Biblia Todo Logo
Bib sou entènèt

- Piblisite -




ଯିଶାଇୟ 37:2 - ପବିତ୍ର ବାଇବଲ

2 ପୁଣି ହିଜକିୟ ରାଜା ଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଶିବ୍‌‌‌ନ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ପିନ୍ଧାଇ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟଙ୍କ ନିକଟକୁ ପଠାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ପୁଣି, ସେ ରାଜଗୃହାଧ୍ୟକ୍ଷ ଇଲୀୟାକୀମ୍କୁ ଓ ଶୀବ୍ନ ଲେଖକକୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍ବକ୍ତାଙ୍କ ନିକଟକୁ ପଠାଇଲା।

Gade chapit la Kopi

ଓଡିଆ ବାଇବେଲ

2 ପୁଣି, ସେ ରାଜଗୃହାଧ୍ୟକ୍ଷ ଇଲିୟାକୀମ୍‍କୁ, ଶିବ୍‍ନ ଲେଖକଙ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇଲା।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ପୁଣି, ସେ ରାଜଗୃହାଧ୍ୟକ୍ଷ ଇଲିୟାକୀମ୍‍କୁ, ଶିବ୍‍ନ ଲେଖକଙ୍କୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗଙ୍କୁ ଅଖା ଘୋଡ଼ାଇ ଆମୋସଙ୍କ ପୁତ୍ର ଯିଶାଇୟ ଭବିଷ୍ୟଦ୍‍ବକ୍ତାଙ୍କ ନିକଟକୁ ପଠାଇଲା।

Gade chapit la Kopi




ଯିଶାଇୟ 37:2
15 Referans Kwoze  

ଆମୋସଙ୍କର ପୁତ୍ର ଯିଶାଇୟଙ୍କର ଦର୍ଶନ, ପରମେଶ୍ୱର ଯିହୁଦା ଓ ଯିରୁଶାଲମର ଯାହାସବୁ ଘଟିଥିଲା ସେସବୁ ଯିଶାଇୟଙ୍କୁ ଦେଖାଇଲେ ଉଷିୟ, ଯୋଥମ୍, ଆହସ୍ ଓ ହିଜକିୟଙ୍କ ରାଜତ୍ୱ କାଳରେ ଯିହୁଦାରେ ଯାହାସବୁ ଘଟିଥିଲା ଯିଶାଇୟ ଦର୍ଶନ କଲେ।


ହେ ଯାଜକଗଣ, ଚଟ ବସ୍ତ୍ର ପରିଧାନ କରି ଉଚ୍ଚ ସ୍ୱରରେ ବିଳାପ କର। ହେ ଯଜ୍ଞବେଦିର ପରିଗ୍ଭଳକ ଗଣ, ତୁମ୍ଭେମାନେ ଚଟ ବସ୍ତ୍ର ପରିଧାନ କରି ରାତ୍ରିଯାପନ କର। କାରଣ ପରମେଶ୍ୱରଙ୍କ ମନ୍ଦିରରେ ଶସ୍ୟ ନୈବେଦ୍ୟ ଓ ପେୟନୈବେଦ୍ୟ ମିଳିବ ନାହିଁ।


ହିଜକିୟ ଦୂତଙ୍କଠାରୁ ଏକ ଲେଖା ନେଲେ ଓ ପାଠ କଲେ। ତା'ପରେ ସେ ସଦାପ୍ରଭୁଙ୍କ ମନ୍ଦିରକୁ ଯାଇ ପ୍ରାର୍ଥନା କରି କହିଲା।


ଯିରୁଶାଲମର ତିନି ଜଣ ବ୍ୟକ୍ତି ସେନାଧ୍ୟକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ହେଲେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହ ରକ୍ଷୀ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ।


ଯିହୋଶାଫ‌ଟଙ୍କ ସୈନ୍ୟଦଳ ପ୍ରଭାତରେ ତକୋୟର ମରୁଭୂମି ମଧ୍ୟକୁ ଯୁଦ୍ଧ ପାଇଁ ଯାତ୍ରା କଲେ। ସେମାନେ ଯାତ୍ରାରମ୍ଭ କରିବା ସମୟରେ ଯିହୋଶାଫଟ୍ ଉଠି ଠିଆ ହେଲେ ଓ କହିଲେ, “ଯିହୁଦା ଓ ଯିରୁଶାଲମର ସମସ୍ତ ଲୋକ ମୋ’ କଥା ଶୁଣ। ତୁମ୍ଭମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କଠାରେ ବିଶ୍ୱାସ ରଖ, ତେବେ ତୁମ୍ଭେମାନେ ଦୃଢ଼ ରୂପେ ଠିଆ ହୋଇ ପାରିବ। ସଦାପ୍ରଭୁଙ୍କର ଭବିଷ୍ୟ‌ଦ୍‌ବକ୍ତାମାନଙ୍କଠାରେ ବିଶ୍ୱାସ ରଖ। ତୁମ୍ଭେମାନେ କୃତକାର୍ଯ୍ୟ ହେବ।”


