ଯିଶାଇୟ 30:6 - ପବିତ୍ର ବାଇବଲ6 ଦକ୍ଷିଣର ପଶୁଗଣଙ୍କ ପ୍ରତି ଦୁଃଖ ବାର୍ତ୍ତା: ଯିହୁଦାର ଦକ୍ଷିଣ ପ୍ରାନ୍ତ ଅତି ଭୟଙ୍କର ସ୍ଥାନ। ସେ ସ୍ଥାନ ସିଂହ, ସିଂହୀ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପରେ ପରିପୂର୍ଣ୍ଣ। ସେହି ସଙ୍କଟମୟ ଓ ଯନ୍ତ୍ରଣାମୟ ଗୋଷ୍ଠୀ ଉପକାର କରିବ ନାହିଁ। ମାତ୍ର ଏପରି ଏକ ଗୋଷ୍ଠୀ ନିକଟକୁ ସେମାନେ ଯୁବା ଗର୍ଦ୍ଦଭଗଣଙ୍କ ସ୍କନ୍ଧରେ ନିଜ ନିଜର ଧନ ଓ ଓଟମାନଙ୍କ ପିଠି ଉପରେ ନିଜ ନିଜର ସମ୍ପତ୍ତି ବହନ କରି ନିଅନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)6 ଦକ୍ଷିଣର ପଶୁଗଣ ବିଷୟକ ଭାରୋକ୍ତି। ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ଵାରା ସେମାନଙ୍କର ଉପକାର ନୋହିବ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍ଜ ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି। Gade chapit laଓଡିଆ ବାଇବେଲ6 ଦକ୍ଷିଣର ପଶୁଗଣ ବିଷୟକ ଭବିଷ୍ୟତ ବାଣୀ। ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ୱାରା ସେମାନଙ୍କର ଉପକାର ହେବ ନାହିଁ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍ଜା ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT6 ଦକ୍ଷିଣର ପଶୁଗଣ ବିଷୟକ ଭବିଷ୍ୟତବାଣୀ। ଯେଉଁ ସ୍ଥାନରୁ ଯୁବା ଓ ବୃଦ୍ଧ ସିଂହ, କାଳସର୍ପ ଓ ଉଡ୍ଡୀୟମାନ ଅଗ୍ନିମୟ ସର୍ପ ଆସନ୍ତି, ଏପରି ସଙ୍କଟ ଓ ଯନ୍ତ୍ରଣାମୟ ଦେଶ ଦେଇ ଯେଉଁମାନଙ୍କ ଦ୍ୱାରା ସେମାନଙ୍କର ଉପକାର ହେବ ନାହିଁ, ଏପରି ଏକ ଗୋଷ୍ଠୀ ନିକଟକୁ, ସେମାନେ ଯୁବା ଗର୍ଦ୍ଦଭଗଣର ସ୍କନ୍ଧରେ ଆପଣାମାନଙ୍କର ଧନ ଓ ଉଷ୍ଟ୍ରଗଣର କୁବ୍ଜା ଉପରେ ଆପଣାମାନଙ୍କର ସମ୍ପତ୍ତି ବହି ନିଅନ୍ତି। Gade chapit la |
ଶିବାର ରାଣୀ ଶଲୋମନଙ୍କର ସୁଖ୍ୟାତି ବିଷୟରେ ଶୁଣିବାକୁ ପାଇଲେ। ତେଣୁ ସେ କଠିନ ପ୍ରଶ୍ନ ଦ୍ୱାରା ଶଲୋମନଙ୍କୁ ପରୀକ୍ଷା କରିବା ନିମନ୍ତେ ଯିରୁଶାଲମକୁ ଆସିଲେ। ଶିବାର ରାଣୀଙ୍କ ସହିତ ତାଙ୍କ ଲୋକମାନଙ୍କର ଏକ ବୃହତ୍ ଦଳ ଥିଲା। ତାଙ୍କ ସହିତ ମସଲା, ପ୍ରଚୁର ସୁନା ଓ ବହୁମୂଲ୍ୟ ପଥରରେ ଲଦି ହୋଇଥିବା ଓଟମାନେ ଥିଲେ। ସେ ଶଲୋମନଙ୍କ ନିକଟକୁ ଆସିଲେ ଓ ସେ ଯେଉଁ ବିଷୟରେ ଆଲୋଚନା କରିବାକୁ ଗ୍ଭହୁଁଥିଲେ, ସେ ବିଷୟରେ ପଗ୍ଭରିଲେ। ଶଲୋମନଙ୍କୁ ପଗ୍ଭରିବା ନିମନ୍ତେ ତାଙ୍କ ନିକଟରେ ଅନେକ ପ୍ରଶ୍ନ ଥିଲା।
ହେ ପଲେଷ୍ଟୀୟ ଦେଶ, ତୁମ୍ଭେମାନେ ବର୍ତ୍ତମାନ ପାଇଁ ଖୁସୀ ହୁଅ ନାହିଁ। କାରଣ ଯେଉଁ ରାଜା ପ୍ରହାର କରୁଥିଲେ ସେ ଆଉ ନାହାନ୍ତି। ମାତ୍ର ପ୍ରକୃତରେ ତୁମ୍ଭେ ସୁଖୀ ହୋଇ ପାରିବ ନାହିଁ। ଏହା ସତ୍ୟ ଯେ, ସେହି ଦୁଷ୍ଟ ଶାସନ ଶେଷ ହୋଇଛି। ମାତ୍ର ସେହି ରାଜାର ସନ୍ତାନ ଆସି ଶାସନ କରିବ। ଗୋଟିଏ ସର୍ପ ଆଉ ଏକ ଭୟଙ୍କର ସର୍ପକୁ ଜନ୍ମ ଦେଲାପରି ଏହା ସତ ହେବ। ସେହି ନୂତନ ରାଜା ଉଡ଼ନ୍ତା ସର୍ପ ପରି ଅଳ୍ପ ଭୟଙ୍କର ହେବ ନାହିଁ।