Biblia Todo Logo
Bib sou entènèt

- Piblisite -




ଯିଶାଇୟ 31:3 - ପବିତ୍ର ବାଇବଲ

3 ମିଶରୀୟମାନେ ଶରୀରଧାରୀ ମାନବ କିନ୍ତୁ ପରମେଶ୍ୱର ନୁହନ୍ତି। ସେମାନଙ୍କର ଅଶ୍ୱଗଣ ମାଂସରୁ ଏବଂ ହାଡ଼ରୁ ତିଆରି ମାତ୍ର ଆତ୍ମା ନୁହନ୍ତି। ସଦାପ୍ରଭୁ ଯେତେବେଳେ ତାଙ୍କର ହସ୍ତ ପ୍ରସାରଣ କରିବେ, ସମର୍ଥକମାନେ ଝୁଣ୍ଟି ପଡ଼ିବେ। ସାହାଯ୍ୟ ପ୍ରାପ୍ତ ବ୍ୟକ୍ତିର ମଧ୍ୟ ପତନ ଘଟିବ। ଉଭୟ ଏକତ୍ର ଧ୍ୱଂସ ହେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

3 ମିସ୍ରୀୟମାନେ ମନୁଷ୍ୟ ମାତ୍ର, ପରମେଶ୍ଵର ନୁହନ୍ତି ଓ ସେମାନଙ୍କ ଅଶ୍ଵଗଣ ମାଂସ ମାତ୍ର, ଆତ୍ମା ନୁହନ୍ତି; ପୁଣି, ସଦାପ୍ରଭୁ ଆପଣା ହସ୍ତ ବିସ୍ତାର କଲେ, ସହାୟକାରୀ ଝୁଣ୍ଟି ପଡ଼ିବ ଓ ସହାୟପ୍ରାପ୍ତ ପଡ଼ିଯିବ, ପୁଣି ଦୁହେଁ ଏକତ୍ର ବିନଷ୍ଟ ହେବେ।

Gade chapit la Kopi

ଓଡିଆ ବାଇବେଲ

3 ମିସ୍ରୀୟମାନେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହନ୍ତି ଓ ସେମାନଙ୍କ ଅଶ୍ୱଗଣ ମାଂସ ମାତ୍ର, ଆତ୍ମା ନୁହନ୍ତି; ପୁଣି ସଦାପ୍ରଭୁ ଆପଣା ହସ୍ତ ବିସ୍ତାର କଲେ, ସହାୟକାରୀ ଝୁଣ୍ଟି ପଡ଼ିବ ଓ ସହାୟପ୍ରାପ୍ତ ପଡ଼ିଯିବ, ପୁଣି ଦୁହେଁ ଏକତ୍ର ବିନଷ୍ଟ ହେବେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

3 ମିସରୀୟମାନେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହନ୍ତି ଓ ସେମାନଙ୍କ ଅଶ୍ୱଗଣ ମାଂସ ମାତ୍ର, ଆତ୍ମା ନୁହନ୍ତି; ପୁଣି ସଦାପ୍ରଭୁ ଆପଣା ହସ୍ତ ବିସ୍ତାର କଲେ, ସହାୟକାରୀ ଝୁଣ୍ଟି ପଡ଼ିବ ଓ ସହାୟପ୍ରାପ୍ତ ପଡ଼ିଯିବ, ପୁଣି ଦୁହେଁ ଏକତ୍ର ବିନଷ୍ଟ ହେବେ।

Gade chapit la Kopi




ଯିଶାଇୟ 31:3
25 Referans Kwoze  

ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।


ତୁମ୍ଭେ କ’ଣ ତୁମ୍ଭ ଯାଜକ ସମ୍ମୁଖରେ “ମୁଁ ପରମେଶ୍ୱର” ବୋଲି କହିବ? କିନ୍ତୁ ତୁମ୍ଭେ ନିଜ ଘାତକ ନିକଟରେ ତୁମ୍ଭେ ଜଣେ ମନୁଷ୍ୟ ମାତ୍ର, ପରମେଶ୍ୱର ନୁହଁ।


ସଦାପ୍ରଭୁ କହନ୍ତି, “ହେ ଯିରୁଶାଲମ, ତୁମ୍ଭେ ଆମ୍ଭକୁ ଅଗ୍ରାହ୍ୟ କରିଅଛ, ତୁମ୍ଭେ ପଛକୁ ହଟି ଯାଇଅଛ। ଏ ନିମନ୍ତେ ଆମ୍ଭେ ତୁମ୍ଭ ବିରୁଦ୍ଧରେ ଆପଣା ହସ୍ତ ବିସ୍ତାର କରି ତୁମ୍ଭକୁ ନଷ୍ଟ କରିଅଛୁ। ଆମ୍ଭେ କ୍ଷମା କରି କ୍ଳାନ୍ତ ହୋଇଅଛୁ।


