ଯିଶାଇୟ 30:22 - ପବିତ୍ର ବାଇବଲ22 ତୁମ୍ଭମାନଙ୍କର ରୌପ୍ୟ ଓ ସୁବର୍ଣ୍ଣ ଆଚ୍ଛାଦିତ ପ୍ରତିମାଗୁଡ଼ିକ ତୁମ୍ଭମାନଙ୍କୁ ପାପାଶକ୍ତି ବା ଅଶୁଚି କରିଦେଇଛନ୍ତି। ମାତ୍ର ତୁମ୍ଭେମାନେ ସେହି ମିଥ୍ୟା ପ୍ରଭୁଙ୍କୁ ଆଉ ସେବା କରିବ ନାହିଁ। ଆଉ ତୁମ୍ଭେମାନେ ସେଗୁଡ଼ିକୁ ଅଶୁଚି ବସ୍ତୁ ତୁଲ୍ୟ ଫିଙ୍ଗି ଦେବ ଏବଂ କହିବ “ଏଠାରୁ ବାହାରି ଯାଅ।” Gade chapit laପବିତ୍ର ବାଇବଲ (Re-edited) - (BSI)22 ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମା-ଗଣର ମଣ୍ତନ ଓ ଛାଞ୍ଚରେ ଢଳା ସ୍ଵର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ ଏଠାରୁ ବାହାରି ଯାଅ। Gade chapit laଓଡିଆ ବାଇବେଲ22 ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମାଗଣର ମଣ୍ଡନ ଓ ଛାଞ୍ଚରେ ଢଳା ସ୍ୱର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେହି ସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ, “ଏଠାରୁ ବାହାରି ଯାଅ।” Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT22 ଆଉ, ତୁମ୍ଭେମାନେ ଆପଣାର ରୌପ୍ୟ ପ୍ରତିମାଗଣର ମଣ୍ଡନ ଓ ଛାଞ୍ଚରେ ଢଳା ସ୍ୱର୍ଣ୍ଣ ପ୍ରତିମାଗଣର ଆଭରଣ ଅଶୁଚି କରିବ; ତୁମ୍ଭେ ସେହି ସବୁକୁ ଅଶୁଚି ବସ୍ତୁ ତୁଲ୍ୟ ପକାଇ ଦେବ; ତୁମ୍ଭେ କହିବ, ଏଠାରୁ ବାହାରି ଯାଅ। Gade chapit la |
କିନ୍ତୁ ସେହି ପଶୁ ବନ୍ଦୀ ହେଲା ଏବଂ ଭଣ୍ଡ ଭବିଷ୍ୟଦ୍ବକ୍ତା ମଧ୍ୟ ବନ୍ଦୀ ହେଲା। ଏହି ଭଣ୍ଡ ଭବିଷ୍ୟଦ୍ବକ୍ତା ସେହି ପଶୁ ପାଇଁ ବହୁତ ଆଶ୍ଚର୍ଯ୍ୟଜନକ କାର୍ଯ୍ୟ କରିଥିଲା। ଏହି ପଶୁ, ଯିଏ କି ପଶୁର ଚିହ୍ନ ଧାରଣ କରିଥିବା ଓ ତାହାର ପ୍ରତିମାକୁ ପୂଜା କରିଥିବା ଲୋକମାନଙ୍କୁ ଭ୍ରାନ୍ତ କରିଥିଲା, ସେ ବନ୍ଦୀ ହେଲା। ସେହି ଭଣ୍ଡ ଭବିଷ୍ୟଦ୍ବକ୍ତା ଓ ପଶୁଙ୍କୁ ଗନ୍ଧକ ଜଳୁଥିବା ଅଗ୍ନିପୂର୍ଣ୍ଣ ହ୍ରଦରେ ଜୀବନ୍ତ ଫିଙ୍ଗି ଦିଆଗଲା।
ନିସ୍ତାରପର୍ବର ଉତ୍ସବ ଶେଷ ହେଲା। ନିସ୍ତାରପର୍ବ ନିମନ୍ତେ ଯିରୁଶାଲମରେ ଥିବା ଇସ୍ରାଏଲର ଲୋକମାନେ ଯିହୁଦାର ସହରଗୁଡ଼କୁ ଫେରିଗଲେ। ଏହା ପରେ ସେମାନେ ସେହି ସହରଗୁଡ଼ିକରେ ଥିବା ପଥରର ମୂର୍ତ୍ତିକୁ ଭାଙ୍ଗି ଧୂଳିସାତ୍ କଲେ। ସେହି ପଥର ମୂର୍ତ୍ତିଗୁଡ଼ିକ ଭଣ୍ଡ ଦେବତାମାନଙ୍କର ପୂଜା କରିବା ନିମନ୍ତେ ବ୍ୟବହୃତ ହେଉଥିଲା। ସେହି ଲୋକମାନେ ଆଶେରା ସ୍ତମ୍ଭଗୁଡ଼ିକୁ ମଧ୍ୟ କାଟି ପକାଇଲେ। ଆଉ ସେମାନେ ଯିହୁଦା ଓ ବିନ୍ୟାମୀନରେ ଥିବା ଉଚ୍ଚ ସ୍ଥାନ ଓ ଯଜ୍ଞବେଦିଗୁଡ଼ିକୁ ନଷ୍ଟ କରିଦେଲେ। ଲୋକମାନେ ଇଫ୍ରୟିମ୍ ଓ ମନଃଶିର ସମସ୍ତ ଅଞ୍ଚଳରେ ମଧ୍ୟ ସେହି ପ୍ରକାର କଲେ। ଭଣ୍ଡ ଦେବତାର ପୂଜା ଉଦ୍ଦେଶ୍ୟରେ ବ୍ୟବହୃତ ସମସ୍ତ ବସ୍ତୁକୁ ବିନଷ୍ଟ ନ କରିବା ପର୍ଯ୍ୟନ୍ତ ଲୋକମାନେ ଏହିପରି କାର୍ଯ୍ୟ କଲେ। ଏହା ପରେ ସମସ୍ତ ଇସ୍ରାଏଲୀୟମାନେ ସେମାନଙ୍କର ନିଜ ସହର ଓ ଗୃହକୁ ଫେରିଗଲେ।
ସେମାନେ ନିଜ ନିଜର ରୂପାକୁ ଦାଣ୍ଡରେ ପକାଇ ଦେବେ ଓ ସେମାନଙ୍କର ସୁନା ଅଶୁଚି ବସ୍ତୁ ତୁଲ୍ୟ ହେବ। ସେ ସବୁ କିନ୍ତୁ ସେମାନଙ୍କୁ ସଦାପ୍ରଭୁ ଯେତେବେଳେ ତାଙ୍କର କ୍ରୋଧରେ ପ୍ରକାଶ କଲେ, ତାଙ୍କ କୋପରୁ ରକ୍ଷା କରିବ ନାହିଁ। ସେମାନେ ସେମାନଙ୍କର କ୍ଷୁଧାକୁ ସନ୍ତୁଷ୍ଟ କରି ପାରିବେ ନାହିଁ। କିଅବା ସେମାନଙ୍କର ଉଦର ପୂର୍ଣ୍ଣ କରି ପାରିବେ ନାହିଁ। କାରଣ ଏହିସବୁ ଜିନିଷଗୁଡ଼ିକ ପାପ କରିବାକୁ ସେମାନଙ୍କର କାରଣ ଥିଲା।