Biblia Todo Logo
Bib sou entènèt

- Piblisite -




ଯିଶାଇୟ 37:22 - ପବିତ୍ର ବାଇବଲ

22 “ସ‌‌‌ନ୍‌‌‌ହେରୀବ ବିଷୟରେ ସଦାପ୍ରଭୁ ଏହିକଥା କୁହନ୍ତି, ‘ସିୟୋନର କୁଆଁରୀକନ୍ୟା ତୁମ୍ଭକୁ ତୁଚ୍ଛ କରିଛି ଓ ତୁମ୍ଭକୁ ପରିହାସ କରିଛି। ଯିରୁଶାଲମର କନ୍ୟା ତୁମ୍ଭକୁ ହୀନ ଦୃଷ୍ଟିରେ ଦେଖିଛି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି; ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି; ଯିରୂଶାଲମର କନ୍ୟା ତୁମ୍ଭ ଆଡ଼େ ମୁଣ୍ତ ହଲାଇଅଛି।

Gade chapit la Kopi

ଓଡିଆ ବାଇବେଲ

22 ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି; ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି; ଯିରୂଶାଲମର କନ୍ୟା ତୁମ୍ଭ ଆଡ଼େ ମୁଣ୍ଡ ହଲାଇଅଛି।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ସଦାପ୍ରଭୁ ତାହା ବିଷୟରେ ଏହି କଥା କହିଅଛନ୍ତି; ସିୟୋନର ଅନୂଢ଼ା କନ୍ୟା ତୁମ୍ଭକୁ ତୁଚ୍ଛ କରିଅଛି ଓ ତୁମ୍ଭକୁ ପରିହାସ କରିଅଛି; ଯିରୂଶାଲମର କନ୍ୟା ତୁମ୍ଭଆଡ଼େ ମୁଣ୍ଡ ହଲାଇଅଛି।

Gade chapit la Kopi




ଯିଶାଇୟ 37:22
28 Referans Kwoze  

ମୁଁ ମଧ୍ୟ ସେହିଭଳି କଥା ତୁମ୍ଭକୁ କହିପାରେ, ଯଦି ତୁମ୍ଭର ମୋ’ ଭଳି ବିପଦ ପଡ଼ିଥା’ନ୍ତା। ମୁଁ ମଧ୍ୟ ତୁମ୍ଭ ବିରୁଦ୍ଧରେ ବୁଦ୍ଧିମାନର ବାକ୍ୟ କହି ପାରନ୍ତି ଏବଂ ତୁମ୍ଭମାନଙ୍କ ପ୍ରତି ମୋ’ ମୁଣ୍ଡ ହଲାଇ ପାରନ୍ତି।


ସଦାପ୍ରଭୁ କୁହନ୍ତି, “ହେ ସିୟୋନର କନ୍ୟା ଆନନ୍ଦରେ ଚିତ୍କାର କର ଏବଂ ଖୁସୀ ହୁଅ। କାରଣ ତୁମ୍ଭ ସହିତ ନଗରରେ ବାସ କରିବା ପାଇଁ ଆମ୍ଭେ ଆସୁଛୁ।


ହେ ଯିରୁଶାଲମ, ଗୀତ ଗାଅ ଓ ସୁଖୀ ହୁଅ। ଇସ୍ରାଏଲ ମଧ୍ୟ ଆନନ୍ଦ କରିବ। ଯିରୁଶାଲମ ମଧ୍ୟ ସୁଖୀ ହେବ।


ଆଗୋ ସିୟୋନ କନ୍ୟା, ମୁଁ ତୁମ୍ଭ ଆଗରେ କି ସାକ୍ଷ୍ୟ ଦେବି? ତୁମ୍ଭକୁ କାହା ସହିତ ମୁଁ ତୁଳନା କରିବି? ଆଗୋ ସିୟୋନ କୁମାରୀ କନ୍ୟା, ମୁଁ ତୁମ୍ଭକୁ ସାନ୍ତ୍ୱନା ଦେବା ପାଇଁ ତୁମ୍ଭକୁ କାହା ସହିତ ତୁଳନା କରିବି? କାରଣ ତୁମ୍ଭର ବିନାଶ ସମୁଦ୍ର ପରି ବିସ୍ତୃତ, ତୁମ୍ଭକୁ କିଏ ସୁସ୍ଥ କରି ପାରିବା ପାଇଁ ସକ୍ଷମ ହେବ?


