Biblia Todo Logo
Bib sou entènèt

- Piblisite -




ଯିଶାଇୟ 29:15 - ପବିତ୍ର ବାଇବଲ

15 ଯେଉଁମାନେ ସଦାପ୍ରଭୁଙ୍କଠାରେ ନିଜ ନିଜ ମନ୍ତ୍ରଣାକୁ ଲୁଗ୍ଭଇବାକୁ ଚେଷ୍ଟା କରନ୍ତି ସେମାନେ ଦୁଃଖ ପାଆନ୍ତି। ସେମାନେ ଅନ୍ଧକାରରେ ନିଜ ନିଜର କୁକର୍ମ କରନ୍ତି ଓ କୁହନ୍ତି, “କେହି ଆମ୍ଭମାନଙ୍କୁ ଦେଖୁ ନାହିଁ କି କେହି ଆମ୍ଭମାନଙ୍କୁ ଚିହ୍ନୁ ନାହିଁ।”

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

15 ଯେଉଁମାନେ ସଦାପ୍ରଭୁଙ୍କଠାରୁ ଆପଣା ଆପଣା ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି, ସେମାନେ ସନ୍ତାପର ପାତ୍ରଣ! ଆଉ, ସେମାନେ ଅନ୍ଧକାରରେ ଆପଣା ଆପଣା କର୍ମ କରି କହନ୍ତି, ଆମ୍ଭମାନଙ୍କୁ କିଏ ଦେଖୁଅଛି? ଓ ଆମ୍ଭମାନଙ୍କୁ କିଏ ଚିହ୍ନୁଅଛି?

Gade chapit la Kopi

ଓଡିଆ ବାଇବେଲ

15 ଯେଉଁମାନେ ସଦାପ୍ରଭୁଙ୍କଠାରୁ ଆପଣା ଆପଣା ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି, ସେମାନେ ସନ୍ତାପର ପାତ୍ର ! ଆଉ, ସେମାନେ ଅନ୍ଧକାରରେ ଆପଣା ଆପଣା କର୍ମ କରି କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖୁଅଛି ? ଓ ଆମ୍ଭମାନଙ୍କୁ କିଏ ଚିହ୍ନୁଅଛି ?”

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

15 ଯେଉଁମାନେ ସଦାପ୍ରଭୁଙ୍କଠାରୁ ଆପଣା ଆପଣା ମନ୍ତ୍ରଣା ଗୁପ୍ତ କରିବାକୁ ଅତିଶୟ ଚେଷ୍ଟା କରନ୍ତି, ସେମାନେ ସନ୍ତାପର ପାତ୍ର! ଆଉ, ସେମାନେ ଅନ୍ଧକାରରେ ଆପଣା ଆପଣା କର୍ମ କରି କହନ୍ତି, “ଆମ୍ଭମାନଙ୍କୁ କିଏ ଦେଖୁଅଛି? ଓ ଆମ୍ଭମାନଙ୍କୁ କିଏ ଚିହ୍ନୁଅଛି?”

Gade chapit la Kopi




ଯିଶାଇୟ 29:15
30 Referans Kwoze  

ତା'ପରେ ପରମେଶ୍ୱର ମୋତେ କହିଲେ, “ହେ ମନୁଷ୍ୟ ପୁତ୍ର, ଇସ୍ରାଏଲ ବଂଶର ପ୍ରାଚୀନବର୍ଗ ପ୍ରତ୍ୟେକ ନିଜ ନିଜ ପ୍ରତିମା ଗୃହରେ ଅନ୍ଧକାରରେ ଯାହା କରୁଅଛନ୍ତି ତାହା କ’ଣ ତୁମ୍ଭେ ଦେଖି ପାରିବ? କାରଣ ସେମାନେ ଭାବନ୍ତି, ‘ସଦାପ୍ରଭୁ ଆମ୍ଭମାନଙ୍କୁ ଦେଖନ୍ତି ନାହିଁ। ସଦାପ୍ରଭୁ ଦେଶକୁ ତ୍ୟାଗ କରିଛନ୍ତି।’”


ତୁମ୍ଭେ ତୁମ୍ଭର ଦୁଷ୍ଟତା ଓ ମନ୍ଦକର୍ମ ଉପରେ ନିର୍ଭର କରି ନିଜକୁ ନିରାପଦ ମଣୁଅଛ; ତୁମ୍ଭେ ଭାବୁଛ, ‘କେହି ତୁମ୍ଭକୁ ଦେଖୁ ନାହିଁ।’ ତୁମ୍ଭର ଜ୍ଞାନ ଓ ବିଦ୍ୟା ତୁମ୍ଭକୁ ବିପଥଗାମୀ କରିଅଛି; ତୁମ୍ଭେ ନିଜକୁ ‘ମହାନ ବୋଲି ଭାବୁଛ, ଆମ୍ଭ ଛଡ଼ା କେହି ନାହିଁ ବୋଲି କହୁଅଛ।’


