୍ୱର, ଇ‌‌ସ୍‌‌ହାକଙ୍କ ପରମେଶ୍ୱର ଓ ଯାକୁବଙ୍କ ପରମେଶ୍ୱର ଅଟେ।’ ଯଦି ନିଜେ ପରମେଶ୍ୱର କହିଛନ୍ତି ଯେ ସେ ସେମାନଙ୍କର ପରମେଶ୍ୱର, ତେବେ ସେମାନେ ବାସ୍ତବରେ ମୃତ ନୁହନ୍ତି। କାରଣ ପରମେଶ୍ୱର ମୃତ ଲୋକମାନଙ୍କର ପରମେଶ୍ୱର ନୁହନ୍ତି, କିନ୍ତୁ ଜୀବିତ ମାନଙ୍କର ଅଟନ୍ତି।”


ହିଜକିୟ ପଚିଶ୍ ବର୍ଷ ବୟସ୍କ ଥିଲେ ଯେତେବେଳେ ସେ ଶାସନ ଆରମ୍ଭ କଲେ ଓ ସେ ଯିରୁଶାଲମରେ ଅଣତିରିଶ୍ ବର୍ଷ ରାଜତ୍ୱ କଲେ। ତାଙ୍କର ମାତାଙ୍କର ନାମ ଅବୀ ଓ ସେ ଜିଖରିୟଙ୍କର କନ୍ୟା ଥିଲେ।


ତୁମ୍ଭେ ମୋ’ ପିତା ଆପଣା ଦାସ ଦାଉଦଙ୍କୁ କହିଥିଲ, ‘ତୁମ୍ଭେ ଯେପରି ଆମ୍ଭର ଆଜ୍ଞା ପାଳନ କରି ଆମ୍ଭର ଆଜ୍ଞା ଓ ନିୟମକୁ ଅନୁସରଣ କରୁଅଛ, ଯଦି ତୁମ୍ଭର ପୁତ୍ରମାନେ ସେହିପରି କରନ୍ତି ଓ ସତର୍କତା ଭାବରେ ଆମ୍ଭକୁ ଅନୁସରଣ କରନ୍ତି, ତେବେ ଇସ୍ରାଏଲ ସିଂହାସନରେ ତୁମ୍ଭ ବଂଶରୁ ହିଁ ସର୍ବଦା ଇସ୍ରାଏଲ ଉପରେ ରାଜ୍ୟ କରିବେ। ହେ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ ତୁମ୍ଭର ସେହି ବାକ୍ୟ ଏବେ ସଫଳ କର।’


‘ଭୟ କର ନାହିଁ, ପାଉଲ! ତୁମ୍ଭେ ନିଶ୍ଚୟ କାଇସରଙ୍କ ସମ୍ମୁଖକୁ ଯିବ। ପରମେଶ୍ୱର ତୁମ୍ଭ ହେତୁ ତୁମ୍ଭର ସମସ୍ତ ସହଯାତ୍ରୀଙ୍କ ଜୀବନ ରକ୍ଷା କରିବେ।’


ହେ ସଦାପ୍ରଭୁ, ମୋର ପ୍ରାର୍ଥନା ଶୁଣ। ମୁଁ ଯାହା ରୋଦନ କରି ତୁମ୍ଭକୁ କହୁଛି, ତାହା ତୁମ୍ଭେ ଶୁଣ। ମୋର ଲୋତକକୁ ଗ୍ଭହଁ, ମୁଁ ଜଣେ ପଥିକ ଯିଏ କି ତୁମ୍ଭ ସହିତ ଜୀବନ କଟାଉଛି। ମୋର ପୂର୍ବପୁରୁଷମାନଙ୍କ ପରି ମୁଁ ମଧ୍ୟ ଏଠାରେ ଅଳ୍ପଦିନ ବଞ୍ଚିବି।


ମଣିଷର ଜୀବନର ଏକ ନିର୍ଦ୍ଦିଷ୍ଟ ସୀମା ଅଛି। ହେ ପରମେଶ୍ୱର, ତୁମ୍ଭେ ନିର୍ଣ୍ଣୟ କର ଜଣେ ମନୁଷ୍ୟ କେତେ ଦିନ ବଞ୍ଚିବ। ତୁମ୍ଭେ ମଣିଷ ପାଇଁ ସେହି ସୀମା ନିର୍ଦ୍ଦିଷ୍ଟ କରିଛ। ଏହା କ’ଣ କେହି ବଦଳାଇ ପାରେ?


