Biblia Todo Logo
Bib sou entènèt

- Piblisite -




ଯିଶାଇୟ 37:3 - ପବିତ୍ର ବାଇବଲ

3 ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁଯୋଗ ଓ ଅପମାନର ଦିନ, କାରଣ ଜନ୍ମ ହେବାକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ତହିଁରେ ସେମାନେ ତାଙ୍କୁ କହିଲେ, ହିଜକୀୟ ଏହିପରି କହିଅଛନ୍ତି, ଆଜ ଦିନ ଆପଦ ଓ ଅନୁଯୋଗ ଓ ଅପମାନର ଦିନ; କାରଣ ସନ୍ତାନଗଣ ପ୍ରସବ-ଦ୍ଵାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

Gade chapit la Kopi

ଓଡିଆ ବାଇବେଲ

3 ତହିଁରେ ସେମାନେ ତାଙ୍କୁ କହିଲେ, “ହିଜକୀୟ ଏହିପରି କହିଅଛନ୍ତି, ଆଜ ଦିନ ଆପଦ, ଅନୁଯୋଗ ଓ ଅପମାନର ଦିନ; କାରଣ ସନ୍ତାନଗଣ ପ୍ରସବଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ତହିଁରେ ସେମାନେ ତାଙ୍କୁ କହିଲେ, “ହିଜକୀୟ ଏହିପରି କହିଅଛନ୍ତି, ‘ଆଜି ଦିନ ଆପଦ, ଅନୁଯୋଗ ଓ ଅପମାନର ଦିନ; କାରଣ ସନ୍ତାନଗଣ ପ୍ରସବ-ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।

Gade chapit la Kopi




ଯିଶାଇୟ 37:3
20 Referans Kwoze  

ସ୍ତ୍ରୀଲୋକର ପ୍ରସବ ବେଦନା ସଦୃଶ ତା'ର ଦଣ୍ତ କଷ୍ଟଦାୟକ ହେବ। ସେ ଜଣେ ଜ୍ଞାନୀ ପୁତ୍ର ହେବ ନାହିଁ। ଏପରି ଏକ ସମୟ ଆସିବ ସେ ଆଉ ତିଷ୍ଠିବ ନାହିଁ।


ସଦାପ୍ରଭୁ କୁହନ୍ତି, ଆମ୍ଭେ କ’ଣ ପ୍ରସବ କାଳ ଉପସ୍ଥିତ କରାଇ ପ୍ରସବ କରାଇବା ନାହିଁ?” ପୁଣି ତୁମ୍ଭର ପରମେଶ୍ୱର କୁହନ୍ତି, “ଆମ୍ଭେ ପ୍ରସବ କରାଉଥିବା ବ୍ୟକ୍ତି, କ’ଣ ଗର୍ଭରୋଧ କରି ପାରିବା?”


ପରମେଶ୍ୱର କହନ୍ତି, “ତୁମ୍ଭେ ବିପଦରେ ପଡ଼ିଥିବା ବେଳେ ଆମ୍ଭକୁ ଡାକ, ଆମ୍ଭେ ତୁମ୍ଭକୁ ସାହାଯ୍ୟ କରିବୁ ଓ ତା'ପରେ ତୁମ୍ଭେ ଆମ୍ଭର ମହିମା କରିବ।”


ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ କହନ୍ତି, ଏହି କ୍ଳେଶ, ଅନୁଯୋଗ ଓ ଅପମାନର ଦିନ। ଏହା ଏପରି ଦିନ ଯେବେ ଶିଶୁଗଣ ପ୍ରସବ ଦ୍ୱାରରେ ଉପସ୍ଥିତ, ମାତ୍ର ପ୍ରସବ କରିବାକୁ ସେମାନଙ୍କ ପାଖରେ ଶକ୍ତି ନାହିଁ।


ସେତେବେଳେ ଲୋକମାନେ କହିବେ, “ହେ ସଦାପ୍ରଭୁ, ଆମ୍ଭମାନଙ୍କ ପ୍ରତି କୃପା କର। ଆମ୍ଭେମାନେ ତୁମ୍ଭର ଅନୁଗ୍ରହକୁ ଅପେକ୍ଷା କରିଛୁ। ହେ ସଦାପ୍ରଭୁ, ପ୍ରତି ପ୍ରଭାତରେ ତୁମ୍ଭେ ଆମ୍ଭମାନଙ୍କର ବାହୁସ୍ୱରୂପ ହୁଅ। ସଙ୍କଟ ସମୟରେ ଆମ୍ଭମାନଙ୍କର ତ୍ରାଣକର୍ତ୍ତା ହୁଅ।


ପରମେଶ୍ୱର କହନ୍ତି, “ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜି‌ଦ୍‌ଖୋର ହୁଅ ନାହିଁ।


ଆମ୍ଭର ଅନୁସରଣକାରୀମାନେ ଆମ୍ଭଙ୍କୁ ସାହାଯ୍ୟ ପାଇଁ ଡାକିବେ, ଆମ୍ଭେ ସେମାନଙ୍କର ଡାକ ଶୁଣିବା। ସେମାନଙ୍କ କଷ୍ଟ ସମୟରେ ଆମ୍ଭେ ସେମାନଙ୍କ ସହିତ ରହିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବା ଏବଂ ସମ୍ମାନ ଦେବା।