ସଦାପ୍ରଭୁ କହିଲେ, “ଏହି ବିଦ୍ରୋହୀ ସନ୍ତାନଗଣଙ୍କୁ ଦେଖ। ସେମାନେ ମନ୍ତ୍ରଣା କରନ୍ତି ମାତ୍ର ସାହାଯ୍ୟ ଗ୍ଭହାନ୍ତି ନାହିଁ। ସେମାନେ ପାପ ଉପରେ ପାପ କରି ଗ୍ଭଲନ୍ତି ମାତ୍ର ମୋର ଆତ୍ମା ଦ୍ୱାରା ନୁହେଁ। ତେଣୁ ସେମାନେ ସନ୍ତାପର ପାତ୍ର।


ତୁମ୍ଭେମାନେ ଭ୍ରାନ୍ତ ଶିକ୍ଷା ପ୍ରଗ୍ଭର କରୁଛ ଏବଂ ସେ ଭ୍ରାନ୍ତଜନକ ଶିକ୍ଷାସମୂହ ସଦାପ୍ରଭୁଙ୍କୁ ଦୁଃଖିତ କରିଅଛି। ତୁମ୍ଭେମାନେ ଶିକ୍ଷା ଦେଲ ଯେ ମନ୍ଦକାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ପରମେଶ୍ୱର ଆଦର କରନ୍ତି। ଆଉ ମଧ୍ୟ କହିଲ ପରମେଶ୍ୱର ସେହି ଲୋକଙ୍କୁ ଉତ୍ତମ ଲୋକ ବୋଲି ବିବେଚନା କରନ୍ତି। ଆଉମଧ୍ୟ ତୁମ୍ଭେ ପ୍ରଶ୍ନ କରିଲ ପରମେଶ୍ୱରଙ୍କର ନ୍ୟାୟ କେଉଁଠାରେ ଅଛି।


“ସେହି ଦିନ ଆମ୍ଭେ ଗୋଟିଏ ପ୍ରଦୀପ ନେଇ ଯିରୁଶାଲମ ମଧ୍ୟରେ ଖୋଜିବା। ଓ ସେହି ଆତ୍ମତୃପ୍ତ ଲୋକମାନଙ୍କୁ ବାଛିବା ଯେଉଁମାନେ ସେମାନଙ୍କ ଶୈଳୀରେ ଜୀବନ ଧାରଣ କରିବା ପାଇଁ ସନ୍ତୁଷ୍ଟ। ସେହି ଲୋକମାନେ କୁହନ୍ତୁ, ‘ସଦାପ୍ରଭୁ କାହାରିକୁ ସାହାଯ୍ୟ କରନ୍ତି ନାହିଁ କି କାହାରିକୁ ଆଘାତ କରନ୍ତି ନାହିଁ।’ ଆମ୍ଭେ ସେମାନଙ୍କୁ ଖୋଜି ବାହାର କରିବା ଓ ଦଣ୍ତ ଦେବା।


ସେ କହିଲେ, “ଇସ୍ରାଏଲ ଓ ଯିହୁଦା ପରିବାର ବହୁତ ଜଘନ୍ୟ ପାପ କଲେ ଓ ଦେଶ ରକ୍ତପାତରେ ପରିପୂର୍ଣ୍ଣ ହୋଇଗଲା। ଆଉ ନଗର ଅନ୍ୟାୟରେ ପରିପୂର୍ଣ୍ଣ ହୋଇଅଛି। କାରଣ ସେମାନେ କହିଛନ୍ତି, “ସଦାପ୍ରଭୁ ଦେଶ ତ୍ୟାଗ କରିଛନ୍ତି ଓ ସେ କିଛି ଲକ୍ଷ୍ୟ କରନ୍ତି ନାହିଁ।’


ସଦାପ୍ରଭୁ କହନ୍ତି, କୌଣସି ବ୍ୟକ୍ତି ଆମ୍ଭଠାରୁ ନିଜକୁ ଗୋପନୀୟ କରି ରହିପାରିବ ନାହିଁ। କାରଣ ଆମ୍ଭେ ସ୍ୱର୍ଗ ଓ ମର୍ତ୍ତ୍ୟ ସବୁଠାରେ ବ୍ୟାପି ରହିଅଛୁ।”