ଅନନ୍ତର ହିଜକିୟଙ୍କର ରାଜତ୍ୱର ଚତୁଃର୍ଦ୍ଦଶ ବର୍ଷରେ ଅଶୂରର ରାଜା ସ‌ନ୍‌ହେରୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।


ଯେହେତୁ ସଦାପ୍ରଭୁ ଦାଉଦଙ୍କୁ ପ୍ରେମ କରିଥିବାରୁ ସେ ଅବିୟାମକୁ ଯିରୁଶାଲମ ଦେଇଥିଲେ। କେବଳ ଦାଉଦଙ୍କ ସକାଶେ ସେ ଯିରୁଶାଲମକୁ ସୁରକ୍ଷିତ ରଖିଥିଲେ ଓ ତାଙ୍କୁ ଉତ୍ତରାଧିକାରୀ ରୂପେ ଏକ ପୁତ୍ର ଦେଇଥିଲେ।


ଯୋଶିୟ ପରମେଶ୍ୱରଙ୍କର ଇଚ୍ଛା ଅନୁସରଣ କରିବାକୁ ଲାଗିଲେ, ଯାହାଙ୍କୁ ତାଙ୍କର ପୂର୍ବପୁରୁଷ ଦାଉଦ ତାଙ୍କ ରାଜତ୍ୱର ଅଷ୍ଟମ ବର୍ଷରେ ଅନୁସରଣ କରିଥିଲେ। ଯୋଶିୟ ପରମେଶ୍ୱରଙ୍କୁ ଅନୁସରଣ କରିବାକୁ ଆରମ୍ଭ କରିବା ସମୟରେ ସେ ଅଳ୍ପ ବୟସ୍କ ଥିଲେ। ଯୋଶିୟଙ୍କ ରାଜତ୍ୱର ଦ୍ୱାଦଶ ବର୍ଷରେ ସେ ଯିହୁଦା ଓ ଯିରୁଶାଲମରେ ଥିବା ଉଚ୍ଚସ୍ଥାନ, ଆଶେରା ସ୍ତମ୍ଭ, ଖୋଦିତ ପ୍ରତିମା ଓ ଢାଞ୍ଚାରେ ଢଳା ମୂର୍ତ୍ତିସବୁକୁ ବିନଷ୍ଟ କଲେ।


ସେତେବେଳେ ଯିଶାଇୟ ଏହି ବାର୍ତ୍ତା ସଦାପ୍ରଭୁଙ୍କଠାରୁ ଲାଭ କଲେ।


ସଦାପ୍ରଭୁ ମୋର ପ୍ରାର୍ଥନା ଶୁଣିଛନ୍ତି। ସଦାପ୍ରଭୁ ମୋର ପ୍ରାର୍ଥନାକୁ ଗ୍ରହଣ କରିଛନ୍ତି ଓ ମୋର ପ୍ରାର୍ଥନାର ଉତ୍ତର ମଧ୍ୟ ଦେଇଛନ୍ତି।


ବଧ କରିବାର ସମୟ ଅଛି ଓ ଆରୋଗ୍ୟ କରିବାର ମଧ୍ୟ ସମୟ ଅଛି। ଧ୍ୱଂସ କରିବାର ସମୟ ଅଛି ଓ ଗଢ଼ିବା ପାଇଁ ମଧ୍ୟ ସମୟ ଅଛି।


ତା'ପରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକିୟ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ତୁମ୍ଭେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କର।


ତୁମ୍ଭେ ମୋର ଆତୁର କ୍ରନ୍ଦନ ଶୁଣିଲ, କିନ୍ତୁ ମୋର ଆର୍ତ୍ତନାଦ ପ୍ରତି ଆପଣା କର୍ଣ୍ଣ ଲୁଗ୍ଭଅ ନାହିଁ।


Swiv nou:

Piblisite


Piblisite