Biblia Todo Logo
Bib sou entènèt

- Piblisite -




ଯିଶାଇୟ 31:8 - ପବିତ୍ର ବାଇବଲ

8 ଏହା ସତ୍ୟ ସେଦିନ ଅଶୂର ‌‌ଖ‌ଡ଼୍‌ଗରେ ପତିତ ହେବ। ମାତ୍ର ତାହା ମନୁଷ୍ୟର ‌‌ଖ‌ଡ଼୍‌ଗ ନୁହେଁ। ଅଶୂର ସମ୍ପୂର୍ଣ୍ଣ ବିନଷ୍ଟ ହେବ ମାତ୍ର ତାହା ମନୁଷ୍ୟ ‌‌ଖ‌ଡ଼୍‌ଗରେ ନୁହେଁ। ପୁଣି ସେ ‌‌ଖ‌ଡ଼୍‌ଗରେ ସମ୍ମୁଖରୁ ପଳାୟନ କରିବ। ତା'ର ଯୁବକମାନେ କ୍ରୀତଦାସ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

8 ସେସମୟରେ ଅଶୂରୀୟ ଖଡ଼୍‍ଗରେ ପତିତ ହେବ, ମାତ୍ର ମନୁଷ୍ୟର ଖଡ଼୍‍ଗରେ ନୁହେଁନ୍ତ ପୁଣି, ଖଡ଼୍‍ଗ ତାହାକୁ ଗ୍ରାସ କରିବ, ମାତ୍ର ମନୁଷ୍ୟର ଖଡ଼୍‍ଗ ନୁହେଁ; ଆଉ, ସେ ଖଡ଼୍‍ଗ ସମ୍ମୁଖରୁ ପଳାଇବ ଓ ତାହାର ଯୁବକମାନେ ପରାଧୀନ ହେବେ।

Gade chapit la Kopi

ଓଡିଆ ବାଇବେଲ

8 ସେହି ସମୟରେ ଅଶୂରୀୟ ଖଡ୍ଗରେ ପତିତ ହେବ, ମାତ୍ର ମନୁଷ୍ୟର ଖଡ୍ଗରେ ନୁହେଁ; ପୁଣି ଖଡ୍ଗ ତାହାକୁ ଗ୍ରାସ କରିବ, ମାତ୍ର ମନୁଷ୍ୟର ଖଡ୍ଗ ନୁହେଁ; ଆଉ, ସେ ଖଡ୍ଗ ସମ୍ମୁଖରୁ ପଳାଇବ ଓ ତାହାର ଯୁବକମାନେ ପରାଧୀନ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

8 “ସେହି ସମୟରେ ଅଶୂରୀୟ ଖଡ୍ଗରେ ପତିତ ହେବ, ମାତ୍ର ମନୁଷ୍ୟର ଖଡ୍ଗରେ ନୁହେଁ; ପୁଣି ଖଡ୍ଗ ତାହାକୁ ଗ୍ରାସ କରିବ, ମାତ୍ର ମନୁଷ୍ୟର ଖଡ୍ଗ ନୁହେଁ; ଆଉ, ସେ ଖଡ୍ଗ ସମ୍ମୁଖରୁ ପଳାଇବ ଓ ତାହାର ଯୁବକମାନେ ପରାଧୀନ ହେବେ।

Gade chapit la Kopi




ଯିଶାଇୟ 31:8
21 Referans Kwoze  

ମୁଁ ନିଜ ରାଜ୍ୟରେ ଅଶୂରୀୟ ରାଜାକୁ ବିନାଶ କରିବି। ମୋର ପର୍ବତ ଉପରେ ତାକୁ ପଦଦଳିତ କରିବି। କାରଣ ସେହି ରାଜା ମୋର ସନ୍ତାନଗଣଙ୍କୁ ଦାସ କରିଥିଲା ଓ ସେମାନଙ୍କ ସ୍କନ୍ଧରେ ଯୁଆଳିର ଭାର ରଖୁଥିଲା। ସେହି ଯୁଆଳି ଯିହୁଦାର ସ୍କନ୍ଧରୁ ଦୂରିଭୂତ ହେବ।


ସେ ବିଶ୍ରାମ ସ୍ଥାନକୁ ଉତ୍ତମ ଓ ଦେଶକୁ ସୁରମ୍ୟ ଦେଖିବ। ଏହା ପରେ ସେ ଭାରି ଭାର ବୋହିବା ପାଇଁ ରାଜି ହେବ। ସେ ବେଠିକାମ କରିବାକୁ ରାଜି ହେବ।


କିନ୍ତୁ ଆମ୍ଭେ ଯିହୁଦାର ଲୋକଙ୍କୁ ଦୟା ଦେଖାଇବା। ଆମ୍ଭେ ଯିହୁଦା ଦେଶକୁ ରକ୍ଷା କରିବା। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଖଣ୍ତା କି ଧନୁ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ରକ୍ଷା କରିବାକୁ ଯୁଦ୍ଧରେ ଅଶ୍ୱ କି ସୈନ୍ୟ ବ୍ୟବହାର କରିବା ନାହିଁ। ଆମ୍ଭେ ସେମାନଙ୍କୁ ଆମ୍ଭ ନିଜ ଶକ୍ତି ବଳରେ ରକ୍ଷା କରିବା।”


