Biblia Todo Logo
Bib sou entènèt

- Piblisite -




ଯିଶାଇୟ 32:13 - ପବିତ୍ର ବାଇବଲ

13 ମୋର ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷରେ ପୂର୍ଣ୍ଣ ହେବା ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

13 ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;

Gade chapit la Kopi

ଓଡିଆ ବାଇବେଲ

13 ମୋ’ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

13 ମୋʼ ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳି ବୃକ୍ଷମୟ ହେବ; ହଁ, ଉଲ୍ଲାସପ୍ରିୟ ନଗରର ଯାବତୀୟ ଆନନ୍ଦ-ଗୃହ ତାହା ହିଁ ହେବ;

Gade chapit la Kopi




ଯିଶାଇୟ 32:13
20 Referans Kwoze  

ହେ ଆନନ୍ଦ ଧ୍ୱନିପୂର୍ଣ୍ଣ, କୋଳାହଳ ପୂର୍ଣ୍ଣ, ଉଲ୍ଲସିତ ନଗରୀ, ତୁମ୍ଭର ଲୋକେ ‌‌ଖ‌ଡ଼୍‌ଗରେ ନିହତ ହୋଇ ନାହାନ୍ତି କିମ୍ବା ଯୁଦ୍ଧରେ ମରି ନାହାନ୍ତି।


ଇସ୍ରାଏଲର ଲୋକମାନେ ଛାଡ଼ି ଗ୍ଭଲିଗଲେ କାରଣ ଶତ୍ରୁ ସେମାନଙ୍କଠାରୁ ସବୁକିଛି ନେଇଗଲା। ମେମ୍ପିସ ସେମାନଙ୍କୁ ସମାଧି ଦେବ। ସେମାନଙ୍କର ରୌପ୍ୟ ଭଣ୍ତାରରେ ଅନାବନା ଘାସ ବଢ଼ିବ। ଇସ୍ରାଏଲୀୟର ବାସସ୍ଥଳରେ କଣ୍ଟା ଉତ୍ପନ୍ନ ହେବ।


ସେଠାରେ ଥିବା ଅଟ୍ଟାଳିକାଗୁଡ଼ିକ କଣ୍ଟକ ଦ୍ୱାରା ଓ ଦୁର୍ଗଗୁଡ଼ିକ ବିଛୁଆତି ଓ କଣ୍ଟକଲତା ଦ୍ୱାରା ଆଚ୍ଛାଦିତ ହେବ। ତାହା ଶୃଗାଳମାନଙ୍କର ବାସସ୍ଥାନ ଓ ଓଟପକ୍ଷୀମାନଙ୍କର ଚରାସ୍ଥାନ ହେବ।


ସେହି ଭୂମିରେ କ୍ଷେତମାନଙ୍କରେ ଏକ ହଜାର ଦ୍ରାକ୍ଷାଲତା ହେବ। ପ୍ରତ୍ୟେକ ଦ୍ରାକ୍ଷାଲତାର ମୂଲ୍ୟ 1,000 ରୌପ୍ୟ ମୁଦ୍ରା ହେବ। ମାତ୍ର ସେହି କ୍ଷେତ ଅନାବନା ଘାସ ଓ କଣ୍ଟକ ପୂର୍ଣ୍ଣ ହେବ।


ଇସ୍ରାଏଲ ବହୁ ପାପ କଲା ଏବଂ ବହୁତ ଉଚ୍ଚସ୍ଥାନ ନିର୍ମାଣ କଲା। ଆବେ‌‌‌ନ୍‌‌‌ର ଉଚ୍ଚସ୍ଥାନଗୁଡ଼ିକ ଧ୍ୱଂସ ହେବ। ସେମାନଙ୍କର ଯଜ୍ଞବେଦି ଉପରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ତା'ପରେ ସେମାନେ ପର୍ବତଗୁଡ଼ିକୁ କହିବେ, “ଆମ୍ଭମାନଙ୍କୁ ଆବୃତ୍ତ କର” ଏବଂ ପାହାଡ଼ଗୁଡ଼ିକୁ କହିବେ, “ଆମ୍ଭମାନଙ୍କ ଉପରେ ପଡ଼ିଯାଅ।”


କ‌‌ଲ୍‌‌ଦୀୟମାନେ ରାଜଗୃହ ଓ ଲୋକମାନଙ୍କର ସମସ୍ତ ଗୃହ ଅଗ୍ନିରେ ଦ‌ଗ୍‌ଧ କଲେ। ଆଉ ଯିରୁଶାଲମର ପ୍ରାଚୀର ସବୁ ଭାଙ୍ଗି ପକାଇଲେ।


ତା'ପରେ ମୁଁ ସଦାପ୍ରଭୁଙ୍କୁ ପ୍ରଶ୍ନ କଲି, “ପ୍ରଭୋ! ମୁଁ କେତେକାଳ ଏହା କରିବି?” ସଦାପ୍ରଭୁ ଉତ୍ତର ଦେଲେ, “ଦେଶଗୁଡ଼ିକ ଧ୍ୱଂସ ପାଇବା ପର୍ଯ୍ୟନ୍ତ ଓ ଲୋକମାନେ ସମ୍ପୂର୍ଣ୍ଣ ଲୋପ ହେବା ପର୍ଯ୍ୟନ୍ତ ଏହା କର। ଯେପର୍ଯ୍ୟନ୍ତ ଗୋଟିଏ ହେଲେ ଲୋକ ଗୃହରେ ନ ଥିବା ପର୍ଯ୍ୟନ୍ତ ଓ ଦେଶ ସମ୍ପୂର୍ଣ୍ଣ ଜନଶୂନ୍ୟ ହେବା ପର୍ଯ୍ୟନ୍ତ ଏହା କରି ଗ୍ଭଲ।”


