Biblia Todo Logo
Bib sou entènèt

- Piblisite -




ଯିଶାଇୟ 32:12 - ପବିତ୍ର ବାଇବଲ

12 ସେହି ମନୋରମ ଫଳ କ୍ଷେତ ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଦୁଃଖରେ ଛାତିକୁ ମାରି ହେବେ। ରୋଦନ କର କାରଣ ତୁମ୍ଭର କ୍ଷେତ ଶୂନ୍ୟ ଓ ଦ୍ରାକ୍ଷାଲତା ଫଳହୀନ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

12 ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରିହେବେ।

Gade chapit la Kopi

ଓଡିଆ ବାଇବେଲ

12 ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରି ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

12 ସେମାନେ ମନୋରମ କ୍ଷେତ୍ର ଓ ଫଳବତୀ ଦ୍ରାକ୍ଷାଲତା ନିମନ୍ତେ ଛାତିରେ ମାରି ହେବେ।

Gade chapit la Kopi




ଯିଶାଇୟ 32:12
11 Referans Kwoze  

ରାଣୀ ଶତ୍ରୁମାନଙ୍କ ଦ୍ୱାରା ଧରା ପଡ଼ିଛନ୍ତି ଓ ଦୂରକୁ ନିଆ ହୋଇଛନ୍ତି। ଏବଂ ତାଙ୍କର ଦାସୀମାନେ ଦୁଃଖରେ କପୋତ ପରି କ୍ରନ୍ଦନ କରୁଛନ୍ତି। ସେମାନେ ସେମାନଙ୍କର ଦୁଃଖ ଜଣାଇବାକୁ ଛାତିକୁ ପ୍ରହାର କରୁଛନ୍ତି।


ଦୁ‌ଗ୍‌ଧମଧୁ ପ୍ରବାହିତ ସବୁଠାରୁ ସୁନ୍ଦର ଦେଶସବୁକୁ ସେମାନଙ୍କୁ ନ ଆଣିବା ପାଇଁ ମୁଁ ମରୁଭୂମିରେ ସେମାନଙ୍କ ବିରୁଦ୍ଧରେ ପ୍ରତିଜ୍ଞା କଲି, ଯାହା ମୁଁ ସେମାନଙ୍କୁ ଆଗରୁ ପ୍ରତିଜ୍ଞା କରିଥିଲି।


ସେହି ଦିନ ମୁଁ ସେମାନଙ୍କୁ ମିଶର ଦେଶରୁ ବାହାର କରି ଆଣିଲି ଓ ସେମାନଙ୍କୁ ଏପରି ଏକ ଦେଶକୁ ନେଇଗଲି ଯେଉଁଠାରେ ଦୁ‌ଗ୍‌ଧ ମଧୁ ପ୍ରଚୁର ଥିଲା ଓ ଯେଉଁ ଦେଶ ସମସ୍ତ ଦେଶ ମଧ୍ୟରେ ଗୌରବମୟ ଥିଲା।


ମୋର ଚକ୍ଷୁଯୁଗଳ ଲୋତକରେ ପୂର୍ଣ୍ଣ ହୁଏ ଓ ଅନ୍ତର ବ୍ୟଥିତ ହୁଏ। ମୋର ଲୋକମାନଙ୍କର ବିନାଶ ହେତୁ ମୋର ହୃଦୟ ଭୂମିରେ ଢଳା ହେଲାପରି ଅନୁଭବ କରେ, କାରଣ ନଗରର ପଥ ସମୂହରେ ବାଳକ ବାଳିକା ଓ ଦୁ‌ଗ୍‌ଧପୋଷ୍ୟ ଶିଶୁମାନେ ମୂର୍ଚ୍ଛିତ ହୋଇ ପଡ଼ିଛନ୍ତି।


ମୋର ଲୋକମାନଙ୍କ ଭୂମି କଣ୍ଟକ ଓ କାନକୋଳିକୁ ବୃକ୍ଷରେ ପୂର୍ଣ୍ଣ ହେବା ନିମନ୍ତେ ଓ ନଗରର ଆନନ୍ଦ ଉଲ୍ଲାସପୂର୍ଣ୍ଣ ଗୃହଗୁଡ଼ିକ ପାଇଁ ବିଳାପ କର।


ଦେଖ, ସଦାପ୍ରଭୁ ପୃଥିବୀକୁ ଧ୍ୱଂସ କରୁଛନ୍ତି। ସେ ତାହାକୁ ସମ୍ପୂର୍ଣ୍ଣ ଭାବରେ ଶୂନ୍ୟ କରୁଛନ୍ତି ଓ ଲୋକମାନଙ୍କୁ ବଳପୂର୍ବକ ଦୂର ସ୍ଥାନକୁ ବିତାଡ଼ିତ କରୁଛନ୍ତି।


ଦ୍ରାକ୍ଷାଲତା ମ୍ଳାନ ହେଉଛନ୍ତି ଓ ନୂତନ ଦ୍ରାକ୍ଷାରସ କ୍ଷୀଣ ହୋଇଯାଇଛି। ଯେଉଁ ଲୋକମାନଙ୍କର ହୃଦୟ ଖୁସୀଥିଲା ବର୍ତ୍ତମାନ ସେମାନେ ଯନ୍ତ୍ରଣାରେ ଗଁ ଗଁ କରୁଛନ୍ତି।


ସେମାନେ ଆମ୍ଭର ଦ୍ରାକ୍ଷାଲତାକୁ ନଷ୍ଟ କରିଛନ୍ତି, ଏହାର ସୁନ୍ଦର ଦ୍ରାକ୍ଷାଗୁଡ଼ିକ ଶୁଖି ନଷ୍ଟ ହୋଇଯାଇଛି। ସେମାନେ ମୋର ଡିମ୍ବିରି ବୃକ୍ଷର ବ‌କ୍‌କଳ ଛଡ଼ାଇ ଫିଙ୍ଗି ଦେଇଛନ୍ତି।


Swiv nou:

Piblisite


Piblisite