Biblia Todo Logo
Bib sou entènèt

- Piblisite -




ଯିଶାଇୟ 36:8 - ପବିତ୍ର ବାଇବଲ

8 “‘ଏହା ସତ୍ତ୍ୱେ, ଯଦି ତୁମ୍ଭେ ଯୁଦ୍ଧ କରିବାକୁ ଗ୍ଭହୁଁଛ, ଅଶୂରର ରାଜାଙ୍କ ସହିତ ସମ୍ପର୍କ କର, ସେମାନଙ୍କ ପାଇଁ ଯଦି ଅଶ୍ୱ ଆରୋହଣକାରୀମାନଙ୍କୁ ଖୋଜି ପାରିବ, ତେବେ ମୁଁ ତୁମ୍ଭଙ୍କୁ 200 ଅଶ୍ୱ ଦେବି।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ଏହେତୁ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ଵ ଦେବି, ଯେବେ ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।

Gade chapit la Kopi

ଓଡିଆ ବାଇବେଲ

8 ଏହେତୁ ମୁଁ ବିନୟ କରୁଅଛି, ମୋ’ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯଦି ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 ଏହେତୁ ମୁଁ ବିନୟ କରୁଅଛି, ମୋʼ ପ୍ରଭୁ ଅଶୂରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ ଦୁଇ ହଜାର ଅଶ୍ୱ ଦେବି, ଯଦି ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।

Gade chapit la Kopi




ଯିଶାଇୟ 36:8
13 Referans Kwoze  

‘ଏବେ ମୁଁ ବିନୟ କରୁଅଛି, ମୋ’ ମହାଶୟ, ଅଶୂରର ରାଜାଙ୍କ ସଙ୍ଗେ ଚୁକ୍ତି କର, ମୁଁ ତୁମ୍ଭଙ୍କୁ 2,000 ଅଶ୍ୱ ଦେବି। ତୁମ୍ଭେ ଯଦି ପାରୁଛ ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ ତୁମ୍ଭ ଆଡ଼ୁ ଲୋକ ଆଣ।


ପୁଣି ସଦାପ୍ରଭୁଙ୍କ ମନ୍ଦିରରେ ଓ ରାଜଗୃହର ଭଣ୍ତାରରେ ଥିବା ସମସ୍ତ ସୁବର୍ଣ୍ଣ, ରୌପ୍ୟ ଓ ପାତ୍ର ନେଇ ବନ୍ଦୀମାନଙ୍କୁ ମଧ୍ୟ ସଙ୍ଗରେ ନେଇ ଶମରିୟାକୁ ଫେରି ଗଲେ।


ତେଣୁ ବି‌ନ୍‌ହଦଦ୍ କହିଲେ, “ସେମାନେ ସନ୍ଧି ପାଇଁ ଆସିଥିଲେ ତାଙ୍କୁ ଜୀବିତ ଧର ଓ ଯଦି ସେମାନେ ଯୁଦ୍ଧପାଇଁ ଆସିଥିଲେ ସେମାନଙ୍କୁ ଜୀବିତ ଧର।”


ତା'ପରେ ସେହି ଦୂତମାନେ ଅନ୍ୟ ଏକ ବାର୍ତ୍ତା ନେଇ ବି‌ନ୍‌ହଦ‌ଦ୍‌ଠାରୁ ଫେରି ଆସିଲେ ଓ କହିଲେ, “ମୁଁ ପ୍ରତିଜ୍ଞା କରୁଛି ଯେ, ଶମରିୟାକୁ ସମ୍ପର୍ଣ୍ଣ ଧୂଳିସାତ୍ କରିବି। ସେ ନଗରରେ କିଛି ରହିବ ନାହିଁ। ଏପରି ମୋର ଲୋକମାନଙ୍କ ପାଇଁ ମୁଠାଏ ଧୂଳି ମଧ୍ୟ ଆଣିବାକୁ ରହିବ ନାହିଁ। ଯଦି ମୁଁ ଏହା ନ କରେ ତେବେ ଦେବତାମାନଙ୍କ ଦ୍ୱାରା ମୁଁ ଅଧିକ ଦଣ୍ତିତ ହୋଇପାରେ।”


ଅନନ୍ତର ହିଜକିୟଙ୍କର ରାଜତ୍ୱର ଚତୁଃର୍ଦ୍ଦଶ ବର୍ଷରେ ଅଶୂରର ରାଜା ସ‌ନ୍‌ହେରୀଦ୍ ଯିହୁଦାର ସମସ୍ତ ପ୍ରାଚୀର ବେଷ୍ଟିତ ନଗର ଅବରୋଧ କରି ତାକୁ ଅଧିକାର କଲେ।


ଅଶୂରର ରାଜା ସ‌‌‌ନ୍‌‌‌ହେରୀବ ତାଙ୍କର ସେନାଧ୍ୟକ୍ଷଙ୍କୁ ଏକ ବିଶାଳ ସୈନ୍ୟବାହିନୀ ଦେଇ ଲାଖି‌ଶ୍‌ଠାରୁ ଯିରୁଶାଲମକୁ ହିଜକିୟ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା।


“‘ମାତ୍ର ତୁମ୍ଭେ ମୋତେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛୁ।” ମାତ୍ର ମୁଁ ଜାଣେ ହିଜକିୟ ସଦାପ୍ରଭୁଙ୍କ ପୂଜାସ୍ଥଳୀ ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଧ୍ୱଂସ କରି ଦେଇଛି। “ଆଉ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବାକୁ କହିଅଛି।”


ମାତ୍ର ତୁମ୍ଭେ ମୋର ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କ୍ଷୁଦ୍ରତମ ସେନାପତିଙ୍କୁ ମଧ୍ୟ ପରାସ୍ତ କରି ପାରିବ ନାହିଁ। ତେବେ ତୁମ୍ଭେ କିପରି ମିଶରର ଅଶ୍ୱାରୋହୀ ଓ ରଥ ଉପରେ ବିଶ୍ୱାସ ରଖୁଛ?


Swiv nou:

Piblisite


Piblisite