ଯିଶାଇୟ 3:8 - ପବିତ୍ର ବାଇବଲ8 ଏପରି ଘଟିବାର କାରଣ ଯିରୁଶାଲମ ବିପଥଗାମୀ ହୋଇ ବିନଷ୍ଟ ହୋଇଛି। ଯିହୁଦା ପରମେଶ୍ୱରଙ୍କୁ ଅବଜ୍ଞାକରି ନିପାତିତ ହୋଇଛି। ସେମାନଙ୍କର ବାକ୍ୟ ଓ କାର୍ଯ୍ୟ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସେମାନେ ସଦାପ୍ରଭୁଙ୍କ ମହିମାରେ ଉପହାସ କରୁଛନ୍ତି। Gade chapit laପବିତ୍ର ବାଇବଲ (Re-edited) - (BSI)8 ଯେହେତୁ ଯିରୂଶାଲମ ବିନଷ୍ଟ ଓ ଯିହୁଦା ପତିତ ହୋଇଅଛି; କାରଣ ସଦାପ୍ରଭୁଙ୍କର ପ୍ରତାପବିଶିଷ୍ଟ ଚକ୍ଷୁକୁ କ୍ରୋଧାନ୍ଵିତ କରିବା ପାଇଁ ସେମାନଙ୍କର ଜିହ୍ଵା ଓ କ୍ରିୟା ତାହାଙ୍କର ପ୍ରତିକୂଳ ଅଟେ। Gade chapit laଓଡିଆ ବାଇବେଲ8 ଯେହେତୁ ଯିରୂଶାଲମ ବିନଷ୍ଟ ଓ ଯିହୁଦା ପତିତ ହୋଇଅଛି; କାରଣ ସଦାପ୍ରଭୁଙ୍କର ପ୍ରତାପବିଶିଷ୍ଟ ଚକ୍ଷୁକୁ କ୍ରୋଧାନ୍ୱିତ କରିବା ପାଇଁ ସେମାନଙ୍କର ଜିହ୍ୱା ଓ କ୍ରିୟା ତାହାଙ୍କର ପ୍ରତିକୂଳ ଅଟେ। Gade chapit laଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT8 ଯେହେତୁ ଯିରୂଶାଲମ ବିନଷ୍ଟ ଓ ଯିହୁଦା ପତିତ ହୋଇଅଛି; କାରଣ ସଦାପ୍ରଭୁଙ୍କର ପ୍ରତାପବିଶିଷ୍ଟ ଚକ୍ଷୁକୁ କ୍ରୋଧାନ୍ୱିତ କରିବା ପାଇଁ ସେମାନଙ୍କର ଜିହ୍ୱା ଓ କ୍ରିୟା ତାହାଙ୍କର ପ୍ରତିକୂଳ ଅଟେ। Gade chapit la |
ପ୍ରଭୁ ପ୍ରତ୍ୟେକ ଲୋକଙ୍କର ବିଗ୍ଭର କରିବେ। ସେ ପରମେଶ୍ୱରଙ୍କ ବିରୋଧୀ ପ୍ରତ୍ୟେକ ଲୋକଙ୍କୁ ବିଗ୍ଭର କରିବାକୁ ଓ ଦଣ୍ଡ ଦେବାକୁ ଆସୁଛନ୍ତି। ସେ ପରମେଶ୍ୱରଙ୍କର ବିରୁଦ୍ଧରେ ଦୁଷ୍କର୍ମ କରିଥିବା ପ୍ରତ୍ୟେକ ଲୋକଙ୍କୁ ଦଣ୍ଡ ଦେବେ। ଯେଉଁମାନେ ପରମେଶ୍ୱରଙ୍କ ବିରୋଧୀ, ସେହି ପାପୀମାନଙ୍କୁ ପରମେଶ୍ୱର ଦଣ୍ଡ ଦେବେ। ପରମେଶ୍ୱରଙ୍କ ବିରୁଦ୍ଧରେ ମନ୍ଦକଥା କହିବା ହେତୁ ସେ ସେମାନଙ୍କୁ ଦଣ୍ଡ ଦେବେ।”
ସମସ୍ତ ଲୋକ ଅଧର୍ମୀ। ତେଣୁ ସଦାପ୍ରଭୁଙ୍କ ପାଖରେ ଯୁବକମାନଙ୍କ ପାଇଁ ଅନୁକମ୍ପା ନାହିଁ। ସଦାପ୍ରଭୁ ଯୁବକମାନଙ୍କ ଉପରେ ସୁଖୀ ନୁହନ୍ତି। ଆଉମଧ୍ୟ ସଦାପ୍ରଭୁ ବିଧବା ଓ ଅନାଥମାନଙ୍କୁ ଦୟା କରିବେ ନାହିଁ। କାରଣ, ସମସ୍ତେ ଅଧର୍ମୀ ଓ ସେମାନେ ପରମେଶ୍ୱରଙ୍କ ବିରୁଦ୍ଧାଚରଣ କରନ୍ତି। ପୁଣି ସେମାନେ ମିଥ୍ୟା କୁହନ୍ତି। ତେଣୁ ସଦାପ୍ରଭୁ ସେମାନଙ୍କ ଉପରେ ସର୍ବଦା କ୍ରୋଧିତ ହୁଅନ୍ତି ଓ ସର୍ବଦା ଦଣ୍ଡ ଦିଅନ୍ତି।
ପଲେଷ୍ଟୀୟ ଲୋକମାନେ ଯିହୁଦାର ମାଳଭୂମିରେ ଓ ଦକ୍ଷିଣରେ ଥିବା ସହରଗୁଡ଼ିକ ଉପରେ ମଧ୍ୟ ଆକ୍ରମଣ କଲେ। ପଲେଷ୍ଟୀୟ ଲୋକମାନେ ବୈଥ୍-ଶେମଶ୍, ଅୟାଲୋନ୍, ଗଦେରୋତ୍, ସୋଖୋ, ତିମ୍ନା ଓ ଗିମ୍ସୋ ସହରଗୁଡ଼ିକୁ ଅଧିକାର କରି ନେଲେ। ସେମାନେ ସୋସ, ତିମ୍ନା ଓ ଗିମତ ଚତୁର୍ପାର୍ଶ୍ୱରେ ଥିବା ଗ୍ରାମଗୁଡ଼ିକୁ ମଧ୍ୟ ଅଧିକାର କଲେ। ଏହା ପରେ ପଲେଷ୍ଟୀୟମାନେ ସେହି ସହରଗୁଡ଼ିକରେ ବାସ କରିବାକୁ ଲାଗିଲେ।