Biblia Todo Logo
Bib sou entènèt

- Piblisite -




ଯିଶାଇୟ 33:18 - ପବିତ୍ର ବାଇବଲ

18 ତୁମ୍ଭର ହୃଦୟ ଭୟରେ ଥରିବେ। ତୁମ୍ଭେ ଭାବିବ, “ସେହି ଗଣନାକାରୀ କାହିଁ? ସେହି ଲୋକ କାହିଁ ଯିଏ ଓଜନ କରୁଥିଲା? ସେହି ଲୋକ କେଉଁଠାରେ ଯିଏ ଦୁର୍ଗ ଗଣନା କରୁଥିଲା?

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

18 ତୁମ୍ଭର ଚିତ୍ତ ଭୟ ବିଷୟ ଆନ୍ଦୋଳନ କରିବ; ସେ ଗଣନାକାରୀ କାହିଁ? ମୁଦ୍ରା ତୌଲକାରୀ କାହିଁ? ଦୁର୍ଗ ଗଣନାକାରୀ କାହିଁ?

Gade chapit la Kopi

ଓଡିଆ ବାଇବେଲ

18 ତୁମ୍ଭର ଚିତ୍ତ ଭୟ ବିଷୟ ଆନ୍ଦୋଳନ କରିବ; ସେ ଗଣନାକାରୀ କାହିଁ ? ମୁଦ୍ରା ତୌଲକାରୀ କାହିଁ ? ଦୁର୍ଗ ଗଣନାକାରୀ କାହିଁ ?

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

18 ତୁମ୍ଭର ଚିତ୍ତ ଭୟ ବିଷୟ ଆନ୍ଦୋଳନ କରିବ; ସେ ଗଣନାକାରୀ କାହିଁ? ମୁଦ୍ରା ତୌଲକାରୀ କାହିଁ? ଦୁର୍ଗ ଗଣନାକାରୀ କାହିଁ?

Gade chapit la Kopi




ଯିଶାଇୟ 33:18
16 Referans Kwoze  

ଜ୍ଞାନୀ ଲୋକ କେଉଁଠାରେ ଅଛନ୍ତି? ବିଦ୍ୱାନ୍ ଲୋକ କେଉଁଠାରେ ଅଛନ୍ତି? ବର୍ତ୍ତମାନ ଯୁଗର ଦାର୍ଶନିକ କେଉଁଠାରେ ଅଛନ୍ତି? ପରମେଶ୍ୱର ଜାଗତିକ ଜ୍ଞାନକୁ ମୂର୍ଖତା ବୋଲି ଦର୍ଶାଇଛନ୍ତି।


ଏହା ପରେ ଯିହୁଦାର ରାଜା ହିଜକିୟ ଲାଖୀ‌ଶ୍‌କୁ ଅଶୂରର ରାଜା ନିକଟକୁ ଲୋକ ପଠାଇଲେ ଏବଂ କହିଲେ, “ମୁଁ ପାପ କରିଅଛି, ଦୟାକରି ମୋ’ ଦେଶ ଉପରେ ଆକ୍ରମଣ ବନ୍ଦ କର। ଆପଣ ମୋ'ଠାରୁ ଯାହା ଗ୍ଭହିଁବେ ମୁଁ ଦେବାକୁ ପ୍ରସ୍ତୁତ ଅଛି।” ତହୁଁ ଅଶୂରର ରାଜା ଯିହୁଦାର ରାଜା ହିଜକିୟଙ୍କ ଉପରେ 300 ତାଳନ୍ତ ରୂପା ଓ 30 ତାଳନ୍ତ ସୁନା ଦେବାକୁ ସ୍ଥିର କଲେ।


ତୁମ୍ଭେମାନେ ମୋ’ ପ୍ରତି ନିର୍ଯ୍ୟାତନାଗୁଡ଼ିକ ଓ ମୋର ଦୁଃଖଗୁଡ଼ିକ ବିଷୟରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରାରେ ମୋ’ ପ୍ରତି ଯାହାସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସେହି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ଯ୍ୟାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସେହିସବୁ କଷ୍ଟରୁ ପରମେଶ୍ୱର ମୋତେ ରକ୍ଷା କଲେ।


ସନ୍ଧ୍ୟାରେ ସେମାନେ ଭୟଭୀତ ହେବେ ଓ ପ୍ରଭାତ ପୂର୍ବରୁ ଲୋପ ପାଇଯାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣକାରୀ ସେଠାରେ କିଛି ଦେଖିବାକୁ ପାଇବେ ନାହିଁ।


