Biblia Todo Logo
Bib sou entènèt

- Piblisite -




ଯିଶାଇୟ 37:16 - ପବିତ୍ର ବାଇବଲ

16 “ହେ ସର୍ବଶକ୍ତିମାନ ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର ଯେ କି କିରୂବଗଣ ଉପରେ ଉପବିଷ୍ଟା ତୁମ୍ଭେ କେବଳ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ। ତୁମ୍ଭେ ଏହି ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

16 ହେ କିରୂବଗଣ ଉପରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ଵର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ଵର ଅଟ; ତୁମ୍ଭେ ସ୍ଵର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

Gade chapit la Kopi

ଓଡିଆ ବାଇବେଲ

16 “ହେ କିରୂବଗଣ ଉପରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୁ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

16 “ହେ କିରୂବଗଣ ଉପରେ ଉପବିଷ୍ଟ ସୈନ୍ୟାଧିପତି ସଦାପ୍ରଭୋ, ଇସ୍ରାଏଲର ପରମେଶ୍ୱର, ତୁମ୍ଭେ, କେବଳ ତୁମ୍ଭେ ପୃଥିବୀସ୍ଥ ସମୁଦାୟ ରାଜ୍ୟର ପରମେଶ୍ୱର ଅଟ; ତୁମ୍ଭେ ସ୍ୱର୍ଗ ଓ ପୃଥିବୀ ନିର୍ମାଣ କରିଅଛ।

Gade chapit la Kopi




ଯିଶାଇୟ 37:16
34 Referans Kwoze  

ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ୟାୟ ବିଗ୍ଭର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ୟାୟ ସହିତ ପୃଥିବୀର ଲୋକମାନଙ୍କର ବିଗ୍ଭର କରିବେ।


ଆଉ ଆମ୍ଭେ ଯେତେବେଳେ ତୁମ୍ଭକୁ ସାକ୍ଷାତ କରିବା ଓ ପାପାଚ୍ଛାଦନର ଉପରି ଭାଗରୁ ଅର୍ଥାତ୍ ଚୁକ୍ତି ସିନ୍ଦୁକର ଉପରିସ୍ଥ କିରୂବଦୂତଗଣ ମଧ୍ୟରୁ ତୁମ୍ଭ ସଙ୍ଗେ ଆଳାପ କରି ଇସ୍ରାଏଲ ସନ୍ତାନଗଣ ବିଷୟକ ଆମ୍ଭେ ସମସ୍ତ ଆଜ୍ଞା ତୁମ୍ଭକୁ ଜଣାଇବା।


ତୁମ୍ଭେ ମହାନ ଓ ଆଶ୍ଚର୍ଯ୍ୟ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ୱର ଅଟ।


ହେ ଇସ୍ରାଏଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ଯୋଷେଫର ଲୋକମାନଙ୍କୁ ମେଷପରି ନେତୃତ୍ୱ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ୟ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।


ତା'ପରେ ସେମାନେ ଲୋକମାନଙ୍କୁ ଶୀଲୋକୁ ପଠାଇ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକ ଆଣିଲେ। ସିନ୍ଦୁକର ଉପରେ କିରୂବ ଦୂତଗଣ ଥିଲେ। ସେମାନେ ପରମେଶ୍ୱରଙ୍କ ସିଂହାସନ ପରି ଏଲିଙ୍କର ଦୁଇପୁତ୍ର ହ‌ଫ୍‌ନି ଓ ପୀନହସ୍ ପରମେଶ୍ୱରଙ୍କ ନିୟମ-ସିନ୍ଦୁକ ସଙ୍ଗେ ଆସିଲେ।


ଆମ୍ଭେମାନେ ଉପଯୁକ୍ତ ସମୟରେ ଦୟା ଓ କୃପାପ୍ରାପ୍ତି ନିମନ୍ତେ ପରମେଶ୍ୱରଙ୍କ ଅନୁଗ୍ରହଜନକ ସିଂହାସନ ନିକଟରୁ ଆମ୍ଭର ମହାଯାଜକ ଯୀଶୁଙ୍କ ସହ ସମ୍ପୂର୍ଣ୍ଣ ଭରସାର ସହ ଯାଇପାରିବା।