ଦେଖ, ଆମ୍ଭେ ଅଶୂରୀୟ ରାଜା ମଧ୍ୟରେ ଏକ ଆତ୍ମା ପ୍ରବେଶ କରାଇବା ଓ କୌଣସି ଜନରବ ଶୁଣି ନିଜ ଦେଶକୁ ଫେରିଯିବ। ସେତେବେଳେ ତାହାରି ନିଜ ଦେଶରେ ଆମ୍ଭେ ତାକୁ ‌‌ଖ‌ଡ଼୍‌ଗରେ ନିପାତ କରିବା।”’


ତୁମ୍ଭର ଶତ୍ରୁଗଣ ସୂକ୍ଷ୍ମଧୂଳି ସଦୃଶ ଅଗଣିତ ହେବେ। ନିଷ୍ଠୁର ଲୋକମାନଙ୍କର ଗହଳି ତୁଷ ତୁଲ୍ୟ ହେବ ଓ ଏସବୁ ନିମିଷକରେ ଘଟିବ।


ମୋର ପ୍ରଭୁ ଯିରୁଶାଲମ ଓ ସିୟୋନ ପର୍ବତ ବିରୁଦ୍ଧରେ ସମସ୍ତ କାର୍ଯ୍ୟ ସମାପ୍ତ କଲାପରେ ଅଶୂରକୁ ଦଣ୍ଡ ଦେବେ। କାରଣ ଅଶୂରର ରାଜା ଅତି ଅହଙ୍କାରୀ ଓ ତାଙ୍କର ଗର୍ବ ତାଙ୍କୁ କୁକର୍ମ କରାଇଛି। ତେଣୁ ପରମେଶ୍ୱର ତାଙ୍କୁ ଦଣ୍ଡ ଦେବେ।


ଏହା ପରେ ସଦାପ୍ରଭୁ ଅଶୂର ରାଜାର ଛାଉଣିକୁ ଜଣେ ସ୍ୱର୍ଗଦୂତଙ୍କୁ ପଠାଇଲେ। ସେହି ସ୍ୱର୍ଗଦୂତ ଅଶୂରର ସୈନ୍ୟଦଳର ସମସ୍ତ ସୈନ୍ୟ, ନେତାଗଣ ଓ ସେନାଧିକାରୀମାନଙ୍କୁ ହତ୍ୟା କଲେ। ତେଣୁ ଅଶୂରର ରାଜା ନିଜ ଗୃହକୁ ଓ ଦେଶକୁ ଫେରିଗଲା ଓ ତାହାର ଲୋକମାନେ ତା’ ନିମନ୍ତେ ଲଜ୍ଜା ଅନୁଭବ କଲେ। ସେ ତାହାର ଦେବତାର ମନ୍ଦିରକୁ ଗଲା ଓ ତା'ର ନିଜର ପୁତ୍ରମାନେ କେତେଜଣ ସେହି ସ୍ଥାନରେ ତାହାକୁ ଏକ ‌‌ଖ‌ଡ଼୍‌ଗରେ ବଧ କଲେ।


ବିଦେଶୀମାନେ ଇସ୍ରାଏଲର ଲୋକଙ୍କୁ ତାଙ୍କ ଦେଶରେ ସ୍ଥାପନ କରିବେ। ଅନ୍ୟ ଗୋଷ୍ଠୀର ପୁରୁଷ ଓ ନାରୀମାନେ ଇସ୍ରାଏଲର କ୍ରୀତଦାସ ହେବେ, କାରଣ ଅତୀତରେ ସେମାନେ ଇସ୍ରାଏଲର ଲୋକମାନଙ୍କୁ ଦାସଦାସୀ କରିଥିଲେ। ମାତ୍ର ବର୍ତ୍ତମାନ ଇସ୍ରାଏଲ ସେମାନଙ୍କୁ ପରାସ୍ତ କରିବ ଓ ସେମାନଙ୍କୁ ଶାସନ କରିବ।


କାରଣ ସେମାନେ ଉନ୍ମୁକ୍ତ ତରବାରିରୁ, ଗୁଣଦିଆ ଧନୁରୁ ଓ କ୍ଳେଶଦାୟକ ଯୁଦ୍ଧରୁ ରକ୍ଷା ପାଇବାକୁ ପଳାୟନ କଲେ।


ସଦାପ୍ରଭୁ କିପରି ତାଙ୍କ ଲୋକମାନଙ୍କୁ ଶାସ୍ତି ଦେବେ। ଯେପରି ଲୋକମାନଙ୍କୁ ଅତୀତରେ ଶତ୍ରୁଗଣ ପ୍ରହାର କରିଛନ୍ତି ସଦାପ୍ରଭୁ ସେହିପରି ପ୍ରହାର କରିବେ। ସେମାନେ ଯେପରି ବହୁ ଲୋକଙ୍କୁ ନିହତ କରିଥିଲେ ସେହିପରି ସଦାପ୍ରଭୁ ନିହତ କରିବେ।