ପୁଣି ରାଜଗୃହାଧ୍ୟକ୍ଷ ଇଲିୟାକୀମକୁ, ଲେଖକ ଶିବ୍‌ନକୁ ଓ ଯାଜକମାନଙ୍କର ପ୍ରାଚୀନବର୍ଗକୁ ଅଖା ଘୋଡ଼ାଇ ଆମୋସର ପୁତ୍ର ଯିଶାଇୟ ଭବିଷ୍ୟ‌ଦ୍‌ବକ୍ତାଙ୍କ ନିକଟକୁ ପଠାଇଲେ।


ପୁଣି ସେମାନେ ରାଜା ହି‌ଲ୍‌‌‌କିୟଙ୍କୁ ଡାକନ୍ତେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ସେମାନଙ୍କୁ ଭେଟିବାକୁ ବାହାରିଲେ।


ସେହି ସମୟରେ ସଦାପ୍ରଭୁ ଆମୋସଙ୍କ ପୁତ୍ର ଯିଶାଇୟଙ୍କ ଦ୍ୱାରା ଏହି କଥା କହିଲେ, “ଯାଅ, ତୁମ୍ଭ କଟିରୁ ଚଟବସ୍ତ୍ର କାଢ଼ ଓ ପାଦରୁ ପାଦୁକା କାଢ଼।” ଯିଶାଇୟ ସଦାପ୍ରଭୁଙ୍କ ଆଜ୍ଞା ପାଳନ କରି ବିବସ୍ତ୍ର ଏବଂ ଶୂନ୍ୟପାଦ ହୋଇ ଭ୍ରମଣ କଲେ।


ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, “ତୁମ୍ଭେ ଗୃହର ଅଧ୍ୟକ୍ଷ ଶୀବନ ନିକଟକୁ ଯାଇ କୁହ,


ଆଉ ସେଦିନ ଆମ୍ଭେ ଆପଣା ଦାସ ହି‌ଲ୍‌‌‌କିୟର ପୁତ୍ର ଇଲିୟାକିମଙ୍କୁ ଡାକିବା।


ତା'ପରେ ଆମୋସଙ୍କ ପୁତ୍ର ଯିଶାଇୟ ହିଜକିୟ ନିକଟକୁ ଏହି ବାର୍ତ୍ତା କହି ପଠାଇଲେ। ସେ କହିଲେ, “ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱର ଏହିକଥା କୁହନ୍ତି, ‘ତୁମ୍ଭେ ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ବିରୁଦ୍ଧରେ ଆମ୍ଭ ନିକଟରେ ପ୍ରାର୍ଥନା କର।


ସେହି ସମୟରେ ହିଜକିୟ ସାଂଘାତିକ ରୋଗରେ ପୀଡ଼ିତ ହେଲେ। ତେଣୁ ଆମୋସଙ୍କ ପୁତ୍ର ଭବିଷ୍ୟ‌ଦ୍‌ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, “ସଦାପ୍ରଭୁ ମୋତେ ଏହିକଥା କହିଛନ୍ତି, ‘ତୁମ୍ଭେ କେବେ ଆରୋଗ୍ୟ ହେବ ନାହିଁ, ତୁମ୍ଭେ ନିଶ୍ଚୟ ମରିବ। ତେଣୁ ତୁମ୍ଭେ ତୁମ୍ଭର ଗୃହକୁ ସଜାଡ଼।’”


ମର୍ଦ୍ଦଖୟ ଏସବୁ ବିଷୟ ଜାଣିବାପରେ ନିଜର ବସ୍ତ୍ରକୁ ଚିରି ପକାଇଲା ଓ ଚଟ ବସ୍ତ୍ର ପିନ୍ଧି ମୁଣ୍ତରେ ଭସ୍ମ ଲେପନ କଲା। ସେ ନଗର ମଧ୍ୟକୁ ଗଲା ଓ ଉଚ୍ଚ ସ୍ୱରରେ ରୋଦନ କଲା।


ତେଣୁ ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକ ମୁଣ୍ଡନ ଓ କଟିଦେଶରେ ଚଟବସ୍ତ୍ର ପରିଧାନ କରିବାକୁ ଡାକି କହିଲେ।


Swiv nou:

Piblisite


Piblisite