Biblia Todo Logo
Bib sou entènèt

- Piblisite -




ଯିଶାଇୟ 34:9 - ପବିତ୍ର ବାଇବଲ

9 ଆଉ ମଧ୍ୟ ତହିଁର ସ୍ରୋତସବୁ ଝୁଣାରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହେବ। ସେହି ଭୂମି ପ୍ରଜ୍ୱଳିତ ଝୁଣା ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

9 ପୁଣି, ତହିଁର ସ୍ରୋତସବୁ ଝୁଣାରେ ଓ ତହିଁର ଧୂଳି ଗନ୍ଧକରେ ପରିଣତ ହେବ ଓ ତହିଁର ଭୂମି ପ୍ରଜ୍ଵଳିତ ଝୁଣା ହେବ।

Gade chapit la Kopi

ଓଡିଆ ବାଇବେଲ

9 ପୁଣି, ତହିଁର ସ୍ରୋତସବୁ ଝୁଣାରେ, ତହିଁର ଧୂଳି ଗନ୍ଧକରେ ପରିଣତ ହେବ ଓ ତହିଁର ଭୂମି ପ୍ରଜ୍ୱଳିତ ଝୁଣା ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

9 ପୁଣି, ତହିଁର ସ୍ରୋତସବୁ ଝୁଣାରେ, ତହିଁର ଧୂଳି ଗନ୍ଧକରେ ପରିଣତ ହେବ ଓ ତହିଁର ଭୂମି ପ୍ରଜ୍ୱଳିତ ଝୁଣା ହେବ।

Gade chapit la Kopi




ଯିଶାଇୟ 34:9
10 Referans Kwoze  

ସଦାପ୍ରଭୁ ଆପଣା କ୍ରୋଧ ଓ କୋପରେ ଯେଉଁ ସଦୋମ ଓ ହମୋରା, ଅଦ୍ମା ଓ ସବୋୟିମ ନଗରମାନ ଉତ୍ପାଟନ କରିଥିଲେ, ତାହାପରି ଏହି ଦେଶର ସମସ୍ତ ଭୂମି ଗନ୍ଧକ ଓ ଲବଣ ଓ ଦହନରେ ପରିପୂର୍ଣ୍ଣ ହୋଇଅଛି। ତହିଁରେ କିଛି ବୁଣାଯାଏ ନାହିଁ, କି ଫଳ ଉତ୍ପନ୍ନ ହୁଏ ନାହିଁ ଏବଂ ତହିଁରେ କୌଣସି ତୃଣ ବଢ଼େ ନାହିଁ।


ସେ ଉତ୍ତପ୍ତ ଅଙ୍ଗାର ଓ ଜଳନ୍ତା ଗନ୍ଧକର ବର୍ଷା ଦୁଷ୍ଟମାନଙ୍କ ଉପରେ ବର୍ଷାନ୍ତି। ସେହି ଦୁଷ୍ଟ ଲୋକମାନେ ଶେଷରେ କିଛି ପାଇବେ ନାହିଁ, କିନ୍ତୁ ଉତ୍ତପ୍ତ ଓ ଜ୍ୱଳନ୍ତ ଝାଞ୍ଜି ପବନ ଅନୁଭବ କରିବେ।


କିନ୍ତୁ ଯେଉଁ ଲୋକମାନେ ଭୀରୁ, ଅବିଶ୍ୱାସୀ, ଘୃଣାକାର୍ଯ୍ୟ, ନରହତ୍ୟା, ଯୌନଗତ ପାପ, ମନ୍ଦ କୁହୁକ କରନ୍ତି ଓ ପ୍ରତିମାପୂଜକ ଏବଂ ମିଥ୍ୟାବାଦୀ ସେମାନେ ଅଗ୍ନି ଓ ଗନ୍ଧକ ଜଳୁଥିବା ହ୍ରଦରେ ସ୍ଥାନ ପାଇବେ। ଏହା ଦ୍ୱିତୀୟ ମୃତ୍ୟୁ।’’


କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟ‌‌ଦ୍‌‌‌‌ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା।


ସଦୋମ, ଗମୋରା ଓ ତା’ ପାଖାପାଖି ଅନ୍ୟ ନଗରଗୁଡ଼ିକୁ ମନେ ପକାଅ। ସେମାନେ ଠିକ୍ ସେହି ସ୍ୱର୍ଗଦୂତମାନଙ୍କ ପରି। ସେହି ନଗରଗୁଡ଼ିକ ବ୍ୟଭିଗ୍ଭର ପାପ ଓ ଅସ୍ୱାଭାବିକ କାମୁକତାରେ ପରିପୂର୍ଣ୍ଣ ଥିଲା। ସେମାନେ ଅନନ୍ତ ଅଗ୍ନି ଦଣ୍ଡରେ ଦଣ୍ଡିତ ହେଲେ। ସେମାନଙ୍କର ଦଣ୍ଡ ଆମ୍ଭମାନଙ୍କ ଆଗରେ ଗୋଟିଏ ଉଦାହରଣ ସ୍ୱରୂପ ରହିଛି।


ଲୋଟ ନଗର ଛାଡ଼ି ଗ୍ଭଲିଯିବା ସମୟ ପର୍ଯ୍ୟନ୍ତ ମଧ୍ୟ ଲୋକମାନେ ଏସବୁ କାମ କରୁଥିଲେ। ତା'ପରେ ସେଠାରେ ଆକାଶରୁ ଅଗ୍ନି ଓ ଗନ୍ଧକ ବର୍ଷା ହେଲା ଓ ତାହା ସମସ୍ତଙ୍କୁ ମାରି ଦେଲା।


ତା'ର ବାସଗୃହ ଶୂନ୍ୟ ହୋଇଯିବ। ତା'ର ଘର ଗ୍ଭରିପାଖରେ ଜଳନ୍ତା ଗନ୍ଧକ ବିଞ୍ଚାଯିବ।


ସଦୋମ ଓ ହମୋରା ଓ ପ୍ରାନ୍ତରସ୍ଥ ସମସ୍ତ ଅଞ୍ଚଳକୁ ଅନାନ୍ତେ ସେହି ଦେଶରୁ ଭାଟୀର ଧୂମତୁଲ୍ୟ ଧୂମ ଉଠିବାର ଦେଖିଲେ।


ତୋଫତ୍ ବହୁକାଳରୁ ନିର୍ମିତ ହୋଇଅଛି। ତାହା ରାଜା ନିର୍ମିତ ପ୍ରସ୍ତୁତ ହୋଇଛି। ସେ ତାହାକୁ ଅତି ଗଭୀର ଓ ପ୍ରଶସ୍ତ କରିଛନ୍ତି। ସେଥିରେ ସ୍ତୁପ ଅଗ୍ନି ଓ ପ୍ରଚୁର କାଠ ଅଛି। ପୁଣି ସଦାପ୍ରଭୁଙ୍କର ଆତ୍ମା ଗନ୍ଧକ ସ୍ରୋତପରି ପ୍ରଜ୍ୱଳିତ ହୋଇ ପୋଡ଼ି ପକାଏ।


ଆଉ ସଦାପ୍ରଭୁ କହନ୍ତି, “ଆମ୍ଭେ ନିଜ ନାମରେ ଶପଥ କରିଅଛୁ, ବସ୍ରା ଧ୍ୱଂସ ପାଇବ। ସେହି ନଗର ଏକ ପ୍ରସ୍ତର ଗଦାରେ ପରିଣତ ହେବ। ତାହା ଅନ୍ୟ ଦୃଷ୍ଟିରେ ବିସ୍ମୟ ଓ ନିନ୍ଦାର ପାତ୍ର ହେବ। ସେହି ନଗରଗୁଡ଼ିକ ଚିରକାଳ ଧ୍ୱଂସସ୍ଥାନ ହେବ।”


Swiv nou:

Piblisite


Piblisite