ତୁମ୍ଭେ ମୋ’ ପାଇଁ ବହୁତ ଖରାପ ସମୟ ଓ ଅସୁବିଧା ଦେଇଛ। ମୋ’ ଜୀବନକୁ ପୁନଃସ୍ଥାପନ କର। ଯେତେବେଳେ ମୁଁ ପ୍ରାୟ ମୃତ ପରି ଥିଲି, ମୋ’ ଜୀବନକୁ ରକ୍ଷା କଲ।


ମୁଁ ଭୟଭୀତ ହୋଇ ପଡ଼ିଲି ଓ ମୁଁ କହିଲି, “ମୁଁ ଏମିତି ଏକ ସ୍ଥାନରେ ଅଛି, ଯେଉଁଠାରୁ ପରମେଶ୍ୱର ମୋତେ ଦେଖି ପାରିବେ ନାହିଁ।” କିନ୍ତୁ ମୁଁ ତୁମ୍ଭକୁ ପ୍ରାର୍ଥନା କଲି ଓ “ପରମେଶ୍ୱର” ତୁମ୍ଭେ ସହାୟତା ପାଇଁ ମୋର ଡାକ ଶୁଣିଲ।


ହିଜକିୟଙ୍କ କଥା ଶୁଣ ନାହିଁ। ଅଶୂରର ରାଜା ଏହିକଥା କହନ୍ତି, ତୁମ୍ଭେମାନେ ମୋ’ ସହିତ ଶାନ୍ତି କର ଓ ମୋ’ ନିକଟକୁ ଆସ। ତାହାହେଲେ କେବଳ ତୁମ୍ଭମାନଙ୍କ ମଧ୍ୟରୁ ପ୍ରତ୍ୟେକ ତା'ର ଦ୍ରାକ୍ଷାଲତାରୁ ଓ ଡିମ୍ବିରି ବୃକ୍ଷରୁ ଫଳ ଭୋଜନ କରି ପାରିବ ଓ ତା'ର ନିଜ କୂଅରୁ ଜଳପାନ କରି ପାରିବ।


ଅଶୂରର ରାଜା ପୂଲ୍ ଇସ୍ରାଏଲ ବିରୁଦ୍ଧରେ ଯୁଦ୍ଧ କରିବାକୁ ଆସିବାରୁ ମନହେମ୍ ତାଙ୍କର ସମର୍ଥନ ପାଇବା ପାଇଁ ତାଙ୍କୁ 1,000 ତାଳନ୍ତ ରୂପା ଦେଲେ। କାରଣ ପୂଲ୍ ତାଙ୍କ ରାଜ୍ୟ ସୁଦୃଢ଼ କରିବାକୁ ତାଙ୍କୁ ସାହାଯ୍ୟ କରିବେ।


ଯେତେ ଲୋକ ସେ ସୈନ୍ୟଦଳରେ ଥିଲେ ସମସ୍ତେ ଦୁଃଖ ଓ କ୍ରୋଧି ଥିଲେ, କାରଣ ସେମାନଙ୍କର ପିଲାମାନେ ବନ୍ଦୀ ହୋଇ ଯାଇଥିଲେ। ଲୋକମାନେ ଦାଉଦକୁ ପଥରରେ ମାରିବାକୁ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକୁ ସଦାପ୍ରଭୁ ତାଙ୍କ ପରମେଶ୍ୱରଙ୍କଠାରେ ସବଳ କଲେ।


ଅବ୍ରହାମ ବୁଝି ପାରିଲେ ଯେ ଇଫ୍ରୋଣ ଜମିର ମୂଲ୍ୟ ବିଷୟରେ କଥା କହୁଛି। ତେଣୁ ଅବ୍ରହାମ ତାଙ୍କୁ ଜମିର ମୂଲ୍ୟ ଦେଲେ। ଯାହା ହେତୀୟମାନଙ୍କର ଥିଲା। ଅବ୍ରହାମ ଅଢ଼େଇ ପାଉଣ୍ଡ ରୂପା ସମସ୍ତଙ୍କ ସମ୍ମୁଖରେ ଇଫ୍ରୋଣକୁ ଦେଲେ।


ତୁମ୍ଭେ ଧାର୍ମିକତାରେ ସ୍ଥିରୀକୃତ ହେବ; ତୁମ୍ଭେ ଅତ୍ୟାଗ୍ଭରରୁ ଦୂରେଇ ରହିବ; କାରଣ ତୁମ୍ଭେ ଭୟଭୀତ ହେବ ନାହିଁ, ପୁଣି ଭୟଠାରୁ ଦୂରେଇ ରହିବ, କାରଣ ତାହା ତୁମ୍ଭ ନିକଟକୁ ଆସିବ ନାହିଁ।


Swiv nou:

Piblisite


Piblisite