“ହେ ଯିରିମିୟ, ତୁମ୍ଭେ ଆମ୍ଭର ଏହି ବାର୍ତ୍ତା ଯିହୁଦାବାସୀଙ୍କୁ ଜଣାଅ, ‘ଆମ୍ଭ ଚକ୍ଷୁରୁ ଦିବାରାତ୍ରି ଲୋତକ ବହିବ, ତାହା କେବେ ନିବୃତ୍ତ ହେବ ନାହିଁ କାରଣ ଆମ୍ଭର ଅନୂଢ଼ା କନ୍ୟା ପାଇଁ ଆମ୍ଭ ହୃଦୟ କାନ୍ଦିବ। ଯେହେତୁ ତାହା ମହାଭଙ୍ଗରେ ଓ ମହା ଦୁଃଖଦାୟକ କ୍ଷତରେ ଭଗ୍ନ ହୋଇଅଛି।


ସିୟୋନର କନ୍ୟା ପରିତ୍ୟକ୍ତ ଦ୍ରାକ୍ଷାକ୍ଷେତ୍ର‌ରେ ଗୋଟିଏ କୁଡ଼ିଆ ସଦୃଶ ଦେଖାଯାଉଛି। ଏକ ପରିତ୍ୟକ୍ତ କାକୁଡ଼ିକ୍ଷେତ୍ର ସଦୃଶ। ଆଉ ଏହା ଶତ୍ରୁମାନଙ୍କ ଦ୍ୱାରା ଅବରୋଧିତ ନଗର ସଦୃଶ ହୋଇଅଛି।’


ତା'ପରେ ଯିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ କାରଣ ତୁମ୍ଭେ ମୋତେ ରକ୍ଷା କରିଛ।”


ସେହି ପାଖଦେଇ ଯାଉଥିବା ଲୋକମାନେ ଯୀଶୁଙ୍କୁ ଅପମାନ ଦେଉଥିଲେ। ସେମାନେ ସେମମାନଙ୍କ ମୁଣ୍ଡ ହଲେଇ କହୁଥିଲେ,


“ସିୟୋନ ନଗରୀକୁ କୁହ: ‘ଦେଖ, ତୁମ୍ଭର ରାଜା ତୁମ୍ଭ ପାଖକୁ ଆସୁଛନ୍ତି। ସେ ନମ୍ର ଓ ସେ ଗୋଟିଏ ଗଧ ଉପରେ ଚଢ଼ି ଆସୁଛନ୍ତି। ହଁ, ଗୋଟିଏ ଗଧଛୁଆ ଉପରେ ଚଢ଼ିଛନ୍ତି, ସେହି ଛୁଆଟି ଏକ ସ୍ତନ୍ୟପାୟୀ ଗଧରୁ ଜନ୍ମ ହୋଇଛି।’”


ହେ ସିୟୋନର କନ୍ୟା ଆନନ୍ଦ କର! ହେ ଯିରୁଶାଲମର କନ୍ୟା, ଚିତ୍କାର କର! ଦେଖ, ତୁମ୍ଭର ରାଜା ତୁମ୍ଭମାନଙ୍କ ନିକଟକୁ ଆସୁଛନ୍ତି। ସେ ଧାର୍ମିକ ରାଜା ଓ ସେ ଜୟଲାଭ କରିଛନ୍ତି। ସେ ଅତ୍ୟନ୍ତ ନମ୍ର। ସେ ଏକ ଯୁବ ଗଧ ଉପରେ ବସି ଆସୁଛନ୍ତି।


ଇସ୍ରାଏଲର କୁମାରୀ ପଡ଼ିଯାଇଛି ଏବଂ ସେ ଆଉ ଉଠିପାରିବ ନାହିଁ। ସେ ଏକାକିନୀ ପଡ଼ି ରହିଛି। ସେହି ମଇଳାରୁ ତାକୁ ଉଠାଇବାକୁ କେହି ନାହିଁ।


“ସଦାପ୍ରଭୁ ମଝିରେ ଛିଡ଼ା ହୋଇଥିବା ଯୋଦ୍ଧାମାନଙ୍କୁ ପଠେଇ ଦେଇଛନ୍ତି। ସଦାପ୍ରଭୁ ମୋର ଯୁବକମାନଙ୍କୁ ବଧ କରିବା ପାଇଁ ଦଳେ ଲୋକ ଆଣିଛନ୍ତି। ଦ୍ରାକ୍ଷାକୁଣ୍ଡରେ ଦ୍ରାକ୍ଷା ମର୍ଦ୍ଦନ କଲାପରି ସଦାପ୍ରଭୁ ଯିହୁଦାର କୁମାରୀମାନଙ୍କୁ ପେଷଣ କରିଅଛନ୍ତି।


ଦେଖ, ସଦାପ୍ରଭୁ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଏହା ଘୋଷଣା କରିଅଛନ୍ତି, “ତୁମ୍ଭେମାନେ ସିୟୋନର କନ୍ୟାକୁ କୁହ, ‘ଦେଖ, ତୁମ୍ଭର ପରିତ୍ରାଣ ଆସୁଅଛି; ଆଉ ଦେଖ, ତାଙ୍କ ପୁରସ୍କାର ତାହାଙ୍କ ସଙ୍ଗରେ ଅଛି ଓ ତାହାଙ୍କ ପ୍ରତିଦାନ ତାହାଙ୍କ ସମ୍ମୁଖରେ ଅଛି।’”


