Biblia Todo Logo
Bib sou entènèt

- Piblisite -




ଯିଶାଇୟ 36:18 - ପବିତ୍ର ବାଇବଲ

18 ହିଜକିୟ ତୁମ୍ଭମାନଙ୍କ ପାଇଁ ଯେପରି ଦୁଃଖ ନ ମଣାଏ, ସେଥିପାଇଁ ଧ୍ୟାନ ଦିଅ। ସେ କୁହନ୍ତି, “ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।” ମାତ୍ର କୌଣସି ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜାଙ୍କ ହସ୍ତରୁ ଆପଣା ଦେଶକୁ ଉଦ୍ଧାର କରିଅଛି? ନା।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ଯେପରି ତୁମ୍ଭମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ। ନାନା ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜା ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି?

Gade chapit la Kopi

ଓଡିଆ ବାଇବେଲ

18 ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ଯେପରି ତୁମ୍ଭମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ। ନାନା ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କ’ଣ ଅଶୂରୀୟ ରାଜା ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି ହିଜକୀୟ ଯେପରି ତୁମ୍ଭମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ। ନାନା ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା କʼଣ ଅଶୂରୀୟ ରାଜା ହସ୍ତରୁ ଆପଣା ଦେଶ ଉଦ୍ଧାର କରିଅଛି?

Gade chapit la Kopi




ଯିଶାଇୟ 36:18
25 Referans Kwoze  

ହିଜକିୟଙ୍କ କଥା ବିଶ୍ୱାସ କର ନାହିଁ। “ସଦାପ୍ରଭୁଙ୍କଠାରେ ବିଶ୍ୱାସ ରଖ। ସେ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ। ସଦାପ୍ରଭୁ ଅଶୂର ରାଜାଙ୍କୁ ଏହି ନଗର ଅଧିକାର କରିବାକୁ ଦେବେ ନାହିଁ।”


ଯେତେବେଳେ ତୂରୀ, ବଂଶୀ, ବୀଣା, ଚତୁସ୍ତନ୍ତ୍ରୀ, ନେବଲ, ମୃଦଙ୍ଗ ଓ ସବୁପ୍ରକାର ବାଦ୍ୟ ଶୁଣ, ତୁମ୍ଭେମାନେ ସୁବର୍ଣ୍ଣ ପ୍ରତିମାକୁ ମୁଣ୍ତ ନୁଆଁଇ ପ୍ରଣାମ କରିବ। ଯଦି ତୁମ୍ଭେମାନେ ପୂଜା ନ କର ତେବେ ତୁମ୍ଭମାନଙ୍କୁ ଜ୍ୱଳନ୍ତ ଅଗ୍ନି କୁଣ୍ଡରେ ଫିଙ୍ଗା ଯିବ। ଆଉ ଏପରି କୌଣସି ଦେବତା ନାହାନ୍ତି ଯେ କି ମୋ'ଠାରୁ ତୁମ୍ଭମାନଙ୍କୁ ଉଦ୍ଧାର କରିବ।”


ହିଜକିୟକୁ ଏହିକଥା କହିବା ପାଇଁ ସେ ଦୂତଗଣ ପଠାଇଛନ୍ତି, “ଯିରୁଶାଲମ ଅଶୂରୀୟ ରାଜାଙ୍କର ହସ୍ତଗତ ହେବ ନାହିଁ। ‘ଏହିକଥା କହି ତୁମ୍ଭ ବିଶ୍ୱାସଭୂମି ପରମେଶ୍ୱର ତୁମ୍ଭକୁ ଯେପରି ନ ଭୁଲାନ୍ତି।”


“‘ବର୍ତ୍ତମାନ ତୁମ୍ଭେ କ’ଣ ଭାବୁଛ ମୁଁ ସଦାପ୍ରଭୁଙ୍କ ବିନା ସାହାଯ୍ୟରେ ଏହି ସ୍ଥାନକୁ ଧ୍ୱଂସ କରି ପାରିବି? ସଦାପ୍ରଭୁ ମୋତେ କହିଲେ, “ଏହି ଦେଶ ବିରୁଦ୍ଧରେ ଯାଇ ତାହା ଧ୍ୱଂସ କର।”’”


“‘ମାତ୍ର ତୁମ୍ଭେ ମୋତେ କହିପାର, “ଆମ୍ଭେମାନେ ସଦାପ୍ରଭୁ ଆମ୍ଭର ପରମେଶ୍ୱରଙ୍କ ଉପରେ ବିଶ୍ୱାସ କରୁଅଛୁ।” ମାତ୍ର ମୁଁ ଜାଣେ ହିଜକିୟ ସଦାପ୍ରଭୁଙ୍କ ପୂଜାସ୍ଥଳୀ ଯଜ୍ଞବେଦି ଓ ଉଚ୍ଚସ୍ଥଳୀ ଧ୍ୱଂସ କରି ଦେଇଛି। “ଆଉ ଯିହୁଦା ଓ ଯିରୁଶାଲମର ଲୋକମାନଙ୍କୁ କେବଳ ଯିରୁଶାଲମର ଯଜ୍ଞବେଦି ନିକଟରେ ପୂଜା କରିବାକୁ କହିଅଛି।”


