Biblia Todo Logo
Bib sou entènèt

- Piblisite -




ଯିଶାଇୟ 29:4 - ପବିତ୍ର ବାଇବଲ

4 ଏଥିରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ। ଧୂଳି ଉପରୁ ତୁମ୍ଭର ସ୍ୱର କ୍ଷୀଣ ହେବ ଓ ତାହା ଭୂତର ସ୍ୱର ତୁଲ୍ୟ ହେବ। ତୁମ୍ଭର ସ୍ୱର ଧୂଳି ଉପରୁ ଫୁ‌ସ୍‌ଫୁସ୍ ଶବ୍ଦ ସ୍ୱରରେ କହିଲା ପରି ହେବ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ତହିଁରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ ଓ ଧୂଳିରୁ ତୁମ୍ଭର କଥା କ୍ଷୀଣ ସ୍ଵରଯୁକ୍ତ ହେବ; ଆଉ, ଭୂତୁଡ଼ିଆର ନ୍ୟାୟ ତୁମ୍ଭର ରବ ଭୂମିରୁ ବାହାରିବ ଓ ଧୂଳିରୁ ତୁମ୍ଭ କଥାର ଫୁସ୍ଫୁସ୍ ଶଦ୍ଦ ଉଠିବ।

Gade chapit la Kopi

ଓଡିଆ ବାଇବେଲ

4 ତହିଁରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ ଓ ଧୂଳିରୁ ତୁମ୍ଭର କଥା କ୍ଷୀଣ ସ୍ୱରଯୁକ୍ତ ହେବ; ଆଉ, ଭୂତୁଡ଼ିଆର ନ୍ୟାୟ ତୁମ୍ଭର ରବ ଭୂମିରୁ ବାହାରିବ ଓ ଧୂଳିରୁ ତୁମ୍ଭ କଥାର ଫୁସ୍‍ଫୁସ୍‍ ଶବ୍ଦ ଉଠିବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ତହିଁରେ ତୁମ୍ଭେ ଅବନତ ହେବ ଓ ଭୂମିରୁ କଥା କହିବ ଓ ଧୂଳିରୁ ତୁମ୍ଭର କଥା କ୍ଷୀଣ ସ୍ୱରଯୁକ୍ତ ହେବ; ଆଉ, ଭୂତୁଡ଼ିଆର ନ୍ୟାୟ ତୁମ୍ଭର ରବ ଭୂମିରୁ ବାହାରିବ ଓ ଧୂଳିରୁ ତୁମ୍ଭ କଥାର ଫୁସ୍‍ ଫୁସ୍‍ ଶବ୍ଦ ଉଠିବ।

Gade chapit la Kopi




ଯିଶାଇୟ 29:4
8 Referans Kwoze  

କେତେକ ଲୋକ କୁହନ୍ତି, “ଭବିଷ୍ୟ‌ଦ୍‌ବକ୍ତା ଓ ଗୁଣିଆମାନଙ୍କୁ କ’ଣ କରିବାକୁ ହେବ ପଗ୍ଭର। ଏହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ପକ୍ଷୀ ପରି ଗୁଣୁଗୁଣୁ ହୋଇ ମନ୍ତ୍ର କୁହନ୍ତି, ଫଳରେ ଲୋକମାନେ ଭାବନ୍ତି ସେମାନେ ବହୁ ଗୋପନୀୟ ମୃତ ଓ ଜୀବିତମାନଙ୍କ ବିଷୟରେ ଜାଣନ୍ତି।” ମାତ୍ର ମୁଁ ତୁମ୍ଭକୁ କହୁଛି ଯେ “ଲୋକମାନେ ସେମାନଙ୍କର ପରମେଶ୍ୱରଙ୍କୁ ସାହାଯ୍ୟ ଭିକ୍ଷା କରିବା ଉଚିତ୍। ସେହି ଆଗତ ଭବିଷ୍ୟତ କହୁଥିବା ବ୍ୟକ୍ତି ଓ ଗୁଣିଆଗଣ ମୃତ ବ୍ୟକ୍ତିଙ୍କ ବିଷୟରେ ପଗ୍ଭରନ୍ତି। ସେମାନେ କ’ଣ ଜୀବିତମାନଙ୍କ ବିଷୟରେ ମୃତମାନଙ୍କଠାରୁ ଜାଣି ପାରିବେ?”


