Biblia Todo Logo
Bib sou entènèt

- Piblisite -




ଯିଶାଇୟ 37:18 - ପବିତ୍ର ବାଇବଲ

18 ହେ ସଦାପ୍ରଭୁ, ଏହା ସତ୍ୟ ଯେ ଅଶୂରୀୟ ରାଜାମାନେ ସମସ୍ତ ଦେଶକୁ ଏବଂ ସେମାନଙ୍କ ଭୂମିକୁ ଧ୍ୱଂସ କରିଛନ୍ତି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ସର୍ବଦେଶୀୟ ଲୋକମାନଙ୍କୁ ଓ ସେମାନଙ୍କର ଦେଶକୁ ଉଚ୍ଛିନ୍ନ କରିଅଛନ୍ତି।

Gade chapit la Kopi

ଓଡିଆ ବାଇବେଲ

18 ହେ ସଦାପ୍ରଭୁ, ଅଶୂରୀୟ ରାଜାମାନେ ସର୍ବଦେଶୀୟ ଲୋକମାନଙ୍କୁ, ସେମାନଙ୍କର ଦେଶକୁ ଉଚ୍ଛିନ୍ନ କରିଅଛନ୍ତି

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ହେ ସଦାପ୍ରଭୋ, ଅଶୂରୀୟ ରାଜାମାନେ ସର୍ବଦେଶୀୟ ଲୋକମାନଙ୍କୁ, ସେମାନଙ୍କର ଦେଶକୁ ଉଚ୍ଛିନ୍ନ କରିଅଛନ୍ତି

Gade chapit la Kopi




ଯିଶାଇୟ 37:18
7 Referans Kwoze  

ଇସ୍ରାଏଲର ରାଜା ପେକହଙ୍କର ସମୟରେ ଅଶୂରର ରାଜା ତିଗ୍ଲତ-ପିଲେଷର ଆସି ଇୟୋନ, ଆବେଲ୍-ବୈ‌‌‌ଥ୍‌‌‌ମାଖା, ଯାନହୋକେଦେଶ, ହା‌ତ୍‌ସୋର, ଗିଲିୟଦ, ଗାଲିଲୀ ଓ ସମୁଦାୟ ନପ୍ତାଲି ଦେଶ ଅଧିକାର କଲା। ଆଉ ସେ ଲୋକମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା।


ତେଣୁ ଇସ୍ରାଏଲର ପରମେଶ୍ୱର ଅଶୂର ରାଜା ପୂ‌ଲ୍‌ର ମନରେ ଯୁଦ୍ଧ ନିମନ୍ତେ ଯିବା ପାଇଁ ଉତ୍ତେଜନା ସୃଷ୍ଟି କଲେ। ପୂଲ୍ ଅଶୂର ରାଜା ଥିଲେ। ତେଣୁ ତାଙ୍କୁ ତିଗ୍ଲତ-ପି‌ଲ୍‌ନେଷର ମଧ୍ୟ କୁହାଯାଏ। ସେ ରୁବେନ୍, ଗାଦ୍ ଓ ମନଃଶିର ଅର୍ଦ୍ଧେକ ଗୋଷ୍ଠୀ ସହିତ ଯୁଦ୍ଧ କଲେ। ସେ ବଳପୂର୍ବକ ସେମାନଙ୍କୁ ଗୃହରୁ ବିତାଡ଼ିତ କଲେ ଓ ବନ୍ଦୀ କରି ନେଇଗଲେ। ପୂ‌ଲ୍‌ ସେମାନଙ୍କୁ ହଲହ, ହାବୋର, ହାରା ଓ ଗୋଶନ୍ ନଦୀ ନିକଟକୁ ଆଣିଲେ। ସେହି ଦିନଠାରୁ ସେମାନେ ସେହି ସ୍ଥାନରେ ବାସ କରୁଛନ୍ତି।


ଅନନ୍ତର ଅଶୂରର ରାଜା ବାବିଲ୍, କୂଥା, ଅବ୍ବା, ହମାତ୍ ଓ ସଫର୍ବୟିମଠାରୁ ଲୋକ ଆଣି ଇସ୍ରାଏଲୀୟମାନଙ୍କ ବଦଳରେ ଶମରିୟାର ବିଭିନ୍ନ ନଗରରେ ସ୍ଥାପନ କଲେ। ତହୁଁ ସେମାନେ ଶମରିୟା ଅଧିକାର କରି ସେଠାରେ ନାନା ନଗରରେ ବାସ କଲେ।


ହୋଶେୟଙ୍କ ରାଜତ୍ୱର ନବମ ବର୍ଷରେ ଅଶୂରର ରାଜା ଶମରିୟା ଅଧିକାର କଲେ। ସେ ଇସ୍ରାଏଲୀୟମାନଙ୍କୁ ବନ୍ଦୀ କରି ଅଶୂରକୁ ନେଇଗଲା ଓ ସେମାନଙ୍କୁ ଗୋଶୋନ ନଗରର ହାବୋର ନଦୀର ହଲହରେ ଓ ମାଦୀୟମାନଙ୍କ ନାନା ଦେଶରେ ରଖିଲେ।


ଏଥିରେ ଅଶୂରର ରାଜା ଆହାସଙ୍କୁ ସାହାଯ୍ୟ କରିବାକୁ ରାଜି ହେଲେ ଓ ସେ ଆକ୍ରମଣ କଲେ। ଦମ୍ମେଶକ ଅଧିକାର କଲେ ଓ ସେଠିକାର ଲୋକମାନଙ୍କୁ ବନ୍ଦୀ କରି କୀର ନଗରକୁ ନେଇଗଲେ। ଆଉ ସେ ର‌ତ୍‌ସୀ‌ନଙ୍କୁ ବଧ କଲେ।


ତୁମ୍ଭର ସନ୍ତାନମାନେ ଶୀଘ୍ର ଆସୁ ଅଛନ୍ତି। ତୁମ୍ଭର ଉତ୍ପାଟନକାରୀମାନେ ଓ ଯେଉଁମାନେ ତୁମ୍ଭକୁ ଉଚ୍ଛିନ୍ନ କରିଛନ୍ତି ସେମାନେ ତୁମ୍ଭ ମଧ୍ୟରୁ ବାହାରି ଯିବେ।


Swiv nou:

Piblisite


Piblisite