Biblia Todo Logo
Bib sou entènèt

- Piblisite -




ଯିଶାଇୟ 38:14 - ପବିତ୍ର ବାଇବଲ

14 ମୁଁ କପୋତ, ଗ୍ଭତକ ଓ ସାରସ ପକ୍ଷୀ ପରି ଶବ୍ଦ କଲି। ଉପରକୁ ଦୃଷ୍ଟି କରି କରି ମୋର ଚକ୍ଷୁ କ୍ଳାନ୍ତ ହୋଇଗଲା। ହେ ସଦାପ୍ରଭୁ, ମୁଁ ବିପଦଗ୍ରସ୍ତ, ତୁମ୍ଭେ ମୋତେ ସାହାଯ୍ୟ କର।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

14 ଯେପରି ତାଳଚୋଞ୍ଚ ଅବା ସାରସ ପକ୍ଷୀ ଶଦ୍ଦ କରନ୍ତି, ସେପରି ମୁଁ ଚିଁ ଚିଁ ଶଦ୍ଦ କଲି; ମୁଁ କପୋତ ପରି ଶୋକ କଲି; ଉପରକୁ ଅନାଇ ଅନାଇ ମୋହର ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୋ, ମୁଁ ଉପଦ୍ରବଗ୍ରସ୍ତ, ତୁମ୍ଭେ ମୋହର ଲଗା ହୁଅ।

Gade chapit la Kopi

ଓଡିଆ ବାଇବେଲ

14 ଯେପରି ତାଳଚୋଞ୍ଚ ଅବା ସାରସ ପକ୍ଷୀ ଶବ୍ଦ କରନ୍ତି, ସେହିପରି ମୁଁ ଚିଁ ଚିଁ ଶବ୍ଦ କଲି; ମୁଁ କପୋତ ପରି ଶୋକ କଲି; ଉପରକୁ ଅନାଇ ଅନାଇ ମୋହର ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୁ, ମୁଁ ଉପଦ୍ରବଗ୍ରସ୍ତ, ତୁମ୍ଭେ ମୋହର ଲଗା ହୁଅ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

14 ଯେପରି ତାଳଚୋଞ୍ଚ ଅବା ସାରସ ପକ୍ଷୀ ଶବ୍ଦ କରନ୍ତି, ସେହିପରି ମୁଁ ଚିଁ ଚିଁ ଶବ୍ଦ କଲି; ମୁଁ କପୋତ ପରି ଶୋକ କଲି; ଉପରକୁ ଅନାଇ ଅନାଇ ମୋହର ଚକ୍ଷୁ କ୍ଷୀଣ ହେଉଅଛି; ହେ ସଦାପ୍ରଭୋ, ମୁଁ ଉପଦ୍ରବଗ୍ରସ୍ତ, ତୁମ୍ଭେ ମୋହର ଲଗା ହୁଅ।

Gade chapit la Kopi




ଯିଶାଇୟ 38:14
15 Referans Kwoze  

ଆମ୍ଭେମାନେ ନ୍ୟାୟ ପାଇଁ ଭାଲୁପରି ଗର୍ଜନ କରୁ ଓ କପୋତ କରି ଅତିଶୟ ବିଳାପ କରୁ। ଆମ୍ଭେମାନେ ନ୍ୟାୟକୁ ଅପେକ୍ଷା କରୁ ମାତ୍ର ତାହା ନ ଥାଏ। ପୁଣି ପରିତ୍ରାଣକୁ ଅପେକ୍ଷା କରୁ ମାତ୍ର ତାହା ଆମ୍ଭଠାରୁ ଦୂରେଇ ଥାଏ।


ସାହାଯ୍ୟ ପାଇଁ ଡାକି ଡାକି ମୁଁ ଦୁର୍ବଳ ହେବାକୁ ଯାଉଛି। ମୋର କଣ୍ଠ ଯନ୍ତ୍ରଣା ହେଉଛି। ମୁଁ ତୁମ୍ଭର ସହାୟତା ପାଇବା ପାଇଁ ବାଟ ଗ୍ଭହିଁଛି। ଏବଂ ଗ୍ଭହିଁ ଗ୍ଭହିଁ ମୋର ଆଖିଦ୍ୱୟ ଯନ୍ତ୍ରଣା କରୁଛି।


ରାଣୀ ଶତ୍ରୁମାନଙ୍କ ଦ୍ୱାରା ଧରା ପଡ଼ିଛନ୍ତି ଓ ଦୂରକୁ ନିଆ ହୋଇଛନ୍ତି। ଏବଂ ତାଙ୍କର ଦାସୀମାନେ ଦୁଃଖରେ କପୋତ ପରି କ୍ରନ୍ଦନ କରୁଛନ୍ତି। ସେମାନେ ସେମାନଙ୍କର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।


