Biblia Todo Logo
Bib sou entènèt

- Piblisite -




ଯିଶାଇୟ 36:12 - ପବିତ୍ର ବାଇବଲ

12 ମାତ୍ର ର‌ବ୍‌ଶାକି କହିଲା, “ମୋର ପ୍ରଭୁ କ’ଣ ମୋତେ ତୁମ୍ଭମାନଙ୍କୁ ଓ ତୁମ୍ଭର ପୁତ୍ରଙ୍କୁ କହିବା ପାଇଁ ପଠାଇଛନ୍ତି? ସେ କ’ଣ ମୋତେ ତୁମ୍ଭମାନଙ୍କ ସହିତ ଯେଉଁମାନେ ଆପଣା ଆପଣା ବିଷ୍ଠା ଖାଉଛନ୍ତି ଓ ମୂତ୍ର ପାନ କରୁଛନ୍ତି, ସେମାନଙ୍କ ନିକଟକୁ ପଠାଇ ନାହାନ୍ତି?”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ମାତ୍ର ରବ୍ଶାକି ସେମାନଙ୍କୁ କହିଲା, ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭଙ୍କୁ ଏସବୁ କଥା କହିବା ପାଇଁ ମୋତେ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?

Gade chapit la Kopi

ଓଡିଆ ବାଇବେଲ

12 ମାତ୍ର ରବ୍‍ଶାକି ସେମାନଙ୍କୁ କହିଲା, ମୋ’ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭଙ୍କୁ ଏହି ସବୁ କଥା କହିବା ପାଇଁ ମୋତେ ପଠାଇଅଛନ୍ତି ? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କ’ଣ ମୋତେ ପଠାଇ ନାହାନ୍ତି ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ମାତ୍ର ରବ୍‍ଶାକି ସେମାନଙ୍କୁ କହିଲା, “ମୋʼ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭଙ୍କୁ ଏହିସବୁ କଥା କହିବା ପାଇଁ ମୋତେ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ ଆପଣା ଆପଣା ବିଷ୍ଠା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି, ସେମାନଙ୍କ ନିକଟକୁ କʼଣ ମୋତେ ପଠାଇ ନାହାନ୍ତି?”

Gade chapit la Kopi




ଯିଶାଇୟ 36:12
11 Referans Kwoze  

କିନ୍ତୁ ଆଦେଶକାରୀ ସେମାନଙ୍କୁ କହିଲେ, “ମୋର ମହାଶୟ କେବଳ ତୁମ୍ଭର ମହାଶୟଙ୍କୁ ଓ ତୁମ୍ଭକୁ ଏସବୁ କଥା କହିବା ପାଇଁ ପଠାଇ ନାହାନ୍ତି। ପ୍ରାଚୀର ଉପରେ ବସିଥିବା ଲୋକମାନଙ୍କୁ ମଧ୍ୟ ମୁଁ କହିବି। ମୁଁ ସେମାନଙ୍କୁ ଜଣାଇଦେବାକୁ ଗ୍ଭହେଁ ଯେ, ସେମାନେ ତୁମ୍ଭମାନଙ୍କ ସହିତ ସେମାନଙ୍କର ବିଷ୍ଠା ଖାଇବେ ଓ ସେମାନଙ୍କର ମୂତ୍ର ପିଇବେ।”


ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଆମ୍ଭେ ଯିରୁଶାଲମକୁ ଖାଦ୍ୟ ଯୋଗାଣ ବନ୍ଦ କରିବା। ସେମାନେ ଉତ୍କଣ୍ଠାରେ ସୀମିତ ପରିମାଣର ଅନ୍ନ ଭୋଜନ କରିବେ ଓ ମହାଭୟରେ ସୀମିତ ପରିମାଣରେ ଜଳପାନ କରିବେ।


ଶତ୍ରୁଗଣ ସେମାନଙ୍କ ନଗରକୁ ଅବରୋଧ କରିବେ ଓ ସେମାନଙ୍କୁ ଖାଦ୍ୟ ପାଇଁ ବାହାରକୁ ଯିବାକୁ ଦେବେ ନାହିଁ। ତେଣୁ ଲୋକମାନେ ଉପବାସରେ ରହିବେ ଓ କ୍ଷୁଧାରେ ଆତୁର ହୋଇ ସଙ୍କଟ ସମୟରେ ପୁତ୍ରକନ୍ୟାର ମାଂସ ଭୋଜନ କରିବେ। ଆଉ ମଧ୍ୟ ଶେଷରେ ପରସ୍ପରକୁ ଭୋଜନ କରିବେ।’


ଲୋକମାନେ ଦକ୍ଷିଣ ହସ୍ତରେ ଚଞ୍ଚଳ ଚଞ୍ଚଳ ଗିଳି ପକାଇବେ, ମାତ୍ର କ୍ଷୁଧିତ ହେବେ। ବାମ ହସ୍ତରେ ଯାହା ଭୋଜନ କରିବେ ସେଥିରେ ତୃପ୍ତ ହେବେ ନାହିଁ। ତା'ପରେ ସେମାନେ ନିଜ ପିଲାମାନଙ୍କ ମାଂସ ଭକ୍ଷ୍ୟଣ କରିବେ।


ତୁମ୍ଭେମାନେ ଏତେ କ୍ଷୁଧିତ ହେବ ଯେ ଆପଣା ପୁତ୍ର ଓ କନ୍ୟାମାନଙ୍କର ମାଂସ ଭୋଜନ କରିବ।


ତା'ପରେ ଇଲିୟାକୀମ୍, ଶି‌‌‌ବ୍‌‌‌ନ ଓ ଯୋୟାହ ରବ୍‌ଶାକିକି କହିଲେ, “ଦୟାକରି ଆପଣ ଆପଣଙ୍କର ଦାସମାନଙ୍କୁ ଅରାମୀୟ ଭାଷାରେ କୁହନ୍ତୁ। କାରଣ ଆମ୍ଭେମାନେ ସେ ଭାଷା ବୁଝି ପାରୁଛୁ। ପୁଣି ପ୍ରାଚୀର ଉପରିସ୍ଥ ଲୋକମାନଙ୍କର ଗୋଚର ନିମନ୍ତେ ଯିହୁଦୀୟ ଭାଷାରେ କୁହନ୍ତୁ ନାହିଁ।”


ତା'ପରେ ର‌ବ୍‌ଶାକି ଉଚ୍ଚସ୍ୱରରେ ଯିହୁଦୀୟ ଭାଷାରେ କହିଲେ।


ପୁଣି ତୁମ୍ଭେ ସେହି ଖାଦ୍ୟ ଦ୍ରବ୍ୟ ଯବପିଷ୍ଟକ ପରି କରିବ ଓ ତାକୁ ମନୁଷ୍ୟର ବିଷ୍ଠା ଦ୍ୱାରା ପାକ କରି ସମସ୍ତଙ୍କ ସମ୍ମୁଖରେ ଭୋଜନ କରିବ।”


Swiv nou:

Piblisite


Piblisite