ତାହାଙ୍କର ଶକ୍ତିରେ ସମସ୍ତ ବିଷୟ ଗୁଡ଼ିକର ଉତ୍ପତ୍ତି ସ୍ୱର୍ଗର ଓ ପୃଥିବୀର ବିଷୟ, ଦୃଶ୍ୟ ଓ ଅଦୃଶ୍ୟ ବିଷୟ ସବୁ, ସମସ୍ତ ଆଧ୍ୟାତ୍ମିକ ଶକ୍ତି, ଅଧିକାରୀଗଣ, ପ୍ରଭୁଗଣ ଓ ଶାସକଗଣ।


ତାହାଙ୍କ ଦ୍ୱାରା ସବୁକିଛି ସୃଷ୍ଟି ହୋଇଅଛି। ଏହି ସଂସାରରେ ଏପରି କିଛି ବସ୍ତୁ ନାହିଁ, ଯାହା ତାହାଙ୍କ ଦ୍ୱାରା ସୃଷ୍ଟି ହୋଇ ନାହିଁ।


ତୁମ୍ଭର ତ୍ରାଣକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ମାତୃ ଗର୍ଭରୁ ହିଁ ଗଢ଼ିଛନ୍ତି। ସେ ଏହା କୁହନ୍ତି, “ଆମ୍ଭେ ସଦାପ୍ରଭୁ, ସମସ୍ତ ସାଧନ କରିଅଛୁ। ଆମ୍ଭେ ଆକାଶମଣ୍ତଳକୁ ବିସ୍ତାର କରୁ ଓ ଏକାକୀ ପୃଥିବୀକୁ ପ୍ରସାରିତ କରୁ। ଆମ୍ଭର ସହିତ କେହି ନାହିଁ।”


କାରଣ ତୁମ୍ଭର ସୃଷ୍ଟିକର୍ତ୍ତା ତୁମ୍ଭର ସ୍ୱାମୀ ଅଟନ୍ତି ଓ ସର୍ବଶକ୍ତିମାନ ସଦାପ୍ରଭୁ ତାଙ୍କର ନାମ। ପୁଣି ସେ ଇସ୍ରାଏଲର ପବିତ୍ର ସ୍ୱରୂପ ତୁମ୍ଭର ମୁକ୍ତିଦାତା; ସେ ସମଗ୍ର ପୃଥିବୀର ପରମେଶ୍ୱର ବୋଲି ବିଖ୍ୟାତ ହେବେ।


ହେ ପୃଥିବୀ ପ୍ରାନ୍ତସ୍ଥ ସମସ୍ତ ଲୋକ, ତୁମ୍ଭେମାନେ ଆମ୍ଭ ପ୍ରତି ଦୃଷ୍ଟି କର ଓ ପରିତ୍ରାଣ ପ୍ରାପ୍ତ ହୁଅ। କାରଣ ଆମ୍ଭେ ପରମେଶ୍ୱର ଓ ଆମ୍ଭ ଛଡ଼ା ଅନ୍ୟ ପରମେଶ୍ୱର ନାହିଁ।


ସଦାପ୍ରଭୁ ଇସ୍ରାଏଲର ରାଜା। ସେହି ସର୍ବଶକ୍ତିମାନ ସଦାପ୍ରଭୁ ଇସ୍ରାଏଲର ତ୍ରାଣକର୍ତ୍ତା କୁହନ୍ତି, “ଆମ୍ଭେ ଆଦି ଓ ଅନ୍ତ, ଆମ୍ଭ ବ୍ୟତୀତ ଅନ୍ୟ ପରମେଶ୍ୱର ନାହାନ୍ତି।


ତୁମ୍ଭେ କ’ଣ ଜାଣି ନାହଁ? ତୁମ୍ଭେ କ’ଣ ଶୁଣି ନାହଁ? ସେ ସମସ୍ତ ଜଗତର ସୃଷ୍ଟିକର୍ତ୍ତା। ଅନାଦି ଅନନ୍ତ ପରମେଶ୍ୱର। ସଦାପ୍ରଭୁ କ୍ଳାନ୍ତ ହୁଅନ୍ତି ନାହିଁ କି ଶ୍ରାନ୍ତ ହୁଅନ୍ତି ନାହିଁ। ତାଙ୍କର ବୁଦ୍ଧି ବୋଧର ଅଗମ୍ୟ।


ମାତ୍ର ତୁମ୍ଭେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର। ତେଣୁ ଦୟାକରି ଆମ୍ଭମାନଙ୍କୁ ଅଶୂରୀୟ ରାଜାଙ୍କଠାରୁ ଉଦ୍ଧାର କର, ତାହାହେଲେ ତୁମ୍ଭେ ଯେ ସଦାପ୍ରଭୁ ଓ ଏକମାତ୍ର ପରମେଶ୍ୱର, ଏ କଥା ସମଗ୍ର ପୃଥିବୀବାସୀ ଜାଣିବେ।”


ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ତୁମ୍ଭେ କେବଳ ଭୟ କର। ତାଙ୍କୁ ହିଁ କେବଳ ଭକ୍ତି କରିବ। ସେହି ହେଉଛନ୍ତି ଏକମାତ୍ର ଯାହାଙ୍କୁ ତୁମ୍ଭେ ଭୟ କର।


ସେମାନେ ପରସ୍ପରକୁ ଡାକି କହୁଥିଲେ, “ସର୍ବଶକ୍ତିମାନ ସଦାପ୍ରଭୁ ଧର୍ମମୟ, ଧର୍ମମୟ, ଧର୍ମମୟ। ତାଙ୍କର ମହିମା ସମଗ୍ର ପୃଥିବୀରେ ବ୍ୟାପିଯାଇଛି।” ସେହି ଦେବଦୂତମାନଙ୍କର ସ୍ୱର ଅତି ଉଚ୍ଚ ଥିଲା।


ସଦାପ୍ରଭୁ ସ୍ୱର୍ଗ, ପୃଥିବୀ, ସମୁଦ୍ର ଏବଂ ଏଥିରେ ଥିବା ପ୍ରତ୍ୟେକ ବସ୍ତୁ ମଧ୍ୟ ତିଆରି କଲେ। ସେ ସର୍ବଦା ବିଶ୍ୱସ୍ତ ଅଟନ୍ତି।


ସେହି ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କ ନିରାପଦ ଆଶ୍ରୟ ସ୍ଥଳ। ସେଲା


ସୈନ୍ୟାଧିପତି ସଦାପ୍ରଭୁ ଆମ୍ଭ ସହିତ ଅଛନ୍ତି। ଯାକୁବର ପରମେଶ୍ୱର ଆମ୍ଭ ସମସ୍ତଙ୍କର ନିରାପଦର ସ୍ଥାନ ଅଟନ୍ତି। ସେଲା


ଏହା ପରେ ନାମାନ୍ ଓ ତା'ର ସମସ୍ତ ସାଥୀ ଲୋକମାନେ ଫେରି ଆସି ପରମେଶ୍ୱରଙ୍କ ଲୋକ ଇଲୀଶାୟ ସମ୍ମୁଖରେ ଆସି ଛିଡ଼ା ହେଲେ ଓ କହିଲେ, “ଦେଖନ୍ତୁ, ମୁଁ ଏବେ ବୁଝିଲି ଇସ୍ରାଏଲର ପରମେଶ୍ୱରଙ୍କ ଛଡ଼ା ସମଗ୍ର ପୃଥିବୀରେ ଆଉ ପରମେଶ୍ୱର କେହି ନାହାନ୍ତି। ତେଣୁ ମୁଁ ବିନୟ କରି କହୁଛି, ଆପଣ ଏ ଦାସଠାରୁ ଉପହାର ଗ୍ରହଣ କରନ୍ତୁ।”


ଆଉ ସେହି ପଥରରେ ସେ ସଦାପ୍ରଭୁଙ୍କ ନାମରେ ଏକ ଯଜ୍ଞବେଦି ପୁନଃନିର୍ମାଣ କରି ସେହି ଯଜ୍ଞବେଦିର ଚତୁର୍ପାର୍ଶ୍ୱରେ ଦୁଇମହଣ ବିହନ ଧରିଲା ଭଳି ଏକ ଖାଇ ନିର୍ମାଣ କଲେ।


ତା'ହେଲେ ତୁମ୍ଭର ନାମ ଚିରଦିନ ପାଇଁ ସମ୍ମାନିତ ହେବ। ଲୋକମାନେ କହିବେ, ‘ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ୱର ଇସ୍ରାଏଲରେ ଶାସନ କରନ୍ତି। ଏବଂ ତୁମ୍ଭର ସେବକ ଦାଉଦର ବଂଶଧର ତୁମ୍ଭର ସେବା କରିବାରେ ଶକ୍ତିଶାଳୀ ହୁଅନ୍ତୁ।’


କାରଣ ସଦାପ୍ରଭୁ ତୁମ୍ଭ ପରମେଶ୍ୱର, ସେ ଦେବଗଣର ଦେବ ଓ ପ୍ରଭୁମାନଙ୍କର ପ୍ରଭୁ, ମହାନ୍, ସର୍ବଶକ୍ତିମାନ ଓ ଭୟଙ୍କର ପରମେଶ୍ୱର, ସେ ମନୁଷ୍ୟର ମୁଖାପେକ୍ଷା କରନ୍ତି ନାହିଁ, କିଅବା ଲାଞ୍ଚ ଗ୍ରହଣ କରନ୍ତି ନାହିଁ।


