Biblia Todo Logo
Bib sou entènèt

- Piblisite -




ଯିଶାଇୟ 3:2 - ପବିତ୍ର ବାଇବଲ

2 ଆଉମଧ୍ୟ ପରମେଶ୍ୱର ସମସ୍ତ ଯୋଦ୍ଧା ଓ ବୀର, ବିଗ୍ଭରକର୍ତ୍ତା ଓ ଭବିଷ୍ୟ‌ଦ୍‌ବକ୍ତା, ମନ୍ତ୍ରଦ୍ରଷ୍ଟା ଓ ପ୍ରାଚୀନବର୍ଗଙ୍କୁ ଦୂରେଇ ନେବେ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ବୀର ଓ ଯୋଦ୍ଧା; ବିଚାରକର୍ତ୍ତା ଓ ଭବିଷ୍ୟଦ୍ବକ୍ତା ଓ ମନ୍ତ୍ରଜ୍ଞ ଓ ପ୍ରାଚୀନନ୍ତ

Gade chapit la Kopi

ଓଡିଆ ବାଇବେଲ

2 ବୀର, ଯୋଦ୍ଧା; ବିଚାରକର୍ତ୍ତା, ଭବିଷ୍ୟଦ୍‍ବକ୍ତା, ମନ୍ତ୍ରଜ୍ଞ, ପ୍ରାଚୀନ;

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ବୀର, ଯୋଦ୍ଧା; ବିଚାରକର୍ତ୍ତା, ଭବିଷ୍ୟଦ୍‍ବକ୍ତା, ମନ୍ତ୍ରଜ୍ଞ, ପ୍ରାଚୀନ;

Gade chapit la Kopi




ଯିଶାଇୟ 3:2
12 Referans Kwoze  

ମାତ୍ର ଆମ୍ଭେ ମୋୟାବର ରାଜାମାନଙ୍କୁ ହତ୍ୟା କରିବା ଏବଂ ମୋୟାବର ସମସ୍ତ ନେତାମାନଙ୍କର ଧ୍ୱଂସ କରି ପତନ ଘଟାଇବା।” ସଦାପ୍ରଭୁ ଏହା ହିଁ କହନ୍ତି।


ଏବଂ ସେ ଏକ ରାଜସ୍ୱ ନେଇ ତାକୁ ଶପଥ କରାଇ ତା’ ସହିତ ଏକ ଚୁକ୍ତି କଲେ ଏବଂ ସେ ମହତ୍ତ୍ୱପୂର୍ଣ୍ଣ ଲୋକମାନଙ୍କୁ ନେଇଗଲେ।


ଏବଂ ସେ ଅନ୍ୟମାନଙ୍କୁ ମୋର କର୍ଣ୍ଣ ଗୋଚରରେ କହିଲେ, “ତା'ର ପଛେ ନଗର ମଧ୍ୟକୁ ଯାଅ ଏବଂ କପାଳରେ ଚିହ୍ନ ନ ଥିବା ବ୍ୟକ୍ତିଙ୍କୁ ହତ୍ୟା କର। ଦୟା ଦେଖାଅ ନାହିଁ। ସେମାନଙ୍କୁ ଅନୁକମ୍ପା କର ନାହିଁ। ବୃଦ୍ଧବ୍ୟକ୍ତି, ଯୁବାବ୍ୟକ୍ତି, କୁମାରୀ, ସ୍ତ୍ରୀଲୋକ ଓ ଶିଶୁକୁ ମାରାତ୍ମକ ଅସ୍ତ୍ରରେ ସମସ୍ତଙ୍କୁ ବଧ କର, କିନ୍ତୁ କପାଳରେ ଚିହ୍ନ ଥିବା ଲୋକ ନିକଟକୁ ଯାଅ ନାହିଁ। ଆଉ ଆମ୍ଭ ମନ୍ଦିରରୁ ଏହି ଅଭିଯାନ ଆରମ୍ଭ କର।” ତେଣୁ ସେମାନେ ମନ୍ଦିରର ସମ୍ମୁଖରେ ଉପସ୍ଥିତ ଥିବା ପ୍ରାଚୀନଗଣଠାରୁ ଆରମ୍ଭ କଲେ।


ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକ ନିଜ ନିଜ ପ୍ରତିମା ଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି ତାହା କ’ଣ ତୁମ୍ଭେ ଦେଖି ପାରିବ? କାରଣ ସେମାନେ ଭାବନ୍ତି, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ୟାଗ କରିଛନ୍ତି।’”


ଆମ୍ଭେମାନେ ନିଜ ଚିହ୍ନସବୁ ଦେଖୁ ନାହୁଁ। କୌଣସି ଭବିଷ୍ୟ‌ଦ୍‌ବକ୍ତା ଆଉ ନାହାନ୍ତି। କ’ଣ କରିବାକୁ ହେବ କେହି ଜାଣନ୍ତି ନାହିଁ।


ପରମେଶ୍ୱର ପଞ୍ଚାଶତପତି ଓ ସମ୍ଭ୍ରାନ୍ତ ତଥା ମନ୍ତ୍ରୀ ଓ ନିପୁଣ ଶିଳ୍ପକର ଏବଂ ଜ୍ଞାନୀ ଓ ଭବିଷ୍ୟତ ମନ୍ତ୍ରଦ୍ରଷ୍ଟାମାନଙ୍କୁ ମଧ୍ୟ ଦୂରେଇ ନେବେ।


“ତୁମ୍ଭେ ସେହି ବିଦ୍ରୋହୀ ଜାତିକୁ କୁହ, ଇସ୍ରାଏଲ ତୁମ୍ଭେ କ’ଣ ଏସବୁର ତାତ୍ପର୍ଯ୍ୟ ଜାଣ ନାହିଁ? ସେମାନଙ୍କୁ କୁହ, ଦେଖ, ବାବିଲର ରାଜା ଯିରୁଶାଲମକୁ ଆସି ତହିଁର ରାଜାଙ୍କୁ ଓ ତହିଁର ମୁଖ୍ୟଗଣଙ୍କୁ ଆପଣାର ନ୍ୟାୟାଳୟ ବାବିଲକୁ ନେଇଗଲା।


ଇସ୍ରାଏଲର ସମସ୍ତ ଲୋକଙ୍କର ନାମ ସେମାନଙ୍କ ପରିବାରର ଇତିହାସରେ ଲିଖିତ ହୋଇଅଛି। ସେହି ପାରିବାରିକ ଇତହାସକୁ ଇସ୍ରାଏଲର ରାଜାମାନଙ୍କ ଇତିହାସ ପୁସ୍ତକରେ ଅନ୍ତର୍ଭୁକ୍ତ କରାଯାଇଛି। ଯିହୁଦାକୁ ବଳପୂର୍ବକ ବାବିଲକୁ ନିର୍ବାସିତ କରାଗଲା। କାରଣ ସେମାନେ ପରମେଶ୍ୱରଙ୍କଠାରେ ବିଶ୍ୱସ୍ତ ନ ଥିଲେ।


Swiv nou:

Piblisite


Piblisite