Biblia Todo Logo
Bib sou entènèt

- Piblisite -




ଯିଶାଇୟ 36:22 - ପବିତ୍ର ବାଇବଲ

22 ତା'ପରେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ ଆପଣା ଆପଣା ବସ୍ତ୍ର ଚିରି ହିଜକିୟ ନିକଟକୁ ଆସି ରବ୍‌ଶାକିର କଥାସବୁ ତାକୁ ଜଣାଇଲେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

22 ତହିଁରେ ହିଲ୍‍କୀୟର ପୁତ୍ର ଇଲୀୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟ ନିକଟକୁ ଆସି ରବ୍ଶାକିର କଥାସବୁ ତାହାକୁ ଜଣାଇଲେ।

Gade chapit la Kopi

ଓଡିଆ ବାଇବେଲ

22 ତହିଁରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟ ନିକଟକୁ ଆସି ରବ୍‍ଶାକିର କଥାସବୁ ତାହାକୁ ଜଣାଇଲେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

22 ତହିଁରେ ହିଲ୍‍କୀୟର ପୁତ୍ର ଇଲିୟାକୀମ୍‍ ନାମକ ରାଜଗୃହାଧ୍ୟକ୍ଷ ଓ ଶିବ୍‍ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ଆପଣା ଆପଣା ବସ୍ତ୍ର ଚିରି ହିଜକୀୟ ନିକଟକୁ ଆସି ରବ୍‍ଶାକିର କଥାସବୁ ତାହାକୁ ଜଣାଇଲେ।

Gade chapit la Kopi




ଯିଶାଇୟ 36:22
12 Referans Kwoze  

ଯିରୁଶାଲମର ତିନି ଜଣ ବ୍ୟକ୍ତି ସେନାଧ୍ୟକ୍ଷଙ୍କୁ ସାକ୍ଷାତ କରିବାକୁ ଗଲେ। ସେମାନେ ହେଲେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହ ରକ୍ଷୀ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ।


ମାତ୍ର ଶୁଣ, ସେମାନଙ୍କର ପରାକ୍ରମଶାଳୀମାନେ ବାହାରେ କ୍ରନ୍ଦନ କରୁଛନ୍ତି। ଶାନ୍ତିକାମୀ ଦୂତମାନେ ଅତିଶୟ ରୋଦନ କରୁଛନ୍ତି।


ମହାଯାଜକ ଏ କଥା ଶୁଣି ବହୁତ ରାଗିଗଲେ ଓ ସେ ତାହାଙ୍କ ନିଜ ପୋଷାକ ଚିରି ପକେଇଲେ ଓ ସେ କହିଲେ, “ଏ ଯେଉଁସବୁ କଥା କହିଲେ, ତା’ ଦ୍ୱାରା ପରମେଶ୍ୱରଙ୍କର ନିନ୍ଦା ହୋଇଛି। ଆମ୍ଭର ଆଉ କୌଣସି ସାକ୍ଷୀ ଦରକାର ନାହିଁ। ତୁମ୍ଭେମାନେ ପରମେଶ୍ୱରଙ୍କର ନିନ୍ଦା ଶୁଣିଛ। ତୁମ୍ଭେମାନେ ତେବେ କ’ଣ ଭାବୁଛ?”


ତା'ପରେ ଇଲିୟାକୀମ୍, ଶି‌‌‌ବ୍‌‌‌ନ ଓ ଯୋୟାହ ରବ୍‌ଶାକିକି କହିଲେ, “ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀୟ ଭାଷାରେ କୁହନ୍ତୁ। କାରଣ ଆମ୍ଭେମାନେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ।”


ଯେତେବେଳେ ମୁଁ ଏହିକଥା ଶୁଣିଲି ମୁଁ ମୋର ବସ୍ତ୍ର ଓ ଗ୍ଭେଗା ଚିରି ନିଜ ମସ୍ତକ ଓ ଦାଢ଼ିର କେଶ କ୍ଷୌରକରି ଚିନ୍ତିତ ହୋଇ ବସିଲି।


ଇସ୍ରାଏଲର ରାଜା ଯେତେବେଳେ ଚିଠିଟି ପାଠ କଲେ ସେ ଦୁଃଖରେ ନିଜର ବସ୍ତ୍ରକୁ ଚିରି କହିଲେ, “ମୁଁ ସଦାପ୍ରଭୁ ଯିଏ ମୃତ ଓ ଜନ୍ମ ଦେବା ମୋର ଅଧୀନରେ ଅଟେ କି? କାହିଁକି ଚର୍ମ ରୋଗରୁ ଆରୋଗ୍ୟ ହେବ ବୋଲି ଅରାମ୍ ରାଜା ମୋ’ ପାଖକୁ ଜଣେ ଲୋକ ପଠାଇଛି? ତେଣୁ ମୁଁ ବିନୟ କରୁଛି, ତୁମ୍ଭେମାନେ ବିଗ୍ଭର କର। ସେ କିପରି ଆମ୍ଭମାନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଗୋଟିଏ ତୃଟି ପାଇବାକୁ ଚେଷ୍ଟା କରୁଅଛି।”


ପୁଣି ସେମାନେ ରାଜା ହି‌ଲ୍‌‌‌କିୟଙ୍କୁ ଡାକନ୍ତେ ହି‌ଲ୍‌‌‌କିୟର ପୁତ୍ର ଇଲିୟାକୀମ୍ ନାମକ ରାଜଗୃହାଧ୍ୟକ୍ଷ, ଶି‌ବ୍‌ନ ଲେଖକ ଓ ଆସଫର ପୁତ୍ର ଯୋୟାହ ନାମକ ଇତିହାସ ଲେଖକ ସେମାନଙ୍କୁ ଭେଟିବାକୁ ବାହାରିଲେ।


ମୋର ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଏହା କହିଲେ, “ତୁମ୍ଭେ ଗୃହର ଅଧ୍ୟକ୍ଷ ଶୀବନ ନିକଟକୁ ଯାଇ କୁହ,


ଆଉ ସେଦିନ ଆମ୍ଭେ ଆପଣା ଦାସ ହି‌ଲ୍‌‌‌କିୟର ପୁତ୍ର ଇଲିୟାକିମଙ୍କୁ ଡାକିବା।


ଆଉ ମଧ୍ୟ ରାଜା ଓ ତାଙ୍କର ଦାସଗଣ ଯେତେବେଳେ ସେହି ପୁସ୍ତକର ବାକ୍ୟ ଶୁଣିଲେ, ସେମାନେ କେହି ଭୟଭୀତ ହେଲେ ନାହିଁ କିଅବା ଆପଣା ବସ୍ତ୍ର ଚିରି ଦୁଃଖ ପ୍ରକାଶ କଲେ ନାହିଁ।


ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ୍ଭ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।


Swiv nou:

Piblisite


Piblisite