କିନ୍ତୁ ଯେତେବେଳେ ଇସ୍ରାଏଲ ଲୋକମାନେ ଦୁଃଖ ପାଇଲେ, ସେମାନେ ପୁନର୍ବାର ସଦାପ୍ରଭୁ ପରମେଶ୍ୱରଙ୍କ ପ୍ରତି ଫେରିଲେ। ସେ ଇସ୍ରାଏଲର ପରମେଶ୍ୱର ଅଟନ୍ତି। ସେମାନେ ସଦାପ୍ରଭୁଙ୍କୁ ଖୋଜିଲେ, ଆଉ ସେମାନେ ତାଙ୍କୁ ପାଇଲେ।


“ମୁଁ ଯେଉଁମାନଙ୍କୁ ପ୍ରେମ କରେ ସେମାନଙ୍କୁ ସଂଶୋଧନ କରେ ଓ ଦଣ୍ଡ ଦିଏ। ତେଣୁ କଠିନ ଚେଷ୍ଟା କର। ନିଜ ହୃଦୟ ଓ ନିଜ ଜୀବନ ପରିବର୍ତ୍ତନ କର।


ସଦାପ୍ରଭୁ ଏକ ସ୍ୱତନ୍ତ୍ର ଦିନ ବାଛିଛନ୍ତି। ସେହି ଦିନ ସେଠାରେ ବିଦ୍ରୋହ ଓ ବ୍ୟାକୁଳତା ଦେଖା ଦେବ। ଦର୍ଶନ ଉପତ୍ୟକାରେ ଲୋକମାନେ ପରସ୍ପରକୁ ଦଳିବେ। ପ୍ରାଚୀରଗୁଡ଼ିକୁ ଭାଙ୍ଗି ପକାଇବେ। ସେହି ଲୋକମାନେ ଉପତ୍ୟକାରେ ନଗରର ଲୋକମାନଙ୍କ ପ୍ରତି ପର୍ବତ ଉପରେ ଆର୍ତ୍ତନାଦ କରିବେ।


ଆମ୍ଭେ ଆମ୍ଭର ଗୃହକୁ ଫେରିବା ଯେତେବେଳେ ଲୋକମାନେ ସେମାନଙ୍କର ଦୋଷ ସ୍ୱୀକାର କରିବେ ଏବଂ ଆମ୍ଭଙ୍କୁ କ୍ଷମା ମାଗିବେ। ହଁ, ସେମାନେ ଦୁଃଖରେ ଆମ୍ଭଙ୍କୁ ପାଇବାକୁ କଠୋର ଚେଷ୍ଟା କରିବେ।”


“ଆହା, ସେଦିନ ଅତି ମହାନ। ତାହା ସମାନ ଆଉ ଦିନ ନାହିଁ। ତାହା ଯାକୁବର ସଙ୍କଟକାଳ, ମାତ୍ର ସେ ତହିଁରୁ ଉଦ୍ଧାର ପାଇବ।


ମାତ୍ର ଅନନ୍ତକାଳ ପାଇଁ ଦୂରୀଭୂତ ହେବ। ମୋର ପ୍ରଭୁ ସଦାପ୍ରଭୁ ସମସ୍ତଙ୍କ ମୁଖମଣ୍ଡଳରୁ ଲୋତକ ପୋଛି ଦେବେ। ଅତୀତରେ ଲୋକଙ୍କର ଯେଉଁ ଦୁଃଖ ଥିଲା, ପରମେଶ୍ୱର ସେ ସମସ୍ତ ଦୁଃଖକୁ ପୃଥିବୀରୁ ପୋଛି ଦେବେ। ଏ ସମସ୍ତ ଘଟିବ କାରଣ ସଦାପ୍ରଭୁ ଏହା କହିଛନ୍ତି।


ହେ ସଦାପ୍ରଭୁ, ସଙ୍କଟ ସମୟରେ ସେମାନେ ତୁମ୍ଭକୁ ପ୍ରାର୍ଥନା କରିଛନ୍ତି। ଯେତେବେଳେ ତୁମ୍ଭେ ସେମାନଙ୍କୁ ଶାସ୍ତି ଦେଲ, ସେମାନେ ତୁମ୍ଭଙ୍କୁ ପ୍ରାର୍ଥନାରେ ଡାକିଲେ।


“କୌଣସି ରମଣୀ ଗର୍ଭବେଦନା ପାଇଲା ପରେ ପୁତ୍ର ସନ୍ତାନ ଜନ୍ମ ଦିଏ। ଗର୍ଭବେଦନା ପୂର୍ବେ ସେ ପ୍ରସବ କଲା। ଏ ପ୍ରକାର କିଏ ଶୁଣି ଅଛି? ଏ ପ୍ରକାର କିଏ ଦେଖିଅଛି? ଏକ ଦିନରେ କ’ଣ କୌଣସି ଦେଶ ଜନ୍ମ ନେବ? କୌଣସି ଗୋଷ୍ଠୀକୁ କ’ଣ ଲୋକେ ଏକା ବେଳେକେ ଜନ୍ମ ଦେବେ? ସିୟୋନ ଗର୍ଭବେଦନା ପାଇଲାମାତ୍ରେ ସେ ତା'ର ସନ୍ତାନଗଣଙ୍କୁ ପ୍ରସବ କଲା।


ଦଣ୍ତ ଦେବା ସମୟରେ ଇଫ୍ରୟିମ ସର୍ବହରା ହୋଇଯିବ। ଆମ୍ଭେ ଇସ୍ରାଏଲ ପରିବାରମାନଙ୍କୁ ସତର୍କ କରି ଦେଉଛୁ ଯେ ସେସବୁ ପ୍ରକୃତରେ ଘଟିବ।


ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ୍ଭ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।


Swiv nou:

Piblisite


Piblisite