ତୁମ୍ଭେମାନେ କହିଅଛ, “ଆମ୍ଭେମାନେ ମୃତ୍ୟୁସହିତ ସନ୍ଧି କରିଅଛୁ ଓ ପାତାଳ ସହିତ ଚୁକ୍ତି କରିଅଛୁ। ତେଣୁ ଜଳ ପ୍ରଳୟରୂପୀ କୋରଡ଼ା ଆମ୍ଭମାନଙ୍କ ନିକଟକୁ ଆସିବ ନାହିଁ। କାରଣ ଆମ୍ଭେମାନେ ମିଥ୍ୟାର ଆଶ୍ରୟ ନେଇଅଛୁ ଓ ଅସତ୍ୟ ପଛରେ ନିଜକୁ ଲୁଗ୍ଭଇ ରଖିଅଛୁ।”


ତୁମ୍ଭେ ସେମାନଙ୍କ ଧମକ ଓ ଅପମାନକୁ ଶୁଣ। ସେମାନେ ଭାବନ୍ତି ସେମାନଙ୍କୁ କେହି ଶୁଣନ୍ତି ନାହିଁ। ଯେହେତୁ ସେମାନେ ଖରାପ କଥା କହନ୍ତି।


ଏପରି କୌଣସି ଅନ୍ଧକାର ଅଧିକ ନୁହେଁ ଯାହା ଦୁଷ୍ଟ ଲୋକମାନଙ୍କୁ ପରମେଶ୍ୱରଙ୍କଠାରୁ ଲୁଗ୍ଭଇପାରେ।


ଆମ୍ଭେ ଲଜ୍ଜାପୂର୍ଣ୍ଣ ଓ ଗୁପ୍ତ କାର୍ଯ୍ୟଗୁଡ଼ିକୁ ଛାଡ଼ି ଦେଇଛୁ। ଆମ୍ଭେ କପଟ କରୁ ନାହୁଁ, ପରମେଶ୍ୱରଙ୍କ ବାକ୍ୟରେ ପରିବର୍ତ୍ତନ କରୁ ନାହୁଁ, ବରଂ ଆମ୍ଭେ ସତ୍ୟକୁ ସରଳ ଭାବରେ ପ୍ରକାଶ କରୁଛୁ। ଏହା ଦ୍ୱାରା ଲୋକମାନଙ୍କଠାରେ ଆମ୍ଭେ ନିଜର ବ୍ୟକ୍ତିତ୍ୱ ପ୍ରତିପାଦନ କରୁଛୁ, ଯାହାଦ୍ୱାରା ସମସ୍ତେ ନିଜ ହୃଦୟରେ ଜାଣି ପାରିବେ ଯେ, ପରମେଶ୍ୱରଙ୍କ ସମ୍ମୁଖରେ ଆମ୍ଭେମାନେ ସତ୍ୟ ବାକ୍ୟ ପ୍ରଗ୍ଭର କରୁଅଛୁ।


ଅତଏବ, ଠିକ୍ ସମୟ ନ ଆସିବା ପର୍ଯ୍ୟନ୍ତ ଅର୍ଥାତ୍ ପୁନରାଗମନ ପର୍ଯ୍ୟନ୍ତ, କୌଣସି କଥାର ବିଗ୍ଭର କରିବା ଅନୁଚିତ୍। ସେ ଅନ୍ଧକାରରେ ରହିଥିବା ବିଷୟ ଗୁଡ଼ିକୁ ଲୋକମାନଙ୍କ ସମ୍ମୁଖକୁ ଆଣିବେ। ସେ ମଣିଷର ହୃଦୟ ଭିତରେ ଥିବା ଗୁପ୍ତ ଉଦ୍ଦେଶ୍ୟ ଗୁଡ଼ିକୁ ପ୍ରକାଶ କରିବେ। ସେତେବେଳେ ପରମେଶ୍ୱର ପ୍ରତ୍ୟେକଙ୍କୁ ଯାହାର ପ୍ରାପ୍ୟ ପ୍ରଶଂସା ତାହା ପ୍ରଦାନ କରିବେ।


ଆମ୍ଭେ ତୁମ୍ଭର ‘ଧାର୍ମିକତା’ ପ୍ରକାଶ କରିବା। ପୁଣି ତୁମ୍ଭର ‘ସକଳ କର୍ମ’ ତୁମ୍ଭର ଉପକାରରେ ଆସିବ ନାହିଁ।


ସେହି ଦୁଷ୍ଟ ଲୋକମାନେ କହନ୍ତି, “ପରମେଶ୍ୱର ଜାଣି ନାହାନ୍ତି ଆମ୍ଭେ ଯାହା କରୁଛୁ। ସର୍ବୋପରିସ୍ଥ ପରମେଶ୍ୱର ଏହା ଜାଣନ୍ତି ନାହିଁ!”


