Biblia Todo Logo
Bib sou entènèt

- Piblisite -




ଯିଶାଇୟ 33:12 - ପବିତ୍ର ବାଇବଲ

12 ପୁଣି ଲୋକମାନେ ଚୂନପରି ଭସ୍ମିଭୂତ ହେବେ ଓ ଅଗ୍ନିରେ ଇଟା ଓ କଣ୍ଟକପରି ଶୀଘ୍ର ଦ‌ଗ୍‌ଧିଭୂତ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ପୁଣି, ଗୋଷ୍ଠୀୟମାନେ ଭସ୍ମୀକୃତ ଚୂନ ପରି ଓ ଅଗ୍ନିରେ ଦଗ୍ଧ କଟା କଣ୍ଟକ ତୁଲ୍ୟ ହେବେ।

Gade chapit la Kopi

ଓଡିଆ ବାଇବେଲ

12 ପୁଣି, ଗୋଷ୍ଠୀୟମାନେ ଭସ୍ମୀକୃତ ଚୂନ ପରି ଓ ଅଗ୍ନିରେ ଦଗ୍ଧ କଟା କଣ୍ଟକ ତୁଲ୍ୟ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ପୁଣି, ଗୋଷ୍ଠୀୟମାନେ ଭସ୍ମୀକୃତ ଚୂନ ପରି ଓ ଅଗ୍ନିରେ ଦଗ୍ଧ କଟା କଣ୍ଟକ ତୁଲ୍ୟ ହେବେ।

Gade chapit la Kopi




ଯିଶାଇୟ 33:12
8 Referans Kwoze  

ମୋ'ଠାରେ କ୍ରୋଧ ନାହିଁ। ଯଦି ଯୁଦ୍ଧ ହୁଏ ଓ କେହି ଜଣେ କଣ୍ଟାକର ବାଡ଼ ଦିଏ, ଆମ୍ଭେ ଆକ୍ରମଣ କରିବୁ ଓ ପୋଡ଼ି ପକାଇବୁ।


ସଦାପ୍ରଭୁ ଏହା ହିଁ କହନ୍ତି: “ବହୁ ଅପରାଧ କରିଥିବା ମୋୟାବର ଲୋକମାନଙ୍କୁ ଆମ୍ଭେ ନିଶ୍ଚୟ ଦଣ୍ତ ଦେବା। କାରଣ ମୋୟାବ ଇଦୋମର ରାଜାଙ୍କର ଅସ୍ଥିକୁ ପୋଡ଼ି ଚୂର୍ଣ୍ଣରେ ପରିଣତ କରିଥିଲେ।


ଏହା ପରେ ସେହି ରାତ୍ରିରେ ସଦାପ୍ରଭୁଙ୍କ ଦୂତ ବାହାରି ଅଶୂରୀୟମାନଙ୍କ ଛାଉଣିରେ 185,000 ଲୋକଙ୍କୁ ସଂହାର କଲେ। ଯେତେବେଳେ ପ୍ରଭାତରେ ଲୋକମାନେ ଉଠିଲେ, ସେମାନଙ୍କ ଚତୁର୍ଦ୍ଦିଗରେ କେବଳ ଶବମାନ ଦେଖିଲେ।


ଇସ୍ରାଏଲର ଜ୍ୟୋତିଃ ଗୋଟିଏ ଜ୍ୱଳନ୍ତ ଅଗ୍ନି ପରି ହେବେ। ସେହି ଧର୍ମସ୍ୱରୂପ ଏକ ଶିଖା ସଦୃଶ ହେବେ। ସେହି ଅଗ୍ନିଶିଖା ପ୍ରଥମେ ଅନାବନା ଘାସ ଓ କଣ୍ଟାସବୁ ପୋଡ଼ି ପକାଇବେ।


ଭ୍ରଷ୍ଟାଗ୍ଭର ଜ୍ୱଳନ୍ତ ଅଗ୍ନିତୁଲ୍ୟ। ପ୍ରଥମେ ସେ ଅନାବନା ଘାସ ଓ କଣ୍ଟାବୃକ୍ଷକୁ ଜାଳି ଦିଏ। ତା'ପରେ ସେ ଅଗ୍ନି ବୃଦ୍ଧିପାଇ ବଡ଼ ବୁଦା ଓ ଅରଣ୍ୟକୁ ଜାଳିଦିଏ। ଶେଷରେ ସେ ଅଗ୍ନି ବିରାଟ ରୂପ ଧାରଣ କରେ ଓ ଘନ ମେଘତୁଲ୍ୟ ଧୂମ ହୋଇ ଉପରକୁ ଉଠେ।


ଶତ୍ରୁମାନେ ମହୁମାଛି ଦଳ ପରି ମୋର ଚତୁର୍ପାର୍ଶ୍ୱରେ ବାରମ୍ବାର ଘେରିଗଲେ। କିନ୍ତୁ ସେମାନେ କଣ୍ଟା ବୁଦାର ନିଆଁ ପରି ଶୀଘ୍ର ନଷ୍ଟ ହେଲେ। ମୁଁ ସଦାପ୍ରଭୁଙ୍କ ଶକ୍ତିରେ ସେମାନଙ୍କୁ ପରାସ୍ତ କଲି।


ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।


Swiv nou:

Piblisite


Piblisite