Biblia Todo Logo
Bib sou entènèt

- Piblisite -




ଯିଶାଇୟ 32:5 - ପବିତ୍ର ବାଇବଲ

5 ନିର୍ବୋଧମାନେ ମହାତ୍ମା ଓ ଖଳଲୋକ ଉଦାର ବୋଲି ପ୍ରସିଦ୍ଧ ହେବେ ନାହିଁ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

5 ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ନୋହିବ।

Gade chapit la Kopi

ଓଡିଆ ବାଇବେଲ

5 ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ହେବ ନାହିଁ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

5 ମୂଢ଼ ଲୋକ ମହାତ୍ମା ବୋଲି ଓ ଖଳ ଲୋକ ଉଦାର ବୋଲି ଆଉ ବିଖ୍ୟାତ ହେବ ନାହିଁ।

Gade chapit la Kopi




ଯିଶାଇୟ 32:5
8 Referans Kwoze  

ସେହି ଲୋକମାନେ ଭଲକୁ ମନ୍ଦ ଓ ମନ୍ଦକୁ ଭଲ କୁହନ୍ତି। ପୁଣି ସେମାନେ ଅନ୍ଧକାରକୁ ଆଲୋକ ଓ ଆଲୋକକୁ ଅନ୍ଧକାର ଚିନ୍ତା କରନ୍ତି ଓ ମଧୁରକୁ ତିକ୍ତ ଓ ତିକ୍ତକୁ ମଧୁର ମନେ କରନ୍ତି, ସେମାନେ ସନ୍ତାପର ପାତ୍ର।


ତେଣୁ ତୁମ୍ଭେମାନେ ମୋ’ ନିକଟକୁ ଫେରି ଆସିବ ଏବଂ ତୁମ୍ଭେମାନେ ଉତ୍ତମ ବ୍ୟକ୍ତି ଓ ମନ୍ଦ ବ୍ୟକ୍ତି ମଧ୍ୟରେ ପ୍ରଭେଦ ଜାଣି ପାରିବ। ପରମେଶ୍ୱରଙ୍କ ଅନୁସରଣକାରୀ ଓ ପରମେଶ୍ୱରଙ୍କ ଅନୁସରଣ କରୁ ନ ଥିବା ବ୍ୟକ୍ତିମାନଙ୍କୁ ତୁମ୍ଭେମାନେ ବାରି ପାରିବ।


ଯେଉଁ ବ୍ୟକ୍ତି ପରମେଶ୍ୱରଙ୍କୁ ଘୃଣା କରେ ଓ ସମ୍ମାନ କରେ ନାହିଁ, କିନ୍ତୁ ସେହି ବ୍ୟକ୍ତି ଯେଉଁମାନେ ସଦାପ୍ରଭୁଙ୍କ ସେବା କରୁଥିବା ଲୋକମାନଙ୍କୁ ସମ୍ମାନ ଦେଖାଏ। ଯଦି ସେ କୌଣସି ପ୍ରତିଶ୍ରୁତି ନିଜ ପଡ଼ୋଶୀକୁ ଦେଇଥାଏ ତେବେ ସେହି ପ୍ରତିଶ୍ରୁତିକୁ ପାଳନ କରେ।


ତୁମ୍ଭେ ପଠାଇଥିବା ଲୋକମାନଙ୍କୁ ମୁଁ ଆଦୌ ଦେଖି ନାହିଁ। ସେପରି ଅଜ୍ଞାନ ବ୍ୟକ୍ତିର କଥାକୁ ଧର ନାହିଁ। ସେ ତା'ର ନାମକୁ ସାର୍ଥକ କରିଛି। ତା'ର ନାମ ନାବଲ ଯାହାର ଅର୍ଥ ‘ମୂର୍ଖ’ ଠିକ୍ ସେହିପରି ସେ ମୂର୍ଖମାନଙ୍କ ପରି ବ୍ୟବହାର କରିଛି।


ସେହି ଦୁଷ୍ଟ ଲୋକମାନେ ଯଦିଓ ପ୍ରାଧାନ୍ୟ ବିସ୍ତାର କରନ୍ତି, କିନ୍ତୁ ପ୍ରକୃତରେ ସେମାନେ ଦେଖିବାକୁ ସୁନ୍ଦର ଗହଣା ପରି। ଏହା ବହୁମୂଲ୍ୟ ଭଳି ଜଣା ପଡ଼ିଲେ ବି ପ୍ରକୃତରେ ଏହା ଅତି ଶସ୍ତା ଅଟେ।


ଆଉ ମଧ୍ୟ ଖଳ ଲୋକର ଉପାୟ ସବୁ ମନ୍ଦ। ସେ ଦରିଦ୍ରଠାରୁ ସମସ୍ତ ଅପହରଣ କରିବାକୁ ଯୋଜନା କଲେ। ସେ ଦରିଦ୍ର ଲୋକମାନଙ୍କୁ ମିଥ୍ୟା ଅଭିଯୋଗ ସାହାଯ୍ୟରେ ଧ୍ୱଂସ କରିବାକୁ ଶପଥ ନିଏ, ଯଦିବା ସେତେବେଳେ ସେହି ଦରିଦ୍ର ଲୋକ ଯାହା କହେ, ତାହା ସଠିକ୍।


Swiv nou:

Piblisite


Piblisite