ଯିଶାଇୟ 37:4 - ପବିତ୍ର ବାଇବଲ4 ହୋଇପାରେ ଜୀବନ୍ତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁଯୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ପାଇଁ ତୁମ୍ଭେ ପ୍ରାର୍ଥନା କର।” Gade chapit laପବିତ୍ର ବାଇବଲ (Re-edited) - (BSI)4 ହୋଇପାରେ, ଜୀବିତ ପରମେଶ୍ଵରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ଵାରା ପ୍ରେରିତ ରବଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ଵର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର। Gade chapit laଓଡିଆ ବାଇବେଲ4 ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT4 ହୋଇପାରେ, ଜୀବିତ ପରମେଶ୍ୱରଙ୍କୁ ଧିକ୍କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଶୁଣିବେ, ପୁଣି ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣିଅଛନ୍ତି, ତହିଁ ଲାଗି ଅନୁଯୋଗ କରିବେ; ଏହେତୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ନିମନ୍ତେ ତୁମ୍ଭେ ପ୍ରାର୍ଥନା କର।’” Gade chapit la |
ସଦାପ୍ରଭୁଙ୍କର ସେବକଗଣ, ଯାଜକମାନେ ମଣ୍ତପ ଓ ଯଜ୍ଞବେଦିରେ ନିଶ୍ଚିତ କାନ୍ଦିବେ ଓ ଆକୁଳରେ ସଦାପ୍ରଭୁଙ୍କୁ ନିବେଦନ କରିବେ, “ହେ ସଦାପ୍ରଭୁ, ଆପଣଙ୍କର ଲୋକମାନଙ୍କୁ ଦୟାକର, ଏବଂ ଆପଣଙ୍କର ଲୋକମାନଙ୍କୁ ଲଜ୍ଜିତ କରାଅ ନାହିଁ। ଅନ୍ୟମାନଙ୍କ ଦ୍ୱାରା ନିଜର ଲୋକଙ୍କୁ ପରିହାସ କରିବାକୁ ଦିଅ ନାହିଁ ଏବଂ ଅନ୍ୟ ଦେଶର ଲୋକମାନଙ୍କ ଦ୍ୱାରା ଆପଣାର ଲୋକଙ୍କୁ ଶାସନ କରିବାକୁ ଦିଅ ନାହିଁ ଏବଂ ସେମାନଙ୍କୁ କହିବାକୁ ସୁଯୋଗ ଦିଅ ନାହିଁ ଯେ, ‘ତୁମ୍ଭର ସଦାପ୍ରଭୁ କାହାନ୍ତି?’”
ତେଣୁ ମୋତେ ବର୍ତ୍ତମାନ ସେହି ପର୍ବତମୟ ଦେଶ ଦିଅ, ମୋତେ ଯାହାକି ସଦାପ୍ରଭୁ ବହୁ ଦିନ ପୂର୍ବରୁ ପ୍ରତିଜ୍ଞା କରିଥିଲେ। ସେହି ସମୟରେ ତୁମ୍ଭେ ସେହି ଲଢ଼ୁଆ ଅନାକୀୟମାନଙ୍କ ବିଷୟରେ ଶୁଣିଥିଲ, ଯେଉଁମାନେ କି ସେଠାରେ ବାସ କରୁଥିଲେ। ଏବଂ ସେମାନଙ୍କର ନଗର ଗୁଡ଼ିକ ବହୁତ ବଡ଼ ଥିଲା ଓ ସବୁ ଦିଗରୁ ସୁରକ୍ଷିତ ଥିଲା। କିନ୍ତୁ ବର୍ତ୍ତମାନ ସଦାପ୍ରଭୁ ମୋତେ ମୋ’ ସହିତ ଥାଇ ପାରନ୍ତି। ଏବଂ ମୁଁ ବର୍ତ୍ତମାନ ସେହି ଭୂମିକୁ ସଦାପ୍ରଭୁଙ୍କ ବାକ୍ୟ ଅନୁସାରେ ନେବି।”
“ଯିହୁଦାର ରାଜା ହିଜକିୟ ଓ ଯିହୁଦାର ସମସ୍ତ ଲୋକ ମୀଖାକୁ ବଧ କରି ନ ଥିଲେ। ହିଜକିୟ ସଦାପ୍ରଭୁଙ୍କୁ ଭୟ କରି ସଦାପ୍ରଭୁଙ୍କର ଅନୁଗ୍ରହ ପ୍ରାର୍ଥନା କଲେ। ତେଣୁ ସଦାପ୍ରଭୁ ସେମାନଙ୍କ ବିରୁଦ୍ଧରେ ଯେଉଁ ଅମଙ୍ଗଳର କଥା କହିଥିଲେ, ତାହା କରିବାରୁ ସେ ନିବୃତ୍ତ ହେଲେ। ଯଦି ଆମ୍ଭେମାନେ ଯିରିମିୟଙ୍କ ପ୍ରତି କିଛି କରୁ, ତେବେ ଆମ୍ଭମାନଙ୍କ ପ୍ରାଣର ପ୍ରତିକୂଳରେ ଅମଙ୍ଗଳ କରୁଅଛୁ।”
ରାଜା କହିଲେ, “ଯାଅ, ମୋ’ ତରଫରୁ ଓ ଯିହୁଦା ଏବଂ ଇସ୍ରାଏଲର ଅବଶିଷ୍ଟ ଲୋକଙ୍କ ତରଫରୁ ସଦାପ୍ରଭୁଙ୍କୁ ପଗ୍ଭର। ଯେଉଁ ପୁସ୍ତକ ମିଳିଅଛି, ସେଥିରେ ଥିବା ବାକ୍ୟ ସମ୍ବନ୍ଧରେ ସଦାପ୍ରଭୁଙ୍କୁ ପଗ୍ଭର। ସଦାପ୍ରଭୁ ଆମ୍ଭମାନଙ୍କ ପ୍ରତି ଅତ୍ୟନ୍ତ କ୍ରୋଧ କରିଅଛନ୍ତି, କାରଣ ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କ ବାକ୍ୟ ମାନିଲେ ନାହିଁ। ଏହି ପୁସ୍ତକରେ ଯେଉଁସବୁ ବିଷୟ ଉଲ୍ଲେଖ ହୋଇଅଛି, ତାହା ସେମାନେ କଲେ ନାହିଁ।”