Biblia Todo Logo
Bib sou entènèt

- Piblisite -




ଯିଶାଇୟ 36:6 - ପବିତ୍ର ବାଇବଲ

6 ତୁମ୍ଭେମାନେ କ’ଣ ଭଗ୍ନ ଯଷ୍ଟି ସଦୃଶ ମିଶର ଉପରେ ନିର୍ଭର କରୁଛ? ତାହା ଯଦି କରୁଥାଅ ତେବେ ସେ ହାତରେ ଫୋଡ଼ି ହୋଇଯାଇ କଣା କରିଦେବ। ମିଶରର ରାଜା ଫାରୋ ଉପରେ ଯେଉଁମାନେ ବିଶ୍ୱାସ ରଖନ୍ତି, ସେମାନେ ସମସ୍ତେ କିଛି ସାହାଯ୍ୟ ପାଇବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

6 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ; ଯେଉଁମାନେ ମିସ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।

Gade chapit la Kopi

ଓଡିଆ ବାଇବେଲ

6 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ; ଯେଉଁମାନେ ମିସ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

6 ଦେଖ, ତୁମ୍ଭେ ଏହି ଛେଚାନଳର ଯଷ୍ଟି ରୂପ ମିସର ଉପରେ ନିର୍ଭର କରୁଅଛ; ମାତ୍ର କେହି ତହିଁ ଉପରେ ଆଉଜିଲେ, ତାହା ତାହାର ହାତରେ ପଶି ଫୋଡ଼ି ପକାଇବ; ଯେଉଁମାନେ ମିସରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି, ସେସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।

Gade chapit la Kopi




ଯିଶାଇୟ 36:6
12 Referans Kwoze  

ମିଶରୀୟମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ୱର ନୁହନ୍ତି। ସେମାନଙ୍କର ଅଶ୍ୱଗଣ ମାଂସରୁ ଏବଂ ହାଡ଼ରୁ ତିଆରି ମାତ୍ର ଆତ୍ମା ନୁହନ୍ତି। ସଦାପ୍ରଭୁ ଯେତେବେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିର ମଧ୍ୟ ପତନ ଘଟିବ। ଉଭୟ ଏକତ୍ର ଧ୍ୱଂସ ହେବେ।


ଏଠାକୁ ଦେଖ, ତୁମ୍ଭେ ଭଙ୍ଗା ହୋଇଥିବା ଆଶାବାଡ଼ି ଉପରେ ନିର୍ଭର କରୁଅଛ। ଏହି ଆଶାବାଡ଼ି ମିଶରର ଅଟେ। କିନ୍ତୁ ଯଦି କେହି ତା’ ଉପରେ ଆଉଜେ ଏହା ଭାଙ୍ଗି ଯିବ ଏବଂ ହାତରେ ପଶି ଫୋଡ଼ି ହୋଇଯିବ ଓ ଏହାକୁ ଘାଆ କରିଦେବ। ଯେଉଁମାନେ ମିଶରର ରାଜା ଫାରୋ ଉପରେ ନିର୍ଭର କରୁଛନ୍ତି, ସେମାନେ ଏହି ଭାଗ୍ୟର ଅଂଶିଦାର ହେବ।


ପରେ ହୋଶେୟ ମିଶରର ରାଜା ସୋଙ୍କ ନିକଟକୁ ଦୂତ ପଠାଇ ସାହାଯ୍ୟ ପାଇଁ ପଗ୍ଭରିଲେ। ଅଶୂରର ରାଜା ହୋଶେୟଙ୍କର ଏ ଚକ୍ରାନ୍ତ ବିଷୟରେ ଜାଣିବାକୁ ପାଇଲେ। ହୋଶେୟ ମଧ୍ୟ ତାଙ୍କ ନିକଟକୁ ଏହି ବର୍ଷ ବାର୍ଷିକ ଭେଟି ପଠାଇଲେ ନାହିଁ। ଏଣୁ ଅଶୂରର ରାଜା ହୋଶେୟଙ୍କୁ ବନ୍ଦୀ କରି କରାଗାରରେ ରଖିଲେ।


ସାହାଯ୍ୟ ପାଇଁ ଅଧିପତିମାନଙ୍କ ଉପରେ ନିର୍ଭର ରଖ ନାହିଁ। ଲୋକମାନଙ୍କ ପ୍ରତି ଭରସା କର ନାହିଁ। କାରଣ ଲୋକମାନେ ତୁମ୍ଭକୁ ରକ୍ଷା କରି ପାରିବେ ନାହିଁ।


ଦୁର୍ଦ୍ଦଶା ସମୟରେ ବିଶ୍ୱାସଘାତକ ଲୋକଠାରେ ପ୍ରତ୍ୟୟ, ଭଗ୍ନଦନ୍ତ ଓ ଖଞ୍ଜଖସା ଚରଣ ତୁଲ୍ୟ।


ମିଶରକୁ ସାହାଯ୍ୟ ପାଇଁ ଯାଉଥିବା ଲୋକମାନଙ୍କୁ ଦେଖ। ସେମାନେ ଅଶ୍ୱମାନଙ୍କ ଉପରେ ନିର୍ଭର କରନ୍ତି। ସେମାନେ ଆଶା କରନ୍ତି ଅଶ୍ୱଗଣ ସେମାନଙ୍କୁ ରକ୍ଷା କରିବେ। ଆଉ ମଧ୍ୟ ସେମାନେ ଭାବନ୍ତି ଅତ୍ୟଧିକ ରଥ ଓ ବହୁ ବଳବାନ ଅଶ୍ୱାରୋହୀ ସୈନ୍ୟ ଥିବାରୁ ସେମାନେ ସୁରକ୍ଷିତ। ସେମାନେ ଇସ୍ରାଏଲର ପବିତ୍ରତା ପ୍ରତି ବିଶ୍ୱାସ ରଖନ୍ତି ନାହିଁ କିମ୍ବା ସଦାପ୍ରଭୁଙ୍କୁ ଅନ୍ୱେଷଣ କରନ୍ତି ନାହିଁ। ତେଣୁ ସେମାନେ ସନ୍ତାପର ପାତ୍ର।


ଏବଂ ଫାରୋ ତାଙ୍କର ମହାନ ଶକ୍ତି ଓ ଶକ୍ତିଶାଳୀ ସୈନ୍ୟବାହିନୀ ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରିବେ ନାହିଁ। ଯେତେବେଳେ ସେମାନେ କଚ୍ଚା ରାସ୍ତା ଓ ଦୁର୍ଗ ନିର୍ମାଣ କରିବେ, ବହୁତ ଲୋକ ହତ୍ୟା ହେବେ।


ପୁଣି କେବେହେଲେ ଇସ୍ରାଏଲ ମିଶର ଉପରେ ଭରସା କରିବ ନାହିଁ, ଅପରନ୍ତୁ ଏହା ସେମାନଙ୍କର ଦୋଷ ମନେ ପକାଇ ଦେବ, ଯେତେବେଳେ ସେମାନେ ସେମାନଙ୍କର ସାହାଯ୍ୟ ପାଇଁ ମିଶର ଆଡ଼କୁ ବୁଲିବେ, ତାହାହେଲେ ସେମାନେ ଜାଣିବେ ଯେ, ମୁଁ ସଦାପ୍ରଭୁ ଓ ପ୍ରଭୁ ଅଟେ।”


Swiv nou:

Piblisite


Piblisite