ମୋର ସେହି ଦ୍ରାକ୍ଷାକ୍ଷେତକୁ ଉଜାଡ଼ି ନେବି। କୌଣସି ବ୍ୟକ୍ତି ସେ ଗଛ ଗୁଡ଼ିକର ଯତ୍ନ ନେବ ନାହିଁ କିମ୍ବା ସେହି କ୍ଷେତରେ କେହି କୋଡ଼ାକୋଡ଼ି କରିବେ ନାହିଁ। ସେଠାରେ କଣ୍ଟା ଓ ଅନାବନା ଘାସ ଜନ୍ମିବ। ସେହି କ୍ଷେତରେ ବର୍ଷାଜଳ ନ ପଡ଼ିବା ପାଇଁ ମୁଁ ମେଘକୁ ଆଦେଶ ଦେବି।”


ପରମେଶ୍ୱର ଉର୍ବର ଜମିକୁ ଲବଣାକ୍ତ ଭୂମିରେ ବଦଳାଇ ପାରନ୍ତି। କାରଣ ଦେଶର ଅଧର୍ମୀ ଲୋକମାନେ ସେଠାରେ ବାସ କରନ୍ତି।


ଦଶ ଏକର ପରିମିତ ଦ୍ରାକ୍ଷାକ୍ଷେତରୁ ମାତ୍ର ଏକ ମହଣ ଦ୍ରାକ୍ଷାରସ ଉତ୍ପନ୍ନ ହେବ ଏବଂ ଦଶ ମହଣ ବୀଜରୁ ମାତ୍ର ଏକ ମହଣ ଶସ୍ୟ ଉତ୍ପନ୍ନ ହେବ।”


ଅତୀତରେ ସୋର ତୁମ୍ଭର ଆନନ୍ଦମୟୀ ନଗର ଥିଲା। ସେହି ପ୍ରାଚୀନ ନଗର ଅତି ପ୍ରାରମ୍ଭରୁ ଥିଲା। ସେହି ନଗରର ଲୋକେ ଦୂର ଦେଶରେ ବାସ କରିବାକୁ ଯାଇଛନ୍ତି।


ସର୍ବଶକ୍ତିମାନ ସଦାପ୍ରଭୁ ପୃଥିବୀର ସମସ୍ତ ଅହଙ୍କାରୀମାନଙ୍କର ଗର୍ବ, ସମ୍ଭ୍ରାନ୍ତମାନଙ୍କର ଗୌରବକୁ ତୁଚ୍ଛ କରିବାକୁ ମନ୍ତ୍ରଣା କରିଛନ୍ତି।


ତଥାପି ଲୋକମାନେ ସଡ଼କରେ ସୁରା ପାଇଁ ଚିତ୍କାର କରୁଛନ୍ତି। କିନ୍ତୁ ସମସ୍ତ ସୁଖ ଗ୍ଭଲି ଯାଇଛି ଓ ଆମୋଦ ଦୂରୀଭୂତ ହୋଇଛି।


ସେଦିନ ସେହି ସୁଦୃଢ଼ ପ୍ରାନ୍ତର ତୁଲ୍ୟ ଜନଶୂନ୍ୟ ହେବ। ଏହା ଏକ ମରୁଭୂମିରେ ପରିଣତ ହେବ। ନିର୍ଜନ ଓ ପରିତ୍ୟକ୍ତ ବସତି ସ୍ଥାନ ହେବ। ସେ ସ୍ଥାନରେ ଗୋରୁପଲ ଚରିବେ ଓ ଶୟନ କରିବେ ଏବଂ ଦ୍ରାକ୍ଷାର ଶାଖା ଭାଙ୍ଗି ଖାଇବେ।


କଣ୍ଟକ ବୃକ୍ଷ ପରିବର୍ତ୍ତେ ଦେବଦାରୁ ବୃକ୍ଷ ଜନ୍ମିବ। ପୁନଶ୍ଚ ତାହା ସଦାପ୍ରଭୁଙ୍କର ମହିମା ସ୍ୱରୂପ ହେବ ଓ କେବେ ଧ୍ୱଂସ ହେବ ନାହିଁ।”


ଇସ୍ରାଏଲର ପରମେଶ୍ୱର ସଦାପ୍ରଭୁ ଯିରୁଶାଲମ ବିଷୟରେ ଏହି କଥା କହନ୍ତି। ‘ଶତ୍ରୁସୈନ୍ୟ ନଗରର ସକଳ ଗୃହ ଓ ଯିହୁଦାର ରାଜଗଣର ସମସ୍ତ ପ୍ରାସାଦ ଭୂମିସାତ୍ କରିବେ। ସେମାନେ ପ୍ରାଚୀର ଉପରେ ଶିଡ଼ି ନିର୍ମାଣ କରି ‌‌ଖ‌ଡ଼୍‌ଗରେ ନଗର ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିବେ।


ଯଦି ସେ ତା'ର ବ୍ୟଭିଗ୍ଭରିତା ବନ୍ଦ ନ କରେ, ତେବେ ଆମ୍ଭେ ତାକୁ ଉଲଗ୍ନ କରିବା, ସେ ଯେପରି ଜନ୍ମ ହେବା ସମୟରେ ନମ୍ର ଥିଲା। ଆମ୍ଭେ ତା'ର ସମସ୍ତ ଲୋକମାନଙ୍କୁ ନେଇଯିବା ଏବଂ ସେ ମରୁଭୂମି ପରି ଶୂନ୍ୟ ହୋଇଯିବ। ଆମ୍ଭେ ତାକୁ ଶୋଷରେ ମାରିବା।


Swiv nou:

Piblisite


Piblisite