ସେହି ଦିନ ସୈନ୍ୟବାହିନୀ ନୋବରେ ଅଟକିବେ। ଯିରୁଶାଲମର ସିୟୋନ ପର୍ବତ ବିରୁଦ୍ଧରେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେବେ।


ସେହି ଦୁଷ୍ଟ ଲୋକମାନେ ମିଥ୍ୟାବାଦୀ। ସେମାନେ ଧାର୍ମିକ ଲୋକଙ୍କ ବିରୁଦ୍ଧରେ ମିଥ୍ୟାକଥା କୁହନ୍ତି। ସେହି ଦୁଷ୍ଟ ଲୋକମାନେ ଅତ୍ୟନ୍ତ ଅହଂକାରୀ। ସେମାନଙ୍କର ସେହି ମିଥ୍ୟା କହୁଥିବା ଓଷ୍ଠ ନୀରବ ହୋଇଯିବ।


ମୁଁ ସିଂହ ଓ ଭାଲୁ ଉଭୟଙ୍କୁ ବଧ କରିଛି ଏବଂ ମୁଁ ମଧ୍ୟ ଗଲିୟାତକୁ ସେହିପରି ବଧ କରିବି। ଗଲିୟାତ ମରିବ କାରଣ ସେ ଜୀବିତ ପରମେଶ୍ୱରଙ୍କର ସୈନ୍ୟକୁ ତୁଚ୍ଛ କରିଅଛି।


ସଦାପ୍ରଭୁ କୁହନ୍ତି, “ହେ ଉତ୍ପୀଡ଼ନ କରୁଥିବା ସୀଦୋନର କୁଆଁରୀକନ୍ୟା, ତୁମ୍ଭେ ଆନନ୍ଦ କର ନାହିଁ କାରଣ ତୁମ୍ଭେ ଧ୍ୱଂସ ହେବ। ମାତ୍ର ତୁମ୍ଭେ କିତ୍ତୀମକୁ ଗଲେ ମଧ୍ୟ, ସେଠାରେ ତୁମ୍ଭେ ବିଶ୍ରାମ ପାଇବ ନାହିଁ।”


“ଏହା ହେଉଛି ସ‌ନ୍‌ହେରୀବ୍ ବିଷୟରେ ସଦାପ୍ରଭୁଙ୍କ ବାର୍ତ୍ତା: ‘ସିୟୋନର ଅନୁଢ଼ା କନ୍ୟା ତୁମ୍ଭକୁ ତାଚ୍ଛଲ୍ୟ କରେ। ସେ ତୁମ୍ଭକୁ ପରିହାସ କରିଅଛି। ଯିରୁଶାଲମର କନ୍ୟା ତୁମ୍ଭ ଆଡ଼େ ତୁମ୍ଭକୁ ମୁଣ୍ତ ହଲାଇ ଅଛି।


“ଆଗୋ ବାବିଲର ଅନୁଢ଼ା କନ୍ୟା, ତଳକୁ ଓହ୍ଲାଇ ଆସି ଧୂଳିରେ ବସ; ଆଗୋ କ‌‌ଲ୍‌‌ଦୀୟର କନ୍ୟା, ସିଂହାସନ ଛାଡ଼ି ଭୂମିରେ ବସ। କାରଣ ତୁମ୍ଭେମାନେ ଆଉ କୋମଳ ଓ କୁଆଁରୀକନ୍ୟା ବୋଲି ଖ୍ୟାତ ହେବ ନାହିଁ।


ଯିହୁଦା ଏକ ଶୂନ୍ୟ ମରୁପ୍ରାନ୍ତରରେ ପରିଣତ ହେବ। ସେମାନେ ଗମନ କଲାବେଳେ ଶୀସ୍ ଶବ୍ଦ କରିଯାଆନ୍ତି। ତହିଁର ନିକଟ ଦେଇ ଗମନକାରୀ ପ୍ରତ୍ୟେକ ଲୋକ ବିସ୍ମିତ ହୋଇ ଆପଣା ମସ୍ତକ ହରାଇବ।


ପଥିକମାନେ ତୁମ୍ଭର ଦୁରାବସ୍ଥାରେ ହାତତାଳି ଦିଅନ୍ତି। ସେମାନେ “ଶୀସ୍” ଶବ୍ଦ କରି ଯିରୁଶାଲମର କନ୍ୟା ପ୍ରତି ମସ୍ତକ ହଲାଇ କହନ୍ତି, “ଏ କ’ଣ ସେହି ନଗରୀ ଯାହାକୁ ଲୋକମାନେ ‘ସୌନ୍ଦର୍ଯ୍ୟମୟୀ ନଗରୀ’ ଓ ‘ସମଗ୍ର ପୃଥିବୀର ଆନନ୍ଦ ସ୍ୱରୂପ’ ବୋଲି କହୁଥିଲେ?”


Swiv nou:

Piblisite


Piblisite