ସେହି ମିଶର ବୃଥା ଓ ମିଥ୍ୟାରେ ସାହାଯ୍ୟ କରେ। ତେଣୁ ମୁଁ ତାକୁ “ନିଷ୍କର୍ମା ରାହାବ” ବୋଲି ନାମକରଣ କରିଛି।


ଅଶ୍ୱମାନେ କେବଳ ଯୁଦ୍ଧରେ ବିଜୟୀ କରାନ୍ତି ନାହିଁ। ସେମାନଙ୍କର ଶକ୍ତି କେବଳ ତୁମ୍ଭକୁ ପ୍ରକୃତରେ ଉଦ୍ଧାର କରିବାକୁ ସମର୍ଥ ହେବ ନାହିଁ।


ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର। ସେମାନେ ଜାଣିବା ଉଚିତ୍ ଯେ, ସେମାନେ କେବଳ ମନୁଷ୍ୟ ମାତ୍ର ଅଟନ୍ତି। ସେଲା


ମାତ୍ର ତୁମ୍ଭେ ମୋର ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ କ୍ଷୁଦ୍ରତମ ସେନାପତିଙ୍କୁ ମଧ୍ୟ ପରାସ୍ତ କରି ପାରିବ ନାହିଁ। ତେବେ ତୁମ୍ଭେ କିପରି ମିଶରର ଅଶ୍ୱାରୋହୀ ଓ ରଥ ଉପରେ ବିଶ୍ୱାସ ରଖୁଛ?


ତୁମ୍ଭେମାନେ କ’ଣ ଭଗ୍ନ ଯଷ୍ଟି ସଦୃଶ ମିଶର ଉପରେ ନିର୍ଭର କରୁଛ? ତାହା ଯଦି କରୁଥାଅ ତେବେ ସେ ହାତରେ ଫୋଡ଼ି ହୋଇଯାଇ କଣା କରିଦେବ। ମିଶରର ରାଜା ଫାରୋ ଉପରେ ଯେଉଁମାନେ ବିଶ୍ୱାସ ରଖନ୍ତି, ସେମାନେ ସମସ୍ତେ କିଛି ସାହାଯ୍ୟ ପାଇବେ ନାହିଁ।


ସେମାନେ ହତାଶ ହେବେ କାରଣ ଯେଉଁ ବ୍ୟକ୍ତିମାନଙ୍କ ଉପରେ ସେମାନେ ସାହାଯ୍ୟ ପାଇଁ ବିଶ୍ୱାସ କରିବେ, ସେମାନେ ସାହାଯ୍ୟ କରିବେ ନାହିଁ। ସେମାନେ ଲଜ୍ଜା ଏବଂ କଳଙ୍କ ପାଇବେ।”


ସେମାନଙ୍କୁ ଛାଡ଼ିଦିଅ। ସେମାନେ ତ ଅନ୍ଧମାନଙ୍କର ଅନ୍ଧ ନେତା। ଯଦି ଜଣେ ଅନ୍ଧ ଆଉ ଗୋଟିଏ ଅନ୍ଧକୁ ରାସ୍ତା ଦେଖାଏ, ତେବେ ଉଭୟ ଖାତ ଭିତରେ ଖସି ପଡ଼ିବେ।”


ଲୋକମାନଙ୍କଠାରେ ବିଶ୍ୱାସ ରଖିବା ଅପେକ୍ଷା ସଦାପ୍ରଭୁଙ୍କଠାରେ ରକ୍ଷା ପାଇଁ ନିର୍ଭର ରଖିବା ନିଶ୍ଚିତ ଉତ୍ତମ।


ହେ ବ୍ୟବସ୍ଥାକାରୀଗଣ, ପ୍ରତିଫଳ ଦେବାର ଦିନରେ ତୁମ୍ଭମାନଙ୍କୁ ତୁମ୍ଭର କାର୍ଯ୍ୟକଳାପ ସମ୍ବନ୍ଧରେ ବୁଝାଇବାକୁ ପଡ଼ିବ। ଦୂରଦେଶରୁ ତୁମ୍ଭର ବିନାଶ ଆସୁଛି। ତୁମ୍ଭେମାନେ ସେତେବେଳେ କ’ଣ କରି ପାରିବ, ସାହାଯ୍ୟ ପାଇଁ ତୁମ୍ଭେମାନେ କାହା ନିକଟକୁ ଦୌଡ଼ିବ? ତୁମ୍ଭର ଅର୍ଥ ଓ ସମ୍ପଦ ତୁମ୍ଭଙ୍କୁ ସାହାଯ୍ୟ କରିବ ନାହିଁ।


ସେହି ସମୟରେ ସମୁଦ୍ର ନିଟକସ୍ଥ ନିବାସୀ କହିବେ, “ଆମ୍ଭେମାନେ ଏହି ଦେଶଗୁଡ଼ିକ ଉପରେ ସାହାଯ୍ୟ ପାଇଁ ଭରସା ରଖିଥିଲୁ। ଅଶୂର ରାଜା ନିକଟରୁ ରକ୍ଷା ପାଇବା ପାଇଁ ସେମାନଙ୍କ ନିକଟକୁ ଆମ୍ଭେମାନେ ବିଶ୍ୱାସ ଭୂମି ଭାବି ଧାଇଁ ଯାଇଥିଲୁ। ମାତ୍ର ସେହି ଦେଶଗୁଡ଼ିକ ଅଧିକୃତ ହେଲା, ତେବେ ଆମ୍ଭମାନଙ୍କୁ ଆଉ କିଏ ରକ୍ଷା କରିବ ଓ ଆମ୍ଭେମାନେ କିପରି ବଞ୍ଚିବୁ?”