“କିନ୍ତୁ ସେମାନଙ୍କ ମଧ୍ୟରୁ ଯେଉଁମାନେ ରକ୍ଷା ପାଇବେ, ସେମାନେ ପର୍ବତ ଆଡ଼କୁ ଦୌଡ଼ିବେ। ଏବଂ ସେମାନେ ସେମାନଙ୍କର ପାପ ପାଇଁ ଶୋକ କରିବେ ଓ ପର୍ବତ ଉପରେ କରୁଣ ଭାବରେ ବିଳାପ କରିବେ, ଉପତ୍ୟକାରେ କପୋତ ବାହୁନିବା ପରି।


ବଣର କୁକୁର ଓ ମରୁଭୂମିର ଓଟପକ୍ଷୀ ଭଳି ମୁଁ ଏକୁଟିଆ।


ସାହାଯ୍ୟ ଅପେକ୍ଷାରେ ଆମ୍ଭମାନଙ୍କ ଚକ୍ଷୁ କ୍ଷୀଣ ହେଲା। ମାତ୍ର କୌଣସି ସାହାଯ୍ୟ ମିଳିଲା ନାହିଁ। ଆମ୍ଭେମାନେ ଅନ୍ୟ ଗୋଷ୍ଠୀଦ୍ୱାରା ରକ୍ଷା ପାଇବାକୁ ଅପେକ୍ଷା କଲୁ, ମାତ୍ର କୌଣସି ଗୋଷ୍ଠୀ ଉଦ୍ଧାର କରିବାକୁ ଆସିଲେ ନାହିଁ।


ହେ ସଦାପ୍ରଭୁ, ଶୀଘ୍ର ମୋତେ ଉତ୍ତର ଦିଅ। ମୁଁ ମୋର ସାହସ ହରାଇଛି। ମୋ'ଠାରୁ ଦୂରେଇ ଯାଅ ନାହିଁ। ମୋତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ୟ ହେବି।


ସଦାପ୍ରଭୁ, ତୁମ୍ଭେ କରିଥିବା ପ୍ରତିଜ୍ଞାର ଅପେକ୍ଷାରେ ମୋର ଚକ୍ଷୁକ୍ଳାନ୍ତ ହେଲାଣି, ତୁମ୍ଭେ ମୋତେ କେବେ ସାନ୍ତ୍ୱନା ଦେବ?


“ହେ ପରମେଶ୍ୱର, ତୁମ୍ଭେ ମୋତେ ଦେଖାଇ ଦିଅ ଯେ ତୁମ୍ଭେ ପ୍ରକୃତରେ ମୋତେ ସମର୍ଥନ କର। ଅନ୍ୟ କେହି ମୋତେ ସମର୍ଥନ ଦେବେ ନାହିଁ।


ଏହାର ଅର୍ଥ ହେଲା ଯେ ସେହି ପ୍ରକାରେ ପରମେଶ୍ୱରଙ୍କ ନିଜ ଲୋକଙ୍କ ସହିତ କରିଥିବା ଶ୍ରେଷ୍ଠତର ନିୟମର ଯୀଶୁ ହେଉଛନ୍ତି ଜଣେ ଜାମି‌ନ୍‌ଦାର।


ଦୟାକରି ମୋର କଥା ଶୁଣ ଓ ମୋତେ ଉତ୍ତର ଦିଅ। ମୋତେ ତୁମ୍ଭକୁ କହିବାକୁ ଦିଅ ଏବଂ ମୁଁ ତୁମ୍ଭଙ୍କୁ କହିବି, ଯାହା ମୋତେ ବ୍ୟତିବ୍ୟସ୍ତ କରେ।


ନୀନିବୀ ଏକ ପୁଷ୍କରଣୀ ସଦୃଶ ଯାହାର ଜଳ ବାହାରି ଯାଉଛି। ଲୋକମାନେ, “ଦୌଡ଼ୁଛନ୍ତି ଏବଂ ତାହା ବନ୍ଦ କରିବାକୁ ଚିତ୍କାର କରୁଛନ୍ତି!” କିନ୍ତୁ କେହି ମଧ୍ୟ ସେମାନଙ୍କର କ୍ରନ୍ଦନକୁ ଧ୍ୟାନ ଦେଉ ନାହାନ୍ତି।


Swiv nou:

Piblisite


Piblisite