ମୁଁ ତା'ର ସନ୍ତାନମାନଙ୍କୁ ମଧ୍ୟ ମହାମାରୀ ଦ୍ୱାରା ବଧ କରିବି। ସେତେବେଳେ ସମସ୍ତ ମଣ୍ଡଳୀବର୍ଗ ଜାଣିବେ ଯେ, ମୁଁ, ଲୋକମାନଙ୍କର ଭାବନା ଓ ବିଗ୍ଭର ଗୁଡ଼ିକ ଜାଣେ ଓ ତାହାର ପରୀକ୍ଷା କରେ। ମୁଁ ତୁମ୍ଭ ପ୍ରତ୍ୟେକଙ୍କୁ ତୁମ୍ଭର କର୍ମ ଅନୁସାରେ ଫଳ ଦେବି।


ଲୋକମାନଙ୍କର ବିଗ୍ଭର ଏହି ବିଷୟ ଦ୍ୱାରା ହୁଏ: ସେହି ଆଲୋକ ଜଗତକୁ ଆସିଲେ, କିନ୍ତୁ ଲୋକେ ସେହି ଆଲୋକ ଗ୍ଭହିଁଲେ ନାହିଁ, ସେମାନେ ଅନ୍ଧକାର ଗ୍ଭହିଁଲେ, କାରଣ ସେମାନେ ମନ୍ଦକାର୍ଯ୍ୟରେ ରତଥିଲେ।


“ଲୋକେ କାନ୍ଥର ସଳଖତା ଜାଣିବା ପାଇଁ ଯେପରି ଓଳମ୍ ବ୍ୟବହାର କରନ୍ତି, ମୁଁ ସେହିପରି ସତ୍ୟ ପ୍ରତିଷ୍ଠା ପାଇଁ ନ୍ୟାୟ ଓ ଧାର୍ମିକତାକୁ ପ୍ରୟୋଗ କରିବି।” ଆଉ ଶିଳାବୃଷ୍ଟି ମିଥ୍ୟାରୂପୀ ଆଶ୍ରୟକୁ ବିନାଶ କରିବ। ଏହା ଜଳରାଶି ତୁଲ୍ୟ ଲୁକାୟିତ ସ୍ଥଳକୁ ମଗ୍ନ କରିବ।


ସେମାନେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିୟ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।


ତା'ପରେ ପରମେଶ୍ୱର କହିଲେ, “ହେ ମନୁଷ୍ୟ ପୁତ୍ର, ଏହି କାନ୍ଥକୁ ଖୋଳ।” ତହୁଁ ମୁଁ ସେହି କାନ୍ଥ ଖୋଳିଲି ଓ ଏକ ସୁନ୍ଦର ଦ୍ୱାର ଆବିଷ୍କାର କଲି।


ତୁମ୍ଭେମାନେ ବହୁ ମନ୍ଦକାର୍ଯ୍ୟ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦେବା।


ଶୋକ କରିବାର ସମୟ ଗତ ହେବାପରେ ଦାଉଦ ଲୋକ ପଠାଇ ବ‌‌ତ୍‌‌ଶେବାକୁ ନିଜ ଗୃହକୁ ଡକାଇଲେ। ତା'ପରେ ସେ ଦାଉଦଙ୍କର ସ୍ତ୍ରୀ ହୋଇ ରହିଲା ଓ ସେ ଦାଉଦ ପାଇଁ ଏକ ପୁତ୍ରକୁ ଜନ୍ମ ଦେଲା। ମାତ୍ର ଦାଉଦ ଏପରି ଯେଉଁ କାର୍ଯ୍ୟ କଲେ, ସେଥିରେ ସଦାପ୍ରଭୁ ସନ୍ତୁଷ୍ଟ ହେଲେ ନାହିଁ।


ଆଉ ମଧ୍ୟ ଇସ୍ରାଏଲୀୟମାନେ ସଦାପ୍ରଭୁ ଆପଣା ପରମେଶ୍ୱରଙ୍କ ବିରୁଦ୍ଧରେ ଗୁପ୍ତ ପାପରେ ଲିପ୍ତ ହେଲେ। ପୁଣି ଦୁର୍ଗଠାରୁ ଆରମ୍ଭ କରି ପ୍ରାଚୀରବେଷ୍ଟିତ ନଗର ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଉଚ୍ଚସ୍ଥଳୀମାନ ସେମାନେ ନିର୍ମାଣ କଲେ।


Swiv nou:

Piblisite


Piblisite