ଆରମ୍ଭରେ ପରମେଶ୍ୱର ଆକାଶ ଓ ପୃଥିବୀକୁ ସୃଷ୍ଟି କଲେ।


ତାଙ୍କ ସମସ୍ତ ଲୋକମାନଙ୍କ ମଧ୍ୟରୁ ତୁମ୍ଭମାନଙ୍କ ଭିତରୁ ଯେକେହି ହୁଅନା, ତାର ପରମେଶ୍ୱର ତା’ ସହିତ ରୁହନ୍ତୁ। ଯିହୁଦାସ୍ଥିତ ଯିରୁଶାଲମ ପର୍ଯ୍ୟନ୍ତ ତାକୁ ଯିବାକୁ ଦିଅ ଏବଂ ତାକୁ ସଦାପ୍ରଭୁ ଇସ୍ରାଏଲର ପରମେଶ୍ୱରଙ୍କ ମନ୍ଦିର ନିର୍ମାଣ କରିବାକୁ ଦିଅ। ସେ ହିଁ ପରମେଶ୍ୱର ଯିଏ କି ଯିରୁଶାଲମରେ ଅଛନ୍ତି।


ସେ ସଦାପ୍ରଭୁଙ୍କୁ ପ୍ରାର୍ଥନା କରି କହିଲା,


ସଦାପ୍ରଭୁ ପ୍ରକୃତ ପରମେଶ୍ୱର। ସେ ଭୂମଣ୍ଡଳ ଉପରେ ଉପବିଷ୍ଟ। ତାଙ୍କ ତୁଳନାରେ ପୃଥିବୀ ନିବାସୀ ପତଙ୍ଗ ସଦୃଶ। ସେ ଗ୍ଭନ୍ଦୁଆ ତୁଲ୍ୟ ଆକାଶକୁ ପ୍ରସାର କରନ୍ତି ଓ ବସତି ପାଇଁ ତମ୍ବୁ ତୁଲ୍ୟ ତାକୁ ନିସ୍ତାର କରନ୍ତି।


ଯେ ନବମଣ୍ଡଳ ସୃଷ୍ଟି କରି ଭୂମଣ୍ଡଳ ଉପରେ ବିସ୍ତାର କଲେ, ଯେ ପୃଥିବୀର ସକଳବସ୍ତୁ ସୃଷ୍ଟି କଲେ, ଯେ ସକଳ ଲୋକଙ୍କୁ ନିଃଶ୍ୱାସ ପ୍ରଶ୍ୱାସ ଦିଅନ୍ତି ଓ ସକଳ ଆତୟାତ ବ୍ୟକ୍ତିମାନଙ୍କୁ ଜୀବନ ଦିଅନ୍ତି, ସେହି ସଦାପ୍ରଭୁ ପ୍ରକୃତ ପରମେଶ୍ୱର ଏହି କଥା କୁହନ୍ତି।


ଆମ୍ଭେ ପୃଥିବୀ ନିର୍ମାଣ କରିଅଛୁ ଓ ପୃଥିବୀସ୍ଥ ସମସ୍ତ ବାସିନ୍ଦାଙ୍କୁ ସୃଷ୍ଟି କରିଅଛୁ। ଆମ୍ଭେ ସ୍ୱହସ୍ତ ନିର୍ମିତ ଆକାଶମଣ୍ଡଳକୁ ବିସ୍ତାର କରିଅଛୁ ଓ ତହିଁରେ ସକଳ ସୈନ୍ୟସାମନ୍ତଙ୍କୁ ଆମ୍ଭେ ଆଜ୍ଞା ଦେଇଅଛୁ।


ତତ୍ପରେ ଯାଜକମାନେ ସଦାପ୍ରଭୁଙ୍କ ନିୟମ-ସିନ୍ଦୁକକୁ ଯଥା ସ୍ଥାନରେ ଅର୍ଥାତ୍ ମନ୍ଦିରର ଗର୍ଭାଗାର ମହାପବିତ୍ର ସ୍ଥାନସ୍ଥ କିରୁବମାନଙ୍କ ପକ୍ଷତଳେ ରଖିଲେ।


Swiv nou:

Piblisite


Piblisite