ଏପରି ଘଟିବାର କାରଣ ଯିରୁଶାଲମ ବିପଥଗାମୀ ହୋଇ ବିନଷ୍ଟ ହୋଇଛି। ଯିହୁଦା ପରମେଶ୍ୱରଙ୍କୁ ଅବଜ୍ଞାକରି ନିପାତିତ ହୋଇଛି। ସେମାନଙ୍କର ବାକ୍ୟ ଓ କାର୍ଯ୍ୟ ସଦାପ୍ରଭୁଙ୍କର ବିରୁଦ୍ଧାଚରଣ କରୁଛି। ସେମାନେ ସଦାପ୍ରଭୁଙ୍କ ମହିମାରେ ଉପହାସ କରୁଛନ୍ତି।


ଆମ୍ଭମାନଙ୍କୁ ଧୂଳିମାଟି ଭିତରକୁ ଠେଲି ଦିଆ ହୋଇଛି। ଆମ୍ଭମାନଙ୍କର ଉଦର ମାଟି ଧୂଳିରେ ପଡ଼ି ରହିଛି।


ଯିରୁଶାଲମର ଅପରିଷ୍କାର ଗଳି ତାଙ୍କ ଜାମାଗୁଡ଼ିକରେ ଦୃଶିତ କରିଥିଲା। ସେଥିପାଇଁ ତାହାର ପତନ ଅନିବାର୍ଯ୍ୟ ଜଣାପଡ଼ୁଥିଲା। ସେଠାରେ ତାକୁ ସାନ୍ତ୍ୱନା ଦେବାକୁ କେହି ନ ଥିଲେ। ସେ କହୁଛି, “ହେ ସଦାପ୍ରଭୁ, ମୋର ସମସ୍ୟା ଦେଖ, ମୋର ଶତ୍ରୁଗଣ ନିଜକୁ କିପରି ମହାନ ମନେ କରୁଛନ୍ତି।”


ଯେଉଁମାନେ ତୁମ୍ଭକୁ କ୍ଳେଶ ଦେଇଛନ୍ତି, ସେହିମାନଙ୍କ ବିପକ୍ଷରେ ଆମ୍ଭେ ଯିବା। ସେମାନେ ତୁମ୍ଭକୁ କହିଛନ୍ତି, ‘ତୁମ୍ଭେ ନଇଁପଡ଼, ଆମ୍ଭେ ତୁମ୍ଭ ଉପରେ ଗମନ କରିବୁ।’ ପୁଣି ତୁମ୍ଭେମାନେ ଭୂମି ଓ ସଡ଼କପରି ପିଠି ପାତି ଦେଇଛ ଏବଂ ସେମାନେ ତୁମ୍ଭମାନଙ୍କ ଉପରେ ଗମନା ଗମନ କରିଛନ୍ତି।”


ମାତ୍ର ଏହି କାର୍ଯ୍ୟ ଘଟିବା ପୂର୍ବରୁ ଅରଣ୍ୟ ସମ୍ପୂର୍ଣ୍ଣ ନିପାତିତ ହେବ ଓ ନଗର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ପାଇବ।


ତୁମ୍ଭେ ନିଜ ଦେହର ଧୂଳି ଝାଡ଼ି ଦିଅ, ହେ ସିୟୋନର ବନ୍ଦୀନି କନ୍ୟା ଯିରୁଶାଲମ! ଉଠ, ତୁମ୍ଭ ଗଳାର ସେ ବନ୍ଧନକୁ ଢିଲା କର।


Swiv nou:

Piblisite


Piblisite