ଦେଖ, ତୁମ୍ଭେମାନେ ଲୁଟିତ ନ ହୋଇ ମଧ୍ୟ ଅନ୍ୟମାନଙ୍କୁ ଲୁଟୁଅଛ। ଅନ୍ୟମାନେ ତୁମ୍ଭମାନଙ୍କ ପ୍ରତି ବିଶ୍ୱାସଘାତକତା ନ କଲେ ମଧ୍ୟ ତୁମ୍ଭେମାନେ ଅନ୍ୟମାନଙ୍କ ପ୍ରତି ବିଶ୍ୱାସଘାତକତା କରୁଅଛ। ତେଣୁ ତୁମ୍ଭେମାନେ ସନ୍ତାପର ପାତ୍ର। କାରଣ ତୁମ୍ଭେମାନେ ଲୁଟିବା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭକୁ ଲୁଟିବେ। ପୁଣି ତୁମ୍ଭେମାନେ ବିଶ୍ୱାସଘାତକତା ସମାପ୍ତ କଲାପରେ ଅନ୍ୟମାନେ ତୁମ୍ଭ ପ୍ରତି ବିଶ୍ୱାସଘାତକତା କରିବେ।


କାରଣ ସଦାପ୍ରଭୁ ଅଗ୍ନି ଓ ‌‌ଖ‌ଡ଼୍‌ଗ ଦ୍ୱାରା ମର୍ତ୍ତ୍ୟର ସମସ୍ତ ବିବାଦ ନିଷ୍ପନ୍ନ କରିବେ। ସେତେବେଳେ ସଦାପ୍ରଭୁଙ୍କ ଦ୍ୱାରା ନିହତ ଲୋକ ଅନେକ ହେବେ।


“କିନ୍ତୁ ସେତେବେଳେ ଆମ୍ଭର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁ ପ୍ରତିଶୋଧ ନେବେ ଓ ସେହି ଦିନ ବିପକ୍ଷମାନଙ୍କୁ ପ୍ରତିଫଳ ଦେବେ। ‌‌ଖ‌ଡ଼୍‌ଗ ସମସ୍ତଙ୍କୁ ନିଃଶେଷ କରି ତୃପ୍ତ ହେବ ଓ ସେମାନଙ୍କର ରକ୍ତ ପାନକରି ତୃଷା ନିବାରଣ କରିବ। କାରଣ ଉତ୍ତର ଦେଶରେ ଫରାତ୍ ନଦୀ ନିକଟରେ ଆମ୍ଭମାନଙ୍କର ପ୍ରଭୁ ସୈନ୍ୟାଧିପତି ସଦାପ୍ରଭୁଙ୍କର ଏକ ଯଜ୍ଞସ୍ଥଳୀ ଅଛି।


ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ତୁମ୍ଭେ ଭବିଷ୍ୟ‌ଦ୍‌ବାକ୍ୟ ପଗ୍ଭର କରି କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଅମ୍ମୋନ ସନ୍ତାନଗଣ ବିଷୟରେ ଓ ସେମାନଙ୍କ ଅପମାନ ବିଷୟରେ ଏହି କଥା କହନ୍ତି, “‘ଦେଖ, ‌‌ଖ‌ଡ଼୍‌ଗ କୋଷମୁକ୍ତ ହୋଇଅଛି। ତାହା ହତ୍ୟା ଓ ଗ୍ରାସ କରିବା ପାଇଁ ମାର୍ଜିତ ହୋଇଅଛି ଓ ବିଜୁଳି ପରି ଚକଚକ କରୁଅଛି।


ଯେତେବେଳେ ସଦାପ୍ରଭୁ ଜାଣିବେ ଯେ ଅଶୂର ତୁମ୍ଭମାନଙ୍କୁ ବହୁ ଦଣ୍ଡ ଦେଇସାରିଛି, ସେତେବେଳେ ମୋର କ୍ରୋଧ ପ୍ରଶମିତ ହେବ।”


ନାନା ଦେଶୀୟ ଲୋକମାନେ ସେହି ତରଙ୍ଗ ସଦୃଶ ହେବେ। ପରମେଶ୍ୱର ସେମାନଙ୍କୁ ନିଷ୍ଠୁର ବାଣୀ ଶୁଣାଇବେ। ତେଣୁ ସେମାନେ ପଳାୟନ କରିବେ। ବାୟୁରେ ଧୂଳି ଉଡ଼ିଲା ପରି, ଘୂର୍ଣ୍ଣିବାତ୍ୟାରେ ଧୂଳି ଉଡ଼ିଲା ପରି ସେମାନେ ତାଡ଼ିତ ହେବେ।


Swiv nou:

Piblisite


Piblisite