Biblia Todo Logo
Bib sou entènèt

- Piblisite -




ଯିଶାଇୟ 28:4 - ପବିତ୍ର ବାଇବଲ

4 ପର୍ବତ ଉପରିସ୍ଥ ଫଳଶାଳୀ ଉପତ୍ୟକା ବେଷ୍ଟିତ “ମୁକୁଟ ସଦୃଶ ସୁନ୍ଦର ଦେଶ ମ୍ଳାନ ପୁଷ୍ପ ପାଲଟିବ।’ ସେହି ନଗର ଗ୍ରୀଷ୍ମକାଳର ପ୍ରଥମ ପକ୍ୱ ଡିମ୍ବିରି ଫଳ ସଦୃଶ ହେବ। ଯେକେହି ତାକୁ ଦେଖିବ ଶୀଘ୍ର ତାକୁ ତୋଳିବ ଓ ଗ୍ରାସ କରିବ।

Gade chapit la Kopi

ପବିତ୍ର ବାଇବଲ (Re-edited) - (BSI)

4 ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟ ପକ୍ଵ ଡିମିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବାମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବାମାତ୍ର ଗ୍ରାସ କରେ।

Gade chapit la Kopi

ଓଡିଆ ବାଇବେଲ

4 ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟପକ୍ୱ ଡିମ୍ୱିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବା ମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବା ମାତ୍ର ଗ୍ରାସ କରେ।

Gade chapit la Kopi

ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT

4 ଆଉ, ଫଳଶାଳୀ ଉପତ୍ୟକାର ମସ୍ତକରେ ସ୍ଥିତ ତାହାର ସୁନ୍ଦର ଭୂଷଣର ମ୍ଳାନପ୍ରାୟ ପୁଷ୍ପ, ଗ୍ରୀଷ୍ମକାଳ ପୂର୍ବରେ ଆଦ୍ୟପକ୍ୱ ଡିମ୍ବିରି ଫଳ ତୁଲ୍ୟ ହେବ; ଯାହା କେହି ଦେଖିବାମାତ୍ର ଲକ୍ଷ୍ୟ କରେ ଓ ହସ୍ତରେ ଧରିବା ମାତ୍ର ଗ୍ରାସ କରେ।

Gade chapit la Kopi




ଯିଶାଇୟ 28:4
12 Referans Kwoze  

କିନ୍ତୁ ନୀନିବୀ, ତୁମ୍ଭର ସମସ୍ତ ସୁଦୃଢ଼ ସ୍ଥାନଗୁଡ଼ିକ ଡିମ୍ବିରି ଗଛ ସଦୃଶ ହେବ। ନୂଆ ଡିମ୍ବିରି ପାଚିବ। ଜଣେ ଲୋକ ଆସିବ ଏବଂ ଗଛକୁ ହଲାଇବ ଏବଂ ଡିମ୍ବିରି ଫଳ ତା'ର ପାଟିରେ ପଡ଼ିବ।


ମୁଁ ବିବ୍ରତ, କାରଣ ଫଳ ତୋଳିଲା ପରେ ଫଳ ବଗିଗ୍ଭ ଶ୍ରୀହୀନ ହେଲାପରି ମୁଁ ହୋଇଅଛି ଏବଂ ଦ୍ରାକ୍ଷାଲତାରୁ ଦ୍ରାକ୍ଷାଫଳ ତୋଳା ସରିଗଲା ପରି ମୁଁ ହୋଇଅଛି। ଗୋଟିଏ ହେଲେ ଫଳ ଦ୍ରାକ୍ଷାଲତାରେ ଖାଇବାକୁ ନାହିଁ କି ମୋର ପ୍ରିୟ ପ୍ରଥମ ପକ୍ୱ ଡିମ୍ବିରି ଫଳ ନାହିଁ।


“ହେ ଇଫ୍ରୟିମ, ହେ ଯିହୁଦା, ଆମ୍ଭେ ତୁମ୍ଭମାନଙ୍କ ପ୍ରତି କିପରି ବ୍ୟବହାର କରିବୁ? ତୁମ୍ଭମାନଙ୍କର ବିଶ୍ୱସ୍ତତା ସକାଳର କୁହୁଡ଼ି ଓ କାକର ପରି ଅଟେ ଯେ କି ଅତି ପ୍ରତ୍ୟୁଷରେ ଉଭେଇ ଯାଏ।