ସେହି ଲୋକମାନେ କହନ୍ତି, “ଆମ୍ଭେମାନେ ଏହିପରି ମିଥ୍ୟା କହି ଲୋକମାନଙ୍କ ମଧ୍ୟରେ ପ୍ରାଧାନ୍ୟ ବିସ୍ତାର କରିବୁ। ଆମ୍ଭେ ଜାଣୁ ଆମ୍ଭକୁ କ’ଣ କହିବାକୁ ପଡ଼ିବ। ଯାହା ଫଳରେ କେହି ଆମ୍ଭମାନଙ୍କ ଉପରେ କର୍ତ୍ତା ସାଜି ପାରିବ ନାହିଁ।”


ତୁମ୍ଭମାନଙ୍କୁ ସ୍ୱଦେଶକୁ ନେଇଯିବା ପର୍ଯ୍ୟନ୍ତ ତୁମ୍ଭେମାନେ ଏହି କାର୍ଯ୍ୟ କର। ସେହି ନୂତନ ଦେଶରେ ତୁମ୍ଭେମାନେ ଉତ୍ତମ ଶସ୍ୟ ଓ ଦ୍ରାକ୍ଷାରସ ଏବଂ ରୁଟୀ ଓ ଦ୍ରାକ୍ଷାକ୍ଷେତ୍ର‌ମାନ ଲାଭ କରିବ।”


ହୋଇପାରେ ଜୀବନ୍ତ ପରମେଶ୍ୱରଙ୍କୁ ଧି‌କ୍‌କାର କରିବା ପାଇଁ ଆପଣା ପ୍ରଭୁ ଅଶୂରୀୟ ରାଜା ଦ୍ୱାରା ପ୍ରେରିତ ରବ୍‌ଶାକିର ସମସ୍ତ କଥା ସଦାପ୍ରଭୁ ତୁମ୍ଭ ପରମେଶ୍ୱର ଯେଉଁ କଥା ଶୁଣି ଅଛନ୍ତି, ତାହାପାଇଁ ଅନୁଯୋଗ କରିବେ। ଏଣୁ ଯେଉଁ ଅବଶିଷ୍ଟାଂଶ ଅଛନ୍ତି, ସେମାନଙ୍କ ପାଇଁ ତୁମ୍ଭେ ପ୍ରାର୍ଥନା କର।”


ଦେଖ, ଅଶୂରୀୟ ରାଜାମାନେ ଯେପରି ଭାବରେ ସମସ୍ତ ଦେଶକୁ ସମ୍ପୂର୍ଣ୍ଣ ଭାବରେ ଧ୍ୱସ୍ତ ବିଧ୍ୱସ୍ତ କରିଛନ୍ତି, ତାହା ତୁମ୍ଭେମାନେ ଶୁଣିଅଛ। ଆଉ ତୁମ୍ଭେମାନେ କ’ଣ ଉଦ୍ଧାର ପାଇବ?


“ମାତ୍ର ମୁଁ ଅଶୂରକୁ ବ୍ୟବହାର କରିବି ସେ ଜାଣେ ନାହିଁ, ଅଶୂର ଭାବେ ନାହିଁ ଯେ ସେ ମୋ’ ପାଇଁ ଏକ ଅସ୍ତ୍ର। ଅଶୂର କେବଳ ଲୋକମାନଙ୍କୁ ଧ୍ୱଂସ କରିବାକୁ ଇଚ୍ଛାକରେ। ସେ କେବଳ ଅନେକ ଗୋଷ୍ଠୀକୁ ଧ୍ୱଂସ କରିବାକୁ ମନ୍ତ୍ରଣା କରେ।


ମୁଁ ଶମରିୟା ଓ ତା'ର ପ୍ରତିମାଗୁଡ଼ିକୁ ଅଧିକାର କଲି। ସେହିପରି ମଧ୍ୟ ଯିରୁଶାଲମ ଓ ତା'ର ଲୋକମାନଙ୍କ ଦ୍ୱାରା ନିର୍ମିତ ପ୍ରତିମାଗୁଡ଼ିକୁ ମୁଁ ପରାସ୍ତ କରିବି।’”


ଏଣୁ କ୍ଷେତ୍ରସ୍ଥ ବୃକ୍ଷଗୁଡ଼ିକ ଅପେକ୍ଷା ସେ ଅତି ଉଚ୍ଚ ହେଲା। ତାହାର ଡାଳଗୁଡ଼ିକ ବହୁସଂଖ୍ୟାରେ ବଢ଼ିବାକୁ ଲାଗିଲା। ଆଉ ଅମାପ ଜଳ ହେତୁ ତାହାର ଶାଖାସବୁ ପ୍ରସାରିତ ହୋଇ ବଢ଼ିଗଲା।


Swiv nou:

Piblisite


Piblisite