Biblia Todo Logo
Bib sou entènèt

- Piblisite -




ଯିଶାଇୟ 29:2 - ପବିତ୍ର ବାଇବଲ

2 ତେବେ ମୁଁ ଅରୀୟେଲକୁ ଦୁଃଖ ଦେବି। ନଗରଟି ଶୋକ ଓ ବିଳାପରେ ପୂର୍ଣ୍ଣ ହେବ। ମାତ୍ର ତାହା ଆମ୍ଭ ପ୍ରତି ଦାହସ୍ଥାନ ତୁଲ୍ୟ ହେବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

2 ତେବେ ଆମ୍ଭେ ଅରୀୟେଲ ପ୍ରତି ଦୁଃଖ ଘଟାଇବା, ତହୁଁ ଶୋକ ଓ ବିଳାପ ହେବ ଓ ତାହା ଆମ୍ଭ ପ୍ରତି ଅରୀୟେଲ (ଦାହସ୍ଥାନ) ତୁଲ୍ୟ ହେବ।

Gade chapit la Kopi

ଓଡିଆ ବାଇବେଲ

2 ତେବେ ଆମ୍ଭେ ଅରୀୟେଲ ପ୍ରତି ଦୁଃଖ ଘଟାଇବା, ତହୁଁ ଶୋକ ଓ ବିଳାପ ହେବ ଓ ତାହା ଆମ୍ଭ ପ୍ରତି ଅରୀୟେଲ (ଦାହସ୍ଥାନ) ତୁଲ୍ୟ ହେବ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

2 ତେବେ ଆମ୍ଭେ ଅରୀୟେଲ ପ୍ରତି ଦୁଃଖ ଘଟାଇବା, ତହୁଁ ଶୋକ ଓ ବିଳାପ ହେବ ଓ ତାହା ଆମ୍ଭ ପ୍ରତି ଅରୀୟେଲ (ଦାହସ୍ଥାନ) ତୁଲ୍ୟ ହେବ।

Gade chapit la Kopi




ଯିଶାଇୟ 29:2
19 Referans Kwoze  

ସଦାପ୍ରଭୁ, ମୋର ପ୍ରଭୁ ଏହି କଥା କହନ୍ତି, “ହେ ମନୁଷ୍ୟ ସନ୍ତାନ ତୁମ୍ଭେ ସବୁ ପ୍ରକାର ପକ୍ଷୀଗଣକୁ ଓ ପ୍ରତ୍ୟେକ ବନ୍ୟପଶୁକୁ କୁହ, ‘ତୁମ୍ଭେମାନେ ଏକତ୍ର ହୋଇ ଆସ। ଆଉ ତୁମ୍ଭେମାନେ ମାଂସ ଖାଇବା ନିମନ୍ତେ ଓ ରକ୍ତ ପିଇବା ନିମନ୍ତେ ଆମ୍ଭ ଯଜ୍ଞର ଗ୍ଭରିଆଡ଼େ ରୁଣ୍ଡ ହୁଅ। ମୁଁ ଇସ୍ରାଏଲ ପର୍ବତଗୁଡ଼ିକ ଉପରେ ତୁମ୍ଭମାନଙ୍କ ନିମନ୍ତେ ଏକ ମହାଯଜ୍ଞର ବନ୍ଦୋବସ୍ତ କରୁଅଛି।


ଏଣୁ ଆମ୍ଭେ ସେମାନଙ୍କ ଉପରେ ଆପଣା କ୍ରୋଧ ପ୍ରକାଶ କରିଅଛୁ ଓ ଆପଣା କୋପାଗ୍ନିରେ ସେମାନଙ୍କୁ ସଂହାର କରିଅଛୁ। ସେମାନଙ୍କର ନିଜ କର୍ମର ଫଳ ସେମାନେ ନିଜେ ଭୋଗିଛନ୍ତି।” ଏହା ମୋର ପ୍ରଭୁ ସଦାପ୍ରଭୁ କହନ୍ତି