ତୁମ୍ଭେମାନେ କୁହ, “ନା, ଆମ୍ଭେମାନେ ଅଶ୍ୱରେ ପଳାଇବୁ।” ମାତ୍ର ଶତ୍ରୁମାନେ ତୁମ୍ଭ ପଶ୍ଚା‌‌‌ତ୍‌‌‌ଧାବନ କରିବେ। ତୁମ୍ଭେମାନେ ଦ୍ରୁତଗାମୀ ବାହନରେ ଗଲେ ମଧ୍ୟ ଅନୁଧାବନକାରୀ ଆହୁରି ଦ୍ରୁତଗାମୀ ହେବେ।


ସଦାପ୍ରଭୁ କହନ୍ତି, “ଯେଉଁ ମନୁଷ୍ୟ ଲୋକମାନଙ୍କ ଉପରେ ଭରସା ରଖେ, ମାଂସକୁ ଆପଣାର ବାହୁ କରେ ଓ ଯାହାର ହୃଦୟ ସଦାପ୍ରଭୁଙ୍କଠାରୁ ଦୂରେଇ ଯାଏ ସେ ଶାପଗ୍ରସ୍ତ।


“ହେ ମନୁଷ୍ୟ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, ‘ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “‘ତୁମ୍ଭର ଚିତ୍ତ ଗର୍ବିତ ହୋଇଅଛି, ତୁମ୍ଭେ କହିଅଛ, “ମୁଁ ପରମେଶ୍ୱର ଅଟେ, ମୁଁ ସମୁଦ୍ରମାନଙ୍କ ମଧ୍ୟସ୍ଥାନରେ ପରମେଶ୍ୱରଙ୍କ ଆସନରେ ବସିଅଛି;” “‘ମାତ୍ର ନିଜ ଚିତ୍ତକୁ ଦେବତାଙ୍କ ଚିତ୍ତ ତୁଲ୍ୟ ମନେ କଲେ ମଧ୍ୟ ତୁମ୍ଭେ ପରମେଶ୍ୱର ନୁହଁ, ତୁମ୍ଭେ ମନୁଷ୍ୟ ମାତ୍ର।


ଧନୁର୍ଦ୍ଧାରୀମାନେ ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଦ୍ରୁତତମ ଦୌଡ଼ାଳି ମଧ୍ୟ ଆପଣାକୁ ରକ୍ଷା କରି ପାରିବେ ନାହିଁ। ଅଶ୍ୱାରୋହୀମାନେ ନିଜ ନିଜକୁ ରକ୍ଷା କରି ପାରିବେ ନାହିଁ।


ଅଶୂରର ରାଜାଙ୍କ ସହିତ କେବଳ ଲୋକମାନେ ଅଛନ୍ତି। କିନ୍ତୁ ଆମ୍ଭମାନଙ୍କ ସହିତ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ୱର ଅଛନ୍ତି। ଆମ୍ଭମାନଙ୍କର ପରମେଶ୍ୱର ଆମ୍ଭମାନଙ୍କୁ ସାହାଯ୍ୟ କରିବେ। ସେ ଆମ୍ଭମାନଙ୍କର ନିମନ୍ତେ ଯୁଦ୍ଧ କରିବେ।” ଏହିପରି ଯିହୁଦାର ରାଜା ହିଜକିୟ ଲୋକମାନଙ୍କୁ ଉତ୍ସାହିତ କଲେ ଓ ସେମାନଙ୍କୁ ଶକ୍ତିଯୁକ୍ତ କଲେ।


ଅଶୂର ରାଜା ମିଶର ଓ କୂଶରୁ ପରାସ୍ତ କରିବ। ମିଶରୀୟମାନେ ଲଜ୍ଜିତ ହେବେ। କାରଣ ମିଶରୀୟ ଆବାଳବୃଦ୍ଧ ବନ୍ଦୀଙ୍କୁ ଓ କୂଶୀୟ ନିର୍ବାସିତ ଲୋକମାନଙ୍କୁ ବିବସ୍ତ୍ର ଓ ଶୂନ୍ୟପାଦ କରି ସେମାନେ ତାଙ୍କ ଦେଶରୁ ନେଇଯିବେ।


Swiv nou:

Piblisite


Piblisite