ଶମରିୟାକୁ ଗ୍ଭହଁ! ଇଫ୍ରୟିମର ମତ୍ତ ଲୋକମାନେ ନିଜ ନଗରୀ ପାଇଁ ଗର୍ବିତ। କାରଣ ପର୍ବତ ଉପରେ ଅବସ୍ଥିତ ଓ ଫଳଶାଳୀ ଉପତ୍ୟକା ବେଷ୍ଟିତ ସେହି ନଗରୀକୁ ଶମରିୟାମାନେ “ରମଣୀୟ ପୁଷ୍କର ମୁକୁଟ” ସଦୃଶ, ମାତ୍ର ସେହି ଭୂଷଣ ସ୍ୱରୂପ ସୁନ୍ଦର ପୁଷ୍ପ ମ୍ଳାନ ହେବ।


ପ୍ରବଳ ଝଡ଼ରେ ଦୋହଲି ଡିମିରିଗଛରୁ ଅପକ୍ୱ ଡିମିରି ଫଳ ଝଡ଼ି ପଡ଼ିଲା ପରି ଆକାଶର ତାରାଗଣ ପୃଥିବୀରେ ଝଡ଼ି ପଡ଼ିଲେ।


ଇସ୍ରାଏଲ ତା'ର ଭାଇମାନଙ୍କ ସହିତ ବଢ଼େ। କିନ୍ତୁ ଏକ ଶକ୍ତିଶାଳୀ ପୂର୍ବୀୟ ପବନ ଆସିବ, ଏହା ସଦାପ୍ରଭୁ ପ୍ରେରିତ ବାୟୁ ମରୁଭୂମିରୁ ପ୍ରବାହିତ ହେବ। ତା'ପରେ ଇସ୍ରାଏଲର କୂଅ ଶୁଖିଯିବ। ଜଳପୂର୍ଣ୍ଣ ଝରଣାଗୁଡ଼ିକ ଶୁଖିଯିବ। ସେହି ପବନ ସମସ୍ତ ମୂଲ୍ୟବାନ ବସ୍ତୁ ଇସ୍ରାଏଲର ଭଣ୍ତାରରୁ ଉଡ଼ାଇ ନେଇଯିବ।


“ଇଫ୍ରୟିମ ଇସ୍ରାଏଲରେ ନିଜକୁ ମହାନ କରି ଦେଲା। ସେ କହିଲା ବେଳେ ଲୋକେ ଭୟରେ ଥରିଲେ। କିନ୍ତୁ ସେ ‌ବା‌ଲ୍‌ଦେବତାଙ୍କୁ ପୂଜାକରି ଦୋଷୀ ହେଲେ ଏବଂ ମୃତ୍ୟୁବରଣ କଲେ।


ଇଫ୍ରୟିମ ଦଣ୍ତିତ ହେବ। ସେମାନଙ୍କର ମୂଳ ମରିଯାଇଛି। ସେମାନଙ୍କର ଆଉ ଅଧିକ ସନ୍ତାନ ହେବେ ନାହିଁ। ସେମାନେ ସନ୍ତାନ ଜନ୍ମ କରି ପାରନ୍ତି। କିନ୍ତୁ ସେମାନଙ୍କର ମହାନ ସନ୍ତାନଙ୍କୁ ଆମ୍ଭେ ହତ୍ୟା କରିବା।


ଏ ନାମ କାହିଁକି ରଖାଯିବ। କାରଣ ବାଳକଟି “ପିତାମାତା” ଡାକିବା ପାଇଁ ଜ୍ଞାନ ପାଇବା ପୂର୍ବରୁ ପରମେଶ୍ୱର ସମସ୍ତ ଧନ ସମ୍ପଦ ଦମ୍ମେଶକରୁ ଓ ଶମରିୟାରୁ ନେଇଯାଇଥିବେ ଏବଂ ସେ ସମସ୍ତ ଧନକୁ ଅଶୂର ରାଜାଙ୍କୁ ଦେଇ ଦେବେ।’


Swiv nou:

Piblisite


Piblisite