ସଦାପ୍ରଭୁ ଶତ୍ରୁ ପାଲଟିଛନ୍ତି। ସେ ଇସ୍ରାଏଲକୁ ଗ୍ରାସ କରିଅଛନ୍ତି। ସେ ତା'ର ସମସ୍ତ ଅଟ୍ଟାଳିକା ଓ ସମସ୍ତ ଦୁର୍ଗକୁ ଧ୍ୱଂସ କରିଅଛନ୍ତି। ଆଉ ସେ ଯିହୁଦା କନ୍ୟା ମଧ୍ୟରେ ଶୋକ ଓ ବିଳାପ ବୃଦ୍ଧି କରିଅଛନ୍ତି।


ସେମାନେ ଯିଶାଇୟଙ୍କୁ କହିଲେ, “ହିଜକିୟ ଏହା କହିଛନ୍ତି। ଆଜି ଦିନ ଆପଦ ଅନୁଯୋଗ ଓ ଅପମାନର ଦିନ, କାରଣ ଜନ୍ମ ହେବାକୁ ବସିଛି, ମାତ୍ର ପ୍ରସବ କରିବାକୁ ଶକ୍ତି ନାହିଁ।


ତା'ପରେ ହି‌ଲ୍‌‌‌କିୟର ପୁତ୍ର ରାଜଗୃହାଧ୍ୟକ୍ଷ ଇଲିୟାକୀମ୍, ଲେଖକ ଶି‌‌‌ବ୍‌‌‌ନ ଓ ଆସଫର ପୁତ୍ର ଇତିହାସ ଲେଖକ ଯୋୟାହ ଆପଣା ଆପଣା ବସ୍ତ୍ର ଚିରି ହିଜକିୟ ନିକଟକୁ ଆସି ରବ୍‌ଶାକିର କଥାସବୁ ତାକୁ ଜଣାଇଲେ।


ସଦାପ୍ରଭୁଙ୍କ ‌‌ଖ‌ଡ଼୍‌ଗ ରକ୍ତରେ ପରିତୃପ୍ତ ଓ ମେଦରେ ଓ ଛାଗଗଣର ଗୁରୁଦାର ମେଦରେ ପୁଷ୍ଟ। କାରଣ ବସ୍ତ୍ରରେ ସଦାପ୍ରଭୁଙ୍କର ଏକ ଯଜ୍ଞ ଓ ଇଦୋମ ଦେଶରେ ଏକ ମହା ହତ୍ୟାକାଣ୍ଡ ହେବ।


ସନ୍ଧ୍ୟାରେ ସେମାନେ ଭୟଭୀତ ହେବେ ଓ ପ୍ରଭାତ ପୂର୍ବରୁ ଲୋପ ପାଇଯାଇଥିବେ। ତେଣୁ ଆମ୍ଭର ଶତ୍ରୁ ଓ ଅପହରଣକାରୀ ସେଠାରେ କିଛି ଦେଖିବାକୁ ପାଇବେ ନାହିଁ।


ସେହି ଦିନ ସୈନ୍ୟବାହିନୀ ନୋବରେ ଅଟକିବେ। ଯିରୁଶାଲମର ସିୟୋନ ପର୍ବତ ବିରୁଦ୍ଧରେ ଯୁଦ୍ଧ ପାଇଁ ସେମାନେ ପ୍ରସ୍ତୁତ ହେବେ।


ସିୟୋନ ନଗରରେ ଦ୍ୱାରଦେଶ ଶୋକ ଓ ବିଳାପରେ ମୁଖରିତ ହେବ। ଯିରୁଶାଲମ ଗ୍ଭେରଦ୍ୱାରା ଲୁଣ୍ଠିତା ନାରୀ ସଦୃଶ ଶୂନ୍ୟ ହୋଇ ପଡ଼ି ରହିବ। ସେ ଭୂମି ଉପରେ ବସି କେବଳ ବିଳାପ କରିବ।


ଆମ୍ଭର ପ୍ରାଣ ତୁମ୍ଭମାନଙ୍କର ଅମାବାସ୍ୟା ଓ ନିରୂପିତ ପର୍ବମାନଙ୍କୁ ଘୃଣା କରେ। ସେହିସବୁ ଭାର ଆମ୍ଭ ପ୍ରତି କ୍ଳେଶଦାୟକ ଓ ଆମ୍ଭେ ସେ ଭାର ବହନ କରିବାକୁ କ୍ଳାନ୍ତ ହୋଇଅଛୁ।


Swiv nou:

Piblisite


Piblisite